ଝିଅ ପାଇଁ ଏକାଠି ହେଲେ ଜୁହି-ସଚିନ !

ମୁମ୍ବାଇ: ଧାରାବାହିକ ‘କୁମ୍‌କୁମ୍‌’ ଯୋଗେ ଘରେ ଘରେ ଲୋକପ୍ରିୟ ହୋଇଥିବା ଜୁହି ପରମାରଙ୍କ ଜୀବନକୁ ପୁଣି ଫେରିପାରନ୍ତି ସ୍ବାମୀ ସଚିନ ଶ୍ରଫ୍‌। ନିକଟରେ ଅଲାଦିନର ସ୍ପେଶାଲ୍‌ ସ୍କ୍ରିନିଂ ଅବସରରେ ଉଭୟଙ୍କୁ ଏକା ସାଙ୍ଗରେ ଦେଖାଯାଇଥିଲା। ଫଳରେ ଅଲଗା ହେବା ପରେ ଆଉ ଥରେ ଉଭୟ ଏକାଠି ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ତେବେ ଏହାକୁ କିନ୍ତୁ ଖଣ୍ଡନ କରିଛନ୍ତି ଜୁହି। ସେମାନେ ଝିଅ ପାଇଁ ଏକାଠି ହୋଇଥିବା ପ୍ରତିକ୍ରିୟାରେ କହିଛନ୍ତି।

ମେ ୨୨ରେ ଅଲାଦିନର ସ୍ପେଶାଲ ସ୍କ୍ରିନିଂ ରଖାଯାଇଥିଲା। ଜୁହି ଓ ସଚିନ ଝିଅ ପାଇଁ ଏଠାରେ ପହଞ୍ଚିଥିଲେ। ମାତ୍ର ଉଭୟ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଖି ପଛ ଗେଟ୍‌ରେ ଥିଏଟରରେ ପହଞ୍ଚିଥିଲେ। ଫିଲ୍ମ ଦେଖିବା ପରେ ଉଭୟଙ୍କୁ ଏକାଠି କ୍ୟାମେରା ସ୍ପଟ୍‌ କରିଥିଲା। ଏହାକୁ ନେଇ ଅନେକେ ପ୍ରଶ୍ନ କରିଥିଲେ। ତେବେ ସେମାନେ ପ୍ରଥମେ ପିତାମାତା ଏବଂ ପରେ ଆଉ କିଛି ବୋଲି ମତ ରଖିଥିଲେ। ଉଭୟ ସମ୍ପର୍କର ତିକ୍ତତାକୁ ଭୁଲି ଝିଅକୁ ଭଲରେ ଲାଳନପାଳନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଛାଡ଼ପତ୍ର ନେଇଥିଲେ ମଧ୍ୟ ଝିଅଠାରୁ ଦୂର ହୋଇନାହୁଁ ବୋଲି ସେମାନେ କହିଥିଲେ। ଏଣୁ ଉଭୟ ପୁଣି ଥରେ ଏକାଠି ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ

ବେଜିଂ, ୧୩।୮: ଚାଇନାକୁ ଆଧୁନିକ ଅର୍ଥନୈତିକ ମହାଶକ୍ତି ଭାବରେ ଗଢ଼ିବାରେ ପ୍ରମୁଖ ଭୂମିକା ନେଇଥିବା ଏବଂ ଦେଶକୁ ବିଶ୍ୱ ବାଣିଜ୍ୟ ସଂଗଠନ(ଡବ୍ଲ୍ୟୁଟିଓ)ରେ ସାମିଲ କରାଇଥିବା ଚାଇନାର ପୂର୍ବତନ…

୨୪ ସପ୍ତାହ ପର୍ଯ୍ୟନ୍ତ ଗର୍ଭପାତ କରିପାରିବେ ବଳାତ୍କାର ପୀଡ଼ିତା: କୋର୍ଟ ଦେଲେ ବଡ଼ ରାୟ

ଇନ୍ଦୋର,୧୨ା୮(ପି.ଟି.):ବଳାତ୍କାର ପୀଡ଼ିତା ଗର୍ଭବତୀ ହୋଇଥିଲେ, ସେ ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କରିବାକୁ ଚାହିଁଲେ ଏଥିପାଇଁ ଅଦାଲତଙ୍କ ଅନୁମତି ନେବାକୁ ପଡ଼ିବ ନାହଁି। ମଧ୍ୟପ୍ରଦେଶ ହାଇକୋର୍ଟ ଏକ…

ପୁରୁଷ ବନ୍ଧୁଙ୍କୁ ବାନ୍ଧି ଯୁବତୀଙ୍କୁ ଗଣବଳାତ୍କାର: ଭଙ୍ଗା ଘରେ ଜଣଙ୍କ ପରେ ଜଣେ…

ନିିଶ୍ଚିନ୍ତକୋଇଲି, ୧୩ା୮(ଅଶୋକ ମହାପାତ୍ର):କେନ୍ଦ୍ରାପଡ଼ା ଜିଲା କଳପଡ଼ା ଅଞ୍ଚଳର ଜଣେ ଯୁବତୀ ଭୁବନେଶ୍ୱରର ଏକ ମଲ୍‌ରେ କାର୍ଯ୍ୟ କରନ୍ତି। ସେଠାରେ ଗାଡ଼ିଚାଳକ ରୂପେ ରହି କାର୍ଯ୍ୟ କରୁଥିବା ନୟାଗଡ଼…

ଗୁଳି ନିର୍ଦ୍ଦେଶ କିଏ ଦେଇଥିଲେ ଜବାବ ଚାହୁଁ: ରାହୁଲ

ନୂଆଦିଲ୍ଲୀ,୧୩ା୮: ଏନ୍‌ଇଇଟି ବିକ୍ଷୋଭ ବେଳେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ବିବୃତି ଦାବି କରି ଦୀର୍ଘଦିନ ହେଲା ପାର୍ଲାମେଣ୍ଟର…

ସ୍କୁଲରେ ଛାତ୍ରଙ୍କ ଅଙ୍ଗୁଳି ଛିଣ୍ଡାଇନେଲା କୁକୁର: କ୍ଷତିପୂରଣ ଦାବି

ବାଲେଶ୍ୱର,୧୩ା୮(ମୃତ୍ୟୁଞ୍ଜୟ ପଟ୍ଟନାୟକ):ବାଲେଶ୍ୱର ସଦର ଥାନା ରସାଳପୁର ନିକଟସ୍ଥ ଭୀମପୁରରେ ପାଗଳ କୁକୁର ଆତଙ୍କ ଦେଖାଦେଇଛି। ମଙ୍ଗଳବାର ଭୀମପୁର ସତ୍ୟନାରାୟଣ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ତୃତୀୟ ଶ୍ରେଣୀ…

ରାଜପଥରେ ଆମ୍ବୁଲାନ୍ସ ବିଳମ୍ବ ହେଲେ ଦେବାକୁ ହେବ ଜୋରିମାନା, NHAI ଧାର୍ଯ୍ୟ କଲା ପ୍ରତି ମିନିଟ୍‌ର ଦାମ୍

ନୂଆଦିଲ୍ଲୀ,୧୨ା୮: ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ସଡ଼କ ଦୁର୍ଘଟଣା ପରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ରାଜପଥରେ ଜରୁରୀକାଳୀନ ସେବାଗୁଡ଼ିକୁ ଅଧିକ…

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର CDAO, ୧୫ ହଜାର ଲାଞ୍ଚ ନେଇ ଧରାପଡ଼ିଲେ

ବ୍ରହ୍ମପୁର,୧୨ା୮: ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ମୁଖ୍ୟ ଜିଲା କୃଷି ଅଧିକାରୀ (CDAO) ବ୍ୟୋମକେଶ ମିଶ୍ର । ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ବିଭାଗ…

ରୋଷେଇ କରୁଥିବା ବେଳେ ଗ୍ୟାସ ଲିକ୍ ହୋଇ ଘର ଜଳିଗଲା, ଅଳ୍ପକେ ବର୍ତ୍ତିଲେ…

ଭବାନୀପାଟଣା,୧୨।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ନୂଆଗୁଡା ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗ୍ରାମର ହୀରା ବିଶି ନାମକ ଜଣେ ବିଧବା ମହିଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri