Posted inଖେଳ

ଟେନିସକୁ ଶାରାପୋଭାଙ୍କ ଗୁଡ୍‌ବାଏ

ପ୍ୟାରିସ, ୨୭।୨ (ଏଏଫ୍‌ପି)- ରୁଷୀୟ ଲଳନା ତଥା ବିଶ୍ୱ ଟେନିସ ଜଗତର ଗ୍ଲାମରର୍ସ ଗର୍ଲ ଭାବେ ବେଶ୍‌ ଖ୍ୟାତି ଅର୍ଜନ କରିଥିବା ମାରିଆ ଶାରାପୋଭା ବୁଧବାର ଅବସର ଘୋଷଣା କରିଛନ୍ତି। ପାଞ୍ଚଥର ଗ୍ରାଣ୍ଡସ୍ଲାମ ବିଜୟିନୀ ଶାରାପୋଭା ‘ଓ୍ବଗ୍‌ ଆଣ୍ଡ୍‌ ଭାନିଟୀ’ ମାଗାଜିନର ଏକ ଆର୍ଟିକିଲ୍‌ ‘ଟେନିସ- ଆଇ ଆମ୍‌ ସେୟିଂ ଗୁଡ୍‌ବାଏ’ ରେ ଅବସର ନେଇ ଉଲ୍ଲେଖ କରିଛନ୍ତି। ‘୨୮ ବର୍ଷ ଓ ୫ ଗ୍ରାଣ୍ଡସ୍ଲାମ ଜିତି ସାରିବା ପରେ ମୁଁ ଆଉ ଏକ ପାହାଡ଼ ମାପିବାକୁ ପ୍ରସ୍ତୁତ ରହିଛି’ ବୋଲି ଶାରାପୋଭା ଏହି ଆର୍ଟିକିଲରେ କହିଛନ୍ତି।
ରୁଷୀୟ ସୁନ୍ଦରୀ ୨୦୦୪ରେ ମାତ୍ର ୧୭ ବର୍ଷ ବୟସରେ ସେରେନା ଓ୍ବିଲିୟମ୍ସଙ୍କୁ ହରାଇ ଓ୍ବିମ୍ବେଲଡନ ଟାଇଟଲ୍‌ ଜିତି ବିଶ୍ୱ ଟେନିସରେ ଚର୍ଚ୍ଚାର ପରିଧିକୁ ଆସିଥିଲେ। ଏହାପରେ ୨୦୧୨ରେ ସେ ଫ୍ରେଞ୍ଚ୍‌ ଓପନ୍‌ରେ ଚାମ୍ପିୟନ ହୋଇ କ୍ୟାରିୟରସ୍ଲାମ ପୂରଣ କରିଥିଲେ। ୨୦୧୬ରେ ଡୋପ୍‌ ଟେଷ୍ଟରେ ବିଫଳ ହୋଇ ୧୫ ମାସ ପାଇଁ ଟେନିସରୁ ବାସନ୍ଦ ହେବା ପୂର୍ବରୁ ବିଶ୍ୱର ଏହି ପୂର୍ବତନ ଏକ ନମ୍ବର ଖେଳାଳି ମୋଟ୍‌ ୫ ଗ୍ରାଣ୍ଡସ୍ଲାମ ଟ୍ରଫି ଜିତି ସାରିଥିଲେ। ୩୨ ବର୍ଷୀୟା ଏହି ଟେନିସ ଗ୍ଲାମର ଗର୍ଲ ଏହାପରେ ଟେନିସକୁ ୨୦୧୭ ଏପ୍ରିଲରେ ପ୍ରତ୍ୟାବର୍ତ୍ତନ କରିଥିଲେ ମଧ୍ୟ କାନ୍ଧରେ ଆଘାତଜନିତ ସମସ୍ୟା ପାଇଁ ବେଶ୍‌ ସଂଘର୍ଷ କରିଥିଲେ। ଯାହାକି ତାଙ୍କ ପ୍ରଦର୍ଶନରେ ପ୍ରଭାବ ପକାଇଥିଲା। ଗତବର୍ଷ ସେ ଓ୍ବିମ୍ବେଲଡନ, ୟୁଏସ୍‌ ଓପନ୍‌ ଓ ନିକଟରେ ଅଷ୍ଟ୍ରେଲିଆନ୍‌ ଓପନ୍‌ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲେ। ବିଶ୍ୱ ମହିଳା ସିଙ୍ଗଲ୍ସ ର଼୍ୟାଙ୍କିଙ୍ଗ୍‌ରେ ସେ ବର୍ତ୍ତମାନ ୩୭୩ତମ ସ୍ଥାନରେ ରହିଛନ୍ତି।
୪ ର୍ଷରେ ର଼୍ୟାକେଟ୍‌ ଧରିଲେ-
ସର୍ବିୟା-ଜନ୍ମିତ ଶାରାପୋଭା ମାତ୍ର ୪ ବର୍ଷ ବୟସରେ ର଼୍ୟାକେଟ୍‌ ଧରିଥିଲେ। ରୁଷିଆ ସହର ସୋଚିଠାରେ ତାଙ୍କ ପରିବାର ରହୁଥିବାରୁ ସେଠାରେ ହିଁ ସେ ପ୍ରଥମେ ଖେଳିବା ଆରମ୍ଭ କରିଥିଲେ। ୨୦୦୧ରେ ସେ ବିଧିବଦ୍ଧ ଭାବେ ଡବ୍ଲ୍ୟୁଟିଏ ଟୁର୍‌ ମ୍ୟାଚ୍‌ ଖେଳିଥିଲେ। ଏକାମାତ୍ର ରୁଷିଆ ଖେଳାଳି ଭାବେ ଶାରାପୋଭା କ୍ୟାରିୟରସ୍ଲାମ ହାସଲ କରିଥିଲେ। ସେହିଭଳି ତାଙ୍କ ନାମରେ ମଧ୍ୟ ଅଲିମ୍ପିକ ପଦକ ରହିଛି। ୨୦୧୨ ଅଲିମ୍ପିକରେ ସେ ରୌପ୍ୟ ପଦକ ଜିତିବାର ସୌଭାଗ୍ୟ ଲାଭ କରିଥିଲେ। ମଡେଲିଂ କ୍ଷେତ୍ରରେ ମଧ୍ୟ ସେ ବେଶ୍‌ ଖ୍ୟାତି ଅର୍ଜନ କରିଛନ୍ତି। ସେହିଭଳି ନାଇକ୍‌, ପ୍ରିନ୍ସ, କ୍ୟାନନ ଭଳି ନାମିଦାମୀ କମ୍ପାନୀ ପାଇଁ ପ୍ରଚାର କରିଛନ୍ତି। ୨୦୦୫ରେ ୟୁଏସ୍‌ ଓପନ୍‌ ଜିତିବା ପରେ ଶାରାପୋଭା ବିଶ୍ୱର ଏକ ନମ୍ବର ମାନ୍ୟତା ଲାଭ କରିଥିଲେ। ୨୧ ସପ୍ତାହ ଧରି ସେ ଏହି ସ୍ଥାନରେ ରହିଥିଲେ।
ପ୍ରତିଦିନ ଏହାକୁ ମିସ୍‌ କରିବି
‘ଟେନିସ ହେଉଛି ମୋ ଜୀବନ ଏବଂ ମୋ ଜୀବନ ମଧ୍ୟ ଟେନିସ। ମୁଁ ଏହାକୁ ପ୍ରତିଦିନ ମିସ୍‌ କରିବି। ମୋ ନିତିଦିନିଆ ଦିନଚର୍ଯ୍ୟା , ସକାଳୁ ଉଠିବା, ବାମପଟ ପୂର୍ବରୁ ଡାହାଣ ପଟ ଜୋତା ପିନ୍ଧିବା, ଦିନର ପ୍ରଥମ ସର୍ଭିସ କରିବା ପୂର୍ବରୁ କୋଟ୍‌ କବାଟ ବନ୍ଦ କରିବା ଇତ୍ୟାଦି ମଧ୍ୟ ମିସ୍‌ କରିବି’ ବୋଲି ଶାରାପୋଭା ତାଙ୍କ ଅବସର ମେସେଜରେ ଉଲ୍ଳେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏହି ବିଦେଶୀ ଖେଳାଳିଙ୍କୁ କିଣିପାରେ ସିଏସ୍‌କେ

ଚେନ୍ନାଇ, ୧୭।୨ : ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୧୪ତମ ସଂସ୍କରଣ ଲାଗି ଏଠାରେ ଗୁରୁବାର ଅନୁଷ୍ଠିତ ହେବାକୁ ଯାଉଛି ଖେଳାଳିଙ୍କ ନିଲାମ ପ୍ରକ୍ରିୟା। ଏହି...

ୟୁଏସ୍‌ ଓପନ୍‌: ସିଡେଡ୍‌ ଖେଳାଳିଙ୍କ ଅଗ୍ରଗତି

ନ୍ୟୁୟର୍କ, ୨୮।୮(ଏଏଫ୍‌ପି)- ବର୍ଷର ଚତୁର୍ଥ ତଥା ଅନ୍ତିମ ଗ୍ରାଣ୍ଡସ୍ଲାମ୍‌ ଟୁର୍ନାମେଣ୍ଟ ୟୁଏସ୍‌ ଓପନ୍‌ର ପୁରୁଷ ଓ ମହିଳା ସିଙ୍ଗଲ୍ସ ଇଭେଣ୍ଟରେ ସିଡେଡ ଖେଳାଳିମାନେ ଅଭିଯାନ ଆରମ୍ଭ...

ରାଜ୍ୟ କ୍ରିକେଟ ଦଳ ଚୟନ ଶିବିରରେ ଗଞ୍ଜାମରୁ ୬ ଖେଳାଳି

ବ୍ରହ୍ମପୁର ଅଫିସ,୮।୮: କଟକଠାରେ ଶୁକ୍ରବାରଠାରୁ ଓଡ଼ିଶା ୧୬ ବର୍ଷରୁ କମ୍‌ କ୍ରିକେଟ ଦଳ ଚୟନ ପାଇଁ ଶିବିର ଆୟୋଜିତ ହେଉଛି। ଏହି ଶିବିରରେ ଭାଗ ନେବା...

ଏଥର ବି ମିଳିବନି ସୁଯୋଗ

ଲଣ୍ଡନ,୧୧।୮ : ଶାର୍ଦ୍ଦୁଳ ଠାକୁର ଆହତ ସମସ୍ୟା କାରଣରୁ ଦ୍ୱିତୀୟ ଟେଷ୍ଟରେ ଖେଳିପାରିବେ ନାହିଁ। ଏଭଳି ସ୍ଥଳେ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଦଳରେ ନିଆଯିବ ବୋଲି ଆଶା...

ପୂର୍ବତନ ଫୁଟ୍‌ବଲର, କୋଚ୍‌ ଶନ୍‌ମୁଗମ୍‌ଙ୍କ ପରଲୋକ

ଚେନ୍ନାଇ, ୨୪ା୫ (ପି.ଟି.)- ତାମିଲନାଡୁର ପୂର୍ବତନ ଫୁଟ୍‌ବଲ ଖେଳାଳି ଓ କୋଚ୍‌ ଆର୍‌, ଶନ୍‌ମୁଗମ୍‌ଙ୍କ ପରଲୋକ ହୋଇଯାଇଛି। ତାଙ୍କୁ ୭୭ ବର୍ଷ ହୋଇଥିଲା। ତାଙ୍କର ଦୁଇ...

ଆଇଓସି ଉପସଭାପତି ଜନାର୍ଦ୍ଦନଙ୍କ ପରଲୋକ

ନୂଆଦିଲ୍ଲୀ, ୨୯।୪(ପି.ଟି.): ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓସି) ଉପସଭାପତି ଜନାର୍ଦ୍ଦନ ସିଂ ଗେହଲଟ ବୁଧବାର ଜୟପୁରରେ ପ୍ରାଣ ହରାଇଛନ୍ତି। ଦୀର୍ଘଦିନ ଧରି ଅସୁସ୍ଥ ରହିବା ପରେ...

ଧୋନୀଙ୍କ ଭବିଷ୍ୟବାଣୀ ହେଲା ସତ: ୮ ବର୍ଷ ପୂର୍ବରୁ କହିଥିଲେ ଏପରି

ମୁମ୍ବାଇ,୨୭।୪: ଭାରତୀୟ କ୍ରିକେଟ ଦଳର ଅଧିନାୟକତ୍ୱର ପ୍ରଥମ ବର୍ଷରେ ମହେନ୍ଦ୍ର ସିଂ ଧୋନୀ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଥିଲେ। କିନ୍ତୁ ଗତ କିଛି ବର୍ଷ...

ଓ୍ବିଲିୟମସନ୍‌ ଶ୍ରେଷ୍ଠ ଦିନିକିଆ କ୍ରିକେଟର

ଅକ୍‌ଲାଣ୍ଡ,୩୦।୪ (ପି.ଟି.): ଅଧିନାୟକ କେନ୍‌ ଓ୍ବିଲିୟମସନ ଗୁରୁବାର ନ୍ୟୁଜିଲାଣ୍ଡର ଶ୍ରେଷ୍ଠ ଦିନିକିଆ ପ୍ଲେୟାର ଅଫ୍‌ ଦି ଇୟର ବିବେଚିତ ହୋଇଛନ୍ତି। ସାରା ବର୍ଷରେ ଦମ୍‌ଦାର ପ୍ରଦର୍ଶନ...

Advertisement
Archives

Model This Week