ଟାଟାଷ୍ଟିଲ୍‌ ବିଏସ୍‌ଏଲ୍‌ର ଅଭିନବ ପ୍ରୟାସ: ଆରମ୍ଭ ହେଲା ସବୁଜ ବିଦ୍ୟାଳୟ ପରିଯୋଜନା

ଢେଙ୍କାନାଳ ଅଫିସ, ୨୫।୧୦- ଛାତ୍ରୀଛାତ୍ରଙ୍କୁ ପରିବେଶ ସହ ଯୋଡ଼ିବା ଭଳି ମହତ୍‌ ଉଦ୍ଦେଶ୍ୟ ରଖି ଢେଙ୍କାନାଳ ଜିଲା ନରେନ୍ଦ୍ରପୁରସ୍ଥିତ ଟାଟାଷ୍ଟିଲ୍‌ ବିଏସ୍‌ଏଲ୍‌ ପକ୍ଷରୁ ଗୁରୁବାରଠାରୁ ଆରମ୍ଭ ହୋଇଛି ସବୁଜ ବିଦ୍ୟାଳୟ ପରିଯୋଜନା। ନୂଆଦିଲ୍ଲୀସ୍ଥିତ ଶକ୍ତି ଓ ସମ୍ବଳ ଶିକ୍ଷାନୁଷ୍ଠାନ ସହଭାଗିତାରେ ଅନୁଗୋଳ ଜିଲା ବଅଁରପାଳ ବ୍ଲକ ନୂଆହାଟ ଉନ୍ନୀତ ଉଚ୍ଚ ବିଦ୍ୟାଳୟରୁ ଏହାର ଶୁଭାରମ୍ଭ କରାଯାଇଛି।
ଉଦ୍‌ଘାଟନୀ ସମାରୋହରେ କମ୍ପାନୀର କର୍ପୋରେଟ୍‌ ସେବା ବିଭାଗ ମୁଖ୍ୟ ମଣିକାନ୍ତ ନାୟକ, ପରିବେଶ ବିଭାଗ ମୁଖ୍ୟ ସରୋଜ ବାନାର୍ଜୀ, ଓଡ଼ାପଡ଼ା ବିଇଓ ଅଭିମନ୍ୟୁ ସେଠୀ, ବଅଁରପାଳ ବିଇଓ ଲଳିତ ମୋହନ ସାହୁ, ଶକ୍ତି ଏବଂ ସମ୍ବଳ ଶିକ୍ଷାନୁଷ୍ଠାନର ସହକାରୀ ନିର୍ଦ୍ଦେଶକ ଲିଭଲିନ କେ. କେଲୋନ୍‌ ପ୍ରମୁଖ ଉପସ୍ଥିତ ଥିଲେ। ବିଦ୍ୟାଳୟ ପରିବେଶକୁ ସବୁଜ ସୁନ୍ଦର କରିବା, ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀଶିକ୍ଷକଙ୍କୁ ପରିବେଶଗତ ସମସ୍ୟା ସମ୍ପର୍କରେ ଅବଗତ କରାଇବା, ପରିବେଶ ଶିକ୍ଷାକୁ ପାଠ୍ୟକ୍ରମରେ ସାମିଲ କରାଇବା ଦିଗରେ ଏହି ପରିଯୋଜନା କାର୍ଯ୍ୟ କରିବ। ଶକ୍ତି ଏବଂ ସମ୍ବଳ ଶିକ୍ଷାନୁଷ୍ଠାନ ପ୍ରଚେଷ୍ଟାରେ ଏପରି କାର୍ଯ୍ୟକ୍ରମ ଜାରି ରହିଛି। ପ୍ରଥମ ଦୁଇଟି ପର୍ଯ୍ୟାୟରେ ଦେଶର ୪୦ ବିଦ୍ୟାଳୟକୁ ଏଥିରେ ସାମିଲ କରାଯାଇଥିଲା। ତୃତୀୟ ପର୍ଯ୍ୟାୟରେ ଢେଙ୍କାନାଳ ଏବଂ ଅନୁଗୋଳ ଜିଲାର କୁଶୁପଙ୍ଗା ନୋଡାଲ ଉଚ୍ଚ ବିଦ୍ୟାଳୟ, କୁରୁଣ୍ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କୁରୁଣ୍ଟି ଏସ୍‌ଏସ୍‌ ଉଚ୍ଚ ବିଦ୍ୟାଳୟ, ନୂଆହାଟ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଖଲିବେରେଣା ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ଏବଂ ଖଲିବେରେଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଏଥିରେ ସାମିଲ କରାଯାଇଛି।
ଏହି ଅବସରରେ ଟାଟାଷ୍ଟିଲ ବିଏସ୍‌ଏଲ୍‌ କର୍ପୋରେଟ ସେବା ମୁଖ୍ୟ ମଣିକାନ୍ତ କହିଲେ, ସୁନ୍ଦର ଭବିଷ୍ୟତ ଲାଗି କମ୍ପାନୀ ପକ୍ଷରୁ ୩ବର୍ଷ ଧରି ଏପରି ଅନେକ ଯୋଜନା ସଫଳତାର ସହ ରୂପାୟନ କରାଯାଇଛି। ପରିବେଶଭିତ୍ତିକ ସମସ୍ୟା ସମାଧାନ ଲାଗି ସବୁଜ ବିଦ୍ୟାଳୟ ପରିଯୋଜନା ଯୋଗସୂତ୍ର ସାଜିବ। ଏକବର୍ଷ ଧରି ୬ଷ୍ଠରୁ ୮ମ ଶ୍ରେଣୀର ଛାତ୍ରୀଛାତ୍ରଙ୍କ ଦକ୍ଷତାବୃଦ୍ଧି ଲାଗି ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହେବ। କୁଶୁପଙ୍ଗା ସରପଞ୍ଚ ପଙ୍କଜ ପ୍ରଧାନ, ନୂଆହାଟ ସରପଞ୍ଚ ସଚ୍ଚିଦାନନ୍ଦ ବେହେରାଙ୍କ ସମେତ ୪ସ୍କୁଲର ୧୨୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀଶିକ୍ଷକ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲ କାଟି ୩ କୋର୍ଟ ଚାଲାଣ

କୋକସରା,୨ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା ଧର୍ମଗଡ଼ ବନାଞ୍ଚଳ ଆମପାଣି ସେକ୍ସନ ଅଧୀନରେ ଥିବା ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ବେଆଇନ ଜଙ୍ଗଲ କାଟିବା ଅଭିଯୋଗରେ...

ପୋଲ ତିଆରି କଲେ ଗାଁ ଲୋକେ

ପଦ୍ମପୁର,୨୬ା୯(ଡି.ଏନ.ଏ.): ବାରମ୍ବାର ଗୁହାରି ସତ୍ତ୍ୱେ ପ୍ରଶାସନ ଶୁଣିଲାନି। ଯିବା ଆସିବାରେ ଅସୁବିଧା ଭୋଗୁଥିବା ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଲକ୍ଷ୍ମୀଦାସପୁର ପଞ୍ଚାୟତର ସାନଜଗନ୍ନାଥପୁର ଗ୍ରାମବାସୀ ଆଉ...

ପୁରୀରେ ପହଞ୍ଚିଲା ରଥକାଠ

ପୁରୀ ଅଫିସ,୨।୨: ଜୁଲାଇ ୧ରେ ହେବ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଏ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ରଥ ନିର୍ମାଣ ଲାଗି ଦଶପଲ୍ଲୀ ବନାଞ୍ଚଳରୁ ରଥକାଠ...

‘ସୁସ୍ଥ ହେବା ପରେ ଚଡ଼ିଚିଡ଼ା ହେଉଛନ୍ତି କୋଭିଡ୍‌ ଆକ୍ରାନ୍ତ’

ଭୁବନେଶ୍ୱର,୧୬।୬: କୋଭିଡ ସଂକ୍ରମଣରୁ ନେଗେଟିଭ୍‌ ହେଲାପରେ ମଧ୍ୟ ଲୋକଙ୍କ ଠାରେ ବିଭିନ୍ନ ଲକ୍ଷଣ ଦେଖାଦେଉଛି। ଲୋକେ ଦୀର୍ଘ ମିଆଦି କୋଭିଡ୍‌ ସମସ୍ୟାରେ ପୀଡିତ ହେଉଛନ୍ତି ।...

୩୫ ଲକ୍ଷ ଚାଷୀଙ୍କୁ ୪୪୧.୭୬ କୋଟିର ସୁଧ ରିହାତି

ଭୁବନେଶ୍ବର, ୨୫ା୪(ବ୍ୟୁରୋ): ୨୦୨୨-୨୩ ବର୍ଷ ପାଇଁ ଦ୍ବିତୀୟ ପର୍ଯ୍ୟାୟରେ ରାଜ୍ୟର ୩୫ ଲକ୍ଷ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪୪୧.୭୬ କୋଟି ଟଙ୍କାର ସୁଧ ରିହାତି...

ପୋଲିସ ଘରୁ ଚୋରି: ସୁନା,ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଜୁନାଗଡ଼,୪।୯(ଡିଏନଏ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ମଥୁରା ଗ୍ରାମର ସନ୍ତୋଷ ପଣ୍ଡାଙ୍କ ଘରୁ ଶନିବାର ବିଳମ୍ବିତ ରାତିରେ ଚୋରି ହୋଇଛି। ତେବେ ସନ୍ତୋଷ ଜିଲାର ଆମପାଣି...

ପୁରୀରୁ ହାଓଡା ମଧ୍ୟରେ ଚାଲିବ ୩ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର,୫।୬(ବ୍ୟୁରୋ): ବାହାନଗା ଟ୍ରେନ୍‌ ଦୁର୍ଘଟଣା ପରେ ଉଭୟ ଦକ୍ଷିଣ ପୂର୍ବ ରେଳପଥ ଓ ପୂର୍ବତଟ ରେଳପଥ ପକ୍ଷରୁ ୨୮ ଟ୍ରେନ୍‌ ବାତିଲ କରାଯାଇଥିବାବେଳେ ବହୁ ଟ୍ରେନ୍‌ର...

ସଚେତନ ବାର୍ତ୍ତା ନେଇ କେନ୍ଦୁଝରରୁ ପୁରୀ ସାଇକେଲ ଯାତ୍ରା

କେନ୍ଦୁଝର,୩୦।୬(ସ୍ବ.ପ୍ର.): ସଚେତନତା ଯାତ୍ରାରେ ସଦର ବ୍ଲକ କାଉଁରୀକଳା ପଞ୍ଚାୟତ ଅନ୍ତର୍ଗତ ବଉଳମାଳ ଗ୍ରାମର ଜଣେ ଯୁବକ ସାଇକେଲରେ ପୁରୀ ବାହାରିଛନ୍ତି। ସେ ହେଲେ ତୁଳସୀ ମହାନ୍ତଙ୍କ...

Advertisement
Archives

Model This Week