ଟ୍ରେନ୍‌, ଷ୍ଟେଶନରେ ବଢୁଛି ଟିଟିଇ, ଟିସିଙ୍କ ଉତ୍ପାତ: ଟ୍ରେନ୍‌ ଯାତ୍ରୀଙ୍କୁ ଟିସିଙ୍କ ତଣ୍ଟିଆ, ଷ୍ଟେଶନରେ ଉତ୍ତେଜନା

ଭୁବନେଶ୍ୱର,୧।୩(ବ୍ୟୁରୋ): ଟ୍ରେନ୍‌ ଓ ଷ୍ଟେଶନରେ ଟିକେଟ ଚେକିଂ ନାଁରେ ଯାତ୍ରୀଙ୍କୁ ନାନା ପ୍ରକାର ହଇରାଣ କରାଯାଉଥିବା ବିଭିନ୍ନ ସମୟରେ ଅଭିଯୋଗ ହେଉଛି। ଶନିବାର ଭୁବନେଶ୍ୱର ରେଳ ଷ୍ଟେଶନ ମୁଖ୍ୟ ଫାଟକରେ ଜଣେ ଯାତ୍ରୀଙ୍କୁ ଟିକେଟ କଲେକ୍ଟର (ଟିସି) ଦୁର୍ବ୍ୟବହାର କରିବା ସହ ତଣ୍ଟିଆ ମାରିବାକୁ ନେଇ ତୁମୁଳକାଣ୍ଡ ଘଟିଛି। ଅନ୍ୟ ଯାତ୍ରୀମାନେ ଏହି ଘଟଣାକୁ ନେଇ ତୀବ୍ର ପ୍ରତିବାଦ କରିବା ସହ ଷ୍ଟେଶନ ପରିସର ସିଟିଆଇ କାର୍ଯ୍ୟାଳୟକୁ ଘେରାଉ କରି ହୋହଲ୍ଲା କରିଥିଲେ। ଏପରି କି ଆକ୍ରମଣକାରୀ ଟିସି ଜଣକ ଉକ୍ତ କାର୍ଯ୍ୟାଳୟ ବାହାରକୁ ନ ଆସିବାରୁ ଯାତ୍ରୀମାନେ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ସେଠାରେ ଉପସ୍ଥିତ ଥିବା ପୋଲିସ ଓ ଯାତ୍ରୀଙ୍କ ମଧ୍ୟରେ କିଛି ସମୟ ଧରି ଧସ୍ତାଧସ୍ତି ହୋଇଥିଲା। ଫଳରେ ଦୀର୍ଘ ସମୟ ଧରି ଷ୍ଟେଶନରେ ଉତ୍ତେଜନା ଦେଖିବାକୁ ମିଳିଥିଲା। ଶେଷରେ ପୋଲିସ ଯାତ୍ରୀଙ୍କୁ ବୁଝାଶୁଝା କରିବା ସହ ଜିଆର୍‌ପି ଥାନାରେ ଅଭିଯୋଗ କରିବାକୁ ପରାମର୍ଶ ଦେଇଥିଲା। ପରେ ଟିସି ଜଣକ ଭୁଲ୍‌ ମାଗିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା।
ମିଳିଥିବା ସୂଚନା ଅନୁଯାୟୀ, କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇର କିଶୋରଚନ୍ଦ୍ର ବେହେରା ପୁଣେରେ ପାଣି ପାଇପ୍‌ କାମ କରନ୍ତି। ସେ ସ୍ତ୍ରୀ ଓ ୯ ମାସର ଶିଶୁ ସହ କୋଣାର୍କ ଏକ୍ସପ୍ରେସ୍‌ରେ ଘରକୁ ଫେରୁଥିଲେ। ଶନିବାର ଅପରାହ୍ନ ପ୍ରାୟ ୪ଟା ୪୫ରେ ଭୁବନେଶ୍ୱର ଷ୍ଟେଶନରେ ଟ୍ରେନ୍‌ରୁ ଓହ୍ଲାଇଥିଲେ। ପରେ ସେମାନେ ଲଗେଜ ଧରି ଷ୍ଟେଶନରୁ ବାହାରୁଥିଲେ। ଏହି ସମୟରେ ପ୍ରସ୍ଥାନ ଗେଟ ନିକଟରେ ଜଣେ ଟିସି ସେମାନଙ୍କୁ ଅଟକାଇ ଟିକେଟ ମାଗିଥିଲେ। ଟିକେଟ ସ୍ତ୍ରୀଙ୍କ ପାଖରେ ରହିଥିଲା। କିଶୋର ଟିକେଟ କାଢ଼ିବାକୁ ତାଙ୍କ ସ୍ତ୍ରୀଙ୍କୁ କହିଥିଲେ। ହେଲେ ତାଙ୍କ ସ୍ତ୍ରୀ ୯ମାସର ଶିଶୁକୁ କାଖେଇ ଥିବାରୁ ଟିକେଟ ପର୍ସରୁ କାଢିବାରେ ବିଳମ୍ବ ହୋଇଥିଲା। କ’ଣ ପାଇଁ ବିଳମ୍ବ କରୁଛୁ, ଟିକେଟ ନ କରି ଟ୍ରେନରେ ଆସିଛୁ। ଖୋଜିବା ଆଳରେ ମିଛ ବାହାନା ଦେଖାଉଛୁ ବୋଲି ଟିସିି ଜଣକ କିଶୋରଙ୍କୁ କହିବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ ଓ ଦୁର୍ବ୍ୟବହାର କରିଥିଲେ। କିଶୋର ପ୍ରତିବାଦ କରିବାରୁ ଟିସି ଜଣକ ତାଙ୍କୁ ତଣ୍ଟିଆ ମାରିଥିଲେ। ଫଳରେ ସେ ତଳେ ପଡିଯାଇଥିଲେ। ସେଠାରେ ଥିବା ଅନ୍ୟ ଯାତ୍ରୀମାନେ ଏହା ଦେଖି ଟିସିଙ୍କୁ ବିରୋଧ କରିଥିଲେ। କ୍ରମଶଃ ଯାତ୍ରୀଙ୍କ ଗହଳି ବଢ଼ିବା ସହ ହୋହଲ୍ଲା କରିବାରୁ ସମ୍ପୃକ୍ତ ଟିସି ସେଠାରୁ ଖସିଯାଇ ସିଟିଆଇ କାର୍ଯ୍ୟାଳୟ ଭିତରକୁ ପଶିଯାଇଥିଲେ। ଯାତ୍ରୀମାନେ ଉକ୍ତ କାର୍ଯ୍ୟାଳୟ ଆଗରେ ଗହଳି ଜମାଇ ସମ୍ପୃକ୍ତ ଅଧିକାରୀଙ୍କୁ ବାହାରକୁ ଆସି ଉତ୍ତର ଦେବାକୁ ପାଟିକରି ଡାକିବା ସହ ହୋହଲ୍ଲା କରିଥିଲେ। ଖବର ପାଇ ରେଳ ସୁରକ୍ଷା ବଳ (ଆର୍‌ପିଏଫ୍‌) ଓ ଜେନେରାଲ ରେଲ୍‌ଓ୍ବେ ପୋଲିସ (ଜିଆର୍‌ପି) ସେଠାରେ ପହଞ୍ଚତ୍ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା।
ରାଜୁ ରାଉତ ନାମକ ଜଣେ ଯାତ୍ରୀ କହିଛନ୍ତି ଯେ,ପୂର୍ବରୁ ସେ ଏହି ଷ୍ଟେଶନରୁ ବାହାରିବା ସମୟରେ ଟିକେଟ ଯାଞ୍ଚ କରୁଥିବା ଅଧିକାରୀମାନେ ବିଳମ୍ବ ପାଇଁ ତାଙ୍କୁ ମଧ୍ୟ ଦୁର୍ବ୍ୟବହାର କରିଥିଲେ। ସେମାନେ ଗାଳିଗୁଲଜ କରିବା ସହ ମାଡ଼ ମାରିବାକୁ ଉଦ୍ୟମ କରିଥିଲେ। ଅଧିକାରୀ ଓ କର୍ମଚାରୀମାନେ ଅନ୍ୟ ଉଦ୍ଦେଶ୍ୟ ରଖି କିଛି ଗୋଟେ ବାହାନା କରି ହଇରାଣ କରୁଛନ୍ତି। ସେହିଭଳି ଟିଟିଇମାନେ ମଧ୍ୟ ଟିକେଟ ଯାଞ୍ଚ ନାଁରେ ହଇରାଣ କରୁଥିବା ଅନ୍ୟଜଣେ ଯାତ୍ରୀ କହିଛନ୍ତି। ତେବେ ଶନିବାର ଘଟଣା ସଂକ୍ରାନ୍ତରେ ଷ୍ଟେଶନ ନିର୍ଦ୍ଦେଶକ ଚିତ୍ତରଞ୍ଜନ ନାୟକ କହିଛନ୍ତି, ଏ ନେଇ ମୋ ନିକଟରେ ଖବର ରହିଛି। ପ୍ରକୃତରେ ଘଟଣା କ’ଣ ହୋଇଛି ପୂରା ଯାଞ୍ଚ କରୁଛୁ। ଯଦି ଅଭିଯୋଗର ପ୍ରମାଣ ମିଳେ ନିଶ୍ଚିତ ପଦକ୍ଷେପ ନିଆଯିବ, ଆଗକୁ ଯେଭଳି ଯାତ୍ରୀମାନେ ଏଭଳି ସମସ୍ୟାର ସମ୍ମୁଖୀନ ନ ହେବେ ସେଥିପ୍ରତି ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?