ଝରିଗାଁରେ କରୋନା ଭୟ: ଶ୍ରୀହରିକୋଟାରୁ ଫେରିଥିବା ୨ ଯୁବକଙ୍କୁ ଗାଁରେ ପୂରାଇ ଦେଲେନି ଗ୍ରାମବାସୀ

ଝରିଗାଁ,୧୪।୩(ସ୍ବ.ପ୍ର.): ସମଗ୍ର ବିଶ୍ୱରେ କରୋନା ଭାଇରସ୍‌ ଆତଙ୍କ ଖେଳାଇ ଚାଲିଥିବା ବେଳେ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ମଧ୍ୟ ଏହି ଆତଙ୍କ ଖେଳିଯାଇଛି।
ପ୍ରାପ୍ତ ସୂଚନାରୁ ପ୍ରକାଶ, ନବରଙ୍ଗପୁର ଜିଲା ବାଣୁଆଗୁଡ଼ା ପଞ୍ଚାୟତ ପଲସଗାଁର କିଛି ଯୁବକ ଦାଦନ ଖଟିବାକୁ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାକୁ ଯାଇଥିଲେ। ସେଠାରେ କିଛିଦିନ କାମ କରିବା ପରେ କରୋନା ଭୟରେ ନିଜ ଗାଁକୁ ଶୁକ୍ରବାର ସନ୍ଧ୍ୟାରେ ଦୁଇ ଯୁବକ ଫେରିଥିଲେ। ଗ୍ରାମରେ ଉକ୍ତ ଯୁବକ ଦ୍ୱୟଙ୍କୁ ପ୍ରବେଶ କରିବାକୁ ଗ୍ରାମବାସୀ ବାରଣ କରିବା ସହ ତୁରନ୍ତ ମେଡିକାଲ ଯାଇ ଚିକିତ୍ସା କରାଇବାକୁ କହିଥିଲେ। ଏହାପରେ ସଂପୃକ୍ତ ଯୁବକ ଦ୍ୱୟ ପଲସଗାଁରେ ନ ରହି ଗୁରୁସିଙ୍ଗା ପଞ୍ଚାୟତ ନୂଆଗାଁ ଗ୍ରାମକୁ ଚାଲିଯାଇଥିଲେ। ସକାଳୁ ଖବର ପାଇ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ସୋମା ଦାଶ, ଡାକ୍ତର ସନ୍ତୋଷ କୁମାର ପ୍ରଧାନ ପ୍ରଥମେ ନୂଆଗାଁକୁ ଯାଇଥିଲେ, କିନ୍ତୁ ସେଠାରେ ସେହି ଯୁବକ ଦ୍ୱୟ ନ ଥିଲେ। ଏହାପରେ ଡାକ୍ତରୀ ଦଳ ପଲସଗାଁକୁ ଯାଇ ସେମାନଙ୍କ ପରିବାର ଲୋକଙ୍କ ସହ ଯୋଗାଯୋଗ କରି ଯୁବକଙ୍କୁ ଡକାଇ ସେମାନଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରିଛନ୍ତି। ମାତ୍ର ସେମାନଙ୍କ ନିକଟରେ କରୋନା ଭୂତାଣୁ ସଂକ୍ରମଣର କୌଣସି ଲକ୍ଷଣ ଦେଖାଯାଇ ନ ଥିବା ଡାକ୍ତର ସୋମା ଦାଶ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ କରୋନା ନେଲା ୫ ମୁଣ୍ଡ, କେବଳ ଏହି ଜିଲାରୁ ଅଛନ୍ତି ୩ ଜଣ

ଭୁବନେଶ୍ୱର,୨୦।୪(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି। ମଙ୍ଗଳବାର ରାଜ୍ୟରେ କରୋନା ଆଉ ୫ ଜଣଙ୍କ ଜୀବନ ନେଇଛି।...

ପ୍ରାର୍ଥୀ ଚୟନ ନେଇ ଅଙ୍କକଷା

ସୁୁନ୍ଦରଗଡ଼,୧୫।୧(ଡି.ଏନ୍‌.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ଘୋଷଣା ପରେ ସୁନ୍ଦରଗଡ଼ ଜିଲାର ଗ୍ରାମାଞ୍ଚଳରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି। ଏପଟେ କରୋନା ସଂକ୍ରମଣ...

ହାତୀ ବେଶରେ ଦର୍ଶନ ଦେଲେ ମହାପ୍ରଭୁ

ପୁରୀ ଅଫିସ, ୫।୬: ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ସ୍ନାନମଣ୍ଡପରେ ବିଜେ କରିଛନ୍ତି ମହାପ୍ରଭୁ। ସ୍ନାନବେଦୀରେ ବିଜେ କରିବା ପରେ ନୀତିକାନ୍ତି ଆରମ୍ଭ ହୋଇଛି। ବେଦୀରେ ମହାପ୍ରଭୁଙ୍କ...

ନାରୀ ନିର୍ଯାତନା, ନାବାଳିକା ବଳାତ୍କାର ପ୍ରସଙ୍ଗ: ଦୁଇଦିନ ବିଧାନସଭା ବରବାଦ

ଭୁବନେଶ୍ୱର, ୨୪।୭(ବ୍ୟୁରୋ): ଦୁଇଦିନ ବିଧାନସଭା ଅଚଳ ହେବା ପରେ ବିରୋଧୀଙ୍କ ଜିଦ୍‌ ଆଗରେ ମୁଣ୍ଡ ନୁଆଁଇଛନ୍ତି ସରକାର। ନାରୀ ନିର୍ଯାତନା, ନାବାଳିକା ବଳାତ୍କାର ଏବଂ ଶିଶୁ...

କେରଳରୁ ଫେରିଲେ ୯ ପ୍ରବାସୀ ଓଡ଼ିଆ ଶ୍ରମିକ

ପାଟଣା, ୪ା୫(ସ୍ବ.ପ୍ର.)-କରୋନା ସଂକ୍ରମଣ ସକାଶେ ଦେଶ ଲକ୍‌ଡାଉନ ରହିଛି। ରାଜ୍ୟ ବାହାରକୁ କେରଳ, ତାମିଲନାଡୁ, ଚେନ୍ନାଇ, ମହାରାଷ୍ଟ୍ର ଓ ଆନ୍ଧ୍ରପ୍ରଦେଶକୁ କାମ କରିବାକୁ ଯାଇଥିବା କେନ୍ଦୁଝର...

ପଞ୍ଚସଖା ସ୍ମୃତି ସମାଧିପୀଠ ଅବହେଳିତ

ସାକ୍ଷୀଗୋପାଳ, ୨୩।୧୧(ଡି.ଏନ୍‌.ଏ.): ସତ୍ୟବାଦୀ ବନବିଦ୍ୟାଳୟ ବିନ୍ଧାଣୀ ପୁଣ୍ୟାତ୍ମା ପଞ୍ଚସଖାଙ୍କ ସ୍ମୃତି ସମାଧି ପୀଠ ଅବହେଳିତ ଅବସ୍ଥାରେ ରହିଛି। ବକୁଳବନ ସନ୍ନିକଟ ପଞ୍ଚସଖା ଖେଳପଡିଆକୁ ଲାଗିରହିଥିବା ଏହି...

ଜଟଣୀ ରାସ୍ତାରେ ବୁଡ଼ିଗଲା ‘ମୋ ବସ୍‌’: ପହଁରି ପହଁରି ଜୀବନ ବଞ୍ଚାଇଲେ ଯାତ୍ରୀ

ଖୋର୍ଦ୍ଧା ଅଫିସ,୬।୮: ସକ୍ରିୟ ଥିବା ମୌସୁମୀ ପ୍ରଭାବରେ ଶନିବାର ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଏହାକୁ ନେଇ ବିଭିନ୍ନ ସ୍ଥାନରେ କୃତ୍ରିମ ବନ୍ୟା...

‘ନୀଳାଚଳ ଇସ୍ପାତ କାରଖାନାକୁ ଘରୋଇକରଣ ନିଷ୍ପତ୍ତି ଠିକ୍‌ ନୁହେଁ’: ଶ୍ରୀକାନ୍ତ

ଭୁବନେଶ୍ୱର,୨୭ା୨(ବ୍ୟୁରୋ): କଳିଙ୍ଗ ନଗରସ୍ଥିତ ସରକାରୀ ଉଦ୍ୟୋଗ, ‘ନୀଳାଚଳ ଇସ୍ପାତ କାରଖାନା’କୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଘରୋଇକରଣ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହା...

Advertisement
Archives

Model This Week