ଠିଆ ହୋଇ ପାଣି ପିଉଛନ୍ତି କି…

ପାଣି ଶରୀର ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ସମସ୍ତେ ଜାଣିଛନ୍ତି। ଶରୀରକୁ ସୁସ୍ଥ ରଖିବାରେ ଜଳର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ମଣିଷ ଶରୀରରେ ପ୍ରାୟ ୬୦ରୁ ୭୦ ଭାଗ ଜଳ ରହିଥାଏ। ଏହା ମାଂସପେଶୀକୁ ସୁରକ୍ଷା ଦେବା ସହ ଶରୀରର ବିଭିନ୍ନ କୋଷକୁ ଅକ୍ସିଜେନ ଓ ନ୍ୟୁଟ୍ରିଶନ ଯୋଗାଇଥାଏ। ବେଳେ ବେଳେ ଦେଖିଥିବେ କେତେକ ଠିଆ ହୋଇ ପାଣି ପିଇଥାନ୍ତି। ହେଲେ ଜାଣିଛନ୍ତି କି ଏହା ଶରୀର ପାଇଁ କେତେ କ୍ଷତିକାରକ। ଏହା ବିଭିନ୍ନ ରୋଗକୁ ଆମନ୍ତ୍ରଣ ଦେଇଥାଏ। ତେବେ ଆସନ୍ତୁ ଜାଣିବା ଠିଆ ହୋଇ ପାଣି ପିଇଲେ କେଉଁ କେଉଁ ସବୁ ସମସ୍ୟା ଦେଖାଦେଇଥାଏ। ଠିଆ ହୋଇ ପାଣି ପିଇଲେ ଆମ ଶରୀରର ପାଚନ ତନ୍ତ୍ର ଦୁର୍ବଳ ହୋଇଯାଏ। ତେଣୁ ପାଚନ ପ୍ରକ୍ରିୟା ସ୍ବଭାବିକ ଭାବେ ହୋଇପାରେ ନାହିଁ। ଫଳରେ ଅନେକ ପ୍ରକାରର ପେଟଜନିତ ସମସ୍ୟା ଦେଖାଦେଇଥାଏ। ସେହିପରି ଠିଆ ହୋଇ ପାଣି ପିଇବା ଦ୍ୱାରା ଏହା ଦ୍ରୁତ ଗତିରେ କିଡନୀକୁ ଚାଲି ଯାଇଥାଏ। ଫଳରେ ସେହି ପାଣିକୁ କିଡନୀ ଠିକ୍‌ ଭାବେ ଛାଣି ନ ପାରିବାରୁ ରକ୍ତ ଦୂଷିତ ହୋଇଥାଏ। ଯାହାଦ୍ୱାରା କିଡନୀ ଜନିତ ବିଭିନ୍ନ ସମସ୍ୟା ଦେଖାଦିଏ ବୋଲି ଗବେଷକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୩ ରଙ୍ଗ ଝିଅଙ୍କୁ ହୋଇଥାଏ ଅଧିକ ପସନ୍ଦ, ପୁଅ ପିନ୍ଧିିଲେ…

ଅନେକ ପୁଅ ତାଙ୍କ ପୋଷାକ ପରିଧାନକୁୁ ନେଇ ଅଧିକ ଚିନ୍ତାରେ ପଡ଼ିଥାନ୍ତି। ଝିଅଙ୍କୁ ଇମ୍ପ୍ରେସ କରାଇବା ପାଇଁ ସେ ତାଙ୍କ ଡ୍ରେସ୍‌ ଉପରେ ଅଧିକ ଧ୍ୟାନ...

କାଙ୍କଡ଼ ଖାଇଲେ ଦୂର ହୁଏ ଏସବୁ ସମସ୍ୟା

ବର୍ଷାଦିନରେ ବଜାରରେ କାଙ୍କଡ଼ର ଚାହିଦା ଖୁବ୍‌ ବେଶୀ। କାଙ୍କଡ଼ ଖାଲି ଏକ ପରିବା ନୁହେଁ ଏଥିରେ ବହୁ ଔଷଧୀୟ ଗୁଣ ମଧ୍ୟ ରହିଛି। ନିୟମିତ ଭାବେ...

ବିଶ୍ୱ ଜଳ ଦିବସ: ଜଳର ମହତ୍ତ୍ୱ

ଜଳ ସମସ୍ୟା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଓ ସମସ୍ୟାର ସମାଧାନ ନିମନ୍ତେ ବିହିତ ପଦକ୍ଷେପ ଗ୍ରହଣ କରିବା ଲକ୍ଷ୍ୟ ନେଇ ୧୯୯୩ ମସିହାଠାରୁ ପ୍ରତିବର୍ଷ...

ଲିଭର : କିଛି କଥା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଲା ଲିଭର (ଯକୃତ)। ଏହାର କାର୍ଯ୍ୟଦକ୍ଷତା ପ୍ରତିହତ ହେଲେ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟଜନିତ ସମସ୍ୟା ଦେଖାଯାଇଥାଏ। ତେବେ ଲିଭର...

ଆଶାର ଆଲୋକ 

କ୍ୟାନ୍‌ସର ଏକ ରୋଗ; ଯାହା ଶରୀରକୁ ଦିଏ ଅସହ୍ୟ ଯନ୍ତ୍ରଣା। ଜୀବନ ମରଣର ଦୋ ଛକିରେ ଧନ୍ଦି ହୁଏ ମଣିଷ। ଭାଙ୍ଗିଯାଏ ମନୋବଳ, ମାଡିବସେ ଅବସାଦର...

ପତ୍ରରୁ ସୁନ୍ଦରତା

ବିଭିନ୍ନ ପ୍ରକାର ପତ୍ରକୁ ବ୍ୟବହାର କରି ପ୍ରାକୃତିକ ଉପାୟରେ ସୌନ୍ଦର୍ଯ୍ୟ ବୃଦ୍ଧି କରିହେବ। ବିଭିନ୍ନ ପ୍ରକାରର ପତ୍ରକୁ କିଭଳି ବ୍ୟବହାର କରିବେ ଜାଣି ରଖନ୍ତୁ… କଦଳୀ...

କ୍ରନିକ୍‌ ରୋଗ ଓ ଛଣାତେଲ

ଆଜିକାଲି ଛଣାଛଣି ଏବଂ ଚଟପଟିଜାତୀୟ ଖାଦ୍ୟର ଚାହିଦା ଅଧିକ। ଅନେକେ ଏପରି ଖାଦ୍ୟ ପ୍ରସ୍ତୁତ ପାଇଁ ଆବଶ୍ୟକ ତେଲକୁ ଏକାଧିକ ଥର ବ୍ୟବହାର କରିଥାଆନ୍ତି। ଅନେକେ...

କରୋନା ମୃତ୍ୟୁର ୫ ବଡ଼ କାରଣ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୮।୪: କରୋନା ସଂକ୍ରମଣ ନେଇ ପୃଥିବୀରେ ଆତଙ୍କ ଜାରି ରହିଛି। ତେବେ ସଂକ୍ରମିତଙ୍କ ମୃତ୍ୟୁର ୫ ବଡ଼ କାରଣ ସମ୍ପର୍କରେ ଏବେ ପ୍ରକାଶ ପାଇଛି। ଆମେରିକାର...

Advertisement


Archives

Model This Week