ଟ୍ରକ୍‌ ଧକ୍କାରେ ମହିଳାଙ୍କ ମୃତ୍ୟୁ,ସ୍ବାମୀ ଓ ଝିଅ ଗୁରୁତର

କେନ୍ଦୁଝର, ୯ା୭ (ସ୍ବ.ପ୍ର.)- ସଦର ଥାନା ଅନ୍ତର୍ଗତ ରାଇସୁଆଁ ନିକଟ ୨୦ ନମ୍ବର ଜାତୀୟ ରାଜପଥରେ ଏକ ଟ୍ରକ୍‌ ଧକ୍କାରେ ସ୍ବାମୀ ଓ ଝିଅଙ୍କ ସହ ଏକ ସ୍କୁଟରରେ ବସି ଯାଉଥିବା ସରସ୍ବତୀ ସେଠୀ (୪୨) ନାମ୍ନୀ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ତାଙ୍କ ସ୍ବାମୀ ଶୁଭନାଥ ସେଠୀ ଓ ଝିଅ ନିହାରିକା ପ୍ରିୟଦର୍ଶିନୀ ସେଠୀ (୧୯) ଗୁରୁତର ଆହତ ହୋଇ ଜିଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ମୃତା ମହିଳାଙ୍କ ନାମ ସରସ୍ବତୀ ସେଠୀ (୪୨) । ସେମାନଙ୍କ ଘର ମୟୂରଭଞ୍ଜ ଜିଲା ଯଶୀପୁର ନିକଟ କପୁଣ୍ଡି ଗ୍ରାମରେ । ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ପୋଲିସ ଜବତ କରିବା ସହ ଚାଳକଙ୍କୁ ଗିରଫ କରିଛି ା ଶୁଭନାଥ ଘୁଟୁରୁ ଗ୍ରାମର ତାଙ୍କ ଶ୍ୱଶୁର ଘରକୁ ଆସି ସେଠାରୁ ସୋମବାର ଅପରାହ୍ନରେ ଝୁମ୍ପୁରା ବ୍ଲକ ବାଲିବନ୍ଧ ନିକଟ ଏକ ଗ୍ରାମକୁ ବିବାହ କାର୍ଯ୍ୟରେ ଯୋଗଦେବାକୁ ଯାଉଥିବା ବେଳେ ବଡ଼ବିଲ ଅଭିମୁଖେ ଦ୍ରୁତଗତିରେ ଯାଉଥିବା ଟ୍ରକ ସ୍କୁଟରକୁ ପଛପଟୁ ଧକ୍କା ଦେଇଥିଲା ା ସରସ୍ବତୀ ରାସ୍ତା ଉପରକୁ ଛିଟିକି ପଡିଥିବା ବେଳେ ଟ୍ରକ ଚକ ତାଙ୍କ ମୁଣ୍ଡ ଉପରେ ଚଢିଯାଇଥିଲା । ଏହି ଅଞ୍ଚଳରେ ସମ୍ପ୍ରତି ବାରମ୍ବାର ଏଭଳି ଦୁର୍ଘଟଣା ଘଟି ୫ ଜଣଙ୍କ ଜୀବନ ହାନି ଘଟିଥିବାରୁ ସ୍ଥାନୀୟ ଲୋକେ ଚିନ୍ତା ପ୍ରକଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନେତୁଆ-ଆଡ଼ିନଗା ରାସ୍ତା ପାଇଁ ୮.୦୮ କୋଟି ମଞ୍ଜୁର

ଜଳେଶ୍ୱର,୨୦।୧୨(ଡି.ଏନ.ଏ.): ବାଲେଶ୍ୱର ଜିଲା ଜଳେଶ୍ୱର ଉପାନ୍ତ ଗ୍ରାମ ସହିତ ପଶ୍ଚିମବଙ୍ଗର ପଶ୍ଚିମ ମେଦିନୀପୁର ଜିଲା ମୋହନପୁର ସହିତ ଗମନାଗମନ ବିକାଶ ଲାଗି ମୁଖ୍ୟମନ୍ତ୍ରୀ ଆନ୍ତଃ ରାଜ୍ୟ ସଂଯୋଗୀକରଣ...

ଶଟସର୍କିଟ୍‌ରୁ ଅଗ୍ନିକାଣ୍ଡ

ସୋର,୧୮।୫(ଡି.ଏନ.ଏ.): ସୋର ପୌରପାଳିକା ଅଧୀନ ଖୀରକୋଣି ଗ୍ରାମରେ ବିଦ୍ୟୁତ୍‌ ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟି ୪ ବଖରା ଘର ଜଳି ପାଉଁଶ ହୋଇଯାଇଛି। ଗ୍ରାମର ସୁଶାନ୍ତ କୁମାର...

କ୍ଷେପଣାସ୍ତ୍ର ଏସ୍‌ଆର୍‌ଏସ୍‌ଏଏମ୍‌ର ସଫଳ ପରୀକ୍ଷଣ

ବାଲେଶ୍ୱର ଅଫିସ,୨୭ା୩: ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ସ୍ଥଳଭାଗରୁ ଆକାଶକୁ ଲକ୍ଷ୍ୟଭେଦ କରିପାରୁଥିବା ପେକ୍ଷଣାସ୍ତ୍ର ଏସ୍‌ଆରଏସ୍‌ଏମ୍‌ ସଫଳ ଉତ୍‌କ୍ଷେପଣ ହୋଇଛି। ରବିବାର ପୂର୍ବାହ୍ନରେ ଚାନ୍ଦିପୁର କ୍ଷେପଣାସ୍ତ୍ର...

୪୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ: ୨ ଗିରଫ

ବାଲେଶ୍ୱର ଅଫିସ,୭।୩- କ୍ରାଇମବ୍ରାଞ୍ଚ ଏସଟିଏଫର ଏକ ଟିମ୍‌ ଶୁକ୍ରବାର ବାଲେଶ୍ୱର ସହରର ଅରଡ ବଜାରରେ ଚଢାଉ କରି ବିପୁଳ ପରିମାଣର ବ୍ରାଉନ ସୁଗାର ଜବତ କରିବା...

ଜଳେଶ୍ୱରରୁ ୨୦ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ, ୩ ଗିରଫ

ଜଳେଶ୍ୱର,୧୮।୨(ସ୍ବ.ପ୍ର)- ପୂର୍ବାଞ୍ଚଳ ରାଜ୍ୟ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପାନ୍ତରେ ଅବସ୍ଥିତ ଜଳେଶ୍ୱରକୁ ଦେଶର ବିଭିନ୍ନ ସ୍ଥାନରୁ ବ୍ରାଉନ୍‌ସୁଗାର ଅଣାଯାଇ ମହଜୁଦ କରିବା ପରେ ରାଜ୍ୟର ବିଭିନ୍ନ...

କରଞ୍ଜାବିନ୍ଧା ଯୁବକ ସଂଘ ତରଫରୁ ସହାୟତା ପ୍ରଦାନ

ବାହାନଗା, ୩ା୪(ଡି.ଏନ.ଏ.)-କରୋନା ଭାଇରସର ସଫଳ ମୁକାବିଲା ପାଇଁ ସରକାରଙ୍କୁ ସହଯୋଗ ନିମନ୍ତେ ବାଲେଶ୍ୱର ଜିଲା ବାହାନଗା ବ୍ଲକ ବରିପଦା ପଞ୍ଚାୟତସ୍ଥିତ ଉପର କରଞ୍ଜାବିନ୍ଧା ଗ୍ରାମର ଥିବା...

ଘଷିପୁରାରେ ବଦ୍ରି ପାତ୍ର ଆଗୁଆ

ଆନନ୍ଦପୁର/ ହାଟଡିହୀ(ସ୍ବ.ପ୍ର/ଡି.ଏନ.ଏ),୨୩। ୫: କେନ୍ଦୁଝର ଜିଲାର ବହୁ ଚର୍ଚ୍ଚିତ ଘଷିପୁରା ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରଥମ ପର୍ଯ୍ୟାୟ ଭୋଟ ଗଣତି ସରିଛି। ବିଜେଡିର ବଦ୍ରି ନାରାୟଣ...

ସ୍ଥାୟୀ ନିଯୁକ୍ତି ଦାବିରେ ଏଡିଏମ୍‌ଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

କେନ୍ଦୁଝର, ୧।୭(ସ୍ବ.ପ୍ର.): ସ୍ଥାୟୀ ନିଯୁକ୍ତି ଦାବିରେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟର ଅସ୍ଥାୟୀ କର୍ମଚାରୀମାନେ ସୋମବାର ସକାଳୁ ଏଡିଏମ୍‌ଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ରୋଗୀଙ୍କଠାରୁ...

Advertisement
Archives

Model This Week