Posted inଖେଳ

ଟୋକିଓରେ ଟପ୍‌-୪ ସମ୍ଭବ: ମନପ୍ରୀତ

ଭୁବନେଶ୍ୱର, ୨।୧(କ୍ରୀଡ଼ା ପ୍ରତିନିଧି)- ୨୦୧୮ ପୁରୁଷ ହକି ବିଶ୍ୱକପର ନୈରାଶ୍ୟକୁ ଭୁଲି ଭାରତୀୟ ହକି ଦଳ ଏବେ ୨୦୨୦ ଟୋକିଓ ଅଲିମ୍ପିକ୍ସ ଉପରେ ଦୃଷ୍ଟି ନିବଦ୍ଧ କରିଛି। ୨୦୧୯ ନଭେମ୍ବରରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରୁ ଦଳକୁ ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ମିଳିଥିଲା। ଏବେ ଏହି ଷ୍ଟାଡିୟମରେ ଜାତୀୟ ଦଳର କ୍ୟାମ୍ପରେ ଦଳ ଆଗାମୀ ମେଗା ଇଭେଣ୍ଟ ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ଯାଉଛି। ”୨୦୧୯ ଭାରତୀୟ ହକି ପାଇଁ ସକାରାତ୍ମକ ରହିଥିଲା। ଆମର ମୁଖ୍ୟ ଟାର୍ଗେଟ ଥିଲା ଅଲିମ୍ପିକ୍ସ ଯୋଗ୍ୟତା। ବର୍ଷ ସାରା ଦଳ ସ୍ଥିର ପ୍ରଦର୍ଶନ ଦେବା ସହ ଲକ୍ଷ୍ୟ ସ୍ଥଳରେ ପହଞ୍ଚତ୍ଥିଲା। ବିଶ୍ୱ ର଼୍ୟାଙ୍କିଙ୍ଗରେ ୫ ନମ୍ବର ସ୍ଥାନ ବଜାୟ ରଖିବା ମଧ୍ୟ ଦଳର ମନୋବଳକୁ ବଢ଼ାଇ ଦେଇଛି“ ବୋଲି ଅଧିନାୟକ ମନପ୍ରୀତ ସିଂ ପ୍ରକାଶ କରିଛନ୍ତି। ଟୋକିଓ ଅଲିମ୍ପିକ୍ସରେ ଟପ୍‌-୪ରେ ସ୍ଥାନ ପାଇବା ସମ୍ଭବ ବୋଲି ଦଳର ଖେଳାଳିଙ୍କ ହୃଦ୍‌ବୋଧ ହେଉଛି। ଆମେ ସେମିଫାଇନାଲରେ ପ୍ରବେଶ କରିପାରିଲେ ତେଣିକି ନିର୍ଦ୍ଧିଷ୍ଟ ଦିବସର ଖେଳ ଯେ କୌଣସି ଦଳର ହୋଇପାରେ ବୋଲି ସେ କହିଛନ୍ତି। ପ୍ରକାଶ ଯୋଗ୍ୟ ଯେ ୨୦୧୮ ହକି ବିଶ୍ୱକପରେ ଭାରତ କ୍ୱାର୍ଟର ଫାଇନାଲରୁ ବିଦାୟ ନେଇଥିଲା।
ଦକ୍ଷ ଯୁବ ଖେଳାଳିଙ୍କ ସଂଖ୍ୟା ବଢ଼ିଛି
ଅନ୍ତର୍ଜାତୀୟ ଷ୍ଟାଣ୍ଡାର୍ଡର ଖେଳାଳିଙ୍କ ସଂଖ୍ୟା ବୃଦ୍ଧି ମଧ୍ୟ ଭାରତୀୟ ଦଳର ଶକ୍ତିବୃଦ୍ଧି କରିଛି ବୋଲି ମନପ୍ରୀତ ବିଶ୍ୱାସ କରୁଛନ୍ତି। ”ଗତବର୍ଷ ଅନେକ ଯୁବ ଖେଳାଳି ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ଅନ୍ତର୍ଜାତୀୟ ଷ୍ଟାଣ୍ଡାର୍ଡର ଖେଳାଳି ମହଜୁଦ ହେବା ଫଳରେ ଭାରତୀୟ ଦଳର ବେଞ୍ଚ୍‌ଷ୍ଟ୍ରେନ୍ଥ ବୃଦ୍ଧି ପାଇଛି। ଅନନ୍ତର୍ଜାତୀୟ ସ୍ତରରେ ଯୁବ ଖେଳାଳିମାନେ ଚାପରେ ବିଚଳିତ ନ ହେବା ମଧ୍ୟ ଭଲ ଲକ୍ଷ୍ୟଣ ଥିଲା। ଆମେ ଏବେ ଏଫଆଇଏଚ୍‌ ପ୍ରୋ ଲିଗ୍‌ ମ୍ୟାଚ ଖେଳିବାକୁ ଯାଉଥିବାରୁ ଏହା ଆମକୁ ନିଶ୍ଚିତ ଫାଇଦାରେ ରଖିବ“ ବୋଲି ମନପ୍ରୀତ କହିଛନ୍ତି।
ପ୍ରଥମ ଟାର୍ଗେଟ ପ୍ରୋ ଲିଗ୍‌
ନିକଟରେ ପ୍ରୋ ଲିଗ୍‌ ଆରମ୍ଭ ହେବାକୁ ଯାଉଥିବାରୁ ଏହି ପ୍ରତିଯୋଗିତା ଆମର ପ୍ରଥମ ଟାର୍ଗେଟ। ଗତ ସୋମବାର ଆମେ ଏକ ବୈଠକରେ ଏକତ୍ରିତ ହୋଇ ଆମର ଇଚ୍ଛା ମୁଖ୍ୟ କୋଚ୍‌ ଗ୍ରାହାମ ରିଡ୍‌ଙ୍କୁ ଜଣାଇ ଦେଇଛୁ। ଜାନୁୟାରୀ, ଫେବୃୟାରୀରେ ଆମେ ନେଦରଲାଣ୍ଡ୍ସ, ବେଲଜିୟମ ଓ ଅଷ୍ଟ୍ରେଲିଆ ପରି ଦଳକୁ ଭେଟିବୁ। ତେଣୁ ଏହିସବୁ ଦଳ ବିପକ୍ଷରେ କିପରି ବିଜୟ ସମ୍ଭବ ହୋଇପାରିବ ତା ଉପରେ ଫୋକସ୍‌ କରାଯାଉଛି। ଏହିସବୁ ଦଳ ଗୁଡ଼ିକ ବିପକ୍ଷରେ ଖେଳିସାରିବା ପରେ ଆମେ ଅଲିମ୍ପିକ୍ସ ପାଇଁ କେତେ ପ୍ରସ୍ତୁତ ହୋଇପାରିଛୁ ତାହାର ଆଭାଷ ମିଳିବ ବୋଲି ଏହି ତାରକା ମିଡ୍‌ଫିଲ୍ଡର ପ୍ରକାଶ କରିଛନ୍ତି।
୯ ମାସ ସମୟ
ଅଲିମ୍ପିକ୍ସ ପ୍ରସ୍ତୁତି ପାଇଁ ଆମେ ମୋଟ ୯ ମାସ ସମୟ ପାଇଥିଲୁ। ତେଣୁ ଦିନକୁ ଦିନ କିପରି ଆମ ପ୍ରଦର୍ଶନରେ ଉନ୍ନତି ହୋଇପାରିବ ସେଥିପାଇଁ ଟ୍ରେନିଂର ପ୍ରତି ସେସନରେ ଯୋଜନା ପ୍ରସ୍ତୁତ ହେଉଛି। ରିଡ୍‌ଙ୍କ ତତ୍ତ୍ୱାବଧାନରେ ଆମେ କିଛି ନିର୍ଦ୍ଧିଷ୍ଟ ଯୋଜନାକୁ ନେଇ ଆଗକୁ ବଢ଼ୁଛୁ। ଆମେ ତାହାକୁ କାର୍ଯ୍ୟକାରୀ କରିପାରିଲେ ଭଲ ଫଳ ମିଳିବାନେଇ ମୁଁ ଦୃଢ଼ ନିଶ୍ଚିତ ବୋଲି ସେ କହିଛନ୍ତି।
ଏସିଆନ ଚାମ୍ପିୟନ୍ସ ଟ୍ରଫିରେ ହ୍ୟାଟ୍ରିକ ଟାଇଟଲ ଲକ୍ଷ୍ୟ
ଭାରତ ୨୦୧୬ ଓ ୨୦୧୮ରେ ଏସିଆନ ଚାମ୍ପିୟନ୍ସ ଟ୍ରଫି ଟାଇଟଲ ଜିତିଛି। ୨୦୨୦ରେ ଏହି ପ୍ରତିଯୋଗିତା ଖେଳାଯିବାକୁ ଥିବାରୁ କ୍ରମାଗତ ତୃତୀୟଥରପାଇଁ ଟାଇଟଲ ଜିତି ହ୍ୟାଟ୍ରକ କରିବା ଦଳର ଲକ୍ଷ୍ୟ ବୋଲି ମନପ୍ରୀତ କହିଛନ୍ତି। ଏସିଆନ ଚାମ୍ପିୟନ୍ସ ଟ୍ରଫି ଟାଇଟଲ ବଜାୟ ରଖିବା କଥା ଆମ ମନରେ ରହିଛି। ତେବେ ଆମେ ହଠାତ ଏହି ଟୁର୍ନାମେଣ୍ଟ ସମ୍ପର୍କରେ ଚିନ୍ତା ନ କରି ପ୍ରଥମେ ଆସୁଥିବା ପ୍ରତିଯୋଗିତା ସମ୍ପର୍କରେ ଚିନ୍ତା କରୁଛୁ। ଏହାପରେ ଆମେ ଆଗାମୀ ଟୁର୍ନାମେଣ୍ଟ ସମ୍ପର୍କରେ ଯୋଜନା ପ୍ରସ୍ତୁତ କରି ଆଗକୁ ବଢ଼ିବୁ ବୋଲି ଅଧିନାୟକ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି-୨୦ ବିଶ୍ୱକପ ମ୍ୟାଚରେ ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ସ୍ଥାପନ ହେଲା ନୂଆ ‘ବିଶ୍ୱ ରେକର୍ଡ’, ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ,୨୦।୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି-୨୦ ବିଶ୍ୱକପ ୨୦୨୬ ମ୍ୟାଚ ୧୫ ଫେବୃଆରୀରେ ଖେଳାଯାଇଥିଲା। ଟିମ ଇଣ୍ଡିଆ ଏହି ମ୍ୟାଚକୁ ୬୧ ରନରେ ଏକ ବଡ଼…

ସୁପର ୮ରେ ଟିମ ଇଣ୍ଡିଆର ପ୍ଲେଇଂ ଇଲେଭେନରୁ ବାଦ ପଡିପାରନ୍ତି ଅଭିଷେକ ଶର୍ମାଙ୍କ ସମେତ ଏହି ୩ ଖେଳାଳି, ନାମ ଜାଣିଲେ ବିଶ୍ୱାସ ହେବନି

ନୂଆଦିଲ୍ଲୀ,୨୦।୨: ୨୦୨୬ ଟି୨୦ ବିଶ୍ୱକପର ସୁପର ୮ ପର୍ଯ୍ୟାୟ ଫେବୃଆରୀ ୨୧ରେ ଆରମ୍ଭ ହେଉଛି। ପରବର୍ତ୍ତୀ ପର୍ଯ୍ୟାୟକୁ ଯାଉଥିବା ସମସ୍ତ ଆଠଟି ଦଳକୁ ଚାରିଟି ଦଳରେ ବିଭକ୍ତ…

ଟି-୨୦ ବିଶ୍ୱକପ୍‌ରେ ପୁଣି ହେବ କି ଭାରତ-ପାକିସ୍ତାନ ମ୍ୟାଚ୍‌: ଜାଣନ୍ତୁ କ’ଣ ରହିଛି ସମୀକରଣ

ନୂଆଦିଲ୍ଲୀ,୨୦।୨: ଟି୨୦ ବିଶ୍ୱକପର ୨୭ତମ ଲିଗ ମ୍ୟାଚ ଭାରତ ଏବଂ ପାକିସ୍ତାନ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଟିମ ଇଣ୍ଡିଆ ଏହି ମ୍ୟାଚକୁ ୬୧…

ନିଜ ନିଜ ଭିତରେ ଲଢିଲେଣି ପାକିସ୍ତାନ ଖେଳାଳି, ଏବେ ଶାହିଦ ଆଫ୍ରିଦି ଶାଦାବଙ୍କୁ ଗାଳି ଦେଇ କହିଲେ, ‘ପୁଅ, ତୁମେ…’

ନୂଆଦିଲ୍ଲୀ,୨୦।୨: ୨୦୨୬ ଟି୨୦ ବିଶ୍ୱକପର ସୁପର ୮ ପାଇଁ ଯୋଗ୍ୟତା ଅର୍ଜନ କରିବା ପରେ, ପାକିସ୍ତାନୀ କ୍ରିକେଟର ଶାଦାବ ଖାନ ବ୍ୟଙ୍ଗାତ୍ମକ ମନ୍ତବ୍ୟ ଦେଇଥିଲେ ଏବଂ ନିଜ…

୩ ଥର ଶୂନ୍ୟରେ ଆଉଟ ହେବାରୁ ଅଭିଷେକଙ୍କୁ ଏମିତି କହିଲେ ପାକିସ୍ତାନର ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୨୦।୨: ପୂର୍ବତନ ପାକିସ୍ତାନ ଖେଳାଳି ମହମ୍ମଦ ଆମିର ଅଭିଷେକ ଶର୍ମାଙ୍କ ବିଷୟରେ କହିଥିଲେ ଯେ ସେ କେବଳ ଜଣେ ଚଳ ଚଞ୍ଚଳ ଖେଳାଳି। ଏହି ବକ୍ତବ୍ୟକୁ ବହୁଳ…

ସେମିଫାଇନାଲରୁ ବାଦ୍‌ ପଡ଼ିବ ଟିମ୍‌ ଇଣ୍ଡିଆ: ଏହି କ୍ରିକେଟର୍‌ କଲେ ବଡ଼ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୨୦।୨: ICC ଟି୨୦ ବିଶ୍ୱକପ ୨୦୨୬ର ସୁପର ୮ ରାଉଣ୍ଡ ଫେବୃଆରୀ ୨୧ରେ ଆରମ୍ଭ ହେବାକୁ ଯାଉଛି। ଏଥିରେ ୮ଟି ଦଳ ସେମିଫାଇନାଲରେ ସ୍ଥାନ ପାଇବା ପାଇଁ…

୩୯ ବର୍ଷୀୟ କ୍ରିକେଟର୍‌ କଲେ ବଡ଼ କାରନାମା: ଭାଙ୍ଗିଲା ରୋହିତ ଶର୍ମାଙ୍କ ରେକର୍ଡ

ନୂଆଦିଲ୍ଲୀ,୨୦।୨: ଜିମ୍ବାୱେ ୨୦୨୬ ଟି୨୦ ବିଶ୍ୱକପରେ ଆଉ ଏକ ବଡ଼ ବିପର୍ଯ୍ୟୟ ଘଟାଇବାରେ ସଫଳ ହୋଇଛି। ଜିମ୍ବାୱେ ତା’ର ଶେଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ୬…

ମଟନ-ଚିକେନ ଖାଇବା ଛାଡ଼ିଦେଲେ ବୈଭବ ସୂର୍ଯ୍ୟବଂଶୀ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୦।୨: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆକୁ ଟାଇଟଲ ଦେବା ପରେ ଜିମ୍ବାୱେ ଏବଂ ନାମ୍ବିଆରୁ ଫେରିଥିବା ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ରାଜସ୍ଥାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri