ଟ୍ରକ୍‌କୁ ପଛରୁ ଧକ୍କା ଦେଲା ଜାଇଲୋ: ୪ ମୃତ, ୫ ଗୁରୁତର

ବାଲେଶ୍ୱର ଅଫିସ, ୨୩।୩: ପଶ୍ଚିମବଙ୍ଗ ଦାନ୍ତୁନ୍‌ ଥାନା ଅନ୍ତର୍ଗତ ନେକୁରସୁନି ଏନ୍‌ଏଚ୍‌ ୬୦ରେ ସୋମବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫ଗୁରୁତର ହୋଇଛନ୍ତି ।
ପ୍ରକାଶ ଯେ, ଏକ ଜାଇଲୋ ଯୋଗେ ୯ଜଣ ପଶ୍ଚିମବଙ୍ଗରୁ ଓଡ଼ିଶା ଆସୁଥିଲେ। ନେକୁରସୁନି ଏନ୍‌ଏଚ୍‌ ୬୦ରେ ଉପରେ ଠିଆ ହୋଇଥିବା ଏକ ଟ୍ରକ୍‌କୁ ଜାଇଲୋଟି ପଛରୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ୪ଜଣଙ୍କ ମୃତ୍ୟୁ ଘଟିଥିଲା। ଏଥିରେ ଗୁରୁତର ୫ଜଣଙ୍କୁ ସ୍ଥାନୀୟ ବେଲ୍‌ଦା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ସେମାନଙ୍କ ଘର ଓଡ଼ିଶାର ସିମୁଳିଆ, ଖଇରା ଅଞ୍ଚଳରେ ବୋଲି ଜଣାପଡ଼ିଛି। ଦୁର୍ଘଟଣା ପରେ ଉଭୟ ଡ୍ରାଇଭର ଫେରାର ହୋଇଯାଇଛନ୍ତି। ଦାନ୍ତୁନ୍‌ ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆର୍ଥିକ ଦୁର୍ବଳ ମହିଳାଙ୍କ ପାଇଁ ଜେଏସ୍‌ପିଏଲ୍‌ର ‘ସ୍ବୟଂସମ୍ପନ୍ନା ନାରୀ’

ଭୁବନେଶ୍ୱର, ୮।୩(ବ୍ୟୁରୋ):ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ୍‌ (ଜେଏସ୍‌ପିଏଲ୍‌) ଫାଉଣ୍ଡେଶନ୍‌ ପକ୍ଷରୁ ଓଡ଼ିଶା ଓ ଛତିଶଗଡରେ ମହିଳା ଏବଂ ବାଳିକାଙ୍କ...

ତାଲିମପ୍ରାପ୍ତ ମହିଳା ସ୍ବାସ୍ଥ୍ୟକର୍ମୀଙ୍କ ନିଯୁକ୍ତି ପାଇଁ ପଦକ୍ଷେପ ନିଅ: ହାଇକୋର୍ଟ

କଟକ ଅଫିସ,୧୫।୧: କୋଭିଡ୍‌ ମହାମାରୀ ସମୟରେ ଅସ୍ଥାୟୀ ନିଯୁକ୍ତି ପାଇଥିବା ଏବଂ ରାଜ୍ୟରେ ଥିବା ଅନ୍ୟ ତାଲିମପ୍ରାପ୍ତ ମହିଳା ସ୍ବାସ୍ଥ୍ୟକର୍ମୀଙ୍କୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା...

ଭାଜପା ଛାଡ଼ି ବିଜେଡିକୁ ଯାଇଥିବାରୁ ମାରିଦେଲେ

ପୋଲସରା,୨ା୪(ଡି.ଏନ.ଏ.): ଗଞ୍ଜାମ ଜିଲା ପୋଲସରା ଥାନା ଅଧୀନ ମୁକ୍ତାମାଳାଦେଇପୁର ଶାସନ ଗ୍ରାମରେ ଗତ ୧୯ରେ ଅମିତ ଆଚାର୍ଯ୍ୟଙ୍କୁ ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡରେ ପୋଲିସ ମୁଖ୍ୟ...

ରାଜ୍ୟରେ କରୋନାରେ ଆଖି ବୁଜିଲେ ଆଉ ୧୩ ଆକ୍ରାନ୍ତ

ଭୁବନେଶ୍ୱର, ୨୧।୧୦(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନାରେ ଆଉ ୧୩ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ...

ସହାୟତା ଦାବି କଲା ଡ୍ରାଇଭର ସଂଘ

ବେଲପଡା, ୨୩ା୪(ଡି.ଏନ.ଏ.) କରୋନା ପାଇଁ ସରକାର ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ସହୟତାର ହାତ ବଢାଉଛନ୍ତି। ଏପରିସ୍ଥଳେ କାମ ହରାଇ ଆର୍ଥିକ ଦୁର୍ଗତି ଦେଇ ମଧ୍ୟରେ...

ପିଆର୍‌ଏମ୍‌ ମେଡିକାଲ ଛାତରୁ ଖସିଲା ପ୍ଲାଷ୍ଟର

ବାରିପଦା ଅଫିସ,୭ା୧୧:ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲେ କଲେଜ ଓ ହସ୍ପିଟାଲ(ପିଆର୍‌ଏମ୍‌) ଚକ୍ଷୁ ବିଭାଗ ଛାତରୁ ରବିବାର ପ୍ଲାଷ୍ଟର ଖସିଛି। ସେଠାରେ ଚିକିତ୍ସାଧିନ...

ବାଇକ୍‌ ଦୁର୍ଘଟଣାରେ ୨ ମୃତ

ଦେବଗଡ଼/ ବାରକୋଟ, ୧୫।୧୨ (ଡି.ଏନ.ଏ.)- ଦେବଗଡ଼ ଜିଲା ଦେବଗଡ଼ ସଦର ଥାନା ଅନ୍ତର୍ଗତ କଣ୍ଢଳ ଗ୍ରାମଠାରେ ୪୯ ନମ୍ବର ଜାତୀୟ ରାଜପଥ ଉପରେ ଶନିବାର ସନ୍ଧ୍ୟାରେ...

ଭାଲୁ ସହ କଲେ ଲଢେଇ

ବାଉଁଶୁଣୀ/ବୌଦ୍ଧ,୧୫ା୪(ଡି.ଏନ.ଏ./ସ୍ବ.ପ୍ର.): ବୌଦ୍ଧ ବ୍ଲକ ମନମୁଣ୍ଡା ରେଞ୍ଜ ଅନ୍ତର୍ଗତ ଖଲିଆପାଲି ପଞ୍ଚାୟତର କୁମରକାନି ଗ୍ରାମରେ ଭାଲୁ ସହ ଲଢେଇ କରି ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି...

Advertisement
Archives

Model This Week