ଟୋକନ ପାଇ ଟାର୍ଗେଟକୁ ଚାହିଁ ବସିଛି ଚାଷୀ

ଖପ୍ରାଖୋଲ, ୩୧ା୫(ଡି.ଏନ.ଏ)-ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକର ଅପର ସୁକତେଲ ମଧ୍ୟମ ଜଳସେଚନ ପ୍ରକଳ୍ପ ଜଳ ସେଚିତ ଅଞ୍ଚଳ ଓ ସୁକତେଲ ନଦୀକୂଳେ ଥିବା ଦମେଇପାଲି, ଯୁରିଆ, ଗୌଡପାଲି ପ୍ରମୁଖ ଲୁହାସିଂହା କୃଷି ସମବାୟ ସମିତି ଅଞ୍ଚଳର ଚାଷୀ ରବି ଧାନ ଅମଳ କରି ସାରିଲେଣି ା ଧାନବିକ୍ରି ପାଇଁ ପୂର୍ବରୁ ପଞ୍ଜୀକରଣ କରିଥିବାବେଳେ ଟୋକନ ମଧ୍ୟ ପାଇଛନ୍ତି। ହେଲେ ବିକ୍ରି ଟାର୍ଗେଟ ଆବଶ୍ୟକ ଅନୁଯାୟୀ ଆସୁ ନ ଥିବାରୁ ଚିନ୍ତାରେ ଚାଷୀ ା ଅମଳ ଧାନକୁ ଖଳାରେ ଅଥବା ଘର ଦାଣ୍ଡରେ ରଖି ଟାର୍ଗେଟକୁ ଅପେକ୍ଷା କରି ରହିଛନ୍ତି ଚାଷୀ। ଗତବର୍ଷ ଖପ୍ରାଖୋଲ କୃଷି ସମବାୟ ସମିତିରେ ରବି ଧାନ ବିକ୍ରିକୁ ନେଇ ରାସ୍ତାରୋକୋ ଆନ୍ଦୋଳନ ଆଦି ହୋଇଥିଲା। ଚଳିତ ବର୍ଷ ଏହି ଅଞ୍ଚଳରେ ୧୯୩ ଜଣ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜୀକରଣ କରିଥିବାବେଳେ ପ୍ରଥମ ପର୍ଯ୍ୟାୟରେ ୯ ହଜାର ୫ ଶହ କୁଇଣ୍ଟାଲ ଧାନ ବିକ୍ରି ପାଇଁ ଟୋକନ୍‌ ଦିଆଯାଇଛି। ହେଲେ ପ୍ରଥମେ ଯୋଗାଣ ବିଭାଗ ୬ ଶହ କୁଇଣ୍ଟାଲ ଧାନ କିଣା ଲାଗି ଟାର୍ଗେଟ ଦେଇଥିବାବେଳେ ତାହା କିଣା ସରିଛି ା ଏବେ ପୁଣି ୧ ହଜାର କୁଇଣ୍ଟାଲ ଟାର୍ଗେଟ ଆସିଥିବା ଜଣାଯାଇଛି ା ସେହିପରି ଲୁହାସିଂହା କୃଷି ସମବାୟ ସମିତିରେ ୬୬ଜଣ ଚାଷୀ ଧାନବିକ୍ରି ପାଇଁ ପଞ୍ଜୀକରଣ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ୨୬ ଜଣ ଚାଷୀ ପାଇଁ ୩ ହଜାର ୮୧୦ କୁଇଣ୍ଟାଲ ଧାନ ବିକ୍ରି ପାଇଁ ଟୋକନ ଆସିଥିବାବେଳେ ଟାର୍ଗେଟ କେବଳ ୧୧ଶହ କୁଇଣ୍ଟାଲ ଆସି କିଣା ସରିଛି ା ଏଠାରେ ମଧ୍ୟ ଅନେକ ଧାନ ଅମଳ କରି ଘରେ ରଖିଥିବାବେଳେ ଶହଶହ ବସ୍ତା ଧାନ କୃଷି ସମବାୟ ସମିତି ଗୋଦାମ ଘରେ ଚାଷୀ ରଖିଛନ୍ତି। ତୁରନ୍ତ ଟାର୍ଗେଟ ବଢାଇ ଧାନ କିଣିବାକୁ ଭାଲୁଡୁଙ୍ଗୁରୀ ଗାଁର ଚାଷୀ ଗଣେଶ ସାହୁ, ତରଣୀ ସାହୁ, ଲୁହାସିଂହା କୃଷି ସମବାୟ ଅଞ୍ଚଳର ରାଜକିଶୋର ମେହେର, ବିଜୟ କୁମାର ଯୋଶୀ, ଦାମୋଦର ଥପା ପ୍ରମୁଖ ଦାବି କରିଛନ୍ତି। ଏ ନେଇ ପାଟଣାଗଡ ଉପଖଣ୍ଡ ଯୋଗାଣ ଅଧିକାରୀ ବିଜୟକୁମାର କୁଲୁଙ୍କୁ ପଚାରିବାରୁ କୃଷି ସମବାୟ ସମିତି ତାଙ୍କ ଧାନ ବିକ୍ରି ଆବଶ୍ୟକତା ସମ୍ପର୍କରେ ସମବାୟ ସହ ନିବନ୍ଧକଙ୍କ ମାଧ୍ୟମରେ ଜଣାଇଲେ ଜିଲା ଯୋଗାଣ ଅଧିକାରୀ ଟାର୍ଗେଟ ପ୍ରଦାନ କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଇଁତଳାକୁ ଏନଏସି ମାନ୍ୟତା ଦାବି ଜୋର ଧରିଲା:ସାମିଲ ହେଲେ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ କାର୍ଯ୍ୟକର୍ତ୍ତା

ବଲାଙ୍ଗୀର, ୭।୯(ସୁନିଲ କୁମାର ମହାନ୍ତି): ସଇଁତଳାକୁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି) ମାନ୍ୟତା ପ୍ରଦାନ ଦାବିରେ ଚାଲିଥିବା ଧାରଣା ଆଜି ଷଷ୍ଠ ଦିନରେ ପହଞ୍ଚିଛି। ଏହି ଧାରଣାସ୍ଥଳରେ…

ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ…

ବଲାଙ୍ଗୀର,୬ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଓକିଲ ସଂଘ ପକ୍ଷରୁ ରବିବାର ହାଇକୋର୍ଟ ଜ୍ୟୋତିଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବଲାଙ୍ଗୀରଠାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରାଯିବାକୁ…

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସାମ୍ନାରେ ଦାଦାଗିରି, ୨ ଯୁବକ ରଡ୍‌-ଟାଙ୍ଗିଆ ଧରି ଖେଳାଇଥିଲେ ଆତଙ୍କ, ଆଜି…

ବଲାଙ୍ଗୀର,୬ା୯(ସୁନିଲ ମହାନ୍ତି): ବଲାଙ୍ଗୀର ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ଗେଟ୍‌ ସମ୍ମୁଖରେ କିଛିଦିନ ତଳେ ଗୁଣ୍ଡାଗର୍ଦ୍ଦି ଘଟଣାରେ ପୋଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri