ଟ୍ରାଫିକ୍‌ ସମସ୍ୟା ବିପର୍ଯ୍ୟସ୍ତ

କେନ୍ଦୁଝର,୨୧ା୪(ସ୍ବ.ପ୍ର.): ଉପଯୁକ୍ତ ପରିଚାଳନା ଅଭାବରୁ କେନ୍ଦୁଝର ସହରରେ ଟ୍ରାଫିକ୍‌ ସମସ୍ୟା ବିପର୍ଯ୍ୟସ୍ତ ହୋଇପଡିଛି। ମାଧପୁର ଓ ଶିରିପୁର ରାସ୍ତାରେ ଶନିବାର ଦୀର୍ଘ ଘଣ୍ଟା ଧରି ରାସ୍ତା ଜାମ ଯୋଗୁ ଯାତାୟାତ ବ୍ୟାହତ ହୋଇଥିଲା। ରାସ୍ତା ନିର୍ମାଣ କାମ ଚାଲିଥିବା ବେଳେ ଦିନ ବେଳା ଲୁହାପଥର ବୋଝେଇ ଟ୍ରକ୍‌ ଚଳାଚଳ କରୁଥିବାରୁ ରାସ୍ତା ଜାମ ହେଉଛି। ରାସ୍ତାକଡରେ ବାଲି ଜମା ହେଉଛି। ବସ୍‌ ଓ ଅନ୍ୟ ଗାଡି ପାର୍କିଂ ହେଉଥିବାରୁ ରାସ୍ତା ସଙ୍କୁଚିତ ହୋଇପଡୁଛି। ଅବସ୍ଥା ସୁଧାରିବା ପାଇଁ ଟ୍ରାଫିକ୍‌ ପୋଲିସ ପକ୍ଷରୁ  କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ।  ୪୯ ନମ୍ବର ଜାତୀୟ ରାଜପଥର ବାଇପାସ ରାସ୍ତା ନିର୍ମାଣ ଶିରିପୁର ନିକଟରେ ଚାଲିଥିଲେ ହେଁ ଟ୍ରାଫିକ୍‌ ବ୍ୟବସ୍ଥା ନିୟନ୍ତ୍ରଣ କରାଯାଉ ନ ଥିବାରୁ ଏଭଳି ସମସ୍ୟା ଦେଖାଦେଉଛି । ଗାନ୍ଧୀ ଛକରେ ଡ୍ରେନ ଭାଙ୍ଗି ଆବର୍ଜନା ପାଣି ରାସ୍ତାରେ ଗଡୁଛି। ରାସ୍ତା ମଝିରେ ଖାଲ ହୋଇଯାଇଥିବାରୁ ଦୁର୍ଘଟଣା ଘଟୁଛି। ଏହାକୁ ନେଇ ପ୍ରଶାସନ, ଏନ୍‌ଏଚ କର୍ତ୍ତୃପକ୍ଷ ତଥା ପୂର୍ତ୍ତ ବିଭାଗ ଚୁପ ବସିଥିବାରୁ ଅସନ୍ତୋଷ ବଢିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଔପଦାରେ ଅଭାବନୀୟ କାଣ୍ଡ: ଏକତରଫା ପ୍ରେମରୁ ଶିକ୍ଷୟତ୍ରୀଙ୍କ ସହ ପରିବାର ସଦସ୍ୟଙ୍କୁ ଗୋଡ଼ାଇ ହାଣିଲେ ପ୍ରେମିକ

ଔପଦା, ୧୮।୮(ଧରିତ୍ରୀ ପଣ୍ଡା): ବାଲେଶ୍ୱର ଜିଲା ଔପଦା ଥାନା ଅଞ୍ଚଳରେ ଏକ ଅଭାବନୀୟ ଏବଂ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ଜଣେ ଶିକ୍ଷୟତ୍ରୀଙ୍କୁ ଏକତରଫା ପ୍ରେମ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri