ଟ୍ରକ୍‌ ଧକ୍କାରେ ମହିଳାଙ୍କ ମୃତ୍ୟୁ,ସ୍ବାମୀ ଓ ଝିଅ ଗୁରୁତର

କେନ୍ଦୁଝର, ୯ା୭ (ସ୍ବ.ପ୍ର.)- ସଦର ଥାନା ଅନ୍ତର୍ଗତ ରାଇସୁଆଁ ନିକଟ ୨୦ ନମ୍ବର ଜାତୀୟ ରାଜପଥରେ ଏକ ଟ୍ରକ୍‌ ଧକ୍କାରେ ସ୍ବାମୀ ଓ ଝିଅଙ୍କ ସହ ଏକ ସ୍କୁଟରରେ ବସି ଯାଉଥିବା ସରସ୍ବତୀ ସେଠୀ (୪୨) ନାମ୍ନୀ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ତାଙ୍କ ସ୍ବାମୀ ଶୁଭନାଥ ସେଠୀ ଓ ଝିଅ ନିହାରିକା ପ୍ରିୟଦର୍ଶିନୀ ସେଠୀ (୧୯) ଗୁରୁତର ଆହତ ହୋଇ ଜିଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ମୃତା ମହିଳାଙ୍କ ନାମ ସରସ୍ବତୀ ସେଠୀ (୪୨) । ସେମାନଙ୍କ ଘର ମୟୂରଭଞ୍ଜ ଜିଲା ଯଶୀପୁର ନିକଟ କପୁଣ୍ଡି ଗ୍ରାମରେ । ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ପୋଲିସ ଜବତ କରିବା ସହ ଚାଳକଙ୍କୁ ଗିରଫ କରିଛି ା ଶୁଭନାଥ ଘୁଟୁରୁ ଗ୍ରାମର ତାଙ୍କ ଶ୍ୱଶୁର ଘରକୁ ଆସି ସେଠାରୁ ସୋମବାର ଅପରାହ୍ନରେ ଝୁମ୍ପୁରା ବ୍ଲକ ବାଲିବନ୍ଧ ନିକଟ ଏକ ଗ୍ରାମକୁ ବିବାହ କାର୍ଯ୍ୟରେ ଯୋଗଦେବାକୁ ଯାଉଥିବା ବେଳେ ବଡ଼ବିଲ ଅଭିମୁଖେ ଦ୍ରୁତଗତିରେ ଯାଉଥିବା ଟ୍ରକ ସ୍କୁଟରକୁ ପଛପଟୁ ଧକ୍କା ଦେଇଥିଲା ା ସରସ୍ବତୀ ରାସ୍ତା ଉପରକୁ ଛିଟିକି ପଡିଥିବା ବେଳେ ଟ୍ରକ ଚକ ତାଙ୍କ ମୁଣ୍ଡ ଉପରେ ଚଢିଯାଇଥିଲା । ଏହି ଅଞ୍ଚଳରେ ସମ୍ପ୍ରତି ବାରମ୍ବାର ଏଭଳି ଦୁର୍ଘଟଣା ଘଟି ୫ ଜଣଙ୍କ ଜୀବନ ହାନି ଘଟିଥିବାରୁ ସ୍ଥାନୀୟ ଲୋକେ ଚିନ୍ତା ପ୍ରକଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାନା ସମସ୍ୟାରେ ଛନ୍ଦି ହୋଇଛି ବରି ହାଇସ୍କୁଲ, ମଧ୍ୟାହ୍ନଭୋଜନ ଅର୍ଥରେ କିଣାଯାଉଛି ଚକ୍‌ଖଡ଼ି

ସିମୁଳିଆ,୭ା୯(ସନ୍ତୋଷ ନାୟକ): ୨୦୨୪-୨୫ ଶିକ୍ଷାବର୍ଷରୁ ବାଲେଶ୍ୱର ଜିଲାରେ ପ୍ରଥମ ପିଏମ୍‌ଶ୍ରୀ ବିଦ୍ୟାଳୟର ମାନ୍ୟତା ପାଇଥିବା ସିମୁଳିଆ ବ୍ଲକର ବରି ହାଇସ୍କୁଲ ନାନା ସମସ୍ୟା ମଧ୍ୟରେ ଛନ୍ଦି ହୋଇରହିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri