Posted inଖେଳ

ଟ୍ରେନିଂକୁ ଫେରିଲେ ଅଶ୍ୱିନୀ, ଲକ୍ଷ୍ୟ

ନୂଆଦିଲ୍ଲୀ,୪।୬(ପି.ଟି.): ବ୍ୟାଡ୍‌ମିଣ୍ଟନ ତାରକା ଅଶ୍ୱିନୀ ପୋନାପ୍ପା ଓ ଲକ୍ଷ୍ୟ ସେନ୍‌ଙ୍କ ସମେତ ୨୦ଜଣ ଅନ୍ୟ ଭାରତୀୟ ଖେଳାଳି ଟ୍ରେନିଂକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ବେଙ୍ଗାଲୁରୁ ସ୍ଥିତ ପ୍ରକାଶ ପାଦୁକନ୍‌ ବ୍ୟାଡ୍‌ମିଣ୍ଟନ ଏକାଡେମୀ (ପିପିବିଏ)ରେ ଏହି ଖେଳାଳିମାନେ ଅଭ୍ୟାସ ଆରମ୍ଭ କରିଛନ୍ତି। କୋଭିଡ-୧୯ ମହମାରୀ ମଧ୍ୟରେ ବ୍ୟାଡ୍‌ମିଣ୍ଟନ ପୁଣି ଆରମ୍ଭ ହେବାର ପ୍ରକ୍ରିୟାର ଆରମ୍ଭ ହେବା ପରେ ଖେଳାଳିମାନେ ଟ୍ରେନିଂକୁ ଫେରିଛନ୍ତି।
କରୋନା ଭାଇରସ ସଂକ୍ରମଣ ଯୋଗୁ ଦେଶବ୍ୟାବୀ ଜାରି କରାଯାଇଥିବା ଲକ୍‌ଡାଉନ୍‌ କାରଣରୁ ଖେଳାଳିମାନେ ଦୀର୍ଘ ୨ ମାସ ଧରି ଘରେ ବନ୍ଦୀ ଭଳି ରହିଥିଲେ। ତେବେ ଗତମାସ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ଟ୍ରେନିଂ ଆରମ୍ଭ ନେଇ ନିର୍ଦ୍ଦେଶନାମା ଜାରି କରିଥିଲା। ଫଳରେ ଖେଳାଳିମାନେ ପିପିବିଏରେ ଅଭ୍ୟାସ ଆରମ୍ଭ କରିଛନ୍ତି। କେତେଜଣ ଜାତୀୟସ୍ତରର ଖେଳାଳି ଗତ ଦୁଇ ସପ୍ତାହ ହେବ ଏଠାରେ ଅଭ୍ୟାସ କରି ଆସୁଛନ୍ତି ବୋଲି ପିପିବିଏର ହେଡ୍‌ କୋଚ୍‌ ତଥା ନିର୍ଦ୍ଦେଶକ ବିମଲ କୁମାର କହିଛନ୍ତି। ଏକାଡେମୀରେ ୧୬ଟି କୋର୍ଟ ରହିଛି। ଏଥିରେ ୨୦ଜଣ ଭାରତୀୟ ଖେଳାଳି ଅଭ୍ୟାସ କରୁଛନ୍ତି । ୬୫ ଜଣ ଟ୍ରେନି ଖେଳାଳି ସହର ବାହାରେ ରହୁଛନ୍ତି। ସେମାନେ ଏବେ ଟ୍ରେନିଂ ଆରମ୍ଭ କରିବାକୁ ଚାହୁଁଛନ୍ତି। ଏବେ ଟ୍ରେନିଂ ଇଚ୍ଛଧୀନ ବୋଲି ସେ କହିଛନ୍ତି।
ଏବେ ଟ୍ରେନିଂ ଜାରି ରଖିଥିବା ଖେଳାଳିମାନଙ୍କ ମଧ୍ୟରେ ରହିଛନ୍ତି ୩ଥର ରାଜ୍ୟଗୋଷ୍ଠୀ ପଦକ ବିଜୟିନୀ ଅଶ୍ୱିନୀ, ବିଶ୍ୱର ପୂର୍ବତନ ୧୩ ନମ୍ବର ଖେଳାଳି ଅଜୟ ଜୟରାମ ଓ ଲକ୍ଷ୍ୟ ସେନ। ଲକ୍ଷ୍ୟ ଗତ ବର୍ଷ ୫ଟି ଟାଇଟଲ ହାସଲ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେହିପରି ମିଥୁନ ମଞ୍ଜୁନାଥ, ବିଏମ୍‌ ରାହୁଲ ଭରଦ୍ୱାଜ ଓ ମାଇସନାମ ମେଇରାବା ମଧ୍ୟ ଟ୍ରେନିଂ ଜାରି ରଖିଛନ୍ତି। ଦୀର୍ଘ ଦୁଇମାସ ଧରି ଖେଳରୁ ଦୂରେଇ ରହିଥିବାରୁ ଫିଟ୍‌ନେସ୍‌ ଓ ଫର୍ମ ତଥା ଶାର୍ପନେସ ଫେରିପାରିବା ପାଇଁ ଖେଳାଳିମାନଙ୍କୁ ଅତିକମ୍‌ରେ ଦେଢମାସ ସମୟ ଆବଶ୍ୟକ ହେବ। ଏବେ କୌଣସି ଟୁର୍ନାମେଣ୍ଟ ଖେଳାଯିବାର ସମ୍ଭାବନା ନାହିଁ। ତେବେ ସେପ୍ଟେମ୍ବରେ ଖେଳିବା ଲକ୍ଷ୍ୟରେ ଅଭ୍ୟାସ ଆରମ୍ଭ ହୋଇଛି ବୋଲି ପୂର୍ବତନ ଭାରତୀୟ କୋଚ୍‌ ବିମଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri