ଟ୍ରମ୍ପଙ୍କ ମୁଣ୍ଡକାଟ୍‌ ପାଇଁ ୮୦ ମିଲିୟନ ଡଲାର ପୁରସ୍କାର ଘୋଷଣା କଲା ଇରାନ

ତେହେରାନ,୬।୧: ଆମେରିକା ଆକ୍ରମଣରେ ଇରାନ୍‌ର ସେନା କମାଣ୍ଡର ଜେନେରାଲ କାସିମ ସୋଲେମାନୀ ନିହତ ହେବା ପରେ ଦୁଇଦେଶ ମଧ୍ୟରେ ଚରମ ଉତ୍ତେଜନା ଦେଖାଦେଇଛି। ରବିବାର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ ଇରାନକୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ଆକ୍ରମଣ କରିବେ ବୋଲି ଧମକ ଦେଇଛନ୍ତି। କିଛି ସମୟ ପରେ ଇରାନ ଟ୍ରମ୍ପଙ୍କର ମୁଣ୍ଡକାଟ ପାଇଁ ୮୦ ମିଲିୟନ୍‌ ଡଲାର(ପ୍ରାୟ ୫.୭୬ ଅରବ ଟଙ୍କା) ପୁରସ୍କାର ରାଶି ଘୋଷଣା କରିଛି। ସୂଚନା ମୁତାବକ ସୋଲେମାନୀଙ୍କ ଅନ୍ତିମ ସଂସ୍କାର ସମୟରେ ଏକ ସଂସ୍ଥା ଇରାନର ସମସ୍ତ ନାଗରିକଙ୍କୁ ୧ ଡଲାର ଦାନ କରିବାକୁ ନିବେଦନ କରିଥିଲେ। ଟ୍ରମ୍ପଙ୍କ ମୁଣ୍ଡ ବଦଳରେ ୮୦ ମିଲିୟନ୍‌ ଡଲାର ଏକତ୍ରିତ କରିବାକୁ ଉକ୍ତ ସଂସ୍ଥା ସମସ୍ତ ନାଗରିକଙ୍କୁ ନିବେଦନ କରିଛନ୍ତି। ତେବେ ଏହି ପୁରସ୍କାର ରାଶି ଘୋଷଣା ପରେ ଟ୍ରମ୍ପ ଟୁଇଟରରେ ପ୍ରତିକ୍ର୍ରିୟା ରଖିଛନ୍ତି। ସେ କହିଛନ୍ତି, ଯଦି ଇରାନ କୌଣସି ୟୁଏସ୍‌ ପ୍ରତିଷ୍ଠାନ ଓ ଆମେରିକାକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରେ ତେବେ ତାକୁ ତୁରନ୍ତ ଏବଂ ଭୟଙ୍କର ଜବାବ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମସ୍କୋରେ ବିସ୍ଫୋରଣ: ପୁଟିନ୍‌ ସହଯୋଗୀଙ୍କ ଝିଅ ନିହତ

ମସ୍କୋ, ୨୧ା୮: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ସହଯୋଗୀ ଆଲେକ୍‌ଜାଣ୍ଡର ଡଗିନ୍‌ଙ୍କ ଝିଅ ଏକ କାର୍‌ ବିସ୍ଫୋରଣରେ ପ୍ରାଣ ହରାଇଛନ୍ତି। ୨୯ ବର୍ଷୀୟା ଡାରିଆ ଡଗିନା...

ଦୀର୍ଘ ୮ ମାସ ପରେ ବାଂଲାଦେଶରୁ ଭାରତକୁ ମିଳିବ ବିମାନ ସେବା

ଢାକା,୧୮ ।୧୦: କରୋନା ମହାମାରୀ ସଂକ୍ରମଣ ବଢି ଚାଲିଥିଲେ ବି ଏବେ ସାରା ବିଶ୍ୱରେ ସାଧାରଣ ଜୀବନଯାତ୍ରା ସ୍ୱାଭାବିକ ହେବାରେ ଲାଗିଛି । ଭାରତରେ ଟ୍ରେନ୍...

ବିଶେଷଜ୍ଞଙ୍କ ଚେତାବନୀ, ଓମିକ୍ରନ୍‌ରୁ ମୁକ୍ତି ପାଇଁ ଲକ୍‌ଡାଉନ୍‌ ଅପରିହାର୍ଯ୍ୟ…

ଆମଷ୍ଟରଡାମ୍‌/ଜେନେଭା/ନୂଆଦିଲ୍ଲୀ, ୧୮।୧୨: କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ପୃଥିବୀରେ ସଙ୍କଟ ସୃଷ୍ଟି ହୋଇଛି। ଓମିକ୍ରନ ସମଗ୍ର ପୃଥିବୀରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି।...

ସୌଦି ରାଜକୁମାରଙ୍କୁ ଭେଟିଲେ ଡୋଭାଲ

ରିଆଦ୍‌,୨।୧୦: ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା(ଏନଏସ୍‌ଏ) ଅଜିତ ଡୋଭାଲ ବୁଧବାର ସୌଦି ରାଜକୁମାର ମହମ୍ମଦ ବିନ୍‌ ସଲମାନଙ୍କୁ ଭେଟିଛନ୍ତି। ପ୍ରାୟ ୨ଘଣ୍ଟା ଧରି ଡୋଭାଲ ଓ ରାଜକୁମାରଙ୍କ...

ନୂଆ ଭାରିଏଣ୍ଟ ଚିହ୍ନିବାରୁ ମିଳିଲା ଦଣ୍ଡ: ଦକ୍ଷିଣ ଆଫ୍ରିକା

କେପଟାଉନ,୨୮ ।୧୧: କରୋନା ମହାମାରୀ ସାରା ବିଶ୍ୱକୁ ଦୋହଲାଇ ଦେଇଥିବା ବେଳେ ଏବେ ଦକ୍ଷିଣ ଆଫ୍ରିକାରେ ଦେଖାଦେଇଛି କରୋନା ଭାଇରସର ନୂଆ ଭାରିଏଣ୍ଟ ‘ଓମିକ୍ରନ’ ।...

ପ୍ଲାଟିନମ୍‌ ଜୁବଲିରେ ବାର୍ବି ଲୁକ୍‌ରେ ବ୍ରିଟେନ ରାଣୀ

ଲଣ୍ଡନ,୨୩।୪: ବ୍ରିଟେନର ମହାରାଣୀ ଏଲିଜାବେଥ୍‌ ନିଜର ୯୬ତମ ଜନ୍ମଦିନ ଗୁରୁବାର ସାଣ୍ଡ୍ରିଂହମ୍‌ରେ ପାଳନ କରିଛନ୍ତି। ଦେଶର ସବୁଠାରୁ ଲମ୍ବା ସମୟ ପର୍ଯ୍ୟନ୍ତ ଶାସନ କ୍ଷମତାରେ ଥିବା...

ଲକ୍ଷ୍ମଣ ରେଖା ଟପିଲେ ସ୍ଥିତି ହେବ ଭୟଙ୍କର, ପାକିସ୍ତାନ-ତାଲିବାନକୁ ଇରାନର ଚେତାବନୀ…

ତେହରାନ,୬।୯: ପଞ୍ଜଶିରରେ ପାକିସ୍ତାନ ସହାୟତାରେ ତାଲିବାନ ପକ୍ଷରୁ ନରସଂହାର ଜାରି ରହିଛି। ଏହାକୁ ନେଇ ଇରାନ ମୁହଁ ଖୋଲିଛି। ଇରାନ କହିଛି ଲକ୍ଷ୍ମଣ ରେଖା ଟପିଲେ...

ନୱାଜ ଶରିଫଙ୍କ ଉପରେ ପିଟିଆଇ କର୍ମୀଙ୍କ ଆକ୍ରମଣ, ମରିୟମ କହିଲେ ଗିରଫ ହୁଅନ୍ତୁ ଇମ୍ରାନ

ଲଣ୍ଡନ,୩ ।୪: ପାକିସ୍ତାନରେ ଲାଗିରହିଥିବା ରାଜନୈତିକ ସଙ୍କଟ ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କ ଉପରେ ଲଣ୍ଡନରେ ପାକିସ୍ତାନର ଶାସକ ପାକିସ୍ତାନ ତହରିକ-ଏ-ଇନସାଫ(ପିଟିଆଇ)ର ଜଣେ କର୍ମୀ...

Advertisement
Archives

Model This Week