Posted inଖେଳ

ଜୋକୋଭିଚ୍‌ ବିଜୟୀ, ଓସାକା ପରାସ୍ତ

ପ୍ୟାରିସ,୨ା୬ (ଏଏଫ୍‌ପି)-ନୋଭାକ୍‌ ଜୋକୋଭିଚ୍‌, ଷ୍ଟିଫାନସ ତିସିତ୍‌ସିପାସ୍‌ ଏବଂ ଆଲେକ୍‌ଜାଣ୍ଡର ଜେଭ୍‌ରେଭ୍‌ ଫ୍ରେଞ୍ଚ୍‌ ଓପନ୍‌ ଗ୍ରାଣ୍ଡସ୍ଲାମ ଟେନିସ୍‌ ପ୍ରତିଯୋଗିତାର ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଅନ୍ୟପକ୍ଷରେ କ୍ରମାଗତ ତୃତୀୟ ଗ୍ରାଣ୍ଡସ୍ଳାମ ଟାଇଟଲ ହାସଲ କରିବା ଲାଗି ବିଶ୍ୱର ନମ୍ବର ଓ୍ବାନ ଖେଳାଳି ନାଓମି ଓସାକା ଯେଉଁ ସ୍ବପ୍ନ ଦେଖିଥିଲେ ତାହା ସାକାର ହୋଇପାରିନି। ତିସିତ୍‌ସିପାସ୍‌ ଦୀର୍ଘ ୮୩ ବର୍ଷ ବ୍ୟବଧାନରେ ପ୍ରଥମ ଗ୍ରୀକ୍‌ ଖେଳାଳି ଭାବେ ଏଠାରେ ପ୍ରି-କ୍ୱାର୍ଟରକୁ ଉନ୍ନୀତ ହେବା ସଫଳତା ହାସଲ କରିଛନ୍ତି। ଶନିବାର ପୁରୁଷ ସିଙ୍ଗଲ୍ସର ଏକ ତୃତୀୟ ରାଉଣ୍ଡ ମ୍ୟାଚରେ ସେ ଫିଲିପ୍‌ କ୍ରାଜିନୋଭିଚ୍‌ଙ୍କୁ ୭-୫, ୬-୩, ୬-୭ (୫/୭), ୭-୬ (୮/୯) ସେଟ୍‌ରେ ହରାଇ ଦେଇଛନ୍ତି। ୨୦ ବର୍ଷୀୟ ଏହି ଖେଳାଳି ତୃତୀୟ ରାଉଣ୍ଡରେ ପୂର୍ବତନ ଚାମ୍ପିୟନ ଷ୍ଟାନ୍‌ ଓ୍ବାରିଙ୍କା କିମ୍ବା ଗ୍ରିଗୋର ଦିମିତ୍ରୋଭଙ୍କୁ ଭେଟିବେ। ପୂର୍ବରୁ ଗ୍ରୀକ୍‌ର ଲାଜାରସ ଷ୍ଟାଲିଅସ୍‌ ୧୯୩୬ରେ ରୋଲାଣ୍ଡ ଗ୍ୟାରୋସଠାରେ ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଥିଲେ। ଜର୍ମାନୀର ୫ମ ସିଡ୍‌ ଜେଭ୍‌ରେଭ୍‌ଙ୍କୁ ମଧ୍ୟ ୫ ସେଟ୍‌ ବିଶିଷ୍ଟ ମ୍ୟାଚ ଖେଳିବାକୁ ପଡ଼ିଥିଲା। ସେ ସର୍ବିୟାର ଡୁସାନ ଲାଜୋଭିକ୍‌ଙ୍କୁ ୬-୪, ୬-୨, ୪-୬, ୧-୬, ୬-୨ ସେଟ୍‌ରେ ହରାଇ ଦେଇଥିଲେ। ଜେଭ୍‌ରେଭ୍‌ ଚତୁର୍ଥ ରାଉଣ୍ଡରେ ଇଟାଲିର ଫାବିଓ ଫଗନିନିଙ୍କୁ ଭେଟିବେ। ଫଗ୍‌ନିନି ୭-୬ (୭/୫), ୬-୪, ୪-୬, ୬-୧ ସେଟ୍‌ରେ ୧୮ତମ ସିଡ୍‌ ତଥା ସ୍ପେନର ରବର୍ଟୋ ବଟିଷ୍ଟାଙ୍କୁ ପରାସ୍ତ କରିଛନ୍ତି। ସର୍ବୀୟ ଖେଳାଳି ଜୋକୋଭିଚ୍‌ ଇଟାଲିର ସାଲ୍‌ଭାଟୋର କାରୁସୋଙ୍କୁ ୬-୩, ୬-୩, ୬-୨ ସେଟ୍‌ରେ ହରାଇ ଦେଇଛନ୍ତି। ଜାପାନିଜ ଟପ୍‌ ସିଡ୍‌ ଓସାକାଙ୍କୁ ୪୨ତମ ର଼୍ୟାଙ୍କିଙ୍ଗ ଚେକ୍‌ ରିପବ୍ଲିକର କାଟରିନା ସିନିଆକୋଭା ୬-୪, ୬-୨ ସେଟ୍‌ରେ ପରାସ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

T20 ବିଶ୍ୱକପର ସୁପର-୮ ନିୟମକୁ ନେଇ ହେଲାଣି ହଙ୍ଗାମା, ସମାଲୋଚକଙ୍କୁ ଉପଯୁକ୍ତ ଜବାବ ଦେଲେ ସୁନୀଲ ଗାଭାସ୍କର

ନୂଆଦିଲ୍ଲୀ,୨୨।୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ‘ସୁପର ୮’ ଗ୍ରୁପ ପ୍ରକାଶ ପାଇବା ମାତ୍ରେ ସୋସିଆଲ ମିଡିଆରେ ଏକ ବିତର୍କ ଆରମ୍ଭ ହୋଇଛି। ଲୋକମାନେ ଆଇସିସିର ନିୟମ…

ବିମାନ ବନ୍ଦରରେ ଏମିତି କିଛି କଥା କହିଲେ ଅନୁଷ୍କା, ହସ ରୋକି ପାରିଲେନି ବିରାଟ, ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ,୨୨।୨: ଭାରତୀୟ କ୍ରିକେଟର ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ବର୍ତ୍ତମାନ ଭାରତରେ ଅଛନ୍ତି। ସେମାନଙ୍କ ଗସ୍ତ ସମୟରେ, ସେମାନେ ପ୍ରେମାନନ୍ଦ ମହାରାଜ ଜୀଙ୍କ ଆଶ୍ରମ ପରିଦର୍ଶନ…

ଫସିଗଲା ପାକିସ୍ତାନ: ପ୍ରଥମ ମ୍ୟାଚ୍‌ ବାତିଲ, ସେମିଫାଇନାଲ ଖେଳିବା ଏକପ୍ରକାର ମୁସ୍କିଲ? କିଛି ଏମିତି…  

କଲମ୍ବୋ,୨୨।୨: ଆଇସିସି ଟି-୨୦ ବିଶ୍ୱକପ୍‌ ୨୦୨୬ର ସୁପର-୮ ପର୍ଯ୍ୟାୟର ପ୍ରଥମ ମ୍ୟାଚ୍‌ରେ ବର୍ଷା ବାଧକ ସାଜିଛି। ଗ୍ରୁପ-୨ ରେ ଥିବା ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ କଲମ୍ବୋର…

IND vs PAK: ସେମିଫାଇନାଲରେ ଭାରତକୁ ହରାଇବ ପାକିସ୍ତାନ? ଦାବି କରି ହସିଲେ ପାକିସ୍ତାନୀ ଦିଗଜ୍ଜ; ଦେଖନ୍ତୁ ଭିଡିଓ

ଇସଲାମବାଦ,୨୨।୨: ୨୦୨୬ ଟି୨୦ ବିଶ୍ୱକପର ସେମିଫାଇନାଲରେ ପାକିସ୍ତାନ ଭାରତକୁ ପରାସ୍ତ କରିବ। ଟିମ ଇଣ୍ଡିଆ ସେମିଫାଇନାଲରେ ମଧ୍ୟ ପହଞ୍ଚିପାରିବ ନାହିଁ। ପାକିସ୍ତାନ ପକ୍ଷରୁ ଏପରି ବଡ଼ ଦାବି…

୧୦ ବର୍ଷ ଅପେକ୍ଷାର ଅନ୍ତ, ଅଷ୍ଟ୍ରେଲିଆ ମାଟିରେ ଟି-୨୦ ସିରିଜ ଜିତି ଇତିହାସ ରଚିଲା ଭାରତ

ଆଡିଲେଡ,୨୧।୨: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ମହିଳା କ୍ରିକେଟ ଦଳ ଜବରଦସ୍ତ ପ୍ରଦର୍ଶନ କରି ଟି-୨୦ ସିରିଜକୁ ୨-୧ରେ ନିଜ ନାମରେ କରିଛି। ଶନିବାର ୨୧ ଫେବୃଆରୀରେ…

ଅଭିଷେକଙ୍କ ଫର୍ମକୁ ନେଇ ମୁହଁ ଖୋଲିଲେ ଅଧିନାୟକ ସୂର୍ଯ୍ୟକୁମାର

ଅହମଦାବାଦ,୨୧ା୨: ଭାରତୀୟ ଓପନର ଅଭିଷେକ ଶର୍ମା ୩ ମ୍ୟାଚ୍‌ରେ ୩ ଥର ଖାତା ଖୋଲିବାରେ ବିଫଳ ହେବା ସତ୍ତ୍ୱେ ତାଙ୍କ ଫର୍ମ ଦଳ ପାଇଁ ଚିନ୍ତାର କାରଣ…

ଧାଓ୍ବନଙ୍କ ନୂଆ ଇନିଂସ: ପ୍ରେମିକାଙ୍କ ସହ ଧୁମ୍‌ଧାମରେ ବିବାହ ଶେଷ; ବରଯାତ୍ରୀରେ ସାମିଲ ହେଲେ ଏହି କ୍ରିକେଟର; ଦେଖନ୍ତୁ Photos 

ନୂଆଦିଲ୍ଲୀ,୨୧।୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ବିସ୍ଫୋରକ ଓପନର୍‌ ଶିଖର ଧାଓ୍ବନ ନିଜ ଜୀବନର ଏକ ନୂଆ ଇନିଂସ ଆରମ୍ଭ କରିଛନ୍ତି। ଶନିବାର ୨୧ ଫେବୃଆରୀରେ ସେ…

ଖରାପ ଫର୍ମ ପାଇଁ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚରୁ ବାଦ ପଡିବେ ଅଭିଷେକ? କ୍ୟାପଟେନ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୨୧।୨: ୨୦୨୬ ଟି୨୦ ବିଶ୍ୱକପ ସୁପର ୮ରେ ଭାରତର ପ୍ରଥମ ମ୍ୟାଚ ରବିବାର, ଫେବୃଆରୀ ୨୨ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ। ଏହା ପୂର୍ବରୁ, ଶନିବାର ଏକ ସାମ୍ବାଦିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri