ଟ୍ରିବ୍ୟୁନାଲ ତୁରନ୍ତ କାର୍ଯ୍ୟକ୍ଷମ କର

କଟକ ଅଫିସ,୭।୭: ଗଠନର ପ୍ରାୟ ଦେଢ଼ ବର୍ଷ ପରେ ମଧ୍ୟ ଅକାମୀ ହୋଇ ପଡ଼ିଛି ଓଡ଼ିଶା ରିୟଲ ଇଷ୍ଟେଟ୍‌ ଆପିଲେଟ୍‌ ଟ୍ରିବ୍ୟୁନାଲ୍‌ (ଓଆର୍‌ଇଏଟି)। ଏଯାବତ୍‌ ଗୃହ ଏବଂ ଜମିର କ୍ରେତା ଓ ବିକ୍ରେତାଙ୍କ ଗୋଟିଏ ବି ଅଭିଯୋଗର ଶୁଣାଣି କି ଫଇସଲା ହୋଇନାହିଁ। ଏନେଇ ଓଡ଼ିଶା ହାଇକୋର୍ଟ ଗଭୀର ଉଦ୍‌ବେଗ ପ୍ରକାଶ କରିବା ସହ ଟ୍ରିବ୍ୟୁନାଲ ତୁରନ୍ତ କାର୍ଯ୍ୟକ୍ଷମ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସରକାର କାର୍ଯ୍ୟକାରୀ କରିବାରେ ବିଫଳ ହେଲେ ଏହାକୁ କୋର୍ଟର ଅବମାନନା ଭାବେ ନେଇ ହାଇକୋର୍ଟ ନିଜଆଡୁ ମାମଲା ରୁଜୁ କରିବାକୁ ଚେତାବନୀ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଓଆର୍‌ଇଏଟି ଅକାମୀ ପଡ଼ିଥିବା ଯୋଗୁ ସେମାନଙ୍କ ଅଭିଯୋଗର ବିଚାର ହେଉ ନ ଥିବା ଦର୍ଶାଇ ଗୃହ କ୍ରେତା ବିମଳେନ୍ଦୁ ପ୍ରଧାନ ଏବଂ ଦୁଇଟି ବିଲଡର୍‌ ସଂସ୍ଥା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ବିଚାରପତି ଜଷ୍ଟିସ୍‌ ବିଦ୍ୟୁତ୍‌ ରଞ୍ଜନ ଷଡ଼ଙ୍ଗୀ ଏହି ୩ଟି ମାମଲାର ଏକସଙ୍ଗେ ଶୁଣାଣିକରି ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି।
ସରକାରୀ ଆଇନଜୀବୀ ପି.କେ. ମୁଦୁଲି କହିଥିଲେ ଯେ, ଆର୍ଥିକ ସ୍ବାଧୀନତା ମିଳି ନ ଥିବା ଓ ଆବଶ୍ୟକ ନିଯୁକ୍ତି ହୋଇ ନ ଥିବା ଯୋଗୁ ଟ୍ରିବ୍ୟୁନାଲ୍‌ ଠିକ୍‌ରେ କାର୍ଯ୍ୟକ୍ଷମ ହୋଇପାରୁ ନାହିଁ। ରାଜ୍ୟ ସରକାର ଏନେଇ ବିଚାର କରିବା ସହ ଟ୍ରିବ୍ୟୁନାଲ୍‌କୁ କାର୍ଯ୍ୟକ୍ଷମ କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେଉଛନ୍ତି। କିନ୍ତୁ କରୋନା ଯୋଗୁ ବିଳମ୍ବ ହେଉଛି ବୋଲି ଯୁକ୍ତି ଦର୍ଶାଇ ମହଲତ ଦେବା ପାଇଁ ସେ ନିବେଦନ କରିଥିଲେ। ଆବେଦନକାରୀ ଓ ସରକାରଙ୍କ ପକ୍ଷ ଶୁଣିବା ପରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ଯେ, ଟ୍ରିବ୍ୟୁନାଲ୍‌ର କାର୍ଯ୍ୟକ୍ଷମ ପାଇଁ ସରକାର ଏକ ସ୍ବତନ୍ତ୍ର ବଜେଟ୍‌ ପ୍ରସ୍ତୁତ କରିବେ। ଏହାର ପରିଚାଳନା ପାଇଁ ରିୟଲ୍‌ ଇଷ୍ଟେଟ୍‌ ରେଗୁଲେଟୋରୀ ଫଣ୍ଡରୁ ପାଣ୍ଠି ଯୋଗାଇ ଦେବା ସହ ଆର୍ଥତ୍କ ସ୍ବାଧୀନତା ଦିଆଯାଉ। ଓଡ଼ିଶା ପ୍ରାଶାସନିକ ଟ୍ରିବ୍ୟୁନାଲ୍‌ର ଯେଉଁ ୧୯ ଜଣ କର୍ମଚାରୀ ନିଯୁକ୍ତି ପାଇଛନ୍ତି, ସେମାନଙ୍କ ଦରମା ଓ ଅନ୍ୟ ସୁବିଧା ନେଇ ନିଷ୍ପତ୍ତି ହେଉ। ନୂତନ ସ୍ଥାୟୀ ନିଯୁକ୍ତି ନେଇ ସରକାରଙ୍କ ଉଚ୍ଚସ୍ତରୀୟ କମିଟିରେ ହୋଇଥିବା ନିଷ୍ପତ୍ତି କାର୍ଯ୍ୟକ୍ଷମ କରାଯାଉ। ସ୍ଥାୟୀ କାର୍ଯ୍ୟାଳୟ ନିର୍ମାଣ ପର୍ଯ୍ୟନ୍ତ ଅସ୍ଥାୟୀ କାର୍ଯ୍ୟାଳୟକୁ ପ୍ରସ୍ତୁତ କରାଯିବ। ସ୍ଥାୟୀ କାର୍ଯ୍ୟାଳୟର ନିର୍ମାଣ ଶୀଘ୍ର ସାରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଗତ ୧ ତାରିଖରେ ମାମଲାର ଶୁଣାଣି ହୋଇଥିବା ବେଳେ ଏହାର ୧୫ ଦିନ ମଧ୍ୟରେ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ରହିଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ମୋହିତ ଅଗ୍ରୱାଲ, ଦେବାଶିଷ ନନ୍ଦ ଓ ଏସ୍‌. ମହାପାତ୍ର ମାମଲାର ପରିଚାଳନା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ର ତଟକୁ ସ୍ବଚ୍ଛ ରଖିବା ପାଇଁ ପ୍ରୟାସ, ବରୁଣ ଦେବତାଙ୍କୁ ବନ୍ଦାପନା କରି…

ମହାକାଳପଡ଼ା,୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୁରାଣରେ ବର୍ଣ୍ଣିତ ସମୁଦ୍ରକୂ ବରୁଣ ଦେବତା ରୂପେ ପୂଜା କରାଯାଏ। ଶନିବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଶାସନ…

ଡିଜେ ସାଉଣ୍ଡରେ ଅସ୍ତବ୍ୟସ୍ତ ଜନଜୀବନ:ରୋଗୀଙ୍କ ଚିକିତ୍ସାରେ ବାଧା

ବାଲିଗୁଡ଼ା, ୧୯/୯ (ସଞ୍ଜୟ କୁମାର ପାଣିଗ୍ରାହୀ): ପୂଜା, ପର୍ବପର୍ବାଣି ଓ ବିଭିନ୍ନ ଉତ୍ସବ ଅବସରରେ ଡିଜେ ସାଉଣ୍ଡର ଅତ୍ୟଧିକ ବ୍ୟବହାର ଏବେ ସାଧାରଣ ଲୋକଙ୍କ ପାଇଁ ଅସୁବିଧାର…

ବଟେଶ୍ୱର ବେଳାଭୂମିରେ ‘ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର

ଗଞ୍ଜାମ, ୧୯/୯ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ଅନ୍ତର୍ଗତ କଣ୍ଟିଆଗଡ଼ସ୍ଥିତ ବଟେଶ୍ୱର ବେଳାଭୂମିଠାରେ ଶନିବାର ‘ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।…

ଗାଈକୁ ବଞ୍ଚାଇବାକୁ ଯାଇ ଓଲଟିଲା ଟୁରିଷ୍ଟ ବସ୍: ୧୫ରୁ ଊର୍ଦ୍ଦ୍ବ ଗୁରୁତର

ନୀଳଗିରି, ୧୯।୯, (ପ୍ରଶାନ୍ତ କୁମାର ବିଶ୍ବାଳ): ଶେରଗଡ଼ ନୀଳଗିରି ଦେଇ ମୟୁରଭଞ୍ଜକୁ ସଂଯୋଗ କରୁଥିବା ୧୯ନଂ ରାଜ୍ୟ ରାଜପଥର ଗୁହିରା ଏବଂ ଛତ୍ରପୁର ମଝି ରାସ୍ତା ଭୁଡୁରୁବଣି…

ଦୁଇ ମୋଟରସାଇକେଲ ମୁହାଁମୁହିଁ, ଶିକ୍ଷକ ଗୁରୁତର ହୋଇ…

ପଟ୍ଟାଙ୍ଗି,୧୯ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ପଡାଲଗୁଡ଼ା ଛକ ନିକଟରେ ଦୁଇ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ବିଦ୍ୟାଳୟକୁ ଯାଉଥିବା ଶିକ୍ଷକ…

ଘରେ ଶୋଇଥିଲେ ମହିଳା, ଚୋଟ ମାରିଲା ସାପ, ଆଉ ତା’ ପରେ…

ପୁରୁଷୋତ୍ତମପୁର,୧୯ା୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ କେଏନପୁର ଗ୍ରାମରେ ଶନିବାର ସାପ କାମୁଡ଼ି ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ସେ ହେଲେ ଭାସି ବେହେରା…

‘ସଚେତନତା ବଢ଼ିଲେ ରୋକି ହେବ ଏଡ୍‌ସ ମହାମାରୀ’

ଭଞ୍ଜନଗର,୧୯ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଶନିବାର ଏଡ୍‌ସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌)…

ପ୍ରେମୀଯୁଗଳଙ୍କୁ ଗଛରେ ବାନ୍ଧି ମାଡ଼: ଲୁଚିକି ମହିଳାଙ୍କ ଘରକୁ ଆସିଥିବାବେଳେ ଘଟିଲା…

ବାରିପଦା/ ଝାରପୋଖରିଆ,୧୯ା୯ (ନୀଳାଦ୍ରି ବିହାରୀ ଦଣ୍ଡପାଟ/ସୁଧୀର କୁମାର ମହାନ୍ତ):ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅଞ୍ଚଳରେ ପ୍ରେମ ସମ୍ପର୍କରୁ ନେଇ ଏକ ଅଶୋଭନୀୟ ଘଟଣା ଘଟିଛି। ଜଣେ ବିବାହିତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?