ଟ୍ରଲି ବ୍ୟାଗ୍‌ରେ ଗଞ୍ଜେଇ ଚାଲାଣ

ଭୁବନେଶ୍ୱର,୧୮ା୫(ବ୍ୟୁରୋ): ରାତାରାତି ବିପୁଳ ଟଙ୍କା ରୋଜଗାର କରିବା ନିଶା ଏବେ ଗଞ୍ଜେଇ ମାଫିଆଙ୍କୁ ଘାରିଛି। ଅତି ଚତୁରତାର ସହ ନୂଆ ତରିକାରେ ଚାଲୁଛି ଗଞ୍ଜେଇ ଚାଲାଣ। ପୋଲିସ ଓ ଅବକାରୀ ବିଭାଗ କବଳରୁ ଖସିବାକୁ ମଧ୍ୟ ବଦଳାଉଛନ୍ତି କାରବାରର ଧାରା। ଏହି କାରବାରରେ ଏବେ ମହିଳାଙ୍କୁ ନିୟୋଜିତ କରାଯାଉଥିବା ଦେଖିବାକୁ ମିଳୁଛି। ସେହିଭଳି ଚାଲାଣରେ ନୂଆ ନୂଆ ପନ୍ଥା ଆପଣାଉଛନ୍ତି ଗଞ୍ଜେଇ ମାଫିଆ। ଖଣ୍ଡଗିରି ପୋଲିସ ଜଣେ ମହିଳାଙ୍କୁ ଗିରଫ କରିବା ପରେ ଗଞ୍ଜେଇ ଚାଲାଣର ଆଉ ଏକ ଅଭିନବ କୌଶଳ ପଦାକୁ ଆସିଛି। ଟ୍ରଲି ବ୍ୟାଗ୍‌ରେ ଗଞ୍ଜେଇ ଚାଲାଣ କରୁଥିଲେ ମହିଳା। ତାଙ୍କଠାରୁ ୧୫ଲକ୍ଷ ଟଙ୍କାର ୪୮ କେଜି ଗଞ୍ଜେଇ ଜବତ କରିଛି ପୋଲିସ। ଶୁକ୍ରବାର ପୋଲିସ ଏକ ମାମଲା ରୁଜୁ କରି ସମ୍ପୃକ୍ତ ମହିଳାଙ୍କୁ କୋର୍ଟ ଚାଲାଣ କରିଛି। ସେ ହେଲେ ବ୍ରହ୍ମପୁର ଧର୍ମନଗର ଅଞ୍ଚଳର ନିମିତା ବେହେରା (୪୦)। ଭୁବନେଶ୍ୱରର ଖୁଚୁରା ବେପାରୀଙ୍କୁ ସେ ଗଞ୍ଜେଇ ଦେବାକୁ ଆସିଥିବା ପୋଲିସ ଅନୁମାନ କରୁଛି।
ପଚରାଉଚରାବେଳେ ପୋଲିସକୁ ବହୁ ତଥ୍ୟ ମିଳିଛି। ନିମିତା ଜଣେ ପେସାଦାର ଗଞ୍ଜେଇ ବେପାରୀ। ସେ ଦୀର୍ଘଦିନ ହେବ ଗଞ୍ଜାମ ଜିଲାରେ ଗଞ୍ଜେଇ ବେପାର କରି ଆସୁଛନ୍ତି। ଏପରିକି ସେ ପୂର୍ବରୁ ମଧ୍ୟ ସେଠାରେ ଧରାପଡିଛନ୍ତି। ତେଣୁ ଗଞ୍ଜାମ ପୋଲିସ ନଜରରୁ ବର୍ତ୍ତିବା ପାଇଁ ଜିଲା ବାହାରକୁ ଗଞ୍ଜେଇ ଚାଲାଣ କରନ୍ତି। ଭୁବନେଶ୍ୱରରେ ତାଙ୍କର ବହୁ ଖୁଚୁରା ବେପାରୀ ରହିଛନ୍ତି। ୪ଟି ଟ୍ରଲି ବ୍ୟାଗ୍‌ରେ ୪୮ କେଜି ଗଞ୍ଜେଇ ଭର୍ତ୍ତି କରି ବସ୍‌ରେ ଶୁକ୍ରବାର ସକାଳେ ଭୁବନେଶ୍ୱରରେ ପହଞ୍ଚତ୍ଥିଲେ। ଜଣେ ମହିଳା ଏତେ ଟ୍ରଲି ବ୍ୟାଗ୍‌ ନେଉଥିବା ଦେଖି ବରମୁଣ୍ଡା ବସ୍‌ ଷ୍ଟାଣ୍ଡରେ ଥିବା ପୋଲିସ ସୂଚନାଦାତାଙ୍କ ସନ୍ଦେହ ହୋଇଥିଲା। ସେମାନେ ଖଣ୍ଡଗିରି ପୋଲିସକୁ ଜଣାଇଥିଲେ। ସକାଳ ପ୍ରାୟ ୮ଟାରେ ଖଣ୍ଡଗିରି ପୋଲିସ ବସ୍‌ଷ୍ଟାଣ୍ଡକୁ ଯାଇ ନିମିତାଙ୍କୁ ଅଟକାଇ ପଚରାଉଚରା କରିବା ସହ ଯାଞ୍ଚ ପରେ ଘଟଣାର ପର୍ଦ୍ଦାଫାଶ ହୋଇଥିଲା। ହେଲେ ସେ ଗଞ୍ଜେଇ କେଉଁଠିକୁ ନେଉଥିଲେ ଓ କେଉଁମାନଙ୍କ ସହ ଏହି କାରବାର କରିଛନ୍ତି, ତାହା ଜାଣିବାକୁ ଚାହିଁଥିଲେ ମଧ୍ୟ ସେ କିଛି ବି ଉତ୍ତର ଦେଇ ନ ଥିଲେ। ଏପରିକି ଏହି ର଼୍ୟାକେଟର ମାଷ୍ଟର ମାଇଣ୍ଡ୍‌ ସମ୍ପର୍କରେ ନିମିତା କିଛିବି ପାଟି ଖୋଲି ନାହାନ୍ତି। ସେ ଏକୁଟିଆ ହିଁ ଗଞ୍ଜେଇ ବେପାର କରୁଥିବା କହିଥିଲେ ମଧ୍ୟ ପୋଲିସ ଏହାକୁ ସହଜରେ ଗ୍ରହଣ କରିପାରୁନି। ପୋଲିସ ଜାଣିବାକୁ ପାଇଛି ଯେ, ମହିଳା ଜଣକ ଏହି ର଼୍ୟାକେଟର ମାଷ୍ଟରମାଇଣ୍ଡ୍‌ ଦ୍ୱାରା ପରିଚାଳିତ। ଗଞ୍ଜେଇକୁ ଠିକଣା ସ୍ଥାନରେ ପହଞ୍ଚାଇବା ହେଉଛି ମୁଖ୍ୟ କାର୍ଯ୍ୟ। ଗଞ୍ଜେଇ ପରିମାଣ ଅନୁସାରେ ସେ ପାଉଣା ପାଇଥାନ୍ତି। ୧୦ କେଜି ଗଞ୍ଜେଇ ଚାଲାଣ କଲେ ୭୦ ହଜାର ଟଙ୍କା କମିଶନ ପାଇଥାନ୍ତି। ଏହି ର଼୍ୟାକେଟରେ ଆହୁରି ଅନେକ ମହିଳା ସଂପୃକ୍ତଥିବା ପୋଲିସ ଜାଣିବାକୁ ପାଇଛି। ମାଷ୍ଟରମାଇଣ୍ଡ୍‌ ସହ ଅନ୍ୟମାନଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

୧୧୭ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ଧର୍ମଶାଳା,୧୪।୧୨:ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ୧୧୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮ ରନ୍‌ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri