ଟ୍ୟୁଶନ ପଢ଼ାଇ ବାଇକ୍‌ କିଣିଥିଲେ ସୁଶାନ୍ତ ସିଂ ରାଜପୁତ

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆଉ ଏ ଦୁନିଆରେ ନାହାନ୍ତି । ୩୪ ବର୍ଷୀୟ ଏହି ଅଭିନେତା ଜୁନ ୧୪ ତାରିଖ ଦିନ ମୁମ୍ବାଇସ୍ଥିତ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ତାଙ୍କର ଆକସ୍ମିକ ମୃତ୍ୟୁ ପ୍ରଶଂସକ ଏବଂ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଥରାଇ ଦେଇଛି। ସୁଶାନ୍ତ ସିଂ ରାଜପୁତଙ୍କ ପ୍ରଶଂସକମାନେ କ୍ରମାଗତ ଭାବରେ ସୋସିଆଲ ମିଡିଆରେ ନିଜର ସ୍ମୃତି ବାଣ୍ଟୁଛନ୍ତି। ଏହି ସମୟରେ ତାଙ୍କର ପ୍ରଥମ ବାଇକ ବିଷୟରେ ଜଣାପଡିଛି।

ତାଙ୍କର ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେଥିମଧ୍ୟରୁ ଗୋଟିଏ ଫଟୋରେ ସେ ତାଙ୍କ ବାଇକ ସହିତ ଅଛନ୍ତି। ଭାଇରାଲ ହେଉଥିବା ଚିତ୍ରରେ ସେ ହଳଦିଆ ରଙ୍ଗର ବାଇକ୍‌ରେ ବସିଥିବାର ନଜର ଆସିଛନ୍ତି। ଫଟୋକୁ ଦେଖିଲେ ଲାଗିବ ଏହା ଯେପରି ସୁଶାନ୍ତଙ୍କର ଏକ ପୁରୁଣା ଫଟୋ। ଏହି ଫଟୋ ସହିତ ସୋସିଆଲ ମିଡିଆରେ ଏଭଳି ଖବର ଭାଇରାଲ ହେବାରେ ଲାଗିଛି।

ସେ ପିଲାମାନଙ୍କୁ ଟ୍ୟୁଶନ ପଢ଼ାଇ ତାଙ୍କର ପ୍ରଥମ ବାଇକ କିଣିଥିଲେ
ସୁଶାନ୍ତ ସିଂ ଇଞ୍ଜିନିୟରିଂର ଛାତ୍ର ଥିଲେ। ସେ ଚଳଚ୍ଚିତ୍ରରେ ଅଭିନୟ କରିବା ପୂର୍ବରୁ ଟ୍ୟୁଶନ ପଢ଼ାଉ ଥିଲେ । ସେ ଟ୍ୟୁଶନ ଟଙ୍କାରେ ଏହି ବାଇକ୍‌ କିଣିଥିଲେ।

ଭାଇରାଲ ହେଉଥିବା ରାଜପୁତଙ୍କ ଏହି ପୋଷ୍ଟ ଉପରେ ତାଙ୍କ ପ୍ରଶଂସକମାନେ ମଧ୍ୟ ନିଜର ମତାମତ ଦେଉଛନ୍ତି।
ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ତାଙ୍କର ଘନିଷ୍ଠ ବନ୍ଧୁମାନେ ତାଙ୍କ ସହ ଜଡିତ ସ୍ମୃତିଗୁଡ଼ିକୁ କ୍ରମାଗତ ଭାବରେ ବାଣ୍ଟୁଛନ୍ତି।

ଅଭିନେତ୍ରୀ ସଞ୍ଜନା ସାଙ୍ଗୀ ସୋସିଆଲ ମିଡିଆରେ ତାଙ୍କର ବିଶେଷ ଚିତ୍ର ଶେୟାର କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଇନଷ୍ଟାଗ୍ରାମରେ ଏହି ପୋଷ୍ଟ ଶେୟାର କରି ସେ ଲେଖିଛନ୍ତି- ‘ଯେଉଁମାନେ କ୍ଷତକୁ ସୁସ୍ଥ କରିବେ ବୋଲି କହୁଥିଲେ ସେମାନେ ମିଛ କହୁଥିଲେ। ଏବେ ଏପରି ଅନୁଭବ ହେଉଛି ଯେ କ୍ଷତଗୁଡ଼ିକ ସତେଜ ହୋଇ ସେଥିରୁ ରକ୍ତ ବାହାରୁଛି। ସେହି ମୁହୂର୍ତ୍ତଗୁଡ଼ିକ ଯାହା ସବୁଦିନ ପାଇଁ ସ୍ମୃତି ହୋଇଯିବ। ଆମେ ଏକାଠି ହସୁଥିଲୁ ମାତ୍ର ତାହା ଆଉ କେବେ ସମ୍ଭବ ନୁହେଁ । ସେ ଏହା ମଧ୍ୟ ଲେଖିଛନ୍ତି, ଏପରି ପ୍ରଶ୍ନର ଉତ୍ତର ମିଳିପାରିବ ନାହିଁ। ଯାହା କେବଳ ଅବିଶ୍ୱାସ ବଢ଼ାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ମାଡାମ ଟୁସାଡ୍‌ସରେ ପ୍ରିୟଙ୍କା

ଲଣ୍ଡନ: ପ୍ରିୟଙ୍କା ଚୋପ୍ରାଙ୍କ ମହମ ପ୍ରତିମୂର୍ତ୍ତି ମଙ୍ଗଳବାର ମାଡାମ ଟୁସାଡ୍ସ ଲଣ୍ଡନରେ ଅନାବରଣ ହୋଇଛି। ସେ ହେଉଛନ୍ତି ପ୍ରଥମ ବଲିଉଡ ଅଭିନେତ୍ରୀ ଯାହାଙ୍କ ପ୍ରତିମୂର୍ତ୍ତି ସେଠାରେ...

ନାଗାର୍ଜୁନଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ଟଲିଉଡର କିଙ୍ଗ ଭାବରେ ଜଣାଶୁଣା ନାଗାର୍ଜୁନ ଅକ୍କିନେନି ଆଜି ୬୩ ବର୍ଷରେ ପଦାର୍ପଣ କରିଛନ୍ତି। ନାଗାର୍ଜୁନ ୨୯ ଅଗଷ୍ଟ ୧୯୫୯ରେ ମାଡ୍ରାସ (ବର୍ତ୍ତମାନ ଚେନ୍ନାଇ)ରେ ଭେଟେରାନ...

ଫିଲ୍ମରେ ସଫଳତା ପାଇଁ ଏପରି କଲେ ଅଭିଷେକ

ଅଭିନେତା ଅଭିଷେକ ବଚ୍ଚନ ବଲିଉଡ୍‌ରେ ଅନେକ ଫିଲ୍ମରେ କାମ କରିସାରିଛନ୍ତି। ହିଟ୍‌ ସାଙ୍ଗକୁ ଅନେକ ଫ୍ଲପ୍‌ ଫିଲ୍ମରେ ମଧ୍ୟ ସେ କାମ କରିଛନ୍ତି। ସଫଳତା ପାଇଁ...

ସୁପର ଡ୍ୟାନ୍ସର ଚାପ୍ଟର ୪ ଜିତିଲେ ଫ୍ଲୋରିନା

ମୁମ୍ବାଇ, ୧୦ା୧୦: ସୋନି ଟିଭିରେ ପ୍ରସାରିତ ଡ୍ୟାନ୍ସ ରିଅଲିଟି ଶୋ’ ସୁପର ଡ୍ୟାନ୍ସର ଚାପ୍ଟର-୪ର ବିଜେତା ହୋଇଛନ୍ତି ଆସାମର ଫ୍ଲୋରିନା ଗୋଗଇ। ଟାଇଟଲ ବିଜୟନୀ ୭...

ମାମା ଚାହୁଁ ନ ଥିଲେ ମୁଁ ଅଭିନେତ୍ରୀ ହୁଏ: ଅନୁଭା ସୌର୍ଯ୍ୟା

ଖାଲି ଯେ ସେ ଜଣେ ଭଲ ଅଭିନେତ୍ରୀ, ତାହା ନୁହେଁ। ତାଙ୍କ ଭିତରେ ଏକ ସୁନ୍ଦର ହୃଦୟଟିଏ ବି ଅଛି, ଯାହା ନିରୀହ ପ୍ରାଣୀଙ୍କ କଷ୍ଟ...

ଚନ୍ଦ୍ରଯାନ -୨କୁ ନେଇ ଅନୁଷ୍କା କରିଥିଲେ ଟ୍ବିଟ୍‌, ଏହାର ଉତ୍ତର ରଖିଲେ ମୋଦି

ଭାରତର ‘ଚନ୍ଦ୍ରଯାନ -୨’ ମିଶନ ବିଫଳ ହୋଇଛି। ଲ୍ୟାଣ୍ଡ୍‌ର ବିକ୍ରମ ଚନ୍ଦ୍ରପୃଷ୍ଠକୁ ଛୁଇଁବା ପାଇଁ ୨.୧ କିମି ଦୂରତା ଥିବାବେଳେ ଇସ୍ରୋ ବୈଜ୍ଞାନିକଙ୍କଠାରୁ ଯୋଗାଯୋଗ ବିଚ୍ଛିନ୍ନ...

ଆଲିଆଙ୍କ ଦୀପାବଳି ଲୁକ୍‌

ମୁମ୍ବାଇ: ଆଲୋକର ପର୍ବ ଦୀପାବଳି ଅବସରରେ ବଲିଉଡ୍‌ ଅଭିନେତ୍ରୀମାନେ କିଏ କ’ଣ କେମିତି ଡ୍ରେସ୍‌ ଗହଣା ପିନ୍ଧି ସୁନ୍ଦର ଦିଶିବେ ସେ ନେଇ ପ୍ରସ୍ତୁତି ଆରମ୍ଭ...

ଦିନେ ଯାହାଙ୍କୁ ଡାକୁଥିଲେ ଅଙ୍କଲ୍‌, ଆଜି ସେ ସ୍ବାମୀ

୮୦ ଦଶକର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ଥିଲେ ଅମୃତା ସିଂ। ଆଜି ସେ ୬୩ତମ ଜନ୍ମଦିନ ପାଳନ କରୁଛନ୍ତି। ଦୁଇଥର ପ୍ରେମରେ ପ୍ରତାରଣା ହେବା ପରେ...

Advertisement
Archives

Model This Week