ଟ୍ରେଣ୍ଡି ରେନ୍‌କୋଟ୍‌

ବର୍ଷାଦିନେ ଛତା ଓ ରେନ୍‌କୋଟ୍‌ର ଚାହିଦା ଖୁବ୍‌ ବଢ଼ିଯାଏ। ଆଉ ସେହି ଚାହିଦାକୁ ଦେଖି ଦିନକୁ ଦିନ ନୂଆ ନୂଆ ଡିଜାଇନ୍‌ର ଛତା ଓ ରେନ୍‌କୋଟ୍‌ ବି ମାର୍କେଟ୍‌କୁ ଆସିଥାଏ। ଏଠାରେ ସେମିତି କିଛି ଟ୍ରେଣ୍ଡି ରେନ୍‌କୋଟ୍‌ ସମ୍ପର୍କରେ ଉଲ୍ଲେଖ କରାଗଲା, ଯାହା ବର୍ଷାରୁ ରକ୍ଷା କରିବା ସହ ଷ୍ଟାଇଲିଶ୍‌ ଲାଗିଥାଏ…..

ପୋଲ୍‌କା ଡଟ୍‌ ରେନ୍‌କୋଟ୍‌: ଅଲ୍‌ ଟାଇମ ଫ୍ୟାଶନେବଲ୍‌ ଲୁକ୍‌ ଦେଇଥାଏ ପୋଲ୍‌କା ଡଟ୍‌ ଆଉଟ୍‌ଫିଟ୍‌। ଏବେ ପୋଲ୍‌କା ଡଟ୍‌ ରେନ୍‌କୋଟ୍‌ ବି ମାର୍କେଟରେ ମିଳିଲାଣି, ଯାହା ଷ୍ଟାଇଲିଶ୍‌ ଲାଗିବା ସହ ବିଭିନ୍ନ ଲେଙ୍ଗ୍‌ଥରେ ବି ଆସୁଛି।

ଟ୍ରାନ୍ସପରେଣ୍ଟ ଓ୍ବାଟରପ୍ରୁଫ୍‌ ରେନ୍‌କୋଟ୍‌: ଏହି ରେନ୍‌କୋଟ୍‌ ଟ୍ରାନ୍ସପରେଣ୍ଟ ହୋଇଥିବାରୁ ପୋଷାକ ଉପରେ ଏହାକୁ ପିନ୍ଧିଲେ ବି ଅନ୍ୟମାନେ ଆପଣଙ୍କ ପୋଷାକକୁ ସହଜରେ ଦେଖିପାରିଥାନ୍ତି। ତେଣୁ ଏହା ଦ୍ୱାରା ଦୁଇଟି ସୁବିଧା ହୁଏ। ଗୋଟିଏରେ ବର୍ଷାରୁ ରକ୍ଷା ପାଇହୁଏ, ଦ୍ୱିତୀୟରେ ଆପଣଙ୍କର ଷ୍ଟାଇଲିଶ୍‌ ଆଉଟ୍‌ଫିଟ୍‌କୁ ଅନ୍ୟମାନଙ୍କ ଆଗରେ ଶୋ’ ଅଫ୍‌ ବି କରିହୁଏ। ଏହି ରେନ୍‌କୋଟ୍‌ ଉଭୟ ନି ଲେଙ୍ଗ୍‌ଥ ଆଉ ଲଙ୍ଗ୍‌ ଲେଙ୍ଗ୍‌ଥରେ ମିଳିଥାଏ।

ଫ୍ରକ୍‌ ଷ୍ଟାଇଲ ରେନ୍‌କୋଟ୍‌: ଫ୍ରକ୍‌ ଷ୍ଟାଇଲ୍‌ର ଦେଖାଯାଉଥିବା ଏହି ରେନ୍‌କୋଟ୍‌ ମହିଳାମାନଙ୍କୁ ମଡର୍ନ ଲୁକ୍‌ ଦେଇଥାଏ। ବର୍ଷାଦିନେ ଫ୍ୟାଶନ୍‌ ସହ ସାଲିସ୍‌ କରିବାକୁ ଚାହୁଁ ନ ଥିବା ଷ୍ଟାଇଲିଶ୍‌ ମହିଳାମାନଙ୍କ ପାଇଁ ଏହା ଏକ ଭଲ ଅପ୍ସନ। ଖାସ୍‌ କରି ନି ଲେଙ୍ଗ୍‌ଥରେ ଆସୁଥିବା ଏହି ରେନ୍‌କୋଟ୍‌ ନି ଲେଙ୍ଗ୍‌ଥ ଆଉଟ୍‌ଫିଟ୍‌ ସହ ହିଁ ଭଲ ମାନିଥାଏ। ତା’ଛଡ଼ା ଘେରବାଲା ତଥା ଫ୍ଲୋରାଲ ଡିଜାଇନ୍‌ର ଫ୍ରକ୍‌ ଷ୍ଟାଇଲ୍‌ ରେନ୍‌କୋଟ୍‌ ଅଧିକ ସୁନ୍ଦର ଦେଖାଯାଇଥାଏ।

ସ୍କର୍ଟ-ଟପ୍ସ ଷ୍ଟାଇଲ୍‌ ରେନ୍‌କୋଟ୍‌: ଏହି ରେନ୍‌କୋଟ୍‌ ପିନ୍ଧିଲେ କେହି ବି ଦ୍ୱନ୍ଦ୍ୱରେ ପଡିଯିବେ ଯେ, ଆପଣ ରେନ୍‌କୋଟ୍‌ ପିନ୍ଧିଛନ୍ତି ନା କୌଣସି ସ୍କର୍ଟ ଟପ୍ସ। ଅବିକଳ ସ୍କର୍ଟ ଓ ଟପ୍ସ ଷ୍ଟାଇଲ୍‌ରେ ଆସୁଥିବା ଏହି ରେନ୍‌କୋଟ୍‌ ପିନ୍ଧିଲେ ବର୍ଷାଦିନେ ବେଶ୍‌ କମ୍ଫର୍ଟେବଲ୍‌ ବି ଲାଗିଥାଏ। ତା’ଛଡ଼ା ଏହା ଲଙ୍ଗ୍‌ ଲେଙ୍ଗ୍‌ଥରେ ଆସୁଥିବାରୁ ଓଦା ହେବାର ସମ୍ଭାବନା ବି ଖୁବ୍‌ କମ୍‌ ଥାଏ।

ଲେସ୍‌ ରେନ୍‌କୋଟ୍‌: ଏହା ବି ଏକ ଷ୍ଟାଇଲିଶ୍‌ ରେନ୍‌କୋଟ୍‌। ଏହି ରେନ୍‌କୋଟ୍‌ର ଭିତର ପାର୍ଶ୍ୱରେ ଯେକୌଣସି ଟ୍ରାନ୍ସପରେଣ୍ଟ କଲର୍‌ର ଏକ ଓ୍ବାଟର୍‌ପ୍ରୁଫ୍‌ କପଡ଼ା ଥାଏ ଏବଂ ବାହାର ପାର୍ଶ୍ୱରେ ସେହି କଲର୍‌ର ଲେସ୍‌ କାମ ହୋଇଥିବା କପଡ଼ା ଲାଗିଥାଏ। ଫଳରେ ଏହା ବର୍ଷାରୁ ରକ୍ଷା କରିବା ସହ ଆକର୍ଷଣୀୟ ଲୁକ୍‌ ଦେଇଥାଏ। ବିଭିନ୍ନ ଲେଙ୍ଗ୍‌ଥ୍‌ରେ ବି ଏହା ମାର୍କେଟରେ ଉପଲବ୍ଧ ହୋଇଥାଏ।

ଓ୍ବେଷ୍ଟ ଲେଙ୍ଗ୍‌ଥ ରେନ୍‌କୋଟ୍‌: ଅଣ୍ଟା ପର୍ଯ୍ୟନ୍ତ ଲମ୍ବା ରହୁଥିବାରୁ ଏହାକୁ ପିନ୍ଧି ବର୍ଷାରେ ଗଲାବେଳେ ଆପଣଙ୍କ ପୋଷାକ ଅଣ୍ଟା ପର୍ଯ୍ୟନ୍ତ ଓଦା ହେବନାହିିଁ, କିନ୍ତୁ ଅଣ୍ଟାଠାରୁ ପାଦ ପର୍ଯ୍ୟନ୍ତ ଆପଣ ଓଦା ହୋଇଯିବେ। କେବଳ ଷ୍ଟାଇଲିଶ୍‌ ଲୁକ୍‌ ପାଇଁ ଏହାକୁ ଯୁବପିଢ଼ି ପସନ୍ଦ କରୁଛନ୍ତି। ଯେଉଁମାନେ ସଟ୍ସ ପିନ୍ଧୁଛନ୍ତି, ସେମାନେ ଚାହିଁଲେ ଏହାକୁ ପିନ୍ଧି ପାରିବେ।

ସାଇକେଲ ରେନ୍‌କୋଟ୍‌: ଏହି ରେନ୍‌କୋଟ୍‌ର ଡିଜାଇନ୍‌ ଏମିତି ହୋଇଛି, ଯାହାକୁ ପିନ୍ଧି ବର୍ଷାଦିନେ ସୁବିଧାରେ ସାଇକେଲ ବି ଚଳେଇହେବ। ଏହାକୁ ପିନ୍ଧି ସାଇକେଲ ଉପରେ ବସିଲେ ଏହା ଆପଣଙ୍କ ଶରୀରକୁ ଘୋଡାଇବା ସହ ସାଇକେଲର ସିଟ୍‌, କ୍ୟାରିଅର ଏବଂ ହ୍ୟାଣ୍ଡେଲ୍‌କୁ ମଧ୍ୟ ଘୋଡ଼ାଇ ଦେବ। ଯଦ୍ଦ୍ବାରା ବର୍ଷାରେ ଓଦା ନ ହୋଇ ସୁବିଧାରେ ସାଇକେଲର ପେଡାଲ ମାରି ଆଉ ହ୍ୟାଣ୍ଡେଲ୍‌କୁ କଣ୍ଟ୍ରୋଲ କରି ସାଇକେଲ ଚଳେଇହେବ।

ମୋଟରସାଇକେଲ ରେନ୍‌କୋଟ୍‌: ସାଇକେଲ ରେନ୍‌କୋଟ୍‌ ପରି ମୋଟରସାଇକେଲ ରେନ୍‌କୋଟ୍‌ ବି ମାର୍କେଟରେ ମିଳିଲାଣି। ଏହି ରେନ୍‌କୋଟ୍‌ ଚାଳକଙ୍କୁ ବର୍ଷାରୁ ରକ୍ଷା କରିବା ସହ ମୋଟରସାଇକେଲକୁ ମଧ୍ୟ ଘୋଡ଼େଇ ରଖିଥାଏ। ତା’ଛଡ଼ା ଚାଳକଙ୍କ ପଛରେ ବି ଯଦି ଆଉ ଜଣେ ବସି ଯିବାକୁ ଚାହିଁବେ, ତା’ହେଲେ ତାଙ୍କ ପାଇଁ ବି ଏଥିରେ ସ୍ବତନ୍ତ୍ର କ୍ୟାପ୍‌ ସିଷ୍ଟମ୍‌ ରହିଛି। ଏହା ଏକ ଲାଟେଷ୍ଟ ଷ୍ଟାଇଲ୍‌ ରେନ୍‌କୋଟ୍‌, ଯାହାକୁ ପିନ୍ଧି ବର୍ଷାଦିନେ ବିନା ଓଦାରେ ମୋଟରସାଇକେଲ ଚଳେଇ ହେଉଥିବାରୁ ଏହାର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

Shukra Gochar: ୪ ରାଶିଙ୍କ ଅଯଥା ହେବ ଧନ ହାନୀ! ହଠାତ୍ ଚାକିରିରୁ ହେବେ ବିଦା..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆଜି, ଶୁକ୍ର ଗ୍ରହ ଉତ୍ତରାଫାଲଗୁନି ନକ୍ଷତ୍ରରେ ପ୍ରବେଶ କରିଛନ୍ତି। ସକାଳ ୪:୫୬ ସମୟରେ ହୋଇଥିବା ଶୁକ୍ରଙ୍କ ଏହି ଗୋଚର ଶୁଭ, କିନ୍ତୁ ଏପରି…

ଜୁଲାଇ ୨୯ରୁ ବଦଳିଯିବ ଏହି ୫ ରାଶିଙ୍କ ଭାଗ୍ୟ: ହେବ ଧନ ବର୍ଷା, ବ୍ୟାପାର-କ୍ୟାରିୟରରେ…

ଜୁଲାଇ ୨୯ରେ ଧନ, ସୁଖ ଏବଂ ବୈଭବର କାରକ ଗ୍ରହ ଶୁକ୍ର ଏବଂ ସାହସ, ଶକ୍ତି ତଥା କର୍ମର କାରକ ଗ୍ରହ ମଙ୍ଗଳ ପରସ୍ପରଠାରୁ ୯୦ ଡିଗ୍ରୀ…

କାଲିଠୁ ଶ୍ରାବଣ ଆରମ୍ଭ: ପ୍ରଥମ ଦିନରେ କରନ୍ତୁ ଏହି ୩ ସହଜ କାମ, ମହାଦେବଙ୍କ କୃପାରୁ ଚମକିବ ଭାଗ୍ୟ!

ହିନ୍ଦୁ ଧର୍ମରେ ଶ୍ରାବଣ ମାସକୁ ଦେବଦେବ ମହାଦେବଙ୍କ ଆରାଧନା ପାଇଁ ସବୁଠାରୁ ପବିତ୍ର ଓ ଗୁରୁତ୍ୱପୂର୍ଣ୍ଣ ମାସ ଭାବେ ବିବେଚନା କରାଯାଏ। ଚଳିତ ବର୍ଷ ଜୁଲାଇ ୩୦…

ବର୍ଷର ଶେଷ ଚନ୍ଦ୍ରଗ୍ରହଣ! ପ୍ରବଳ ଇନକମ କରିବେ ୪ ରାଶି, ଅଜଣା ଲୋକ ସାଜିବେ ଦେବଦୂତ!

ମାସ ମାନଙ୍କ ମଧ୍ୟରେ ଶ୍ରାବଣ ମାସ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ମାସ। ଏହି ପବିତ୍ର ମାସ ଆହୁରି ଗୁରୁତ୍ୱପୂର୍ଣ୍ଣ କାରଣ ଅଗଷ୍ଟ ୨୮ରେ ଆଶିଂକ ଚନ୍ଦ୍ରଗ୍ରହଣ ଲାଗିବାକୁ…

ଚିକେନ୍‌ ଖାଉଛନ୍ତି କି? ଜାଣିନିଅନ୍ତୁ…ଏହି ବିପଜ୍ଜନକ ବ୍ୟାକ୍ଟେରିଆକୁ ନେଇ ସାବଧାନ କଲେ ବୈଜ୍ଞାନିକ

ନୂଆଦିଲ୍ଲୀ, ୨୯।୭: ଚିକେନ୍‌ ହେଉଛି ପ୍ରୋଟିନର ଏକ ଉତ୍ତମ ଉତ୍ସ ଏବଂ ବିଶ୍ୱର ଏକ ବଡ଼ ଜନସଂଖ୍ୟା ଏହାକୁ ପ୍ରଚୁର ପରିମାଣରେ ଖାଇଥାନ୍ତି। କିନ୍ତୁ ନିକଟରେ ବୈଜ୍ଞାନିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri