ଟ୍ବିଙ୍କିଲ୍‌ଙ୍କୁ ପିଆଜ କାନଫୁଲ ଉପହାର ଦେଲେ ଅକ୍ଷୟ

ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ଏବଂ ସ୍ତ୍ରୀ ଟ୍ବିଙ୍କିଲ୍‌ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ।ଉଭୟଙ୍କ ମଜାକିଆ ଅନ୍ଦାଜ୍‌ ଦର୍ଶକଙ୍କ ବେଶ୍‌ ପସନ୍ଦ ଆସିଥାଏ। ଖାସ୍‌୍‌ ଭାବେ ଟ୍ବିଙ୍କିଲ୍‌ ବେଳେବେଳେ ଏମିତି କିଛି ସୋସିଆଲ ମିଡିଆରେ ପୋଷ୍ଟ କରିଥାନ୍ତି ଯାହା ଭାଇରାଲ ହୋଇଥାଏ। ନିକଟରେ ସେ ନିଜ ଇନଷ୍ଟାଗ୍ରାମରେ ଏକ ପିଆଜ କାନଫୁଲ ପୋଷ୍ଟ କରିଥିଲେ। ସବୁଠୁ ରୋଚକ କଥା ହେଉଛି ଏହି କାନଫୁଲଟି ତାଙ୍କୁସ୍ବାମୀ ଅକ୍ଷୟ କୁମାର ଉପହାରରେ ଦେଇଛନ୍ତି। କପିଲ ଶର୍ମା ଶୋ’କୁ ଫିଲ୍ମ ‘ଗୁଡ୍‌ନ୍ୟୁଜ୍‌’ର ପ୍ରମୋଶନ ପାଇଁ ଅକ୍ଷୟ ଏବଂ କରୀନା ଯାଇଥିଲେ। ସେଠାରେ କରୀନାଙ୍କୁ ଏହି କାନଫୁଲଟି ଉପହାର ଦିଆଯାଇଥିଲା। କିନ୍ତୁ ଏହାକୁ ସେ ପସନ୍ଦ କରି ନ ଥିଲେ। ଅକ୍ଷୟ ଟ୍ବିଙ୍କିଲଙ୍କ ପାଇଁ ସେହି କାନ ଫୁଲଟି ନେଇଆସିଥିଲେ। କାଳେ ମୋତେ ଏହି କାନଫୁଲଟି ପସନ୍ଦ ଆସିବା ଭାବି ଅକ୍ଷୟ ଆଣିଥିଲେ ବୋଲି ଟ୍ବିଙ୍କିଲ୍‌ କହିଛନ୍ତି। ଆଜିକାଲି ପିଆଜ ଦର ସାରା ଦେଶରେ ବୃଦ୍ଧି ପାଇଥିବାରୁ ପିଆଜକୁ ନେଇ ସୋସିଆଲ ମିଡିଆରେ କାର୍ଟୁନ ପ୍ରସ୍ତୁତ କରାଯାଉଥିବା ଦେଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପରେ ସ୍ବାମୀଙ୍କ ସହ ଏକାଠି ନଜର ଆସିଲେ ଆଲିଆ

ମୁମ୍ବାଇ: ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ଅଭିନେତା ରଣବୀର କପୁର ଏପ୍ରିଲ ୧୪ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଉଭୟଙ୍କ ବିବାହର ଫଟୋ ଏବଂ ସେମାନଙ୍କ...

ଚିଡ଼ାଇବା ପରେ ଅଜୟଙ୍କୁ କାଜୋଲଙ୍କ ଜବାବ: ତୁମ ନିଦ ଉଡାଇ ଦେଖ ମୁଁ ନିଶ୍ଚିତରେ ଶୋଇଛି

ବମ୍ବେ: ୧୯୯୭ରେ ରିଲିଜ ହୋଇଥିଲା ଫିଲ୍ମ ‘ଇସ୍କ’। ଏଥିରେ ନାୟକ ଅଜୟ ଦେବଗନ ଏବଂ ନାୟିକା କାଜଲଙ୍କ ଯୋଡି ସମସ୍ତଙ୍କ ମନ ଜିଣିଥିଲା। ଇତିମଧ୍ୟରେ ଫିଲ୍ମକୁ...

ଗଙ୍ଗାରେ ହେଲା ସୁଶାନ୍ତଙ୍କ ଅସ୍ଥି ବିସର୍ଜନ

ପାଟନା, ୧୮।୬: ବଲିଉଡ୍‌ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ଅସ୍ଥି ଗୁରୁବାର ଗଙ୍ଗାରେ ବିସର୍ଜନ କରାଯାଇଛି। ତାଙ୍କ ପିତା ଓ ପରିବାର ସଦସ୍ୟ ମିଶି ଗଙ୍ଗାରେ...

ପ୍ରଥମ ଫିଲ୍ମରୁ ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଥିଲେ ଏହି ଭାରତୀୟ ନିର୍ଦ୍ଦେଶକ

ଆଜି ପ୍ରସିଦ୍ଧ ଫିଲ୍ମ ନିର୍ଦ୍ଦେଶକ ସତ୍ୟଜିତ୍‌ ରାୟଙ୍କ ୧୦୧ତମ ଜନ୍ମ ବାର୍ଷିକୀ। ଭାରତୀୟ ସିନେମାର ମହାନ ବ୍ୟକ୍ତିତ୍ୱ ସତ୍ୟଜିତ୍‌ ଏକାଧାରାରେ ଜଣେ ଲେଖକ, କଳାକାର, ଚିତ୍ରକାର,...

କରୋନାକୁ ହରାଇଲେ ମୋହିନା

ବମ୍ବେ: କରୋନାକୁ ହରାଇଛନ୍ତି ୟେ ରିସ୍ତା କ୍ୟା କେହଲାତା ହୈ ଫେମ୍‌ ମୋହିନା କୁମାରୀ ସିଂ। ଏକ ମାସ ତଳେ କୋଭିଡ-୧୯ରେ ସଂକ୍ରମିତ ହୋଇଥିଲେ ମୋହିନା।...

୨ ସନ୍ତାନଙ୍କ ବାପା ହୋଇ ସୁଦ୍ଧା ୧୬ବର୍ଷ ସାନ ଅଭିନେତ୍ରୀଙ୍କୁ ବିବାହ କରିବାକୁ ଚାହୁଁଥିଲେ ଏହି ଅଭିନେତା, ଏମିତି ସର୍ତ୍ତ ଶୁଣି…

ବଲିଉଡର ସବୁଠାରୁ ସୁନ୍ଦର ଅଭିନେତ୍ରୀମାନଙ୍କ ମଧ୍ୟରୁ ମମତାଜ ଅନ୍ୟତମ। ଅନେକ ଫିଲ୍ମରେ କାମ କରି ସେ ଦର୍ଶକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ। ୬୦...

ବିରାଟ-ଅନୁଷ୍କାଙ୍କ ବଣ୍ଡିଂ ବିଷୟରେ ସ୍ପଷ୍ଟ ବାରିହୋଇ ପଡ଼ୁଛି ଏହି ଫଟୋରୁ: ହେଉଛି ଭାଇରାଲ

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ନଭେମ୍ବର ୫ରେ ନିଜର ଜନ୍ମଦିନ ପାଳନ କରିଥିଲେ। ଏହି ଉତ୍ସବରେ ସ୍ତ୍ରୀ ଅନୁଷ୍କା ଶର୍ମା ମଧ୍ୟ ତାଙ୍କ...

ଚିହ୍ନନ୍ତୁ ଅଭିନେତ୍ରୀ ଜଣକ କିଏ, ତାଙ୍କର ରହିଛି ରଣବୀରଙ୍କ ସହ ସମ୍ପର୍କ

ବଲିଉଡ୍‌ର କିଛି ଅଭିନେତ୍ରୀ ସୋସିଆଲ ମିଡିଆରେ ଏମିତି ଫଟୋ ପୋଷ୍ଟ କରୁଛନ୍ତି, ଚିହ୍ନିବା ମୁସ୍କିଲ ହୋଇପଡୁଛି। ଏବେ ଜଣେ ଅଭିନେତ୍ରୀ ଏକ ଫଟୋ ଶେୟାର କରିଛନ୍ତି,...

Advertisement
Archives

Model This Week