Posted inଖେଳ

ଟ୍ରେନିଂକୁ ଫେରିଲେ ଅଶ୍ୱିନୀ, ଲକ୍ଷ୍ୟ

ନୂଆଦିଲ୍ଲୀ,୪।୬(ପି.ଟି.): ବ୍ୟାଡ୍‌ମିଣ୍ଟନ ତାରକା ଅଶ୍ୱିନୀ ପୋନାପ୍ପା ଓ ଲକ୍ଷ୍ୟ ସେନ୍‌ଙ୍କ ସମେତ ୨୦ଜଣ ଅନ୍ୟ ଭାରତୀୟ ଖେଳାଳି ଟ୍ରେନିଂକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ବେଙ୍ଗାଲୁରୁ ସ୍ଥିତ ପ୍ରକାଶ ପାଦୁକନ୍‌ ବ୍ୟାଡ୍‌ମିଣ୍ଟନ ଏକାଡେମୀ (ପିପିବିଏ)ରେ ଏହି ଖେଳାଳିମାନେ ଅଭ୍ୟାସ ଆରମ୍ଭ କରିଛନ୍ତି। କୋଭିଡ-୧୯ ମହମାରୀ ମଧ୍ୟରେ ବ୍ୟାଡ୍‌ମିଣ୍ଟନ ପୁଣି ଆରମ୍ଭ ହେବାର ପ୍ରକ୍ରିୟାର ଆରମ୍ଭ ହେବା ପରେ ଖେଳାଳିମାନେ ଟ୍ରେନିଂକୁ ଫେରିଛନ୍ତି।
କରୋନା ଭାଇରସ ସଂକ୍ରମଣ ଯୋଗୁ ଦେଶବ୍ୟାବୀ ଜାରି କରାଯାଇଥିବା ଲକ୍‌ଡାଉନ୍‌ କାରଣରୁ ଖେଳାଳିମାନେ ଦୀର୍ଘ ୨ ମାସ ଧରି ଘରେ ବନ୍ଦୀ ଭଳି ରହିଥିଲେ। ତେବେ ଗତମାସ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ଟ୍ରେନିଂ ଆରମ୍ଭ ନେଇ ନିର୍ଦ୍ଦେଶନାମା ଜାରି କରିଥିଲା। ଫଳରେ ଖେଳାଳିମାନେ ପିପିବିଏରେ ଅଭ୍ୟାସ ଆରମ୍ଭ କରିଛନ୍ତି। କେତେଜଣ ଜାତୀୟସ୍ତରର ଖେଳାଳି ଗତ ଦୁଇ ସପ୍ତାହ ହେବ ଏଠାରେ ଅଭ୍ୟାସ କରି ଆସୁଛନ୍ତି ବୋଲି ପିପିବିଏର ହେଡ୍‌ କୋଚ୍‌ ତଥା ନିର୍ଦ୍ଦେଶକ ବିମଲ କୁମାର କହିଛନ୍ତି। ଏକାଡେମୀରେ ୧୬ଟି କୋର୍ଟ ରହିଛି। ଏଥିରେ ୨୦ଜଣ ଭାରତୀୟ ଖେଳାଳି ଅଭ୍ୟାସ କରୁଛନ୍ତି । ୬୫ ଜଣ ଟ୍ରେନି ଖେଳାଳି ସହର ବାହାରେ ରହୁଛନ୍ତି। ସେମାନେ ଏବେ ଟ୍ରେନିଂ ଆରମ୍ଭ କରିବାକୁ ଚାହୁଁଛନ୍ତି। ଏବେ ଟ୍ରେନିଂ ଇଚ୍ଛଧୀନ ବୋଲି ସେ କହିଛନ୍ତି।
ଏବେ ଟ୍ରେନିଂ ଜାରି ରଖିଥିବା ଖେଳାଳିମାନଙ୍କ ମଧ୍ୟରେ ରହିଛନ୍ତି ୩ଥର ରାଜ୍ୟଗୋଷ୍ଠୀ ପଦକ ବିଜୟିନୀ ଅଶ୍ୱିନୀ, ବିଶ୍ୱର ପୂର୍ବତନ ୧୩ ନମ୍ବର ଖେଳାଳି ଅଜୟ ଜୟରାମ ଓ ଲକ୍ଷ୍ୟ ସେନ। ଲକ୍ଷ୍ୟ ଗତ ବର୍ଷ ୫ଟି ଟାଇଟଲ ହାସଲ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେହିପରି ମିଥୁନ ମଞ୍ଜୁନାଥ, ବିଏମ୍‌ ରାହୁଲ ଭରଦ୍ୱାଜ ଓ ମାଇସନାମ ମେଇରାବା ମଧ୍ୟ ଟ୍ରେନିଂ ଜାରି ରଖିଛନ୍ତି। ଦୀର୍ଘ ଦୁଇମାସ ଧରି ଖେଳରୁ ଦୂରେଇ ରହିଥିବାରୁ ଫିଟ୍‌ନେସ୍‌ ଓ ଫର୍ମ ତଥା ଶାର୍ପନେସ ଫେରିପାରିବା ପାଇଁ ଖେଳାଳିମାନଙ୍କୁ ଅତିକମ୍‌ରେ ଦେଢମାସ ସମୟ ଆବଶ୍ୟକ ହେବ। ଏବେ କୌଣସି ଟୁର୍ନାମେଣ୍ଟ ଖେଳାଯିବାର ସମ୍ଭାବନା ନାହିଁ। ତେବେ ସେପ୍ଟେମ୍ବରେ ଖେଳିବା ଲକ୍ଷ୍ୟରେ ଅଭ୍ୟାସ ଆରମ୍ଭ ହୋଇଛି ବୋଲି ପୂର୍ବତନ ଭାରତୀୟ କୋଚ୍‌ ବିମଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ୱିଶା ଶର୍ମା ମୃତ୍ୟୁ ମାମଲାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ,୨୫ରେ …

ନୂଆଦିଲ୍ଲୀ,୨୩ା୫: ଗଣମାଧ୍ୟମ ରିପୋର୍ଟକୁ ଆଧାର କରି ସୁପ୍ରିମକୋର୍ଟ ଅଭିନେତ୍ରୀ ତଥା ମଡେଲ ଟ୍ବିଶା ଶର୍ମା ମୃତ୍ୟୁ ମାମଲାକୁ ନିଜଆଡ଼ୁ ବିଚାର ପାଇଁ ଗ୍ରହଣ କରିଛନ୍ତି। ପ୍ରଧାନ ବିଚାରପତି…

ଦ୍ରୁତଗତିରେ ଆସି ଗ୍ୟାରେଜ୍‌ରେ ପଶିଗଲା ଥାର୍‌, ଆଉ ତା’ପରେ..

ଭୁବନେଶ୍ୱର,୨୩ା୫: ରାଜଧାନୀ ଭୁବନେଶ୍ୱରରେ ପୁଣି ଥାର୍‌ ଆତଙ୍କ। ଦ୍ରୁତଗତିରେ ଏକ ଥାର୍‌ ଆସି ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ଗ୍ୟାରେଜ ଭିତରକୁ ପଶିଯାଇଥିଲା। ଫଳରେ ଗ୍ୟାରେଜ…

ମେ ୩୧ରେ BEd ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୨୩ା୫: ଆସନ୍ତା ୩୧ ତାରିଖରେ ଦୁଇବର୍ଷିଆ ବି.ଏଡ୍‌(BEd)ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ସେହିପରି ବି.ଏଚ୍‌.ଏଡ଼ (ହିନ୍ଦୀ) ଓ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ: ରଣେନ୍ଦ୍ର ପ୍ରତାପଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ…

ଭୁବନେଶ୍ୱର,୨୩।୫(ସୁନିତ୍‌ ମିଶ୍ର): ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ(ରାଜା)ଙ୍କ ଉପରେ ଗତ ଶୁକ୍ରବାର ହୋଇଥିବା ଆକ୍ରମଣକୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…

ଗାଁରେ ମଦ ବିକିବା ପଡିଲା ମହଙ୍ଗା

କୋକସରା,୨୩ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଅବକାରୀ ଥାନା ପକ୍ଷରୁ ଶନିବାର ମହାଜନଗୁଡା ଗ୍ରାମରେ ଚଢ଼ାଉ କରାଯାଇ ଦେଶୀ ଓ ବିଦେଶୀ ମଦ ଜବତ ସହ ୨ ଜଣଙ୍କୁ…

ଗଣ୍ଡ ସମାଜର ସାଙ୍ଗଠନିକ ସଭା

କୋକସରା,୨୩ା୫ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖପ୍ରାମାଲ ଗ୍ରାମର ଆମ୍ବପଡ଼ା ମହାଭାରତ ଆମ୍ବତୋଟାଠାରେ ବ୍ଲକ ଗଣ୍ଡ ସମାଜର ସାଙ୍ଗଠନିକ ସଭା ଶନିବାର ଅନୁଷ୍ଠିତ…

ଅଂଶୁଘାତ ନେଲା ୧୬ ଜୀବନ

ହାଇଦ୍ରାବାଦ,୨୩ା୫: ତେଲଙ୍ଗାନାରେ ପ୍ରବଳ ଗ୍ରୀଷ୍ମଲହରି ଜାରି ରହିଥିବାବେଳେ ଅଂଶୁଘାତରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ରାଜସ୍ବ ମନ୍ତ୍ରୀ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ ଶନିବାର ପ୍ରକାଶ କରିଛନ୍ତି।…

ସମର୍ଥଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ପୋଲିସ

ଭୋପାଳ,୨୩ା୫: ଟ୍ବିଶା ଶର୍ମା ମୃତ୍ୟୁ ମାମଲାରେ ୧୦ ଦିନ ହେଲା ଫେରାର ଥିବା ସ୍ବାମୀ ସମର୍ଥ ସିଂଙ୍କୁ ପୋଲିସ ଶୁକ୍ରବାର ଜବଲପୁରରୁ ଗିରଫ କରିବା ପରେ ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri