ଝିଅ ବାହାଘର ପାଇଁ ଥିବା ସୁନାଅଳଙ୍କାର ଚୋରି ଘଟଣା: ୪ ଅଭିଯୁକ୍ତ ଗିରଫ; ଅଳଙ୍କାର, ଟଙ୍କା ଜବତ

ଭାପୁର/ଖଣ୍ଡପଡା,୨ା୬(ଡି.ଏନ୍‌.ଏ./ସ୍ବ.ପ୍ର.)- ଭାପୁର ଅଞ୍ଚଳରେ ଜଣେ ବ୍ୟକ୍ତି ଝିଅର ବାହାଘର ପାଇଁ ରଖିଥିବା ଲକ୍ଷାଧିକ ଟଙ୍କା ଓ ସୁନା, ରୂପା ଗହଣା ଚୋରି ହେବା ଘଟଣାରେ ଫତେଗଡ଼ ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏଥିସହ ଚୋରି ହୋଇଥିବା ସାମଗ୍ରୀକୁ ଜବତ କରି ସେମାନଙ୍କୁ କୋର୍ଟ ଚାଲାଣ କରିଛି ।

ନୟାଗଡ଼ ଜିଲା ଭାପୁର ବ୍ଳକ ଫତେଗଡ ଥାନା ଶାସନ ପଞ୍ଚାୟତ ରଗଡିପଡା ଗ୍ରାମର ବୀରବର ବେହେରା ନିଜ ବଡ଼ଝିଅର ବାହାଘର ପାଇଁ ଚଳିତ ମାସ ୨୦ ତାରିଖକୁ ଧାର୍ଯ୍ୟ କରିଥିଲେ । ଝିଅ ପାଇଁ କିଣିଥିବା ୨ଟି ସୁନାହାର, ସୁନା ମୁଦି, ପେଣ୍ଡି ଫୁଲ ଓ ୨ହଳ ପାଉଁଜି ସହ ନଗଦ ୧ଲକ୍ଷ ୮୦ ହଜାର ଟଙ୍କା ସେ ଘରେ ରଖିଥିଲେ । ଦୁର୍ବୃତ୍ତମାନେ ଗତମାସ ୩୦ ତାରିଖ ରାତିରେ ଘରେ ପଶି ଆଲମିରା ଭାଙ୍ଗି ସମସ୍ତ ଅଳଙ୍କାର ଓ ଟଙ୍କା ଚୋରିକରି ନେଇଯାଇଥିବା ବୀରବର ଫତେଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ଏ ନେଇ ପୋଲିସ ୮୯/୧୯ରେ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଥିଲା । ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ କରବର ଗ୍ରାମର ଶଙ୍କର୍ଷଣ ପଢିଆରୀ(୨୬)ଙ୍କୁ ଶୁକ୍ରବାର ପୋଲିସ ମହାନଦୀ କୂଳ ଖଣ୍ଡିଆ ଦେଉଳଠାରୁ ଗିରଫ କରିଥିଲା। ଏଥିସହ ସେ ନିଜ ବାଡ଼ି ପାଖ ମାଟିତଳେ ପୋତି ରଖିଥିବା ୪୯ ହଜାର ୫ଶହ ଟଙ୍କା, ୨ଟି ସୁନା ହାର, ସୁନା ମୁଦି, ପେଣ୍ଡି ଫୁଲ ଓ ପାଉଁଜି ଜବତ କରିଥିଲା। ଏହାପରେ ଶଙ୍କର୍ଷଣଙ୍କ ଅନ୍ୟ ସହଯୋଗୀ କରବର ଗ୍ରାମର ଜିତେନ୍ଦ୍ର ରାଉତ(୨୩) ଏବଂ ମଣିପୁର ଗ୍ରାମର ପ୍ରଶାନ୍ତ ବଳିୟାରସିଂ ଓ ଲକ୍ଷ୍ମୀଧର ଜେନା(୨୦)ଙ୍କୁ ଗିରଫ କରି ପୋଲିସ ଶନିବାର ସନ୍ଧ୍ୟାରେ ଖଣ୍ଡପଡା କୋର୍ଟ ଚାଲାଣ କରିଛି ବୋଲି ଫତେଗଡ ଥାନା ଆଇଆଇସି ନିରଞ୍ଜନ ଧିର ଶନିବାର ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅନୁଗୋଳରେ ନାବାଳିକାଙ୍କୁ ବଳାତ୍କାର ଓ ହତ୍ୟା ଉଦ୍ୟମ ଘଟଣା: ନିଜ ଆଡୁ ମାମଲା ରୁଜୁ କଲା ପୋଲିସ, ଅଭିଯୁକ୍ତଙ୍କୁ ଧରିବା ଲାଗି ଗଠନ ହେଲା ୩ ଟିମ୍‌

ଅନୁଗୋଳ ଅଫିସ,୨୧।୭: ଅନୁଗୋଳ ଥାନା ଅଞ୍ଚଳରେ ଜଣେ ୮ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର କରାଯିବା ଘଟଣାରେ ପୋଲିସ ରବିବାର ନିଜ ଆଡ଼ୁ ବଳାତ୍କାର ଓ ହତ୍ୟା...

ବାଲିଅନ୍ତାରେ ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା ଘଟଣା: ଭାଇରାଲ ଭିଡିଓରୁ ହତ୍ୟାକାରୀ ଚିହ୍ନଟ; ଜମିବାଡ଼ି ବିବାଦକୁ ନେଇ ସାନ ଭାଇଙ୍କୁ ହତ୍ୟା କରିଛନ୍ତି ବଡ଼ ଭାଇ

ଭୁବନେଶ୍ୱର/ବାଲିଅନ୍ତା,୮।୬(ବ୍ୟୁରୋ/ଡି.ଏନ୍‌.ଏ.): ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ଅଧୀନ ଅଟଳାସ୍ଥିତ ପଞ୍ଚମୁଖୀ ବିହାର ମୁଖ୍ୟ ଫାଟକ ନିକଟରେ ଶୁକ୍ରବାର ଅପରାହ୍ନରେ ଜଣେ ଯୁବକଙ୍କୁ ଅନ୍ୟ ଜଣେ ଯୁବକ...

ପେଟ୍ରୋଲ ପମ୍ପରେ ଡକାୟତି ଯୋଜନା ପଣ୍ଡ: ପାଟ୍ରୋଲିଂ ବେଳେ ପୋଲିସ ହାତରେ ଧରାପଡ଼ିଲେ, ୬ ଗିରଫ; ବୋମା, ଖଣ୍ଡା ଜବତ

ବ୍ରହ୍ମପୁର ଅଫିସ,୨୧।୫: ବଡ଼ବଜାର ପୋଲିସ ଏକ ଡକାୟତ ଗ୍ୟାଙ୍ଗକୁ କାବୁ କରିଛି। ଥାନାଧିକାରୀ ପ୍ରଶାନ୍ତ ଭୂପତି ଏବଂ ତାଙ୍କ ଟିମ୍‌ ସୋମବାର ରାତ୍ରିକାଳୀନ ପାଟ୍ରୋଲିଂ କରୁଥିବା...

ଭବାନୀପାଟଣା ହାତୀଦାନ୍ତ ଓ ବାଘଛାଲ ଜବତ ଘଟଣା: ଆଉ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର, ୧୦।୧୧(ବ୍ୟୁରୋ): ଭବାନୀପାଟଣା ହାତୀଦାନ୍ତ ଓ ବାଘଛାଲ ଜବତ ଘଟଣାରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଶନିବାର ଆଉ ଜଣେ ଶିକାରୀଙ୍କୁ ଗିରଫ କରିଛି। ସେ ହେଉଛନ୍ତି ଭାସ୍କର...

ପାରିବାରିକ କଳହର କରୁଣ ପରିଣତି: ବାପାଙ୍କୁ ମାରି ଶ୍ମଶାନରେ ଫିଙ୍ଗିଦେଲେ ଦୁଇ ପୁଅ-ମା’

ଖଲ୍ଲିକୋଟ,୯ା୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି ଅନ୍ତର୍ଗତ ତୋଟାଗାଁରେ ପାରିବାରିକ କଳହରୁ ବାପାକୁ ମାରିଦେଇଛନ୍ତି ଦୁଇ ପୁଅ ଆଉ ମା’। ଘଟଣାରୁ ପ୍ରକାଶ, ମଙ୍ଗଳବାର ବିଳମ୍ବିତ...

ଫିଲ୍ମ ଷ୍ଟାଇଲ୍‌ରେ ଲୁଟିନେଲ ଏଲ୍‌ଇଡି ବୋଝେଇ ଟ୍ରକ୍‌

ଖୋର୍ଦ୍ଧା ଅଫିସ,୩ା୪: ଫିଲ୍ମ ଷ୍ଟାଇଲରେ ଦୁର୍ବୃତ୍ତ ଲୁଟି ନେଇଛନ୍ତି ଏଲ୍‌ଇଡି ଟିଭି ବୋଝେଇ ଟ୍ରକ୍‌। ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥରେ ଏଲ୍‌ଇଡି ଟିଭି ବୋଝେଇ...

ଶିକାର ପାଇଁ ସୁଯୋଗ ଦେଲେ

ଭୁବନେଶ୍ୱର,୨୬।୪ (ବ୍ୟୁରୋ): ବାରମ୍ବାର ଚଢ଼ାଉ ହେଉଛି। ବିପୁଳ ପରିମାଣର ଛାଲ, ଦାନ୍ତ, ନଖ ଆଦି ବନ୍ୟପ୍ରାଣୀ ସାମଗ୍ରୀ ଜବତ ହେଉଛି। ଜୀବନ୍ତ ବ୍ରଜକାପ୍ତା ଚାଲାଣ ମଧ୍ୟ...

୨୧ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ, ମହିଳା ଗିରଫ

ଭୁବନେଶ୍ୱର,୧୨ା୮(ବ୍ୟୁରୋ): କେତେକ ସ୍ବୟଂ ସହାୟକ ଗୋଷ୍ଠୀ ଓ ମହିଳାଙ୍କଠାରୁ ୨୧ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ଅଭିଯୋଗରେ ନୟାପଲ୍ଲୀ ଥାନା ପୋଲିସ ଜଣେ ମହିଳାଙ୍କୁ ରବିବାର ଗିରଫ...

Advertisement
Archives

Model This Week