Posted inଖେଳ

ଟେଲରଙ୍କ ସ୍ବତନ୍ତ୍ର ରେକର୍ଡ

ଓ୍ବେଲିଂଟନ,୨୧।୨(ପି.ଟି.)- ଭେଟେରାନ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ ରସ ଟେଲର ଶୁକ୍ରବାର ଭାରତ ବିପକ୍ଷ ପ୍ରଥମ ଟେଷ୍ଟରେ ପଡ଼ିଆକୁ ଓହ୍ଲାଇ ଇତିହାସ ରଚିଛନ୍ତି। ପ୍ରତ୍ୟେକ ଫର୍ମାଟରେ ୧୦୦ ମ୍ୟାଚ୍‌ ଖେଳିବାରେ ସେ ବିଶ୍ୱର ପ୍ରଥମ ଖେଳାଳି। ଚଳିତ ଓ୍ବେଲିଂଟନ ଟେଷ୍ଟ ଟେଲରଙ୍କ କ୍ୟାରିୟରର ୧୦୦ତମ ଟେଷ୍ଟ। ତାଙ୍କୁ ନ୍ୟୁଜିଲାଣ୍ଡ ଉଇକେଟକିପର ଇଆନ ସ୍ମିଥ ମ୍ୟାଚ୍‌ ପୂର୍ବରୁ କ୍ୟାପ ପ୍ରଦାନ କରିଥିଲେ। ଟେଲରଙ୍କ ପୂର୍ବରୁ ଷ୍ଟିଫେନ ଫ୍ଲେମିଂ, ବ୍ରେଣ୍ଡନ ମ୍ୟାକ୍‌କୁଲମ ଓ ଡାନିଏଲ ଭିଟୋରି ଦେଶ ପାଇଁ ୧୦୦ ଟେଷ୍ଟ ଖେଳିସାରିଛନ୍ତି। ୩୫ ବର୍ଷୀୟ ଟେଲର ଗତମାସରେ ଭାରତ ବିପକ୍ଷରେ କ୍ୟାରିୟରର ୧୦୦ତମ ଟି୨୦ ମ୍ୟାଚ୍‌ ଖେଳିଥିଲେ। ଦିନିକିଆ ଫର୍ମାଟରେ ସେ ୨୩୧ ମ୍ୟାଚ୍‌ ଖେଳିସାରିଲେଣି। ଟେଷ୍ଟ ଓ ଦିନିକିଆ ଫର୍ମାଟରେ ଦେଶ ପାଇଁ ସର୍ବାଧିକ ରନ୍‌ କରିବାର ରେକର୍ଡ ମଧ୍ୟ ତାଙ୍କ ନାମରେ ରହିଛି। ସେ ଟେଷ୍ଟରେ ୭୧୭୪ ଓ ଦିନିକିଆ ୮୫୭୦ ରନ୍‌ କରିଛନ୍ତି। ଟି୨୦ରେ ସେ ୧୯୦୯ ରନ୍‌ କରିସାରିଛନ୍ତି। ଟେଲର ୨୦୦୭ରେ ଟେଷ୍ଟ ପର୍ଦାପଣ କରିଥିଲେ। ସେହିବର୍ଷ ହିଁ ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଜିକୁ ପୂରିଲା ଦୁଇ ବର୍ଷ

ନୂଆଦିଲ୍ଲୀ,୧୫।୮: ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ୨୦୨୦ ଅଗଷ୍ଟ ୧୫ରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ଘୋଷଣା କରିଥିଲେ। ସାରା ଦେଶ ସ୍ବାଧୀନତା...

୧୨ରୁ ୧୪ କୋଟି ଟଙ୍କାରେ ବିକ୍ରି ହୋଇପାରନ୍ତି ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦ : ଚଳିତ ଆଇପିଏଲ ସିଜନର ପ୍ରଥମ ଫେଜରେ ୭ମ ସ୍ଥାନରେ ଥିବା କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଏବେ ପ୍ଲେ-ଅପ୍‌ ଲାଗି ଯୋଗ୍ୟତା ହାସଲ...

ରାଇନାଙ୍କ ଆଣ୍ଠୁରେ ଅସ୍ତ୍ରୋପଚାର

ଆମଷ୍ଟରଡାମ୍‌, ୧୦ା୮ (ପି.ଟି.)-ନେଦରଲାଣ୍ଡ୍ସର ଆମଷ୍ଟରଡାମ୍‌ରେ ଶୁକ୍ରବାର ଭାରତୀୟ କ୍ରିକେଟର ସୁରେଶ ରାଇନାଙ୍କର ଆଣ୍ଠୁରେ ସଫଳତାର ସହିତ ଅସ୍ତ୍ରୋପଚାର ହୋଇଛି। ତାଙ୍କୁ ଫିଟ୍‌ ହେବାଲାଗି ୪ରୁ ୬...

ଆଇସିସି ପ୍ରକାଶ କଲା ବୁକି-ଶକିବଙ୍କ ହ୍ବାଟସଆପ୍‌ ମେସେଜ

ଦୁବାଇ,୩୦।୧୦- ଆଇସିସି ପକ୍ଷରୁ ଦୁଇବର୍ଷ ବାସନ୍ଦ ହେବା ପରେ ଶକିବ ଅଲ ହସନ ଦୁର୍ନୀତି ସମ୍ପର୍କୀତ ତଥ୍ୟ ପ୍ରଦାନ କରିବାରେ ବିଫଳ ହୋଇଥିବା ସ୍ପଷ୍ଟ କରିଛନ୍ତି।...

ବଡ଼ ଇନିଂସ ନ ହେଲେ ବି ଗୋଟିଏ ଛକା ମାରି ରେକର୍ଡ କଲେ ଭାରତୀୟ ଅଧିନାୟକ

ମୋହାଲି,୨୦।୯: ଅଷ୍ଟ୍ରେଲିଆ ବିପକ୍ଷରେ ମଙ୍ଗଳବାର ପ୍ରଥମ ଟି -୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳୁଛି ଭାରତ। ଏହି ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ବଡ଼ ଇନିଂସ...

୪ ଖେଳାଳି ଆହତ, ଫିଲ୍ଡିଂ କଲେ କୋଚ୍‌

ସାଉଥ୍‌ମ୍ପଟନ, ୨୫।୫(ପି.ଟି.)- ଦୀର୍ଘ ୮ ବର୍ଷ ପୂର୍ବେ କ୍ରିକେଟରୁ ସନ୍ନ୍ୟାସ ନେଇଥିବା ଇଂଲଣ୍ଡର ପ୍ରାକ୍ତନ ଅଧିନାୟକ ତଥା ବର୍ତ୍ତମାନ ସହାୟକ କୋଚ୍‌ ଦାୟିତ୍ୱ ତୁଲାଉଥିବା ପଲ୍‌...

ଧୋନୀ-ଯୁବରାଜଙ୍କ ୧୦ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ବିରାଟ-ହାର୍ଦ୍ଦିକ

ମେଲବୋର୍ନ,୨୪।୧୦: ଭାରତୀୟ କ୍ରିକେଟ ଟିମ୍‌ ରବିବାର ପାକିସ୍ତାନ ବିପକ୍ଷରେ ରୋମାଞ୍ଚକର ମ୍ୟାଚ୍‌ରେ ବିଜେତା ହୋଇ ଟି୨୦ ବିଶ୍ୱକପ୍‌ ୨୦୨୨ରେ ନିଜର ଅଭିଯାନ ଆରମ୍ଭ କରିଛି। ଏହି...

ବିଶ୍ୱକପ୍‌ରୁ ବିଦାୟ ନେଲା ଭାରତ

ମାଞ୍ଚେଷ୍ଟର, ୧୦।୭: ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ସାହସିକଭରା ଅର୍ଦ୍ଧଶତକୀୟ ଇନିଂସ ସତ୍ତ୍ୱେ ଏଠାରେ ଅନୁଷ୍ଠିତ ଆଇସିସି ବିଶ୍ୱକପ୍‌ର ପ୍ରଥମ ସେମିଫାଇନାଲରେ ଭାରତ ୧୮ ରନରେ ନ୍ୟୁଜିଲାଣ୍ଡ...

Advertisement
Archives

Model This Week