ଟିକ୍‌ଟକ୍‌କୁ ବ୍ୟାନ୍‌ କଲା ଆମେରିକା ସେନା

ଓ୍ବାଶିଂଟନ୍‌,୧ା୧: ପପୁଲାର ଚାଇନିଜ୍‌ ଭିଡିଓ ଆପ୍‌ ଟିକ୍‌ଟକ୍‌କୁ ଆମେରିକା ସେନା ନିଷିଦ୍ଧ କରିଛି। ଏଣିକି ଆମେରିକା ସେନା ଏହାକୁ ଆଉ ବ୍ୟବହାର କରିପାରିବେ ନାହିଁ। ଜାତୀୟ ସୁରକ୍ଷା ଉପରେ ବିପଦ ଥିବା ନେଇ ଆମେରିକା ଚିନ୍ତା ପ୍ରକଟ କରିବା ସହ ଏହି ନିଷ୍ପତ୍ତି ନେଇଛି। ଆମେରିକା ସେନାର ମୁଖପାତ୍ର ଟିକ୍‌ଟକ୍‌କୁ ସାଇବର ଥ୍ରେଟ୍‌ ବୋଲି କହିଛନ୍ତି। ଏନେଇ ଆମେରିକାରେ ଟିକ୍‌ଟକ୍‌ ଆପ୍‌ର ଯାଞ୍ଚ ଚାଲିଥିବା ଜଣାପଡ଼ିଛି। ଏହା ପୂର୍ବରୁ ଗତ ଡିସେମ୍ବରରେ ଆମେରିକା ନୌସେନା ମଧ୍ୟ ଟିକ୍‌ଟକ୍‌ ଉପରେ କଟକଣା ଲଗାଇଥିଲା। ଏଥିସହ ମୋବାଇଲରେ କୌଣସି ଆପ୍‌ ଡାଉନ୍‌ଲୋଡ୍‌ କରିବା ପୂର୍ବରୁ ସାବଧାନତା ଅବଲମ୍ବନ କରିବା ପାଇଁ ପ୍ରତିରକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଭାରତରେ ଟିକ୍‌ଟକ୍‌ର କଣ୍ଟେଣ୍ଟକୁ ନେଇ ବ୍ୟାନ୍‌ କରାଯାଇଥିଲା। ମାଡ୍ରାସ୍‌ ହାଇକୋର୍ଟ ଏହି ଆପ୍‌କୁ ବ୍ୟାନ କରିବା ସହ ଏହା ଛୋଟ ପିଲାଙ୍କ ଉପରେ କୁପ୍ରଭାବ ପକାଉଛି ବୋଲି କହିଥିଲେ। ସୂଚନାଯୋଗ୍ୟ, ଟିକ୍‌ଟକ୍‌ ଏଭଳି ଏକ ଭିଡିଓ ଆପ୍‌, ଯାହାକି କମ୍‌ ସମୟ ମଧ୍ୟରେ ଅଧିକ ଲୋକପ୍ରିୟ ହୋଇପାରିଛି। ତେବେ ଟିକ୍‌ଟକ୍‌ ଯେଉଁଭଳି ଭାବେ ଆଗକୁ ବଢୁଛି, ଭବିଷ୍ୟତରେ ଏହା ଫେସବୁକ୍‌କୁ କଡା ଟକ୍କର ଦେବ ବୋଲି ବିଶେଷଜ୍ଞମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାମାଜିକ ଦୂରତା ବଜାୟ ନ ରଖିବାରୁ ବୈଜ୍ଞାନିକ ଫର୍ଗୁସନ୍‌ଙ୍କୁ ଦେବାକୁ ପଡ଼ିଲା ଇସ୍ତଫା

ଲଣ୍ଡନ,୬।୫: ବ୍ରିଟେନ୍‌ରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନି। ପ୍ରତିଦିନ ଏଠାରେ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସାଧାରଣ ଲୋକେ ସାମାଜିକ ଦୂରତା...

ଭୂତାଣୁ ନୁହେଁ, କେନିୟାରେ ମାରକ ହେବ ଦୁର୍ବଳ ସ୍ବାସ୍ଥ୍ୟସେବା

ନାଇରୋବି,୨୨।୩: କୋଭିଡ୍‌-୧୯ ଭୂତାଣୁ ସଂକ୍ରମଣ ପୃଥିବୀର ଅନେକ ଦେଶରେ ଏବେ ଅଚଳାବସ୍ଥା ସୃଷ୍ଟି କରିଛି। ୟୁରୋପୀୟ ଦେଶଗୁଡ଼ିକର ଏବେ ପ୍ରମୁଖ ଧ୍ୟେୟ ହୋଇଛି, କିପରି ଲୋକରୁ...

ବାଲକୋନିରେ ମଡେଲଙ୍କ ସହ ରୋମାନ୍ସରେ ମାତିଥିଲେ ସିଙ୍ଗର, ସ୍ତ୍ରୀ ଚାଲି ଆସିବାରୁ…

ବ୍ରାସିଲିଆ,୨୧ା୫: ବ୍ରାଜିଲର ଜଣାଶୁଣା ଜଣେ ସିଙ୍ଗରଙ୍କ ମୃତ୍ୟୁ ଘଟିଛି। ଏହି ମୃତ୍ୟୁର କାରଣ ହେଲା ତାଙ୍କ ରୋମାନ୍ସ। ୨୩ ବର୍ଷୀୟ ଏମ୍‌ସି କେବିନ ଦୁଇ ସପ୍ତାହ...

ପାକିସ୍ତାନକୁ ପ୍ରିନ୍ସ ଓ୍ବିଲିୟମ୍‌ ଓ କେଟ୍‌ ମିଡିଲଟନ୍‌ଙ୍କ ରାଜକୀୟ ଯାତ୍ରା

ଇସ୍‌ଲମାବାଦ : ପାକିସ୍ତାନକୁ ୫ ଦିନିଆ ଗସ୍ତ କରିଛନ୍ତି ବ୍ରିଟେନର ପ୍ରିନ୍ସ ଓ୍ବିଲିୟମ ଓ ସ୍ତ୍ରୀ କେଟ୍‌ ମିଡିଲଟନ୍‌। ସେଠାରେ ସେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌...

୧୦ ଲକ୍ଷରୁ ଅଧିକ ଶିଶୁଙ୍କ ଜୀବନ ଉପରେ ବିପଦ, ଆଫଗାନିସ୍ତାନରେ କୁପୋଷଣ ସଙ୍କଟ …

ଜେନେଭା,୭।୧୦: ଆଫଗାନିସ୍ତାନରେ କୁପୋଷଣ ସଙ୍କଟ ଉଗ୍ରରୂପ ନେବାରେ ଲାଗିଛି। ଏହା ଦ୍ୱାରା ୧୦ ଲକ୍ଷରୁ ଅଧିକ ଶିଶୁଙ୍କ ଜୀବନ ଉପରେ ବିପଦ ରହିଛି। ଦେଶରେ ୫...

ଆମେରିକା ସ୍କୁଲର କଳା ଇତିହାସ, ୨୩ ବର୍ଷରେ ୯ ଗୁଳିକାଣ୍ଡରେ ୧୫୧ ଜଣଙ୍କ ମୃତ୍ୟୁ…

ଓ୍ବାଶିଂଟନ, ୨୫।୫ : ଆମେରିକାର ଟେକ୍ସାସର ରୋବ ଏଲିମେଣ୍ଟାରୀ ସ୍କୁଲରେ ଜଣେ ୧୮ ବର୍ଷ ବୟସ୍କ ଯୁବକ ଗୁଳି ଚଳାଇଛନ୍ତି। ଏହି ଘଟଣାରେ ଏପର୍ଯ୍ୟନ୍ତ ୨୧...

କରୋନାରେ ପୀଡ଼ିତ ନଓ୍ବାଜଙ୍କ ଭାଇ ଶେହବାଜ

ଇସଲାମାବାଦ,୧୧।୬: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫଙ୍କ ଭାଇ ତଥା ପିଏମ୍‌ଏଲ୍‌-ଏନ୍‌ର ଅଧ୍ୟକ୍ଷ ଶେହବାଜ ଶରିଫଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। ଦଳର ପ୍ରବକ୍ତା ମରିୟମ...

ବୁକର ଦୌଡ଼ରେ ‘ଟମ୍ବ ଅଫ୍‌ ସ୍ୟାଣ୍ଡ୍‌’

ଲଣ୍ଡନ,୮ା୪:ସୁନାମଧନ୍ୟା କଥାକାର ଗୀତାଞ୍ଜଳି ଶ୍ରୀଙ୍କ ବହୁଚର୍ଚ୍ଚିତ ଉପନ୍ୟାସ ‘ଟମ୍ବ ଅଫ୍‌ ସ୍ୟାଣ୍ଡ୍‌’ ଚଳିତ ବର୍ଷର ଇଣ୍ଟରନ୍ୟାଶନାଲ ବୁକର ପ୍ରାଇଜ୍‌ ପାଇଁ ଚୂଡ଼ାନ୍ତ ତାଲିକାରେ ସ୍ଥାନିତ ହୋଇଛି।...

Advertisement
Archives

Model This Week