ଟିଟିଲାଗଡ଼ କୋଭିଡ କେୟାର ସେଣ୍ଟର ଉଦ୍‌ଘାଟିତ

ଟିଟିଲାଗଡ଼, ୧।୬ (ଡି.ଏନ.ଏ): ବଲାଙ୍ଗୀର ଜିଲା ଟିଟିଲାଗଡ ମାତୃ ଓ ଶିଶୁ ଡାକ୍ତରଖାନା କୋଭିଡ କେୟାର ସେଣ୍ଟର ଭାବରେ କାର୍ଯ୍ୟ ଆରମ୍ଭ କରିଛି। ସୋମବାର ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ରାଜ୍ୟ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଟୁକୁନୀ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ କୋଭିଡ କେୟାର ସେଣ୍ଟରକୁ ଉଦ୍‌ଘାଟନ କରିଛନ୍ତି। ୨୦୦ ଶଯ୍ୟା ବିଶିଷ୍ଟ ଏହି କୋଭିଡ ସେଣ୍ଟରରେ ୪ ଡାକ୍ତର, ୪ ମହିଳା ସ୍ବାସ୍ଥ୍ୟକର୍ମୀ, ୩ ଫାର୍ମାଶିଷ୍ଟ, ୭ ଷ୍ଟାଫ ନର୍ସ ନିଯୁକ୍ତ ହୋଇଛନ୍ତି। କରୋନା ସନ୍ଦିଗ୍ଧଙ୍କୁ ଏଠାରେ ଭର୍ତ୍ତି କରାଯିବ। ସ୍ବାବ ପରୀକ୍ଷା ରିପୋର୍ଟରେ ପଜିଟିଭ ଚିହ୍ନିତ ହେଲେ ଅନ୍ୟତ୍ର ସ୍ଥାନାନ୍ତର କରାଯିବ ବୋଲି କାର୍ଯ୍ୟକ୍ରମରେ ଉପସ୍ଥିତ ଉପଖଣ୍ଡ ସ୍ବାସ୍ଥ୍ୟ ଅଧିକାରୀ ଡା. ସୁଜାତାରାଣୀ ମିଶ୍ର କହିଛନ୍ତି। ମନ୍ତ୍ରୀ ସମସ୍ତ ୱାର୍ଡ ବୁଲି ଦେଖିବା ସହ ଏଠାରେ ନିଯୁକ୍ତ କୋଭିଡ ଯୋଦ୍ଧା ଡା. ଦେବବ୍ରତ ସାହୁ, ଡା. ସୁନିତା ସାହୁ, ଡା. ସାୟନ୍ତିକା ବୋଷ, ଡା. ରବିନ୍ଦ୍ରନାଥ ରାୟ ପ୍ରମୁଖଙ୍କ ସହ ସେ ଆଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଚିହ୍ନଟ ୭ କରୋନା ପଜିଟିଭ୍‌ଙ୍କ ମଧ୍ୟରୁ ଭଦ୍ରକର ୫, ବାଲେଶ୍ୱରର ୨

ଭୁବନେଶ୍ୱର,୨୦ା୪(ବ୍ୟୁରୋ) : ସୋମବାର ରାଜ୍ୟରେ ଆଉ ୭ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ଜଣାଯାଇଛି। ଚିହ୍ନଟ ହୋଇଥିବା ୭ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜଣ...

ଦେଢ଼ମାସ ପରେ ସୋଲାର ପ୍ରକଳ୍ପ ଅଚଳ

କୋରୁକୋଣ୍ଡା,୬ା୬(ଡି.ଏନ.ଏ.)-ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ପୁରୁଣା ଚିମିଟାପଲି ପଞ୍ଚାୟତର ସୁବର୍ଣ୍ଣପୁର ଗ୍ରାମରେ ଜଳ ଯୋଗାଣ ବନ୍ଦ ହେତୁ ଲୋକେ ପାନୀୟ ଜଳ ପାଇଁ ହନ୍ତସନ୍ତ ହେଉଛନ୍ତି।...

ଗଞ୍ଜାମରେ ସକାଳ ୭ ରୁ ଅପରାହ୍ନ ୨ଟା ଯାଏ ଖୋଲିବ ବ୍ୟାଙ୍କ: ଜିଲାପାଳ

ଛତ୍ରପୁର, ୨୧।୪(ଡି.ଏନ୍‌.ଏ.): ଗଞ୍ଜାମ ଜ଼ିଲାରେ ଥିବା ସମସ୍ତ ବ୍ୟାଙ୍କ ସକାଳ ୭ ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଖୋଲା ରହିବ। ଏ ନେଇ ଜିଲାପାଳ ବିଜୟ...

ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଦସ୍ତଖତ ଅଭିଯାନ

ଭଦ୍ରକ ଅଫିସ,୧୩।୯: ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଜିଲା ଯୁବ ଯାଦବ ସଂଗଠନ ପକ୍ଷରୁ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଛି। ବନ୍ତ ଛକ ବସ୍‌ଷ୍ଟାଣ୍ଡ...

ସୋସିଆଲ ମିଡିଆରେ ଫଟୋ ଭାଇରାଲ ପରେ ବାବୁଲାଙ୍କୁ ଚିହ୍ନିଲେ ପରିବାର ଲୋକେ

କେନ୍ଦୁଝର,୧୨।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ଗୋପୀନାଥପୁର ପଞ୍ଚାୟତ ସିଲିସୁଆଁ ଗ୍ରାମରୁ କିଛିମାସ ତଳେ ନିଖୋଜ ହୋଇଯାଇଥିବା ବାବୁଲା ମୁଣ୍ତା ବିଶାଖାପାଟଣାରେ ଥିବା ଜଣାପଡ଼ିଛି।...

ଶର୍ଟସର୍କିଟ ଯୋଗୁ ବାଇକରେ ଲାଗିଲା ନିଆଁ

ଦାରିଙ୍ଗବାଡି,୨୭ା୩(ଡି.ଏନ୍‌.ଏ.)- ଦାରିଙ୍ଗବାଡ଼ି ଥାନା କୁମ୍ଭବଜାରଠାରେ ଏକ ବାଇକରେ ଅଚାନକ ନିଆଁ ଲାଗିଯାଇଥିଲା। ନିଆଁ ଦେଖି ବାଇକ୍‌ ଚାଳକ ପାଟି କରବାରୁ ସାହିଲୋକେ ପହଞ୍ଚତ୍ ଲିଭାଇବା ପାଇଁ...

ସହକାରୀ ନିର୍ଦ୍ଦେଶକଙ୍କ ଗାଲେରି କଲେଜ ପରିଦର୍ଶନ:  ଅନୁପସ୍ଥିତ ଅଧ୍ୟକ୍ଷ,ଅଧ୍ୟାପକଙ୍କ ଦରମା ବନ୍ଦ

ଭଞ୍ଜନଗର,୩।୧୧(ଡି.ଏନ.ଏ)-ବ୍ରହ୍ମପୁର ଆଞ୍ଚଳିକ ଶିକ୍ଷା ସହକାରୀ ନିର୍ଦ୍ଦେଶକ ବିଶ୍ୱମ୍ବର ଷଢ଼ଙ୍ଗୀ ଗୁରୁବାର ଅଚାନକ ଗାଲେରୀ ଦଣ୍ଡପାଣି ମହାର୍ଥା କଲେଜ ପରିଦର୍ଶନ କରିଥିଲେ। କଲେଜର ଅବ୍ୟବସ୍ଥା ନେଇ ସେ...

୬୭ତମ ରାଜ୍ୟ ପୋଲିସ ବୃତ୍ତିଗତ ପ୍ରତିଯୋଗିତା ଉଦ୍‌ଯାପିତ

କଟକ ଅଫିସ,୨୮।୯: ବୃତ୍ତିଗତ ପ୍ରତିଯୋଗିତା ଦକ୍ଷତା ବୃଦ୍ଧି କରିଥାଏ। ପୋଲିସ ବିଭାଗର ବିଭିନ୍ନ ସ୍ତରରେ କାର୍ଯ୍ୟ କରୁଥିବା ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ଦକ୍ଷତା ବୃଦ୍ଧି...

Play 250+ Trending Games
Archives

Model This Week

Why Dharitri