ଟ୍ରାଫିକ୍‌ ସମସ୍ୟା ବିପର୍ଯ୍ୟସ୍ତ

କେନ୍ଦୁଝର,୨୧ା୪(ସ୍ବ.ପ୍ର.): ଉପଯୁକ୍ତ ପରିଚାଳନା ଅଭାବରୁ କେନ୍ଦୁଝର ସହରରେ ଟ୍ରାଫିକ୍‌ ସମସ୍ୟା ବିପର୍ଯ୍ୟସ୍ତ ହୋଇପଡିଛି। ମାଧପୁର ଓ ଶିରିପୁର ରାସ୍ତାରେ ଶନିବାର ଦୀର୍ଘ ଘଣ୍ଟା ଧରି ରାସ୍ତା ଜାମ ଯୋଗୁ ଯାତାୟାତ ବ୍ୟାହତ ହୋଇଥିଲା। ରାସ୍ତା ନିର୍ମାଣ କାମ ଚାଲିଥିବା ବେଳେ ଦିନ ବେଳା ଲୁହାପଥର ବୋଝେଇ ଟ୍ରକ୍‌ ଚଳାଚଳ କରୁଥିବାରୁ ରାସ୍ତା ଜାମ ହେଉଛି। ରାସ୍ତାକଡରେ ବାଲି ଜମା ହେଉଛି। ବସ୍‌ ଓ ଅନ୍ୟ ଗାଡି ପାର୍କିଂ ହେଉଥିବାରୁ ରାସ୍ତା ସଙ୍କୁଚିତ ହୋଇପଡୁଛି। ଅବସ୍ଥା ସୁଧାରିବା ପାଇଁ ଟ୍ରାଫିକ୍‌ ପୋଲିସ ପକ୍ଷରୁ  କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ।  ୪୯ ନମ୍ବର ଜାତୀୟ ରାଜପଥର ବାଇପାସ ରାସ୍ତା ନିର୍ମାଣ ଶିରିପୁର ନିକଟରେ ଚାଲିଥିଲେ ହେଁ ଟ୍ରାଫିକ୍‌ ବ୍ୟବସ୍ଥା ନିୟନ୍ତ୍ରଣ କରାଯାଉ ନ ଥିବାରୁ ଏଭଳି ସମସ୍ୟା ଦେଖାଦେଉଛି । ଗାନ୍ଧୀ ଛକରେ ଡ୍ରେନ ଭାଙ୍ଗି ଆବର୍ଜନା ପାଣି ରାସ୍ତାରେ ଗଡୁଛି। ରାସ୍ତା ମଝିରେ ଖାଲ ହୋଇଯାଇଥିବାରୁ ଦୁର୍ଘଟଣା ଘଟୁଛି। ଏହାକୁ ନେଇ ପ୍ରଶାସନ, ଏନ୍‌ଏଚ କର୍ତ୍ତୃପକ୍ଷ ତଥା ପୂର୍ତ୍ତ ବିଭାଗ ଚୁପ ବସିଥିବାରୁ ଅସନ୍ତୋଷ ବଢିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଇରାକୁ ବ୍ୟାପିଲା ଝାଡାବାନ୍ତି, ୫ ଆକ୍ରାନ୍ତ

ଖଇରା,୨୦।୫(ଉତ୍କଳବନ୍ଧୁ ପଣ୍ଡା):ବାଲେଶ୍ବର ଜିଲାର ବାଲେଶ୍ବର ସୋର ପରେ ଏବେ ଖଇରା ଅଞ୍ଚଳକୁ କାୟା ବିସ୍ତାର କରିଛି। ଶୁକ୍ରବାର ସକାଳେ ଆଦିବାସୀ ଅଧ୍ୟୁଷିତ କୁପାରୀ ,ରଟିଣା ଏବଂ...

ସୁବର୍ଣ୍ଣରେଖାରେ ବଢୁଛି ଜଳସ୍ତର: ଭୟଭୀତ ନଦୀକୂଳିଆବାସୀ

ଭୋଗରାଇ,୨୦l୬(ପ୍ରଦୀପ ଦାସ): ସୁବର୍ଣ୍ଣରେଖା ଉପରମୁଣ୍ଡାରେ ବର୍ଷା ଲାଗିରହିବାରୁ ସୁବର୍ଣ୍ଣରେଖାରେ ଚଳିତ ଋତୁରେ ପ୍ରଥମଥର ଜଳସ୍ତର ବୃଦ୍ଧି ପାଉଛି। ଝାଡ଼ଖଣ୍ଡ ଗାଲୁଡ଼ିହି ଜଳାଧାରରୁ ଆସିଥିବା ବର୍ଷାପାଣି ୮ଟି...

ସୀମା ଟପିଲା ପୋଲିସ ବର୍ବରତା: ବିନା ମାମଲାରେ ଯୁବକଙ୍କ ହାତଗୋଡ଼ରେ ବେଡ଼ି, ଥାନାରେ ପହଞ୍ଚିଗଲେ ନାନା…

ଭୋଗରାଇ, ୧୯ା୬(ପ୍ରଦୀପ ଦାସ): ଅଭିଯୁକ୍ତ କିମ୍ବା ଅଭିଯୋଗକାରୀଙ୍କ ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ବ୍ୟବହାର ପ୍ରଦର୍ଶନ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଡ଼ା ତାଗିଦ୍‌ କରିଥିବା...

ଝିଅ ଜନ୍ମହେବାରୁ ମାରିଦେଲେ

ଜଳେଶ୍ୱର,୧୯।୬(ନବୀନ ସାହୁ): ଜଳେଶ୍ୱର ପୌରପାଳିକାର ଉପାଧ୍ୟକ୍ଷା ପୁଷ୍ପପ୍ରିୟା କାମିଳାଙ୍କ ପୁଅ ରିତେଶ କାମିଳା ୨୦୨୨ରେ ନିକଟସ୍ଥ ଚକବିଷ୍ଣୁ ଗ୍ରାମର ଜଳଧର ପ୍ରଧାନଙ୍କ କନ୍ୟା ନମିତା(୨୪)ଙ୍କୁ ଭଲ...

ସମୁଦ୍ର ଜୁଆରରେ ଭାସିଗଲେ ୩ ବଙ୍ଗୀୟ ପର୍ଯ୍ୟଟକ

ଭୋଗରାଇ,୧୮ା୬(ପ୍ରଦୀପ ଦାସ): ବଙ୍ଗୋପସାଗର ଦକ୍ଷିଣ-ପଶ୍ଚିମରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ ଏହା ଉତ୍ତର-ପଶ୍ଚିମ ଦିଗକୁ ମୁହଁଉଥିବାବେଳେ ମୌସମୀ ବାୟୁ ସକ୍ରିୟ ହୋଇ ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତରେ...

ସ୍ତ୍ରୀ-ବଡ଼ ପୁଅକୁ ହାଣିଲେ, ୨ ବର୍ଷର ପୁଅକୁ ଖୁଣ୍ଟରେ ପିଟି ଫେରାର ହୋଇଗଲେ ବ୍ୟକ୍ତି, ମୁମୂର୍ଷୁ ଅବସ୍ଥାରେ କଟକ ସ୍ଥାନାନ୍ତର

ଭୋଗରାଇ,୧୬ା୬(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ କମର୍ଦ୍ଦା ଥାନା ଅଧୀନ ଆରୁହାବୃତ୍ତି ୨ (ଦହମୁଣ୍ଡା ) ଗ୍ରାମର ରବିବାର ବିଳମ୍ବିତ ରାତିରେ ଏକ ବୀଭତ୍ସ...

ଘରେ କେହି ନ ଥିବାବେଳେ ଲୁଟୁଥିଲେ ଲୁଟେରା, ହଠାତ୍‌ ଗୃହକର୍ତ୍ତା ପହଞ୍ଚିଯିବାରୁ…

ଜଳେଶ୍ୱର,୧୨ା୬(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ଅଧିନସ୍ଥ ମ୍ୟୁନିସିପାଲିଟିରେ ଘରେ କେହି ନ ଥିବାବେଳେ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି ଲୁଟେରା। ଏହି ସମୟରେ...

ଜୁନିୟର ଖଣି ଅଧିକାରୀଙ୍କୁ ଭ୍ୟାନରୁ ଟାଣି ଗୋଡ଼େଇ ମାରିଲେ

ବାଲେଶର,୧୦।୬(ବାଞ୍ଛାନିଧି ଦେ): ପୁଣି ବାଲି ମାଫିଆଙ୍କ ଆତଙ୍କରାଜ। ବାଲି ମାଫିଆଙ୍କ ଆକ୍ରମଣରେ ଲହୁ ଲୁହାଣ ହେଲେ ଜୁନିୟର ଖଣି ଅଧିକାରୀ । ବେଆଇନ ବାଲି ଚୋରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri