Posted inଖେଳ

ଟେଲରଙ୍କୁ ଉପହାର ସ୍ବରୂପ ୧୦୦ ଓ୍ବାଇନ ବୋତଲ

ଓ୍ବେଲିଂଟନ,୨୨।୨- ଏଠାରେ ଚାଲିଥିବା ଭାରତ ବିପକ୍ଷ ପ୍ରଥମ ଟେଷ୍ଟ ଭେଟେରାନ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ ରସ ଟେଲରଙ୍କ ପାଇଁ କ୍ୟାରିୟରର ୧୦୦ତମ ଟେଷ୍ଟ। ବିଶ୍ୱର ପ୍ରଥମ ଖେଳାଳି ଭାବେ ସେ କ୍ରିକେଟର ସମସ୍ତ ଫର୍ମାଟରେ ୧୦୦ ମ୍ୟାଚ୍‌ ଖେଳିଛନ୍ତି। ଏହି ଅବସରରେ ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ (ଏନ୍‌ଜେଡ୍‌ସି) ଟେଲରଙ୍କୁ ସ୍ବତନ୍ତ୍ର ଉପହାର ଦେଇଛି। ଉପହାରଟି ହେଲା ୧୦୦ ଓ୍ବାଇନ ବୋତଲ। ଏହାକୁ ଶେଷ କରିବା ଲାଗି ମୋତେ ସାହାଯ୍ୟ ଦରକାର। କିନ୍ତୁ ଏହାକୁ କିଛି ଦିନ ପାଇଁ ରଖାଯାଇପାରିବ। ଏହା ଏକ ପରମ୍ପରା। ଦେଶ ପାଇଁ ୧୦୦ ଟେଷ୍ଟ ଖେଳିଥିବା ଷ୍ଟିଫେନ ଫ୍ଲେମିଂ, ବ୍ରେଣ୍ଡନ ମ୍ୟାକ୍‌କୁଲମ ଓ ଡାନିଏଲ ଭିଟୋରିଙ୍କୁ ମଧ୍ୟ ଏଭଳି ଉପହାର ଦିଆଯାଇଥିଲା ବୋଲି ଟେଲର କହିଛନ୍ତି। ସମସ୍ତ ବୋତଲରେ ଟେଲରଙ୍କ ନାମ ଲିଖିତ ରହିଛି। କେଉଁ ଅବସରରେ ଏହା ପ୍ରଦାନ କରାଯାଉଛି, ତାହା ମଧ୍ୟ ସ୍ପଷ୍ଟ କରାଯାଇଛି। ୩୫ ବର୍ଷୀୟ ଟେଲର ଗତ ମାସରେ ୧୦୦ତମ ଟି୨୦ ଖେଳିଥିଲେ। ଦିନିକିଆ ଫର୍ମାଟରେ ୨୩୧ ମ୍ୟାଚ୍‌ ଖେଳିସାରିଛନ୍ତି। ୨୦୦୭ରେ ସେ ଟେଷ୍ଟ ପଦାର୍ପଣ କରିଥିଲେ। ସେହିବର୍ଷ ହିଁ ପ୍ରଥମ ଦିନିକିଆ ଖେଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସ୍କଟ୍‌ଲାଣ୍ଡର ରେକର୍ଡ ଟି୨୦ ବିଜୟ

ଲଣ୍ଡନ, ୧୭।୯ (ଏଏଫ୍‌ପି)- ଏଠାରେ ଚାଲିଥିବା ତ୍ରି-ରାଷ୍ଟ୍ରୀୟ ଟି୨୦ ସିରିଜର ଏକ ମ୍ୟାଚ୍‌ରେ ସ୍କଟ୍‌ଲାଣ୍ଡ୍‌ ୫୮ ରନରେ ନେଦରଲାଣ୍ଡ୍ସକୁ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ସ୍କଟ୍‌ଲାଣ୍ଡ...

ପିସିବି କ୍ରିକେଟ କମିଟି ମୁଖ୍ୟଙ୍କ ଇସ୍ତଫା

କରାଚୀ,୨୦।୬(ପି.ଟି.)- ପୂର୍ବତନ ଟେଷ୍ଟ କ୍ରିକେଟର ମୋହସିନ ହାସନ ଖାନ୍‌ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)ର କ୍ରିକେଟ କମିଟି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ସେ ଗୁରୁବାର...

ଆଇପିଏଲ୍‌ରେ ସର୍ବାଧିକ ଅଧିନାୟକ ବଦଳାଇଥିବା ଟିମ୍‌ ବନିଗଲା ପଞ୍ଜାବ

ଦୁବାଇ, ୨୦।୯: କିଙ୍ଗ୍ସ ଇଲେଭେନ ପଞ୍ଜାବ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଆଇପିଏଲ୍‌-୧୩ର ଦ୍ୱିତୀୟ ମ୍ୟାଚ୍‌ ରବିବାର ସ୍ଥାନୀୟ ଦୁବାଇ ଇଣ୍ଟରନ୍ୟାଶନାଲ କ୍ରିକେଟ୍‌ ଷ୍ଟାଡିୟମରେ ଅନୁଷ୍ଠିତ...

ଦ୍ୱିତୀୟ ଟି୨୦: ଜାଡେଜାଙ୍କ ଅନୁପସ୍ଥିତି ସତ୍ତ୍ୱେ ଭାରତ ଫେଭରାଇଟ୍‌

ସିଡ୍‌ନୀ,୬।୧୨(ପି.ଟି.): ସ୍ଥାନୀୟ ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡ (ଏସ୍‌ସିଜି)ରେ ରବିବାର ଭାରତ ଓ ଘରୋଇ ଅଷ୍ଟ୍ରେଲିଆ ତୃତୀୟ ଟି୨୦ ମ୍ୟାଚ୍‌ରେ ପରସ୍ପରକୁ ଭେଟିବେ। କନ୍‌କସନ କାରଣରୁ ଅଲରାଉଣ୍ଡର...

ଏହି ବଲିଉଡ୍‌ ଅଭିନେତ୍ରୀଙ୍କୁ ବେଶୀ ପସନ୍ଦ କରନ୍ତି ପାକିସ୍ତାନ କ୍ରିକେଟର୍‌

ନିକଟରେ ପାକିସ୍ତାନ କ୍ରିକେଟ ଦଳ ଇଂଲଣ୍ଡ ଗସ୍ତରେ ଯାଇଛି। ସେଠାରେ ଦଳ ଇଂଲଣ୍ଡ ବିପକ୍ଷରେ ୩ଟି ଟେଷ୍ଟ ଏବଂ ୩ଟି ଟି-୨୦ ମ୍ୟାଚ୍‌ ଖେଳିବ। ଏହି...

ଜେଇ ଓ୍ବିଲିସନ ଇଣ୍ଟରନ୍ୟାଶନାଲ ସିରିଜ: ଓଡ଼ିଆ ଝିଅ ଋତୁପର୍ଣ୍ଣାଙ୍କୁ ଡବଲ୍‌ ଟାଇଟଲ୍‌

ନୂଆଦିଲ୍ଲୀ, ୨୨।୭ (ପି.ଟି.)- ଉଦୀୟମାନ ଭାରତୀୟ ମହିଳା ବ୍ୟାଡ୍‌ମିଣ୍ଟନ ଖେଳାଳି ତଥା ଓଡ଼ିଆ ଝିଅ ଋତୁପର୍ଣ୍ଣା ପଣ୍ଡା ଘାନାର ଆକ୍‌ରାଠାରେ ଅନୁଷ୍ଠିତ ଜେଇ ଓ୍ବିଲସନ ଇଣ୍ଟରନ୍ୟାଶନାଲ...

ମହିଳା ବିଶ୍ୱକପ୍‌ ଇତିହାସରେ ଝୁଲଣ ଗୋସ୍ବାମୀ

ହାମିଲଟନ,୧୦।୩: ଭେଟେରାନ ଭାରତୀୟ ପେସର ଝୁଲଣ ଗୋସ୍ବାମୀ ଗୁରୁବାର ଆଇସିସି ମହିଳା ଦିନିକିଆ ବିଶ୍ୱକପ୍‌ ଇତିହାସରେ ସର୍ବାଧିକ ଉଇକେଟ ନେଇଥିବା ବୋଲରଙ୍କ ସହ ସମକକ୍ଷ ହୋଇଛନ୍ତି।...

ମହୀତୋଷଙ୍କୁ ଫିଡେ ମାଷ୍ଟର ଟାଇଟଲ୍‌

ଭୁବନେଶ୍ୱର, ୬।୧୦(ସ୍ପୋଟର୍‌ସ ବ୍ୟୁରୋ)- ଓଡ଼ିଶା ଚେସ୍‌ ପାଇଁ ଖୁସି ଖବର। ଚେସ୍‌ ତାରକା ମହୀତୋଷ ଦେ’ଙ୍କୁ ଫିଡେ ମାଷ୍ଟର ଟାଇଟଲ୍‌ ମିଳିଛି। ଗତ ୨ ବର୍ଷ...

Advertisement
Archives

Model This Week