ଜୟପାଟଣା ବ୍ଲକ ପିଏ ନିଲମ୍ବିତ

ଭବାନୀପାଟଣା/ଜୟପାଟଣା,୧୭।୪(ଡି.ଏନ୍‌.ଏ.) – କଳାହାଣ୍ଡି ଜିଲା ଜୟପାଟଣା ବ୍ଲକର କାର୍ଯ୍ୟରତ ପିଏ (ପ୍ରଗତି ସହାୟକ) ଶତାମ୍ବର ପ୍ରଧାନୀଙ୍କୁ ବୁଧବାର ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ସଚିବ ଡି. କେ. ସିଂହ ନିଲମ୍ବନ କରିଛନ୍ତି । ସୂଚନା ଅନୁସାରେ, ପିଏ ପ୍ରଧାନୀ ଥୁଆମୁଳ ରାମପୁର ବ୍ଲକ ଅଞ୍ଚଳର ଜଣେ ଦଳିତ ବର୍ଗର ଯୁବତୀଙ୍କୁ ଅପହରଣ କରି ରାୟଗଡାର ଏକ ଲଜ୍‌ରେ ରଖି ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା। ପରିବାର ଲୋକଙ୍କ ହସ୍ତକ୍ଷେପ ପରେ ଉଭୟଙ୍କ ମଧ୍ୟରେ କୋର୍ଟରେ ବିବାହ ପାଇଁ ଆବେଦନ କରାଯାଇଥିଲା। ସେତେବେଳେ ସମ୍ପର୍କୀୟଙ୍କ ଉପସ୍ଥିତିରେ ରାୟଗଡାସ୍ଥିତ ମାଁ ମାଝୀଗୌରୀ ମନ୍ଦିରରେ ଉଭୟ ବିବାହ କରିଥିଲେ। ହେଲେ କୋର୍ଟରେ ବିବାହ ପାଇଁ ଧାର୍ଯ୍ୟ ତାରିଖ ପୂର୍ବରୁ ପିଏ ପ୍ରଧାନୀ ଫେରାର ହୋଇଯାଇଥିଲେ। ପରେ ଏ ନେଇ ସମ୍ପୃକ୍ତ ଯୁବତୀଙ୍କ ପକ୍ଷରୁ ଏକ ମାମଲା ଦାଏର କରାଯିବା ପରେ ତାଙ୍କୁ ଗିରଫ କରାଯାଇଥିଲା। ଜେଲ୍‌ରେ ୪୦ଦିନ ରହିବା ଯୋଗୁ ସେ କାର୍ଯ୍ୟରେ ଯୋଗ ଦେଇ ପାରି ନ ଥିଲେ। ପରେ ସେ କାର୍ଯ୍ୟରେ ଯୋଗ ଦେଇଥିଲେ। ତେବେ ୪୦ଦିନ ଜେଲରେ ରହିବା ପରେ ମଧ୍ୟ ପଞ୍ଚାୟତରାଜ ବିଭାଗ ପକ୍ଷରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବଦଳରେ ପତ୍ର ସଂଖ୍ୟା ୬୩୭୭/ତା.୧୨।୩।୨୦୨୦ରେ ତାଙ୍କୁ ପିଏରୁ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ (ଏବିଡିଓ) ଭାବେ ପଦୋନ୍ନତି ମିଳିଥିଲା। ପଞ୍ଚାୟତରାଜ ବିଭାଗର ଏପରି ବିଚିତ୍ର ନୀତି ନେଇ ସାଧାରଣରେ ଚର୍ଚ୍ଚା ହୋଇଥିଲା। ଏ ନେଇ ଅଭିଯୋଗ ହେବା ପରେ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସଚିବ ସିଂହ ବୁଧବାର ପିଏ ଶତାମ୍ବର ପ୍ରଧାନୀଙ୍କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ନିଲମ୍ବିତ କରିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବଚ୍ଛ ପୌର ନିର୍ବାଚନ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ

କେନ୍ଦୁଝର,୧୯।୩(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ସ୍ବଚ୍ଛ ପୌର ନିର୍ବାଚନ ପାଇଁ ଦୁଇ ଜଣ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି। ସେମାନେ ହେଲେ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଭାବେ ବାଣିଜ୍ୟକର ଓ...

ଦୁର୍ଘଟଣା ହ୍ରାସ, ଜିରୋ କାଜୁଆଲଟିକୁ ଗୁରୁତ୍ୱ

ଛତ୍ରପୁର,୨୭ା୭(ଡି.ଏନ.ଏ.)-ଛତ୍ରପୁରସ୍ଥିତ ଗଞ୍ଜାମ ଏସପିଙ୍କ କାର୍ଯ୍ୟାଳୟର ସମ୍ମିଳନୀ ଗୃହରେ ଶୁକ୍ରବାର ସଡ଼କ ସୁରକ୍ଷା ସମ୍ପର୍କୀତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏସପି ବ୍ରିଜେଶ କୁମାର ରଏ...

ଲାଞ୍ଚ ନେଇ ଜିଲା ଶ୍ରମ ଅଧିକାରୀ ଗିରଫ: ଟଙ୍କା ନଷ୍ଟ କରି ନ ପାରି ଭିଜିଲାନ୍ସ ଅଧିକାରୀଙ୍କୁ କାମୁଡ଼ିଲେ

ଫୁଲବାଣୀ ଅଫିସ, ୮ା୧୧-କନ୍ଧମାଳ ଜିଲା ଶ୍ରମ ଅଧିକାରୀ ଗୁରୁବାର ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଗିରଫରୁ ବର୍ତ୍ତିବା ପାଇଁ...

ବୋହୂଙ୍କୁ ପୋଡ଼ି ହତ୍ୟା: ଜେଲ ଗଲେ ସ୍ବାମୀଙ୍କପୁରା ପରିବାର

ରେଢାଖୋଲ,୧୬ା୨: ବୋହୂଙ୍କୁ ନିର୍ଯାତନା ଦେଇ ପୋଡ଼ି ହତ୍ୟା କରିବା ଘଟଣାରେ ରେଢାଖୋଲ ପୋଲିସ ଶାଶୁ, ନଣନ୍ଦ ଓ ସ୍ବାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।...

କନଷ୍ଟେବଳଙ୍କୁ ଭ୍ୟାନ୍‌ ଚଢ଼ାଇ ହତ୍ୟା ଉଦ୍ୟମ: ଗାଡ଼ି ମାଲିକ ଗିରଫ

ପଦ୍ମପୁର, ୨।୮(ଡି.ଏନ୍‌.ଏ.): ଭଦ୍ରକ ଜିଲା ସଦର ବ୍ଲକ ଅଧୀନ ସାବରଙ୍ଗ ଫାଣ୍ଡି କନଷ୍ଟେବଳ ରଜତ ପାଣିଗ୍ରାହୀଙ୍କ ଉପରେ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ ଘଟଣାରେ ଗୁରୁବାର...

ଚଷାନିମଖଣ୍ଡିରେ ରିଗିଂ ଉଦ୍ୟମ ବିଫଳ

ଦିଗପହଣ୍ଡି,୧୭।୨(ଡି.ଏନ.ଏ.) ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ତାଳପଡ଼ା ଗାଁରେ ବୁଥ ଦଖଲ ପାଇଁ ଉଦ୍ୟମରୁ ୨ ଗୋଷ୍ଠୀ ମଧ୍ୟରେ ମୁହାମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ବୁଧବାର...

ସ୍ବାଧୀନତାର ୭୨ ବର୍ଷ ବିତିଗଲା, ଗ୍ରାମକୁ ନାହିଁ ରାସ୍ତା

ମାଲକାନଗିରି,୧୫।୧(ଡି.ଏନ୍‌.ଏ.)- ଦେଶ ସ୍ବାଧୀନ ହେବାର ଦୀର୍ଘ ୭୨ ବର୍ଷ ବିତିଗଲାଣି। ମାଲକାନଗିରି ସଦର ମହକୁମାଠାରୁ ୩୦ କିଲୋମିଟର ଦୂର ଛତିଶଗଡ଼କୁ ଲାଗି ରହିଛି ଏକ ପୁରାତନ...

କମୁଛି ସାମୁଦ୍ରିକ ମାଛ ଉତ୍ପାଦନ

ବାସୁଦେବପୁର,୨୮।୨(ଡି.ଏନ.ଏ.)-ଭଦ୍ରକ ଜିଲାର ବାସୁଦେବପୁର ବ୍ଲକ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ। ଏହି ବ୍ଲକର ୩୬ ପଞ୍ଚାୟତ ମଧ୍ୟରୁ ୧୫ରୁ ଊର୍ଦ୍ଧ୍ୱ ପଞ୍ଚାୟତ ଓ ପୌରପାଳିକାର ୨ଟି ୱାର୍ଡ...

Advertisement
Archives

Model This Week