Posted inଜାତୀୟ

ଜ୍ୟୋତିରାଦିତ୍ୟଙ୍କୁ ଶୁଭେଚ୍ଛା ଜଣାଇଲେ ଦିଗ୍‌ବିଜୟ

ଭୋପାଳ,୧୧।୩: ମଧ୍ୟପ୍ରଦେଶ ରାଜନୀତି ଉପରେ ଏବେ ସାରା ଦେଶର ନଜର। ଗୋଟିଏ ପଟେ କଂଗ୍ରେସ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ସରକାର ଭାଙ୍ଗିବାକୁ ଯାଉଥିବା ବେଳେ ଅନ୍ୟପଟେ ଭାରତୀୟ ଜନତା ପାର୍ଟି(ଭାଜପା) କଂଗ୍ରେସର ଜଣେ ଭଲ ଯୁବ ନେତାଙ୍କୁ ନିଜର କରିବାକୁ ଯାଉଥିବା ଆଲୋଚନା ହେଉଛି। ତେବେ ମଙ୍ଗଳବାର ମଧ୍ୟପ୍ରଦେଶର କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଦଳରୁ ଇସ୍ତଫା ଦେବା ପରେ ଏବେ ଏହାକୁ ନେଇ ଚାଲିଛି ଆଲୋଚନା। ଶୁଣିବାକୁ ମିଳିଥିଲା କି କଂଗ୍ରେସ ଜ୍ୟୋତିରାଦିତ୍ୟଙ୍କୁ ଦଳରେ ଗୁରୁତ୍ୱ ନ ଦେବାରୁ ସେ ବାଧ୍ୟହୋଇ ଦଳ ଛାଡିଲେ। ହେଲେ ଏହାକୁ ଖଣ୍ଡନ କରିଛନ୍ତି ଦଳର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍‌ବିଜୟ ସିଂ। ସେ କହିଛନ୍ତି ଦଳ ତାଙ୍କୁ କେବେବି ଉପେକ୍ଷା କରିନାହିଁ। ଗତ ୧୬ ମାସ ମଧ୍ୟରେ ଜ୍ୟୋତିରାଦିତ୍ୟଙ୍କ ସହମତି ବିନା କୌଣସି କାର୍ଯ୍ୟ ହୋଇନାହିଁ ବୋଲି କହିଛନ୍ତି ଦିଗ୍‌ବିଜୟ। କଂଗ୍ରେସର ଯେ କୌଣସି ନେତାଙ୍କୁ ପଚାରିଲେ ସେମାନେ ବି କହିବେ ଜ୍ୟୋତିରାଦିତ୍ୟଙ୍କୁ କେବେବି ଉପେକ୍ଷା କରାଯାଇନାହିଁ। ତାଙ୍କର ଏହା ବ୍ୟକ୍ତିଗତ ନିଷ୍ପତ୍ତି ବୋଲି ଦିଗ୍‌ବିଜୟ ଟୁଇଟ୍‌ କରି କହିଛନ୍ତି। ଅନ୍ୟପଟେ ଜ୍ୟୋତିରାଦିତ୍ୟ ଭାରତୀୟ ଜନତା ପାର୍ଟି(ଭାଜପ)ର ହାତ ଧରୁଥିବା ନେଇ ଚର୍ଚ୍ଚା ହେଉଥିବାରୁ ଦିଗ୍‌ବିଜୟ କହିଛନ୍ତି, ମୋଦି ଓ ଶାହାଙ୍କ ଛତ୍ରଛାୟା ତଳକୁ ଯାଇଥିବାରୁ ଜ୍ୟୋତିରାଦିତ୍ୟଙ୍କୁ ଅନେକ ଅନେକ ଶୁଭେଚ୍ଛା।


Enter your email to get our daily news in your inbox.

All Right Reserved By Dharitri.Com

ପାଟ୍ରୋଲିଂରେ ଯାଉଥିବାବେଳେ ଦୁର୍ଘଟଣା: ଚାଲିଗଲା କର୍ତ୍ତବ୍ୟରତ କନଷ୍ଟେବଳଙ୍କ ଜୀବନ

ଲାଞ୍ଜିଗଡ଼,୨ା୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନାରେ କାର୍ଯ୍ୟରତ କନଷ୍ଟେବଳ ବାଇକ୍‌ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ମୃତ କନଷ୍ଟେବଳ ଜଣକ କେଗାଁ ଥାନା…

ଲୁଗା ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଚୋରି, ବେଡ୍‌ରୁମ୍‌ରେ ଥିବା ଆଲମିରାକୁ ଦୁର୍ବୃତ୍ତ…

ଦାରିଙ୍ଗବାଡ଼ି,୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଦାରିଙ୍ଗବାଡ଼ି ବଜାରରେ ରହୁଥିବା ଲୁଗା ବ୍ୟବସାୟୀ ଅଶୋକ କୁମାର ସାହୁଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା,…

ପାଗରେ ପରିବର୍ତ୍ତନ ପରେ ଆରମ୍ଭ ହେଲା ଧାନ ରୁଆ ବେଉଷଣ

ରିଷିଡ଼ା,୨ା୮(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ସମେତ ରିଷିଡ଼ା, ରାଜପୁର, ପୌରକେଲା, ତେରେସିଂହା, ଗଜବାହଲ, ରେଗଡ଼ା,ରିଞ୍ଜା, ସାପଲହରା, ବୋରପଦର, ସରଗୁଲ ମାଲପଡ଼ା, ପଞ୍ଚାୟତର ପ୍ରାୟ ସମସ୍ତ…

‘ଇରାନ ଉପରେ ଏମିତି ଆକ୍ରମଣ କରାଯିବ, ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଏମିତି ବିନାଶ ଦେଖାଯାଇ ନଥିବ’: ଟ୍ରମ୍ପ

ଓ୍ବାଶିଂଟନ,୨।୮: ମଧ୍ୟପ୍ରାଚ୍ୟରେ ଶାନ୍ତି ପୁନରୁଦ୍ଧାର ପାଇଁ ଆଶା ପୁଣି ଥରେ ବଢ଼ିବାରେ ଲାଗିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ସୋସିଆଲ ମିଡିଆ ପୋଷ୍ଟରେ ଦାବି କରିଛନ୍ତି…

ଜାତୀୟ ରାଜପଥରେ ଭୟଙ୍କର ଦୁର୍ଘଟଣା: ହାଇଓ୍ବାକୁ ଟ୍ରଲର ଧକ୍କା ଦେବା ପରେ…

ଟେନ୍‌ସା,୨ା୮(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ.ବଲାଙ୍ଗ ଥାନା ଅନ୍ତର୍ଗତ ୫୨୦ ଜାତୀୟ ରାଜପଥ ଜାମୁଡିହି ଟୋଲ୍‌ ଗେଟ୍‌ ସମ୍ମୁଖରେ ଏକ ଟ୍ରଲର ଓଡି…

Odisha Floods: ବନ୍ୟାଞ୍ଚଳ ବୁଲିଲେ ଜିଲାପାଳ, ସ୍ଥିତି ଅନୁଧ୍ୟାନ କରି…

ଚାନ୍ଦବାଲି,୨ା୮(କିଷାନ ପାତ୍ର): ଭଦ୍ରକ ଜିଲାପାଳ ସୋମେଶ ଉପାଧ୍ୟାୟ ରବିବାର ଚାନ୍ଦବାଲି ବ୍ଲକର ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରି ସ୍ଥିତିର ସମୀକ୍ଷା କରିଛନ୍ତି। ବନ୍ୟାଜଳ ଘେରାଉ କରିଥିବା…

ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ବାର୍ତ୍ତା, କହିଲେ-‘ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବପିଢ଼ି ଜରୁରୀ’

ନୂଆଦିଲ୍ଲୀ,୨।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ନିଶାମୁକ୍ତ ଯୁବପିଢ଼ି ପାଇଁ ବିକଶିତ ଭାରତ ସଂକଳ୍ପ ଅଭିଯାନ’ – ନିଶାଦ୍ରବ୍ୟ ଅପବ୍ୟବହାର ବିରୁଦ୍ଧରେ ଏକ ସ୍ବତନ୍ତ୍ର ୧୦୦ ସପ୍ତାହ ଅଭିଯାନ…

ପ୍ଲାଷ୍ଟିକ ମୁଦ୍ରା ପ୍ରଚଳନ ପରେ କାଗଜ ନୋଟଗୁଡିକ କ’ଣ କରିବ RBI, ସେଗୁଡିକୁ କିପରି ନଷ୍ଟ କରାଯିବ? ଜାଣନ୍ତୁ…

ନୂଆଦିଲ୍ଲୀ,୨।୮: ଭାରତୀୟ ରିଜର୍ଭ ବ୍ୟାଙ୍କ ପଲିମର ନୋଟ ପରୀକ୍ଷା କରିବାକୁ ପ୍ରସ୍ତୁତ ହେଉଥିବାରୁ, ଅନେକ ଲୋକ ଭାବୁଛନ୍ତି ଯେ ବର୍ତ୍ତମାନର କାଗଜ ନୋଟ ଗୁଡିକର କଣ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri