ଝି’ର ଚିକିଛା ଲାଗି ଦାଦନ୍‌ ଖଟୁଛେ ବାପ୍‌

ସେରଗଡ, ୧୯ା୮ (ଡି.ଏନ୍‌.ଏ.):  କଳାହାଣ୍ଡି ଜିଲା ନର୍ଲା ବ୍ଲକ ରୁପ୍ରା ଗଁା ଚଞ୍ଚରାପଡ଼ାର ପୂର୍ଣ୍ଣଚନ୍ଦ୍ର ମାଝିକଁର ସାନ ଝି’ ରୁଚିଶ୍ମିତା ମାଝି(୮)। ଜନମ୍‌ ବେଲେ ତାକର ମଲଦୁଆର ନାଇଁଥାଇ। ଡାକ୍‌ତରକଁର ପରାମଶ୍‌ରେ ମା’ବାପ୍‌ ରୁଚିଶ୍ମିତାକେ ଚିକିଛା ଲାଗି ବୁର୍ଲା ବଡ଼ ଡାକ୍‌ତରଖାନା ନେଇ ନିରାଶ ହେଇଥିଲେ। ପଛେ ବିଷମକଟକ ଖ୍ରୀଷ୍ଟିଆନ ହସ୍ପିଟାଲର ଡାକ୍‌ତରମାନେ ରୁଚିଶ୍ମିତାର ପେଟର ଡେବ୍‌ରିଫାଲେ ଗୁଟେ କଣା କରି ମଳ ବାହାରବାର ବେବସ୍‌ତା କରିଥିଲେ। ହେଲେ ଏହେଦେ ରୁଚିଶ୍ମିତାର ଉଚ ଚିକିଛା ଲାଗି ଲକ୍ଷାଧିକ୍‌ ଟଁକା ଦରକାର ଥିଲାବେଲେ ପରିବାର ଲୋକ୍‌ ଉପେ ଶୂଇନ୍‌ ହେଇ ଭଗବାନ ଭରସାରେ ରହିଛନ୍‌।
ସୂଚନା ହିସାବେ ପୂର୍ଣ୍ଣଚନ୍ଦ୍ରକଁର ପରିବାର କହେଲେ ବୁରୁଧ୍‌ ବାପ୍‌ ରୁଟୁ ମାଝି, ମା’ ଡମେନ ମାଝି, ମାଏକିନା ପୁଷ୍ପା ଆର ଦୁଇ ଝି’ କରିଶ୍ମା, ରୁଚିଶ୍ମିତାକେ ନେଇ ତାକର ସଁସାର। ପରିବାରଟା ନିହାତି ଗରିବ୍‌ ଆର ଦରିଦିରିଆ ସୀମାରେଖା ତଲେ ରହିଛନ୍‌। ପୂର୍ଣ୍ଣଚନ୍ଦ୍ର କୁଲିମଜୁରି କରି କୁଟୁମ୍‌ ପୁଷୁଛନ୍‌। ଇଆଡ଼େ ସରକାରୀ ସାହାଯ୍‌ କହେଲେ ପରିବାରକେ ମାସିକ୍‌ ମିଲୁଥିବାର ୨୦ କେ.ଜି. ଚାଉଲ। ପରିବାରଟା ନିହାତି ଗରିବ୍‌ ହେଇଥିଲେ ବି ଆବାସ ଯୋଜନାରୁ ବଁଚିତ୍‌ ହେଇ ରହିଛନ୍‌। ପୂର୍ଣ୍ଣଚନ୍ଦ୍ର ପେଟ୍‌କାଟି ଯେନ୍‌ ପଏସେ ଦୁଇପଏସା ରଖିଥିଲେ ସେଟା ଝି’ର ଚିକିଛାରେ ଖରଚ୍‌ କରି ସରବ୍‌ସୁଅଁାତ୍‌ ହେଇଛନ୍‌। ଏଭେ ପରିବାର ଲୋକ୍‌ ରୁଚିଶ୍ମିତାର ଚିକିଛା ଲାଗି ବିଷମକଟକ ଡାକ୍‌ତରଖାନାକେ ନେଇଥିଲେ। ହେଲେ ସେଠାନେ ଡାକ୍‌ତରମାନେ ରୁଚିଶ୍ମିତାକେ କଟକ ଶିଶୁ ଭବନକେ ନେବାକେ ପରାମଶ୍‌ ଦେଇଥିଲେ। ଏନ୍‌ତାଥି ପରିବାର ଲୋକ୍‌ ଗହନାଗଁାଠି, ବାସନକୁସନ ବିକାଭଂଗା କରି ଝି’କେ ଚିକିଛା ଲାଗି କଟକ ଶିଶୁ ଭବନ ନେଇଥିଲେ। ହେଲେ ସେଠାନେ ଡାକ୍‌ତରମାନେ ଇଥିରଲାଗି ଲକ୍ଷାଧିକ୍‌ ଟଁକା ଦରକାର ବଲି କହେଲାରୁ ଗରିବ୍‌ ମା’ବାପ୍‌ ଉପରେ ଚଡକ୍‌ ପଡ଼ିଥିଲା। ଏତେ ଟଁକା ଠୁଲାବାରଟା ଇ ଗରିବ୍‌ ମା’ବାପ୍‌ ପକ୍ଷେ ସମ୍‌ଭବ ନୁହେ। ଏହେଦେ ପରିବାରଟା ଉପେ ଶୂଇନ୍‌ ହେଇ ଭଗବାନ ଭରସାରେ ରହିଛନ୍‌। ଇଆଡ଼େ ରୁଚିଶ୍ମିତାର ବଏସ୍‌ ବଢ଼ବାର ସଂଗେ ୨ରୁ ୩ଟା ଝାଡ଼ା ହେଇଗଲେ ସେ ନିହାଲ ହେଇଯାଉଛନ୍‌ ଆର ଅସ୍‌ତାଇ ମଲଦୁଆରୁ ରକତ୍‌ ବାହାରି ପଡ଼ୁଛେ। ରୁଚିଶ୍ମିତା ଜନ୍‌ମୁ ଦିବ୍ୟାଙ୍ଗ ହେଇଥିଲେ ବି ଆଏଜ୍‌ତକ ସେ କେହେନ୍‌ସି ପରକାର ସରକାରୀ ଯୋଜନାର ଲାଭ ନାଇଁ ପାଇପାରି। ଇଆଡ଼େ ପୂର୍ଣ୍ଣଚନ୍ଦ୍ର ଝି’ର ଚିକିଛା ସାହାଯ୍‌ ଲାଗି ବ୍ଲକନୁ ଜିଲା ପରଶାସନ ତକ୍‌ ଗୁହାରି କରି ନିରାଶ ହେଇଥିବାର କହିଛନ୍‌। ଏହେଦେ ସେ ଝି’ର ଚିକିଛା ଲାଗି ଟଁକା ପଏସା ଠୁଲାବାକେ ପୁନେ ଦାଦନ ଖଟି ଯାଇଛନ୍‌। ସେନ୍‌ତା ପୂର୍ଣ୍ଣଚନ୍ଦ୍ରକଁର ବୁରୁଧ୍‌ ମା’ବାପ୍‌କଁର ବଏସ୍‌ ୬୦ ଟପିଥିଲେ ବି ଆଏଜ୍‌ତକ ଭତା ପାଏବାରୁ ବଁଚିତ୍‌ ହେଇ ରହିଛନ୍‌। ଏନ୍‌ତାଥି ରୁଚିଶ୍ମିତାର ମଲଦୁଆର ଅପରେଶନ କେନ୍‌ଥେଇ ହେବା, କେନ୍‌ନୁ ଲକ୍ଷାଧିକ୍‌ ଟଁକା ଯୁଗାଡ଼ ହେବା କଥା ଭାବି ପରିବାର ଲୋକ୍‌ ଭାଂଗି ପଡ଼ିଛନ୍‌। ଇ ବାବ୍‌ଦେ ନର୍ଲା ବିଡିଓ ବ୍ୟାସଦେବ ବେହେରାକୁଁ ପଚରାଲାରୁ ପରିବାରକେ ଆବାସ ଯୋଜନାରେ ସାମିଲ କରବାର ସଂଗେ ରୁଚିଶ୍ମିତାର ସବୁ ଚିକିଛା ଖରଚ୍‌ ପରଶାସନ ବହନ୍‌ କରବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସ୍ତାବିତ ହିଡିସିଙ୍ଗ ମଧ୍ୟମ ଜଳ ସେଚନ ପ୍ରକଳ୍ପ: ମନ୍ଥର ଗତି ନେଇ ମନ୍ତ୍ରୀଙ୍କୁ ଫେରାଦ

ବନ୍ତଳା,୨୯ା୯(ଡି.ଏନ.ଏ.) – ଅନୁଗୋଳ ଜିଲା ବନ୍ତଳା ଅଞ୍ଚଳର ପ୍ରସ୍ତାବିତ ହିଡିସିଙ୍ଗ ମଧ୍ୟମ ଜଳ ସେଚନ ପ୍ରକଳ୍ପ କାର୍ଯ୍ୟରେ ପ୍ରଶାସନିକ ମନ୍ଥରତା ଦେଖାଦେଇଥିବା ଅଭିଯୋଗ କରିଛି ହିଡିସିଙ୍ଗ...

ସିବିଆଇ ହାତରେ ପୋଷ୍ଟାଲ ଇନ୍ସପେକ୍ଟର

ସୁନ୍ଦରଗଡ଼,୧୩।୬(ଡି.ଏନ୍‌.ଏ.): ସୁନ୍ଦରଗଡ ମୁଖ୍ୟ ଡାକଘରର ଇନ୍ସପେକ୍ଟର ଉଜ୍ଜ୍ବଳ କୁମାର ଲାଞ୍ଚ ନେଇ ସୋମବାର ସିବିଆଇ ହାତରେ ଧରାପଡିଛନ୍ତି। ଗ୍ରାମୀଣ ଡାକ ସେବକ ବିକାଶ କିସ୍‌ପଟ୍ଟାଙ୍କ ବକେୟା...

ନଦୀ ପାର ହେଲେ ଗର୍ଭବତୀ, ମହାନତା ଦେଖାଇଲେ ଗ୍ରାମବାସୀ

ମାଲକାନଗିରି,୨୪ା୮(ସ୍ବ.ପ୍ର.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲାର ଲଙ୍କାଗାଁରେ ଜଣେ ଗର୍ଭବତୀଙ୍କୁ ନଦୀ ପାର କରି ଗ୍ରାମବାସୀ ମହାନତା ଦେଖାଇଛନ୍ତି॥ ମାଓବାଦୀ ପ୍ରବଣ ଲଙ୍କାପଲ୍ଲୀ...

ଚିଲିକାରେ ଗଣା ହେଲେ ଡଲଫିନ୍‌

ବ୍ରହ୍ମଗିରି,୨୦।୧(ଡି.ଏନ.ଏ): ଚଳିତବର୍ଷ ଚିଲିକାର ବାହ୍ୟନାଳି ଅଞ୍ଚଳରେ ରବିବାର ଡଲ୍‌ଫିନ ଗଣନା କରାଯାଇଛି। ବନ ବିଭାଗ, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ, ଡବ୍ଲୁଡବ୍ଲୁଏଫ, ଓୟୁଏଟିର ଫରେଷ୍ଟ ବିଭାଗର ଛାତ୍ର,...

ପ୍ରାର୍ଥତ୍ପତ୍ର ଯାଞ୍ଚ ପରେ ବଦଳୁଛି ସମୀକରଣ

ଯାଜପୁର ଅଫିସ,୨୪ା୧: ଦୀର୍ଘବର୍ଷ ହେଲା ହରିଜନ ଓ ଆଦିବାସୀ ମହିଳା, ଖଟିଖିଆ, ଗରିବ, ନିରକ୍ଷର, ଦିନ ମଜୁରିଆଙ୍କ ମୁହଁରେ ବିଜେଡିର ସ୍ବର ଶୁଭୁଥିଲା ।  କିନ୍ତୁ...

୩ ରୁପା ମୂର୍ତ୍ତି ଉଦ୍ଧାର

ବାଲୁଗାଁ,୨୧ା୧୦(ଡି.ଏନ.ଏ.): ଖୋର୍ଦ୍ଧା ଜିଲା ବାଲୁଗାଁ ନିକଟ ଛେଡାପଦରସ୍ଥିତ ଶାଳିଆ ନଦୀର ଝିଞ୍ଜିରି ଶଙ୍ଖଠାରୁ ରବିବାର ୩ ରୁପା ନିର୍ମିତ ମୂର୍ତ୍ତି ଉଦ୍ଧାର ହୋଇଛି। ନୂଆ ଭଳି...

ଭିତ୍ତିଭୂମି ଥାଇ ବି ମିଳୁନି ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା : ଜଗନ୍ନାଥଙ୍କ ଲୀଳାକ୍ଷେତ୍ର କାଙ୍କଣକୁଦ ଉପେକ୍ଷିତ

ଖୋର୍ଦ୍ଧା ଅଫିସ,୨।୮ : ବ୍ୟସ୍ତବହୁଳ ଜୀବନରେ ଫୁରସତ୍‌ ମିଳିଲେ ପର୍ଯ୍ୟଟନସ୍ଥଳ ବୁଲିବାର ମଜା ନିଆରା। ଏହି ନିଆରା ଅନୁଭୂତି ଯୋଗାଇ ଦେଇଥାଏ କାଙ୍କଣକୁଦ। ପର୍ଯ୍ୟଟକ ଏଠାକୁ...

ଜନତା କର୍ଫ୍ୟୁ: ଜରୁରିକାଳୀନ ସେବାକୁ ଛାଡ଼ି ସବୁ ବନ୍ଦ

ସରଣ୍ଡା,୨୨ା୩(ଡି.ଏନ୍‌.ଏ.): ସମଗ୍ର ବିଶ୍ୱ କରୋନା ସହ ସଂଘର୍ଷ କରୁଥିବାବେଳେ ଏହି ସଂକ୍ରମଣ ରୋକିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିବେଦନ କ୍ରମେ ରବିବାର ଦେଶବ୍ୟାପୀ ଚାଲିଥିବା...

Advertisement
Archives

Model This Week