ଟାଓ୍ବାର ଉପରେ ୩ ଘଣ୍ଟା

କାମାକ୍ଷାନଗର,୭ା୩(ଡି.ଏନ.ଏ.):ଘରେ ଗଣ୍ଡଗୋଳ କରି ଜୀବନ ହାରିବାକୁ ୪୪୦ କେଭି ବିଦ୍ୟୁତ୍‌ ଟାଓ୍ବାର ଉପରକୁ ଚଢ଼ିଯାଇଥିଲେ ପୁତୁରା। ତାଙ୍କୁ ବଞ୍ଚାଇବାକୁ ନିଜ ଜୀବନକୁ ବିପନ୍ନ କରି ଦାଦା ବି ଚଢ଼ିଗଲେ ଗ୍ରୀଡ୍‌ରେ। ଉଚ୍ଚ କ୍ଷମତାସମ୍ପନ୍ନ ବିଦ୍ୟୁତ୍‌ ତାର ଭିତରୁ ଯୁବକଙ୍କୁ ଉଦ୍ଧାର କରିବାକୁ ଦୀର୍ଘ ୩ ଘଣ୍ଟା ଧରି ଚାଲିଲା କସରତ। ତେବେ ବିଦ୍ୟୁତ୍‌ ବିଭାଗ ଅଧିକାରୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୨ ଜୀବନ ବଞ୍ଚତ୍ୟାଇଥିବାବେଳେ ଏକ ନିଶ୍ଚିତ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇପାରିଛି ।
ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ବାଙ୍ଗୁରା ଗ୍ରାମ ନିକଟରେ ଶୁକ୍ରବାର ଅପରାହ୍ନରେ ଘଟିଥିବା ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ଶୁକ୍ରବାର ଅପରାହ୍ନ ୨ଟା ୪୫। ବାଙ୍ଗୁରା ନିକଟ ଦେଇ ଯାଇଥିବା ମେରାମଣ୍ଡଳୀ-ଡୁବୁରୀ ୪୪୦ କେଭି ଟାଓ୍ବାର ଉପରକୁ ହଠାତ୍‌ ଚଢ଼ିଯାଇଥିଲେ ବାଙ୍ଗୁରା ଗ୍ରାମର କାଳିଆ ପଧାନ (୨୫)। ତାଙ୍କୁ ଉଦ୍ଧାର କରିବାକୁ ଦାଦା ସୁବାସ ପଧାନ (୫୫) ମଧ୍ୟ ତାଙ୍କ ପଛେ ପଛେ ଟାଓ୍ବାର ଉପରକୁ ଚଢ଼ିଥିଲେ। ଘଟଣାର ପ୍ରତ୍ୟକ୍ଷଦର୍ଶୀ ଏ ସମ୍ପର୍କରେ ତୁରନ୍ତ ବିଦ୍ୟୁତ୍‌ ବିଭାଗ ଏବଂ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ବିଦ୍ୟୁତ୍‌ ବିଭାଗ ଯନ୍ତ୍ରୀ ନଳିନୀ ଶଙ୍କର ରଥ ପହଞ୍ଚତ୍ ଉପରିସ୍ଥ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ। ଫଳରେ ତୁରନ୍ତ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରାଯାଇଥିଲା। ଅଗ୍ନିଶମ କର୍ମଚାରୀ ଏବଂ ଗ୍ରାମବାସୀ ବହୁ ବୁଝାଶୁଝା କରିବା ପରେ ୫ଟା ୪୫ରେ କାଳିଆ ଏବଂ ସୁବାସ ତଳକୁ ଆସିଥିଲେ। କାଳିଆଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଚାଲିଛି।
ଏ ନେଇ ସୁବାସ କୁହନ୍ତି, ଘରେ ହୋଇଥିବା ସାମାନ୍ୟ ଗଣ୍ଡଗୋଳକୁ କେନ୍ଦ୍ରକରି ପୁତୁରା ଆତ୍ମହତ୍ୟା କରିବାକୁ ଟାଓ୍ବାର ଉପରକୁ ଚଢ଼ିଯାଇଥିଲେ। ବିଦ୍ୟୁତ୍‌ ତାରକୁ ଗୋଡ଼ ବଢ଼ାଇଥିଲେ ମଧ୍ୟ ପାଇ ନ ଥିଲା। ତେଣୁ ସେ ବଞ୍ଚତ୍ୟାଇଛନ୍ତି। ପୁତୁରାଙ୍କୁ ଉଦ୍ଧାର କରିବାକୁ ଯାଇ ବାଧ୍ୟ ହୋଇ ସୁବାସ ନିଜ ଜୀବନକୁ ବିପଦରେ ପକାଇ ଟାଓ୍ବାର ଉପରକୁ ଚଢ଼ିଯାଇଥିଲେ ବୋଲି କହିଛନ୍ତି। ଏ ନେଇ ଯନ୍ତ୍ରୀ କୁହନ୍ତି, ଏପରି ଘଟଣା ଦେଖିବା ପରେ ସେ ବ୍ୟସ୍ତ ବିବ୍ରତ ହୋଇପଡ଼ିଥିଲେ। ୪୪୦ କେଭି ଲାଇନରୁ ବିଦ୍ୟୁତ୍‌ ବିଚ୍ଛିନ୍ନ କରିବା କଷ୍ଟକର କଥା। କାରଣ ଏଥିପାଇଁ ସ୍ବତନ୍ତ୍ର ଭାବେ ଅନୁମତି ଆଣିବାକୁ ପଡ଼ିଥାଏ। ତେବେ ମେରାମଣ୍ଡଳୀ ଅଧିକାରୀ ଠିକ୍‌ ସମୟରେ ସହାୟତା କରିବାରୁ ଏକ ଦୁର୍ଘଟଣାକୁ ଟାଳି ଦିଆଯାଇପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?