Posted inଫୁରସତ

ଟେବୁଲ ଟେନିସ୍‌ ଡୋର୍‌

ଅନେକଙ୍କୁ ଟେବୁଲ ଟେନିସ୍‌ ଖେଳିବାକୁ ଭଲ ଲାଗେ। ହେଲେ ଘରେ ଏହାର ଟେବୁଲ ରଖିବାକୁ ଜାଗା ହେଉ ନ ଥିବାରୁ ମନ ମାରି ରହିବାକୁ ହୁଏ। ଏବେ କିନ୍ତୁ ଘର ଭିତରେ ଖେଳିପାରିବେ ଏହି ଖେଳ। ଆଉ ଟେବୁଲ ରଖିବାର ସମସ୍ୟା ବି ରହିବନି। କାରଣ ଏଭଳି ଏକ କବାଟ ତିଆରି ହୋଇଛି ଯାହା ଘରକୁ ସୁରକ୍ଷା ଦେବା ସହ ଏହି ଖେଳ ଖେଳିବାର ମଉକା ବି ଦେବ। କବାଟଟି ସବୁଜ ରଙ୍ଗର ଏବଂ ଏହାର ମଝିରେ ଏକ ଧଳା ରଙ୍ଗର ଗାର ଥାଏ। କବାଟ ମଝିରେ ନେଟ୍‌ ବି ଲାଗିଥାଏ। କବାଟଟି ସାଧାରଣଭାବେ ଖୋଲି ହେବା ସହ ଏହାକୁ ଉପରୁ ତଳପଟକୁ ବି ନୁଆଇଁ ହୁଏ। ଆଉ ତାହା ଦ୍ୱାରବନ୍ଧର ମଝିରେ ଭୂମି ସହ ସମାନ୍ତରଭାବେ ରହେ। ଏହି ଅବସ୍ଥାରେ କବାଟଟି ଟେବୁଲ ଟେନିସ୍‌ର ଟେବୁଲ୍‌ ପାଲଟିଯାଏ। ଫଳରେ ଦ୍ୱାରର ଏପଟେ ଏବଂ ସେପଟେ ଠିଆ ହୋଇ ଆରାମ୍‌ରେ ଟେବୁଲ ଟେନିସ୍‌ ଖେଳି ହେବ। କବାଟକୁ ଡିଜାଇନ୍‌ କରିଛନ୍ତି ଜର୍ମାନ ଡିଜାଇନର୍‌ ତୋବିଆସ୍‌ ଫ୍ରାଞ୍ଜଲ୍‌।


Enter your email to get our daily news in your inbox.

All Right Reserved By Dharitri.Com

ତିରୁମାଲା ଗର୍ଭଗୃହରେ କାହିଁକି ନାହିଁ ଘଣ୍ଟି, ଜାଣନ୍ତୁ ଏହାର ରହସ୍ୟ…

ତିରୁମାଲାର ବିଶ୍ୱ ପ୍ରସିଦ୍ଧ ଭଗବାନ ଶ୍ରୀ ଭେଙ୍କଟେଶ୍ୱର ସ୍ବାମୀ (ବାଲାଜୀ) ମନ୍ଦିର ଏହାର ମହିମା, ଚମତ୍କାର ଏବଂ ଅନନ୍ୟ ପରମ୍ପରା ପାଇଁ ସାରା ବିଶ୍ୱରେ ଜଣାଶୁଣା। ପ୍ରାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri