Posted inଜାତୀୟ

‘ଜୟ ଶ୍ରୀରାମ’ ନାରାବାଜି ଉପରେ ଭଡ଼କିଲେ ମମତା: ଚିତ୍କାର କରି କହିଲେ, ଛାଲ ଉତାରିଦେବି

କୋଲକାତା୩୧।୫: ଲୋକ ସଭା ନିର୍ବାଚନରେ ପଶ୍ଚିମବଙ୍ଗରୁ ଅନେକ ଆସନ ହାତରୁ ଚାଲିଯିବା ପରେ ଟିଏମସି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେ ଚିନ୍ତାଗ୍ରସ୍ତ ହୋଇପଡ଼ିଛନ୍ତି। ଏଭଳି ସ୍ଥିତିରେ ତାଙ୍କର ଏକ ଭିଡିଓ ସାମ୍‌ନାକୁ ଆସିଛି। ଯେଉଁଥିରେ ସେ ରାଲି କରୁଥିବା ଲୋକଙ୍କ ଉପରେ ଚିତ୍କାର କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ସୂଚନାଯୋଗ୍ୟ, ନିର୍ବାଚନ ସମୟରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହିତ ହୋଇଥିବା ହିଂସା ଘଟଣାର ପ୍ରତିବାଦରେ ଧାରଣା ଦେବା ପାଇଁ ଗୁରୁବାର ମମତା ନୌହାଟି ଯାଉଥିଲେ। ମମତାଙ୍କ ଗସ୍ତ ସମୟରେ ଉତ୍ତର ୨୪ ପ୍ରଗଣା ଜିଲାରେ କିଛି ଲୋକ ତାଙ୍କ ଗାଡି ସମ୍ମୁଖରେ ଆସି ‘ଜୟ ଶ୍ରୀରାମ’ର ନାରା ଦେଇଥିଲେ। ଏହି ନାରାବାଜି ଶୁଣି ସେ ଉତ୍ତ୍ୟକ୍ତ ହୋଇପଡ଼ିଥିଲେ। ଆଉ ତୁରନ୍ତ ଗାଡ଼ିରୁ ଓହ୍ଲାଇ ନାରାବାଜି କରୁଥିବା ଲୋକଙ୍କ ଉପରେ ପାଟି କରି ବିରୋଧ କରିଥିଲେ। ମମତା ଚିତ୍କାର କରି କହିଥିଲେ ଯେ, ‘ଏଠାକୁ ଆସ, ସାହସ ଅଛି ତ ସାମ୍ନାକୁ ଆସ, ମୋତେ ସାମ୍ନା କର। ବିଜେପିର ଗୁଣ୍ଡା, ଏଠାରେ ତୁମେମାନେ ଆମ ପାଇଁ ରହିଛ। ତୁମ ପରି ଲୋକଙ୍କୁ ଏଠାରୁ ବିତାଡ଼ିତ କରିପାରିବି। ତୁମେ ସମସ୍ତେ ବଦ୍‌ମାସ। ତୁମମାନଙ୍କର ସାହସ କେମିତି ହେଲା ମୋ ଗାଡ଼ି ସାମ୍ନାରେ ଆସି ନାରାବାଜି କରିବାକୁ। ମୁଁ ତୁମମାନଙ୍କର ଛାଲ ଉତାରିଦେବି ବୋଲି କହିଥିଲେ। ମୋର ସବୁ ଲୋକଙ୍କ ନାଁ ଦରକାର ଯେଉଁମାନେ ଏଠାରେ ନାରାବାଜି କରୁଥିଲେ। ପ୍ରତ୍ୟେକଙ୍କ ଘର ଯାଞ୍ଚ ହେବା ଦରକାର ବୋଲି ସେ କହିଥିଲେ। ଏହାପରେ ମମତା ଗାଡ଼ିରେ ବସିବା କ୍ଷଣି ଲୋକମାନେ ପୁଣି ଥରେ ‘ଜୟ ଶ୍ରୀରାମ’ କହି ପାଟି କରିଥିଲେ। ମମତା ପୁଣି ଗାଡ଼ିରୁ ଓହ୍ଲାଇ ବଡ଼ ପାଟିରେ କହିଥିଲେ, ‘ସାହସ ଅଛି ତ ମୋ ସାମ୍ନାକୁ ଆସ, ବଦ୍‌ମାସ। ତେବେ ଏହି ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ନାରାବାଜି କରୁଥିବା ୭ଜଣ ଲୋକଙ୍କୁ ଗିରଫ କରିଛି ପୋଲିସ।


Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭା ଉପବାଚସ୍ପତି ପଦ ଓ୍ବାଇଏସଆର୍‌ କଂଗ୍ରେସକୁ ଦିଆଯାଇପାରେ

ନୂଆଦିଲ୍ଲୀ. ୧୨।୬: ଆନ୍ଧ୍ର ପ୍ରଦେଶର ଜଗନମୋହନଙ୍କ ନେତୃତ୍ୱାଧୀନ ଓ୍ବାଇଏସଆର କଂଗ୍ରେସକୁ ଏଥର ଲୋକ ସଭା ଉପବାଚସ୍ପତି ପଦ ଅଫର୍‌ ଭାଜପା ଦେଇପାରେ। ମଙ୍ଗଳବାର ଭାଜପା ସାଂସଦ...

କପିଲ ସିବଲଙ୍କ ସପକ୍ଷରେ ଶଶି ଥରୁର

ନୂଆଦିଲ୍ଲୀ,୩୦।୯: କଂଗ୍ରେସ ବନାମ କଂଗ୍ରେସ କଳି ଘନେଇବାରେ ଲାଗିଛି। ଜି-୨୩ର ସଦସ୍ୟ କପିଲ ସିବଲ କଂଗ୍ରେସ ହାଇକମାଣ୍ଡଙ୍କ ଉପରେ ବର୍ଷିବା ପରେ ତାଙ୍କ ଘର ଉପରେ...

୩.୫ ଘଣ୍ଟାରେ ନାଗପୁରରୁ ମୁମ୍ବାଇ

ନାଗପୁର,୧୩।୨: ନାଗପୁରରୁ ମୁମ୍ବାଇ ମଧ୍ୟରେ ବୁଲେଟ ଟ୍ରେନ୍‌ ଚଳାଚଳ ପାଇଁ ଭାରତୀୟ ରେଲଓ୍ବେ ପ୍ରସ୍ତାବ ରଖିଛି। ସମୃଦ୍ଧି ଏକ୍ସପ୍ରେସ୍‌ ପ୍ରସ୍ତୁତ ହୋଇଗଲେ ଏହି ଦୁଇ ସହର...

ସୀମାରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ…

ଗୁରଦାସପୁର, ୨୧।୧୨: ପୂର୍ବରୁ ଜମ୍ମୁ-କଶ୍ମୀରର ଏଲଓସିରେ ପାକିସ୍ତାନ ପଟୁ ଅନୁପ୍ରବେଶ ହେଉଥିଲା। ତେବେ ଏବେ ପାକିସ୍ତାନୀ ଆତଙ୍କବାଦୀମାନେ ପଞ୍ଜାବରେ ସୀମାବାଟେ ଭାରତରେ ଅନୁପ୍ରବେଶ କରିବା ଉଦ୍ୟମ...

ନିଦ୍ରା ହେଲା ଶେଷ ନିଦ୍ରା: ରାସ୍ତାକଡ଼ରେ ଶୋଇଥିବା ଲୋକଙ୍କ ଉପରେ ଚଢ଼ିଗଲା ଟ୍ରକ୍‌, ୪ ମୃତ…

ନୂଆଦିଲ୍ଲୀ, ୨୧।୯ :ବୁଧବାର ବିଳମ୍ବିତ ରାତି ୧ଟା ୫୧ରେ ଦିଲ୍ଲୀରେ ଏକ ଦୁଃଖଦ ଘଟଣା ଘଟିଛି। ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ଜଣଙ୍କର ମୃତ୍ୟୁ ଘଟିଛି।...

ମଧ୍ୟ ପ୍ରଦେଶ କଂଗ୍ରେସରେ ଫାଟ: ଜ୍ୟୋତିରାଦିତ୍ୟଙ୍କ ପାଇଁ ଦଳ ଛାଡି ପାରନ୍ତି ୫ଶହ କର୍ମୀ

ଭୋପାଳ,୩୦।୮:  ମଧ୍ୟ ପ୍ରଦେଶରେ କଂଗ୍ରେସ ଦଳର ଅଧ୍ୟକ୍ଷ ପଦକୁ ନେଇ ଚାଲିଛି ଟଣା ଓଟରା। ଏହି ପଦରେ ଜଣେ ଆଦିବାସୀ ନେତାଙ୍କୁ ଚୟନ କରିବାକୁ କେତେଜଣ...

ସତର୍କ ସୂଚନା, କରୋନା ମହାମାରୀ ପ୍ରଭାବରେ ଭାରତୀୟଙ୍କ ହାରାହାରି ବୟସ କମିଛି ୨ ବର୍ଷ…

ନୂଆଦିଲ୍ଲୀ,୨୩।୧୦: କରୋନା ମହାମାରୀ ସଂକ୍ରମଣ ଯୋଗୁ ଭାରତୀୟଙ୍କ ଜୀନଧାରଣ ବୟସ ହାରାହାରି ୨ ବର୍ଷ କମିଛି। ଏନେଇ ଏନେଇ ଏକ ଅନ୍ତର୍ଜାତୀୟ ରିପୋର୍ଟରେ ଉଲ୍ଲେଖ କରାଯାଇଛି।...

ଆଜି ସଂସଦରେ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୧।୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ସାଧାରଣ ବଜେଟ ଉପସ୍ଥାପନ କରିବେ। ତେବେ ବଜେଟକୁ ନେଇ ଲୋକେ...

Advertisement
Archives

Model This Week