ଟାଉନ୍‌ହଲ ପରିସର ପାଲଟିଛି ପାର୍କିଂସ୍ଥଳ, ପରିସ୍ରାଗାର

ପାରଳାଖେମୁଣ୍ଡି, ୫ା୩(ସ୍ବ.ପ୍ର.) ପାରଳାଖେମୁଣ୍ଡି ପୌର ପରିଷଦ ପକ୍ଷରୁ ୧୪ ନଂ. ଓ୍ବାର୍ଡସ୍ଥିତ ଟାଉନ୍‌ହଲ ନବୀକରଣ କାର୍ଯ୍ୟ ଚାଲିଥିବାବେଳେ ଏଥିରେ ଅହେତୁକ ବିଳମ୍ବ ହେଉଥିବା ଜଣାପଡ଼ିଛି। ଜିଲା ସଦରରେ ସରକାରୀଭାବେ ଏହା ଏକମାତ୍ର ହଲ୍‌। ଏହା ସାଙ୍ଗଠନିକ କାର୍ଯ୍ୟକ୍ରମ ସହ ଉତ୍ସବ କାର୍ଯ୍ୟରେ ବ୍ୟବହାର କରାଯାଇଥାଏ। ଏଥିରୁ ରାଜସ୍ବ ମଧ୍ୟ ଆଦାୟ ହୋଇଥାଏ। ହେଲେ ଗତ କିଛି ବର୍ଷ ହେଲା ଟାଉନ୍‌ହଲ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହିଥିବାବେଳେ ଏହାର ନବୀକରଣ କାର୍ଯ୍ୟ ଚାଲିଛି। ଏହାର ନବୀକରଣପାଇଁ ୨୧ଲକ୍ଷ ଟଙ୍କା ବ୍ୟୟମଞ୍ଜୁରୀ ହୋଇଥିବାବେଳେ ପାରିପାର୍ଶ୍ୱିକ ଅଞ୍ଚଳର ଉନ୍ନତି ପାଇଁ ୩୫ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଥିବା ପୌରପରିଷଦ ସୂତ୍ରରୁ ପ୍ରକାଶ ା ତେବେ କାର୍ଯ୍ୟରେ ବିଳମ୍ବ ଘଟୁଥିବାରୁ ଏହା ବ୍ୟବହାରଯୋଗ୍ୟ ହୋଇପାରୁନି। ଯଦ୍ଦ୍ବାରା ସନ୍ଧ୍ୟାରେ ଏହା ପରିସରରେ ଅସାମାଜିକ ତତ୍ତ୍ୱଙ୍କ ଆଡ୍ଡା ଜମୁଛି। ଏଥିସହ ଦୀର୍ଘ ଦିନ ହେଲା ଏହା ପରିସରକୁ ପାର୍କିଂସ୍ଥଳ ଏବଂ ପରିସ୍ରାଗାରଭାବେ ବ୍ୟବହାର କରାଯାଉଥିବା ନଜରକୁ ଆସିଛି। ଯଦ୍ଦ୍ବାରା ଏଠାରେ ଏକ ଖରାପ୍‌ ପରିବେଶ ସୃଷ୍ଟି କରୁଛି। ତେଣୁ ନବୀକରଣ କାର୍ଯ୍ୟ ଶୀଘ୍ର ସାରି ହଲ୍‌କୁ ବ୍ୟବହାରଯୋଗ୍ୟ କରିବା ସହ ଉପଯୁକ୍ତ ପରିଚାଳନା କରାଗଲେ ଏହାର ସୌନ୍ଦଯ୍ୟ ବୃଦ୍ଧି ପାଇବା ସହ ରାଜସ୍ବ ମଧ୍ୟ ବୃଦ୍ଧି ପାଇବ ବୋଲି ସହରର ଜନସାଧାରଣ ଓ ବୁଦ୍ଧିଜୀବୀଙ୍କ ମଧ୍ୟରେ ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନୀଳଗିରି ଅଞ୍ଚଳରେ ନିଶାଶକ୍ତ ଯୁବକଙ୍କ ଉନ୍ମତକାଣ୍ଡ: ୨୪ ଘଣ୍ଟା ପରେ କାବୁକଲା ପୋଲିସ

ସଜନାଗଡ଼,୧୨।୮ (ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ଥାନା ଅନ୍ତର୍ଗତ ବାଉଁଶବଣିଆ ପଞ୍ଚାୟତ ଛୋଟକାନପୁର ଗ୍ରାମର ଜଣେ ନିଶାଶକ୍ତ ଯୁବକ ଉନ୍ମତକାଣ୍ଡ ଘଟାଇଛନ୍ତି। ଦୀର୍ଘ ୨୪ ଘଣ୍ଟା...

ନାବାଳିକା ବଳାତ୍କାରୀଙ୍କୁ ୨୫ ବର୍ଷ ସଶ୍ରମ କାରାଦଣ୍ଡ

ଜୟପୁର,୧୧ା୫ (ନି.ପ୍ର.):ଜଣେ ନାବାଳିକାଙ୍କୁ ବଳାତ୍କାର ମାମଲାର ରାୟ ସୋମବାର ଜୟପୁର ଫାଷ୍ଟଟ୍ରାକ୍‌ ସ୍ପେଶିଆଲ କୋର୍ଟରେ ଶୁଣାଣି କରାଯାଇଛି। ଆଡହକ ଅତିରିକ୍ତ ଜିଲା ଓ ଦୌରାଜଜ୍‌ ପ୍ରଦୀପ...

ସମ୍ବଲପୁରରେ କଟକଣା ନ ମାନିଲେ ଜରିମାନା

ସମ୍ବଲପୁର,୭।୪(ବ୍ୟୁରୋ): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସମ୍ବଲପୁର ଜିଲାରେ କଟକଣା କଡାକଡି କରାଯାଇଛି। ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ବୁଧବାର ମାସ୍କ ଚେକିଂ କରାଯାଇଥିଲା। ଏହାସହ...

ଏନ୍‌କାଉଣ୍ଟରରେ ୨ ମାଓବାଦୀ ନିହତ

ମାଲକାନଗିରି,୨୧।୩: ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡା ଜିଲାରେ ପୋଲିସ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ଉଭୟ ପକ୍ଷଙ୍କ ମଧ୍ୟରେ ଗୁଡ଼ରା ଜଙ୍ଗଲରେ ଗୁଳି ବିନିମୟ...

ଏନ୍‌ଏଫ୍‌ଏସ୍‌ଏ ହିତାଧିକାରୀଙ୍କୁ ରସିଦ ଦିଅ

ଭୁବନେଶ୍ୱର,୧୩ା୧(ବ୍ୟୁରୋ): ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍‌ଏଫ୍‌ଏସ୍‌ଏ) ଅଧୀନରେ ଆସୁଥିବା ହିତାଧିକାରୀମାନେ ମାଗଣା ଚାଉଳ ନେବାବେଳେ ସେମାନଙ୍କୁ ସ୍ବତନ୍ତ୍ର ରସିଦ ମିଳିବ। ଏସମ୍ପର୍କରେ କେନ୍ଦ୍ର ଖାଉଟି...

ପୁଅର ଭୁଜାଲି ମାଡରେ ବାପାଙ୍କ ମୃତ୍ୟୁ

ସୋର, ୨୧ା୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ସୋର ଥାନା ଅନ୍ତର୍ଗତ ଟେଣ୍ଟେଇ ପଞ୍ଚାୟତର ଉସୁନୁପୁର ଗ୍ରାମରେ ଶନିବାର ରାତି ପ୍ରାୟ ୧୦ଟା ବେଳେ ଏକ ହତ୍ୟାକାଣ୍ଡ ଘଟିଛି। ଶରତ...

ଚାଷୀଙ୍କୁ ଗୋଇଠା ମାରିଲେ ପୂର୍ବତନ ସଭାପତି

କାମାକ୍ଷାନଗର, ୨୫।୨(ଡି.ଏନ.ଏ.) ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ଜଗନ୍ନାଥପୁର ସେବା ସମବାୟ ସମିତିର ପୂର୍ବତନ ସଭାପତି ଅଶୋକ ନାୟକ ଏବଂ ତାଙ୍କ ପୁଅ ତଥା ସମିତିର...

ଭୁବନେଶ୍ୱରରେ ଲାଗିବ ଡପ୍‌ଲାର ରାଡାର

ଭୁବନେଶ୍ୱର,୨ା୧(ବ୍ୟୁରୋ): ଜଳବାୟୁ ପରିବର୍ତ୍ତନ ସମଗ୍ର ବିଶ୍ୱ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବିଶେଷ କରି ସହରାଞ୍ଚଳ ଜଳବାୟୁ ପରିବର୍ତ୍ତନ ଚିନ୍ତା ବଢାଇଲାଣି। ଜଳବାୟୁ ପରିବର୍ତ୍ତନକୁ...

Advertisement
Archives

Model This Week