Posted inଖେଳ

ଟୋକିଓ ଅଲିମ୍ପିକ୍ସ ଯଥା ସମୟରେ ହେବ: ଜାପାନ ପ୍ରଧାନମନ୍ତ୍ରୀ

ଟୋକିଓ,୧୪ା୩ (ଏଏଫ୍‌ପି): ସମଗ୍ର ବିଶ୍ୱରେ କରୋନା ଭାଇରସ ଏହାର କାୟା ବିସ୍ତାର କରିବାରେ ଲାଗିଥିବାରେ ଟୋକିଓ ଅଲିମ୍ପିକ୍ସ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ହେବ। ଶନିବାର ଏହା ଦୃଢତାର ସହିତ କହିଛନ୍ତି ଜାପାନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେ। କରୋନା ଭାଇରସ ଦ୍ୱାରା ଇତିମଧ୍ୟରେ ୧୪୦,୦୦୦ ଲୋକ ସଂକ୍ରମିତ ହୋଇ ସାରିଛନ୍ତି। ବିଶ୍ୱବ୍ୟାପୀ ୫,୪୦୦ଜଣଙ୍କର ମୃତ୍ୟୁ ଘଟି ସାରିଲାଣି। ଏହା ସତ୍ତ୍ୱେ ଟୋକିଓ ଅଲିମ୍ପିକ୍ସ ଜୁଲାଇରେ ହେବ ବୋଲି ଆବେ ବଡ଼ ଦମ୍ଭରେ କହିଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ଗେମ୍ସକୁ ଏକ ବର୍ଷ ପର୍ଯ୍ୟନ୍ତ ଘୁଞ୍ଚାଇ ଦେବା ଉଚିତ୍‌ ହେବ ବୋଲି ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରସ୍ତାବ ଦେବାର ଦୁଇ ଦିନ ପରେ ଜାପାନ ପ୍ରଧାନମନ୍ତ୍ରୀ ଏକଥା ପ୍ରକାଶ କରିଛନ୍ତି। ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ସମେତ ସମ୍ପୃକ୍ତ ଅଫିସିଆଲମାନଙ୍କ ସହିତ ଆମେ ଯୋଗାଯୋଗରେ ରହିଛୁ। ସଂକ୍ରମଣକୁ ରୋକିବା ଲାଗି ଆବଶ୍ୟକ ଯୋଜନା ପ୍ରସ୍ତୁତ କରାଯାଇଛି। ଗେମ୍ସକୁ ସ୍ଥଗିତ ରଖିବା କିମ୍ବା ଲହାକୁ ବାତିଲ କରିବା କୌଣସି ଯୋଜନା ନାହିଁ ବୋଲି ଆବେ ଖବରଦାତାମାନଙ୍କୁ ସାକ୍ଷାତ୍‌କାର ଦେଇ କହିଛନ୍ତି। ସୂଚନାଯୋଗ୍ୟ, କରୋନା ଭାଇରସ ସଂକ୍ରମଣକୁ ଆଶଙ୍କା କରି ଇତିମଧ୍ୟରେ ଇଂଲିିଶ ପ୍ରିମିୟର ଲିଗ୍‌, ଆମେରିକାର ଏନବିଏ ବାସ୍କେଟବଲ ସିଜନ ଏବଂ ଅଗଷ୍ଟା ମାଷ୍ଟର୍ସ ଗଲଫ୍‌ ଟୁର୍ନାମେଣ୍ଟ ସମେତ କେତେକ ଇଭଣ୍ଟେକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି। ଆବେ ଶୁକ୍ରବାର ଟେଲିଫୋନ୍‌ ଯୋଗେ ଟ୍ରମ୍ପଙ୍କ ସହିତ କଥାବାର୍ତ୍ତା ହୋଇଥିଲେ। ଏହି ସମୟରେ ଗେମ୍ସ ସ୍ଥଗିତ ରଖାଯିବା ସମ୍ପର୍କରେ କୌଣସି ଆଲୋଚନା ହୋଇ ନ ଥିଲା। ବରଂ ଅଲିମ୍ପିକ୍ସର ସଫଳ ଆୟୋଜନ ପାଇଁ ଜାପାନ ଓ ଆମେରିକା ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ଦୁଇ ରାଷ୍ଟ୍ରମୁଖ୍ୟ ସହମତି ହୋଇଥିଲେ। ଦେଶରେ ଜରୁରିକାଳୀନ ପରିସ୍ଥିତି ଜାରି କରାଯିବା ସମ୍ପର୍କରେ ଜାପାନିଜ ପାର୍ଲାମେଣ୍ଟ ଶୁକ୍ରବାର ଆବେଙ୍କୁ ପୂର୍ଣ୍ଣ କ୍ଷମତା ପ୍ରଦାନ କରିଛି। ତେବେ ବର୍ତ୍ତମାନ ପରିସ୍ଥିତିରେ ଜରୁରିକାଳୀନ ପରିସ୍ଥିତି ଜାରି କରିବା ଆବଶ୍ୟକତା ଅନୁଭବ କରାଯାଉ ନାହିଁ ବୋଲି ଆବେ କହିିଛନ୍ତି। ଖବର ଅନୁସାରେ ସମଗ୍ର ଜାପାନରେ ୭୦୦ ଲୋକ କରୋନା ଭାଇରସ୍‌ ଦ୍ୱାରା ସଂକ୍ରମିତ ହୋଇଥିବାବେଳେ ୨୧ଜଣ ପ୍ରାଣ ହରାଇ ସାରିଲେଣି। ଦେଶରେ ଯଦି ଜରୁରିକାଳୀନ ପରିସ୍ଥିତି ଜାରି କରାଯାଏ ତେବେ ଲୋକମାନଙ୍କୁ ଘରୁ ନ ବାହାରିବା ଲାଗି ସ୍ଥାନୀୟ ସରକାର କଟକଣା ଜାରି କରିପାରନ୍ତି। ସ୍କୁଲ, କଲେଜ ଛୁଟି କରିଦେଇ ପାରନ୍ତି। ସର୍ବସାଧାରଣ ସ୍ଥାନକୁ ଯଥା ସମ୍ଭବ କମ୍‌ ବ୍ୟବହାର ପାଇଁ ନିର୍ଦ୍ଦେଶ ଦେଇପାରନ୍ତି। ଆଇଓସି ମୁଖ୍ୟ ଥୋମାସ ବ୍ୟାକ୍‌ ଜର୍ମାନ ଟେଲିଭିଜନ ବ୍ରଡକାଷ୍ଟରକୁ ଦେଇଥିବା ଏକ ସାକ୍ଷାତ୍‌କାରରେ ଆମେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ନିର୍ଦ୍ଦେଶକୁ ମାନ କାର୍ଯ୍ୟ କରିବୁ ବୋଲି କହିଥିବା ବେଳେ ଗେମ୍ସର ସଫଳ ଆୟୋଜନ ପାଇଁ ଜୋରଦାର ଉଦ୍ୟମ ଚାଲିଥିବା ପ୍ରକାରାନ୍ତରେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri