ଟେଲାପାଲି ସେବାଶ୍ରମ ନୂତନ ଶ୍ରେଣୀଗୃହ କାମ ସରୁନି: ବାରଣ୍ଡାରେ ପଢୁଛନ୍ତି ଛାତ୍ରୀଛାତ୍ର

ଫିରିଙ୍ଗିଆ, ୨୧ା୮- ସରକାରୀ ସ୍ତରରେ ନିଷ୍ପତ୍ତି ହୋଇଛି କି ପ୍ରାଥମିକ ଶିକ୍ଷାରୁ କେହି ବଞ୍ଚିତ ହେବେ ନାହିଁ। କିନ୍ତୁ ଭିତ୍ତିଭୂମିକୁ ଅଣଦେଖା କରାଯାଉଛି। ପିଲାମାନେ ପଢ଼ିବାକୁ ଇଚ୍ଛା କରୁଥିଲେ ମଧ୍ୟ ବିଦ୍ୟାଳୟର ଭଙ୍ଗା ଶ୍ରେଣୀଗୃହ ଏଥିରେ ଅନ୍ତରାୟ ସାଜୁଛି। ନୂତନ ଶ୍ରେଣୀଗୃହ କାର୍ଯ୍ୟ ବର୍ଷ ବର୍ଷ ଧରି ସରିବାର ନାଁ ଧରୁନି। ଏବେ ବର୍ଷା ଦିନ। ପୁରୁଣା ଶ୍ରେଣୀ ଗୃହ ଆଜବେଷ୍ଟରୁ ପାଣି ଗଳୁଛି। ଉପାୟ ନ ପାଇ ପିଲାମାନେ ବାରଣ୍ଡାରେ ପଢ଼ିବାକୁ ବାଧ୍ୟ ହେଉଛନ୍ତି। ଏଭଳି ଘଟଣା ଫିରିଙ୍ଗିଆ ବ୍ଲକ ଟେଲାପାଲି ସେବାଶ୍ରମରେ ଦେଖିବାକୁ ମିଳିଛି।

ଟେଲାପାଲି ସେବାଶ୍ରମ ୧୯୪୮ ମସିହାରେ ସ୍ଥାପିତ ହୋଇଥିଲା। ଏଠାରେ ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ ଶ୍ରେଣୀ ରହିଛି। ଆବଶ୍ୟକ ଶ୍ରେଣୀ ଗୃହ ନାହିଁ। ଏବେ ୩ ଶ୍ରେଣୀ ଗୃହରେ ପିଲାମାନେ ପାଠ ପଢୁଛନ୍ତି। ଏ ସମସ୍ତ ଘର ଭଙ୍ଗାରୁଜା ଅବସ୍ଥାରେ। ଶ୍ରେଣୀଗୃହ ଅବସ୍ଥାକୁ ଲକ୍ଷ୍ୟ କରି ପ୍ରାୟ ୮ ବର୍ଷ ପୂର୍ବେ ୪ ଶ୍ରେଣୀଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। କିନ୍ତୁ ତାହା ଆଜି ପର୍ଯ୍ୟନ୍ତ ସରୁନାହିଁ। ସମ୍ପୃକ୍ତ ଠିକାଦାର ଜଣକ କାମ ଅଧା ପନ୍ତରିଆ କରି ଛାଡିଛନ୍ତି। ସେବାଶ୍ରମରେ ପ୍ରଥମରେ ୧୫, ଦ୍ୱିତୀୟରେ ୧୯, ତୃତୀୟରେ ୧୮, ଚତୁର୍ଥରେ ୧୦, ପଞ୍ଚମରେ ୧୫, ଷଷ୍ଠରେ ୫, ସପ୍ତମରେ ୯ ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତୁ। ମୋଟ ୯୧ ପିଲାଙ୍କ ମଧ୍ୟରେ ୪୦ ଜଣ ସେବାଶ୍ରମରେ ରହୁଛନ୍ତି। ସମସ୍ତ ପିଲା ଗୋଟିଏ ଘରେ ଶୋଇବାକୁ ବାଧ୍ୟ ହେଉଛନ୍ତି। କାରଣ ଏହି ପିଲାମାନଙ୍କ ପାଇଁ ଯେଉଁ ହଷ୍ଟେଲ ହୋଇଛି, ସେଠାରେ ପାଣିର ଅସୁବିଧା ଥିବାରୁ ଏଭଳି ସମସ୍ୟା ସୃଷ୍ଟି ହେଉଛି ବୋଲି ପ୍ରଧାନ ଶିକ୍ଷୟିତ୍ରୀ କୁନ୍ତୀ ଦଣ୍ଡସେନା କହିଛନ୍ତି। ବର୍ଷାରେ ଆଜବେଷ୍ଟରୁ ପାଣି ଗଳୁଛି। ଭିତରେ ପାଠ ପଢ଼ାଇ ହେଉନାହିଁ। ବାରଣ୍ଡାରେ ପଢ଼ାଇବାକୁ ବାଧ୍ୟ ହେଉଛୁ। ନୂତନ ଶ୍ରେଣୀ ଗୃହ କାମ ସରୁ ନାହିଁ। ଏ ନେଇ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଜଣାଇଲେ ସୁଦ୍ଧା କିଛି ସୁଫଳ ମିଳୁନାହିଁ। ଏ ସେମ୍ପର୍କରେ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ରବୀନ୍ଦ୍ର କୁମାର ବେହେରାଙ୍କୁ ପଚାରିବାରୁ ଆମେ ଘଟଣା ନେଇ ଅବଗତ ଅଛୁ। ବିଲଡିଂ କାମ ବନ୍ଦ ଥିଲା। ବର୍ଷା ଦିନ ପରେ କାମ ଆରମ୍ଭ ହେବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri