Posted inଖେଳ

ଟି୨୦: ଭାରତ ନ ଆସିଲେ ଆମେ ଯିବୁନି: ପିସିବି

କରାଚୀ, ୨୬ା୧ (ପି.ଟିି.)- ଚଳିତ ବର୍ଷ ସେପ୍ଟେମ୍ବରରେ ପାକିସ୍ତାନ ଟି୨୦ ଏସିଆ କପ୍‌ ଆୟୋଜନ କରୁଛି। ଏଥିରେ ଅଂଶଗ୍ରହଣ ଲାଗି ଭାରତ ଯଦି ରାଜି ନ ହୁଏ ତେବେ ୨୦୨୧ରେ ଏହି ଦେଶରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ଲାଗି ଆମେ ଦଳ ପଠାଇବୁ ନାହିଁ ବୋଲି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ମୁଖ୍ୟ କାର୍ଯ୍ୟନିର୍ବାହୀ ଓ୍ବାସିମ୍‌ ଖାଁ ପ୍ରକାଶ କରିଛନ୍ତି। ପିସିବି ଏସିଆ କପ୍‌ ଆୟୋଜନ ଅଧିକାର ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି)କୁ ପ୍ରଦାନ କରିଛି ବୋଲି ଗଣମାଧ୍ୟମ ରିପୋର୍ଟରେ ଯାହା ପ୍ରକାଶ ପାଇଛି ପାକିସ୍ତାନ କ୍ରିକେଟ ବୋର୍ଡର ଏହି ସିନିୟର ଅଫିସିଆଲ ତାହାର ଖଣ୍ଡନ କରିଛନ୍ତି। ବାଂଲାଦେଶ କ୍ରିକେଟ ଦଳ ଯେପରି ପାକିସ୍ତାନ ଟୁର୍‌ରେ ଆସିବା ଲାଗି ରାଜି ହେବ ତାହାକୁ ଲକ୍ଷ୍ୟ ରଖି ପିସିବି ନିଜକୁ ମିଳିଥିବା ଟି୨୦ ଏସିଆ କପ୍‌ ଅଧିକାର ବିସିବିକୁ ପ୍ରଦାନ କରିବା ଲାଗି ରାଜି ହୋଇଥିବା ରିପୋର୍ଟରେ ପ୍ରକାଶ ପାଇଥିଲା। ଓ୍ବାସିମ ଖାଁ କହିଛନ୍ତି ଏସିଆନ କ୍ରିକେଟ କାଉନ୍‌ସିଲ (ଏସିସି) ଆମକୁ ଆୟୋଜନ ଅଧିକାର ପ୍ରଦାନ କରିଛି। ଏହାକୁ ଆମେ ଅନ୍ୟ କାହାରିକୁ ହସ୍ତାନ୍ତର କରିବା ଅଧିକାର ଆମର ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଫାଇନାଲ: ପଞ୍ଚମ ଟାଇଟଲ ଲକ୍ଷ୍ୟରେ ଭାରତ

ପୋଚେଫ୍ସଟ୍ରୁମ୍‌,୯।୨(ପି.ଟି.)- ଦକ୍ଷିଣ ଆଫ୍ରିକାରେ ଚାଲିଥିବା ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ରେ ଗତଥରର ଚାମ୍ପିୟନ ଭାରତ ଓ ବାଂଲାଦେଶ ରବିବାର ପରସ୍ପରକୁ ଭେଟିବେ। ସ୍ଥାନୀୟ...

ୟୁଏସ୍‌ ଓପନ୍‌: ବୁଷ୍ଟାଙ୍କୁ ସେମିରେ ଭେଟିବେ ଜେଭେରେଭ

ନ୍ୟୁୟର୍କ,୧୦।୯(ଏପି): ୟୁଏସ୍‌ ଓପନ ପୁରୁଷ ସିଙ୍ଗଲ୍ସ ଇଭେଣ୍ଟର ପ୍ରଥମ ସେମିଫାଇନାଲ ମୁକାବିଲା ସ୍ପଷ୍ଟ ହୋଇଛି। ୫ମ ସିଡ୍‌ ମାନ୍ୟତା ପାଇଥିବା ଜର୍ମାନୀର ଆଲେକଜାଣ୍ଡାର ଜେଭେରେଭ ଓ...

ନବମ ଷ୍ଟେଜ୍‌ ଜିତିଲେ ପୋଗାକାର

ଲାରୁନ୍ସ (ଫ୍ରାନ୍ସ), ୮ା୯ (ଏପି): ରବିବାର ଏକ କ୍ଲୋଜ୍‌ ସ୍ପ୍ରିଣ୍ଟ୍‌ ଫିନିଶରେ ରଗଲିକ୍‌ ଓ ମାର୍କ ହିରସ୍କି (ଟିମ୍‌ ସନ୍‌ଓ୍ବେବ୍‌)କୁ ପଛରେ ପକାଇ ଟାଡେଜ୍‌ ପୋଗାକାର...

ଆଇପିଏଲ୍‌ରୁ ଓହରିଲେ ଆମେରିକା ଦ୍ରୁତ ବୋଲର

ଦୁବାଇ, ୮।୧୦(ପି.ଟି.)- ପ୍ରଥମ ଆମେରିକୀୟ କ୍ରିକେଟରଭାବେ ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ସାମିଲ ହୋଇଥିବା ଅଲୀ ଖାଁ ପ୍ରତିଯୋଗିତାରୁ ଓହରିଯାଇଛନ୍ତି। କୋଲକାତା ନାଇଟ ରାଇଡର୍ସର ଏହି ଦ୍ରୁତ...

ଏକଦିବସୀୟ ମ୍ୟାଚ୍‌ରେ ଦ୍ରୁତତମ ୧୦ ହଜାର ରନ୍‌ ସଂଗ୍ରହ କରିଥିବା ବିଶ୍ୱର ୫ ଖେଳାଳି

ବିଶ୍ୱରେ ଏମିତି କିଛି ଖେଳାଳି ଅଛନ୍ତି ଯେଉଁମାନଙ୍କ ରେକର୍ଡ ଭାଙ୍ଗିବା କଷ୍ଟକର। ଏକଦିବସୀୟ ମ୍ୟାଚରେ ୧୦ ହଜାର ରନ ସଂଗ୍ରହ ଏକ ଏଭଳି ମାଇଲ୍‌ଖୁଣ୍ଟ, ଯାହାକୁ...

କରୋନା ଭାଇରସ: ଭାରତୀୟ ହକି ଖେଳାଳି ଇଂଲିଶ ଶିଖୁଛନ୍ତି, ବହି ପଢୁଛନ୍ତି, ସିନେମା ଦେଖୁଛନ୍ତି

ନୂଆଦିଲ୍ଲୀ,୨୫ା୩(ପି.ଟି.)- କୋଭିଡ-୧୯ କାରଣରୁ ସ୍ପୋଟ୍ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ସେଣ୍ଟରକୁ ପୂରା ବନ୍ଦ କରାଯାଇଛି। ଫଳରେ ଭାରତୀୟ ହକି ଖେଳାଳିମାନେ ପର୍ଯ୍ୟାପ୍ତ ପରିମାଣର ସମୟ...

ସର୍ବିୟା ଅଭିନେତ୍ରୀଙ୍କୁ ପଟାଖା କହିଲେ ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ,୧।୧- ଆହତ ସମସ୍ୟା ଯୋଗୁ ଜାତୀୟ ଦଳରୁ ବାଦ୍‌ ପଡ଼ିଥିବା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଛାଡ଼ିଛନ୍ତି। ଉକ୍ତ ଫଟୋରେ ହାର୍ଦ୍ଦିକଙ୍କ ସହ...

ଏଆଇଏଫ୍‌ଏଫ୍‌ ଲାଇସେନ୍ସ ପାଇବାରେ ଓଡ଼ିଶା ଏଫ୍‌ସି ବିଫଳ

ନୂଆଦିଲ୍ଲୀ: ଠିକ୍‌ ସମୟରେ ଆବଶ୍ୟକ କାଗଜପତ୍ର ଦାଖଲ କରିପାରି ନ ଥିବାରୁ ଓଡ଼ିଶା ଏଫ୍‌ସି ସମେତ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ୫ଟି କ୍ଲବ ସର୍ବଭାରତୀୟ...


Coronavirus Update

Archives

Model This Week

Why Dharitri