Posted inରାଜ୍ୟ

ଠାକୁରଗଡ଼ ଅଞ୍ଚଳରେ ଝଡ଼ତୋଫାନ, ଗଛ ପଡ଼ି ରାସ୍ତା ଅବରୋଧ

ବଇଣ୍ଡା,୧୭।୫(ଡି.ଏନ.ଏ.)-ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ତଥା ଆଖପାଖ ଅଞ୍ଚଳରେ ଗୁରୁବାର ସାରେ ଝଡ଼ତୋଫାନ ସହ ପ୍ରବଳ ବର୍ଷା ହୋଇଥିଲା। ଫଳରେ ଠାକୁରଗଡ଼ ମଇମୁରା ରାସ୍ତାର ଶିବ ମନ୍ଦିର ନିକଟରେ ଥିବା ଏକ ଆମ୍ବଗଛ ଭାଙ୍ଗିଯିବାରୁ ଠାକୁରଗଡ଼-ମଇମୁରାକୁ ଯୋଗଯୋଗ ବିଚ୍ଛିନ୍ନ ହୋଇପଡ଼ିଥିଲା। ଶୁକ୍ରବାର ସକାଳେ ସ୍ଥାନୀୟ ଗ୍ରାମବାସୀ ରାସ୍ତାରେ ପଡ଼ିଥିବା ଗଛକୁ ଜେସିବି ମେଶିନ ଦ୍ୱାରା ରାସ୍ତାରୁ ହଟାଇବାପରେ ଗମନାଗମନ ସ୍ବାଭାବିକ୍‌ ହୋଇଥିଲା। ଏହି ବର୍ଷାରେ ବିଭିନ୍ନ ପନିପରିବା ଚାଷ ନଷ୍ଟ ହେବା ସହ କେତେକ ଚାଳ ଘର ମଧ୍ୟ ଉଡ଼ିଯାଇଛି। ତୁରନ୍ତ କ୍ଷତିଗ୍ରସ୍ତଙ୍କୁ ଚିହ୍ନଟ କରି ସରକାରୀ ସାହାଯ୍ୟ ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତାକାଲି ଠାରୁ ରାଜ୍ୟରେ ପାଗ ପରିବର୍ତ୍ତନ

ଭୁବନେଶ୍ୱର,୬।୧୨(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟି ବାତ୍ୟା ‘ଜୱାଦ’ ଗଭୀର ଅବପାତର ରୂପ ନେବା ପରେ ରବିବାର ଅପରାହ୍ଣରେ ଅବପାତରେ ପରିଣତ ହୋଇଥିଲା। ଆଉ ଏହି ଅବପାତ ଦୁର୍ବଳ...

ବନ୍ୟପ୍ରାଣୀ, ବନ କର୍ମଚାରୀଙ୍କ ସୁରକ୍ଷା ଚିନ୍ତା

ଭୁବନେଶ୍ୱର,୧୭ା୪(ବ୍ୟୁରୋ): ଲକ୍‌ଡାଉନ୍‌ ଓ କରୋନା କଟକଣାରୁ ମୁକ୍ତ ରହିଛି ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗର କାର୍ଯ୍ୟ। ତେବେ ସଂକ୍ରମଣ ଭୟ ଥିବାରୁ ଚିନ୍ତା ବଢ଼ିଛି।...

ଆଦର୍ଶ ବିଦ୍ୟାଳୟରେ ସମସ୍ୟା:ଜିଲାପାଳଙ୍କ ଦ୍ୱାରସ୍ଥ ହେଲା ଅଭିଭାବକ ସଂଘ

ଅନୁଗୋଳ ଅଫିସ, ୬।୮ ଅନୁଗୋଳ ସହର ଉପକଣ୍ଠ ଖଣ୍ଡହତାରେ ଥିବା ଆଦର୍ଶ ବିଦ୍ୟାଳୟ ସମସ୍ୟା ନେଇ ପୁଣି ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛି ଅଭିଭାବକ ସଂଘ। ୨୦୧୮-୧୯...

ବଦଳିପାରେ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ସୂଚୀ

ଭୁବନେଶ୍ୱର,୨୯।୩(ବ୍ୟୁରୋ): ଚଳିତ ବର୍ଷ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ସୂଚୀ ବଦଳିପାରେ। ପରୀକ୍ଷାସୂଚୀରେ ସାମାନ୍ୟ ପରିବର୍ତ୍ତନ ପାଇଁ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ମଙ୍ଗଳବାର ନିର୍ଦ୍ଦେଶ...

ନାଗରିକତ୍ୱ ସଂଶୋଧନ ବିଲ୍‌ ପ୍ରସଙ୍ଗ: ବିଜେଡି-ଭାଜପା ସମ୍ପର୍କକୁ କଂଗ୍ରେସର ସମାଲୋଚନା

ଭୁବନେଶ୍ୱର,୧୨।୧୨(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ନାଗରିକତ୍ୱ ସଂଶୋଧନ ବିଲ୍‌କୁ କଂଗ୍ରେସ ପାର୍ଲାମେଣ୍ଟ ଭିତରେ ଏବଂ ବାହାରେ ଜୋରଦାର ବିରୋଧ ପ୍ରଦର୍ଶନ କରିଛି। ଏହି ଅବସରରେ ନିଖିଳ ଭାରତ...

‘ଓଡ଼ିଶା ଟୁରିଜମ୍‌’କୁ ଆବଶ୍ୟକ ସେଲିବ୍ରିଟି ବ୍ରାଣ୍ଡ୍‌ ଆମ୍ବାସାଡର

ଭୁବନେଶ୍ୱର,୧୮ା୭(ବ୍ୟୁରୋ): ‘ଖୁସ୍‌ବୁ ଗୁଜରାଟ କି’ କ୍ୟାମ୍ପେନ୍‌ ହେଉ କି ‘ଅସମ୍‌ ଆସାମ୍‌’ କ୍ୟାମ୍ପେନ୍‌। ଅମିତାଭ ବଚ୍ଚନ ଓ ପ୍ରିୟଙ୍କା ଚୋପ୍ରାଙ୍କ ଭଳି ସେଲିବ୍ରିଟି କ୍ୟାମ୍ପେନର୍‌ ଉଭୟ...

ନଦୀ ଜଳଧାରଣ କ୍ଷମତା କମୁଛି

ଭୁବନେଶ୍ୱର, ୧୫।୯(ବ୍ୟୁରୋ):ରାଜ୍ୟର ପ୍ରମୁଖ ନଦୀଗୁଡ଼ିକର ଜଳପ୍ରବାହ ଗତ ୨୦ ବର୍ଷ ଭିତରେ ଯଥେଷ୍ଟ ହ୍ରାସ ପାଇଛି। ଜଳବାୟୁ ପରିବର୍ତ୍ତନ, ଦୁର୍ବଳ ମୌସୁମୀ ପ୍ରଭାବରେ ନଦୀଗୁଡ଼ିକୁ ଶୁଷ୍କ...

୫ ଜିଲାରେ ବନ୍ୟା ପରିସ୍ଥିତି

ଭୁବନେଶ୍ୱର, ୮ା୮(ବ୍ୟୁରୋ): ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇଛି। ବାଲେଶ୍ୱର ଉପକୂଳଠାରୁ ୭୦ କିଲୋମିଟର ଦୂର ଦକ୍ଷିଣ-ପୂର୍ବ ଦିଗରେ ଏହା...

Advertisement
Archives

Model This Week