ଟ୍ରାଫିକ ଉଲ୍ଲଂଘନକାରୀ ଗାଡ଼ି ଚାଳକ ସାବଧାନ: କେଉଁ ନିୟମ ଉଲ୍ଲଂଘନ କଲେ କେତେ ଜରିମାନା ଜାଣନ୍ତୁ….

ଭୁବନେଶ୍ୱର, ୧ା୯(ବ୍ୟୁରୋ): ଗାଡ଼ି ଚାଳକମାନେ ସାବଧାନ। ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ଆଉ ବରଦାସ୍ତ କରାଯିବ ନାହିଁ। ରବିବାରଠାରୁ ସାରା ଦେଶରେ ଲାଗୁ ହେଉଛି ସରକାରଙ୍କ ନୂଆ ମୋଟର ଯାନ ଆଇନ। ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କଲେ ଦେବାକୁ ହେବ ୧୦ ଗୁଣା ପର୍ଯ୍ୟନ୍ତ ଅଧିକ ଜରିମାନା। ଏହାପୂର୍ବରୁ ଶନିବାର ରାତିରେ ଟ୍ରାଫିକ ପୋଲିସ ପକ୍ଷରୁ ରାଜଧାନୀର ବିଭିନ୍ନ ସ୍ଥାନରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସଚେତନ କରାଯାଇଛି। କେଉଁ ଆଇନ ଉଲ୍ଲଂଘନ କଲେ କେତେ ଜରିମାନା ଦେବାକୁ ହେବ ସେ ସଂକ୍ରାନ୍ତରେ ବ୍ୟାନର ଲଗାଯାଇଥିବା ଟ୍ରାଫିକ ଏସିପି କେ.କେ. ପାଣିଗ୍ରାହୀ ସୂଚନା ଦେଇଛନ୍ତି। ରବିବାର ନୂଆ ଆଇନ ଲାଗୁ ସହ କମିଶନରେଟ ପୋଲିସ ପକ୍ଷରୁ ଯାଞ୍ଚ କଡାକଡି ହେବ। ବିଶେଷକରି ଏଜି ଛକ, ଆଚାର୍ଯ୍ୟବିହାର, ଜୟଦେବ ବିହାର, ରାମମନ୍ଦିର ଛକ, ରାଜମହଲ ଓଭରବ୍ରିଜ୍‌ ତଳ, ପଟିଆ ଛକ, ଡମଣା ଛକ ଏବଂ ନୟାପଲ୍ଲୀ ଛକ ଆଦି ସହରର ବହୁ ସ୍ଥାନରେ ଯାଞ୍ଚ କରାଯିବ। ଜରିମାନା ନ ଦେଲେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିଭଳି ଆର୍‌ଟିଓ ପକ୍ଷରୁ ମଧ୍ୟ ଜାତୀୟ ରାଜପଥରେ ଯାଞ୍ଚ କରାଯିବ। ଏଥିପାଇଁ ଇ-ଚାଲାଣ ମେଶିନ ସହ ଆବଶ୍ୟକ ବ୍ୟବସ୍ଥା ସହିତ ପ୍ରସ୍ତୁତ ରହିବାକୁ ଅଧିକାରୀ ଓ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପକ୍ଷରେ ନୂଆ ଆଇନକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଆବଶ୍ୟକ ସଚେତନ କରା ନ ଯାଇ ନିୟମ କଡାକଡି କରାଗଲେ ଲୋକେ ହଇରାଣ ହେବେ। ବହୁ ସହରବାସୀ ଏନେଇ ଜାଣିନାହାନ୍ତି ବୋଲି ସାମାଜିକ କର୍ମୀ ରଞ୍ଜନ ବେହେରା କହିଛନ୍ତି।

କେଉଁ ନିୟମ ଉଲ୍ଲଂଘନ କଲେ କେତେ ଜରିମାନା..

ଅଧିକ ବେଗରେ ଗାଡି ଚଳାଇଲେ ୧ ହଜାରରୁ ୪ହଜାର ଟଙ୍କା ଜରିମାନା ଦେବାକୁ ପଡିବ। ବିନା ବୀମାରେ ଗାଡି ଚଳାଇଲେ ୨ହଜାରରୁ ୪ ହଜାର ବା ଜେଲ୍‌ ଦଣ୍ଡ। ହେଲମେଟ ନ ପିନ୍ଧିଲେ ୧ ହଜାର ଜରିମାନା ସହ ୩ମାସ ପାଇଁ ଲାଇସେନ୍ସ ରଦ୍ଦ। ଗାଡି ଚାଳକ ନାବାଳକ/ନାବାଳିକା ହୋଇଥିଲେ ୨୫ ହଜାର ଜରିମାନା ଓ ୩ବର୍ଷ ପର୍ଯ୍ୟନ୍ତ ଜେଲ। ଟ୍ରାଫିକ ପୋଲିସ ନିର୍ଦ୍ଦେଶ ନ ମାନିଲେ ୨ ହଜାର ଟଙ୍କା, ବିନା ଲାଇସେନ୍ସରେ ଗାଡି ଚଳାଇଲେ ୫ ହଜାର ଟଙ୍କା, ଲାଇସେନ୍ସ ପରୀକ୍ଷା ବିଫଳ ହୋଇ ମଧ୍ୟ ଗାଡି ଚଳାଇଲେ ୧୦ ହଜାର ଟଙ୍କା ଜରିମାନା ଦେବାକୁ ପଡିବ। ବିପଦପୂର୍ଣ୍ଣ ଗାଡି ଚାଳନା ପାଇଁ ୫ ହଜାର, ମଦ ପିଇ ଗାଡି ଚଳାଇଲେ ୧୦ ହଜାର, ଓଭରଲୋଡିଂ ପାଇଁ ୨୦ ହଜାର ଟଙ୍କା ଦେବାକୁ ପଡିବ। ନୂଆ ଆଇନରେ ଥିବା ବ୍ୟବସ୍ଥା ଅନୁସାରେ. ଆମ୍ବୁଲାନ୍ସ ପରି ଜରୁରିକାଳୀନ ସେବା ଯୋଗାଉଥିବା ଯାନକୁ ବାଟ ନ ଛାଡିଲେ ମଧ୍ୟ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବା ସହ ଜେଲ ଯିବାକୁ ପଡିପାରେ କିମ୍ବା ଉଭୟ ଜେଲ ଦଣ୍ଡ ସହ ଜରିମାନା ଦେବାକୁ ପଡିପାରେ। କାର ବା ଅନ୍ୟ ଗାଡି ଚାଳନାବେଳେ ସିଟ୍‌ ବେଲ୍‌ଟ ନ ଭିଡିଲେ ୧ ହଜାର ଟଙ୍କା ଦେବାକୁ ପଡିବ ବୋଲି ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri