ଝାଡ଼ଖଣ୍ଡ ଗଲେ ୧୨୪ ଜଣ

ଅନୁଗୋଳ ଅଫିସ/ ଛେଣ୍ଡିପଦା, ୬।୫ – ଅନୁଗୋଳ ଜିଲାରେ ମଜୁରିଆ ଭାବେ କାର୍ଯ୍ୟ କରୁଥିବା ଝାଡ଼ଖଣ୍ଡର ଶ୍ରମିକମାନଙ୍କ ମଧ୍ୟରୁ ୧୨୪ ଜଣଙ୍କୁ ଅନୁଗୋଳ ଜିଲା ପ୍ରଶାସନ ମଙ୍ଗଳବାର ସେମାନଙ୍କ ରାଜ୍ୟକୁ ପଠାଇ ଦେଇଛି। ସୋମବାର ଦୁଇଟି ବସ୍‌ରେ ୫୬ ଜଣ ଯାଇଥିବାବେଳେ ମଙ୍ଗଳବାର ୧୨୪ ଜଣଙ୍କୁ ପଠାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। କେବଳ ଛେଣ୍ଡିପଦା ଅଞ୍ଚଳରେ ଫସି ରହିଥିବା ୧୧୫ ଜଣଙ୍କ ମଧ୍ୟରୁ ୬୪ଜଣଙ୍କୁ ଛେଣ୍ଡିପଦା ଜଗନ୍ନାଥ ମନ୍ଦିର ସମ୍ମୁଖ ପଡିଆକୁ ଅଣାଯାଇଥିଲ। ବିଡିଓ ସୁନୀଲ କୁମାର କେରକେଟା ଓ ଛେଣ୍ଡିପଦା ତହସିଲଦାର ତଥା ମାଜିଷ୍ଟ୍ରେଟ ଡାନିଏଲ ଏକ୍କାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସେଠାରେ ଡାକ୍ତର ଧୀରେନ କୁମାର ପ୍ରଧାନ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ସେମାନଙ୍କୁ ବସ୍‌ ଯୋଗେ ଜିଲା ପ୍ରଶାସନ ହେପାଜତକୁ ପଠାଯାଇଥିଲା। ସେଠାରୁ ଶ୍ରମିକମାନେ ସେମାନଙ୍କ ରାଜ୍ୟକୁ ଯାଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ: ୨ ପ୍ରାର୍ଥୀଙ୍କୁ କାରଣ ଦର୍ଶାଅ ନୋଟିସ୍‌

ଭଦ୍ରକ ଅଫିସ, ୨୧।୪ – ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଆସନ୍ତା ୨୯ରେ ମତଦାନ ଅନୁଷ୍ଠିତ ହେବ। ନିର୍ବାଚନ ଆୟୋଗଙ୍କ ଦ୍ୱାରା ଗତ ମାର୍ଚ୍ଚ ୧୦ରୁ ଆଦର୍ଶ...

୪ ଦିନ ଧରି ନିଖୋଜ ଥିଲେ ଧୀବର, ଘୋଡ଼ାହାଡ଼ ଡ୍ୟାମ୍‌ରୁ ମିଳିଲା ମୃତଦେହ

ଦିଗପହଣ୍ଡି,୪ା୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରି ଗାଁ ନିକଟ ଘୋଡ଼ାହାଡ଼ ଡ୍ୟାମକୁ ମାଛ ଧରିବାକୁ ଯାଇଥିବା ଜଣେ ଧୀବର ରବିବାରଠାରୁ ନିଖୋଜ ଥିଲେ। ତେବେ...

ପାଣି ଓ ପାଇଖାନା ନ ଥାଇ ଚାଲିଛି ଅଙ୍ଗନୱାଡି: ଅଭିଯୋଗ ପରେ ବି ଶୁଣୁନି ପ୍ରଶାସନ

ଚମ୍ପୁଆ, ୨୭ା୧୧(ଡି.ଏନ.ଏ.): ପ୍ରାକ ଶିକ୍ଷା ପ୍ରଦାନ କ୍ଷେତ୍ରରେ ଅଙ୍ଗନୱାଡି ଗୁଡିକରେ ସରକାରଙ୍କ ପକ୍ଷରୁ ସମସ୍ତ ମୌଳିକ ସୁବିଧା କରାଯାଇ ପିଲାମାନଙ୍କର ଭବିଷ୍ୟତ ଗଢାଯାଉଥିବା ବେଳେ ଚମ୍ପୁଆ...

ଶ୍ରୀମନ୍ଦିରରେ ଏନ୍‌ଆଇଏ ଡିଜି

ପୁରୀ ଅଫିସ,୩।୧୦: ଏନ୍‌ଆଇଏ ଡିଜି ଯୋଗେଶ ଚନ୍ଦ୍ର ମୋଦି ଗୁରୁବାର ଶ୍ରୀମନ୍ଦିରକୁ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ମଧ୍ୟାହ୍ନ ପ୍ରାୟ ୧୨ଟାରେ ଡିଜି ସିଂହଦ୍ୱାର ନିକଟରେ...

ଧର୍ମଘଟ ଯୋଗୁ ବ୍ୟାଙ୍କ ସେବା ବାଧାପ୍ରାପ୍ତ

ବାରିପଦା ଅଫିସ,୩୦ା୧- ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିୟନ(ୟୁଏଫବିୟୁ) ତରଫରୁ ୨ ଦିନିଆ ବ୍ୟାଙ୍କ ଧର୍ମଘଟ ଆରମ୍ଭ ହୋଇଛି। ଶୁକ୍ରବାର ୟୁନିୟନର କର୍ମକର୍ତ୍ତାମାନେ ବାରିପଦାର ବ୍ୟାଙ୍କ...

ନକଲି ମସଲା କାରଖାନା ଠାବ, ୨ ଅଟକ

କଟକ ଅଫିସ,୧୪ା୧୧: କଟକସ୍ଥିତ ଜଗତପୁର ଶିଳ୍ପାଞ୍ଚଳରେ ପୁଣି ନକଲି କାରଖାନା ଠାବ ହୋଇଛି। ଏହି କାରଖାନାରେ ନକଲି ମସଲା ହଳଦୀ ଓ ଲଙ୍କା ଅପମିଶ୍ରଣ ହେଉଥିବା...

ଚିକିତ୍ସା ଅବହେଳାରୁ ଯୁବକଙ୍କ ମୃତ୍ୟୁ, ହସ୍ପିଟାଲରେ ଉତ୍ତେଜନା

କୋରାପୁଟ, ୬ା୨: କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସା ଅବହେଳାରୁ ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ ଶନିବାର ମେଡିକାଲରେ ବହୁ...

ପ୍ରଶାସନ ଦେଖାଇଲା ତତ୍ପରତା: ପୁଣିଥରେ ସହର ଜଗିବ ସିସିଟିଭି

ଢେଙ୍କାନାଳ ଅଫିସ, ୨୯।୭: ଢେଙ୍କାନାଳ ପୌରାଞ୍ଚଳରେ ଅଚଳ ହୋଇପଡ଼ିଥିବା ସିସିଟିଭିଗୁଡ଼ିକୁ ପୁନର୍ବାର କାର୍ଯ୍ୟକ୍ଷମ କରାଇବାକୁ ପ୍ରକାଶ ପାଇଛି ପ୍ରଶାସନିକ ତତ୍ପରତା। ଜନଗହଳିପୂର୍ଣ୍ଣ ସ୍ଥାନରେ ଲାଗିଥିବା ସିସିଟିଭିଗୁଡ଼ିକର ମରାମତି...

Advertisement

BGU

Archives

Model This Week

Why Dharitri