ଜେଲ ଫେରିଲେ ଅଭୟକାନ୍ତ ପାଠକ

ଭୁବନେଶ୍ୱର,୨୫ା୧୨(ବ୍ୟୁରୋ):ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇ ଜେଲ ଯାଇଥିବା ଆଇଏଫ୍‌ଏସ୍‌ ଅଫିସର ଅଭୟକାନ୍ତ ପାଠକଙ୍କୁ ସ୍କାଏ କିଙ୍ଗ୍‌ ଠକେଇ ମାମଲାରେ କମିଶନରେଟ ପୋଲିସ ରିମାଣ୍ଡରେ ଆଣିଥିଲା। ବୁଧବାର ୨ ଦିନିଆ ରିମାଣ୍ଡ ସରିଥିବାବେଳେ ଗୁରୁବାର ପୋଲିସ ତାଙ୍କୁ କୋର୍ଟରେ ହାଜର କରିଥିଲା। ଅନ୍ୟପକ୍ଷରେ ଏହି ଠକେଇ ମାମଲାରେ ଅଭୟକାନ୍ତଙ୍କ ପକ୍ଷରୁ ଏସ୍‌ଡିଜେଏମ୍‌ କୋର୍ଟରେ ଜାମିନ ଆବେଦନ ହୋଇଥିଲା। ହେଲେ କୋର୍ଟ ତାହାକୁ ଖାରଜ କରିଦେଇଥିଲେ। ଫଳରେ ଅଭୟକାନ୍ତଙ୍କୁ ପୁଣି ଝାରପଡ଼ା ସ୍ବତନ୍ତ୍ର କାରାଗାରର ବିଚାର ବିଭାଗୀୟ ହାଜତକୁ ଫେରିବାକୁ ପଡିଛି।
ଟାଟା ମୋଟର୍ସର ଏମ୍‌ଡି ପରିଚୟ ଦେଇ ବେକାର ଯୁବତୀଯୁବକଙ୍କଠାରୁ ବହୁ କୋଟି ଟଙ୍କା ଠକେଇ ଅଭିଯୋଗରେ ଅଭୟଙ୍କ ପୁଅ ଆକାଶ ପାଠକ ମଧ୍ୟ ବାପାଙ୍କ ସହ ଜେଲ ଯାଇଛନ୍ତି। ଏଥିସହ ଏହି ଲିଙ୍କ୍‌ ସହ ବେଆଇନ ଅର୍ଥ କାରବାର ମାମଲାରେ ଆକାଶଙ୍କ ଭାବୀ ଶଶୁର ତଥା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ମଧ୍ୟ ଉକ୍ତ ଜେଲରେ ଅଛନ୍ତି। ଏମାନେ ଜେଲ ଯିବା ପରେ ଭୁବନେଶ୍ୱରର ଟ୍ରାଭେଲ ଏଜେନ୍ସି ସ୍କାଏ କିଙ୍ଗ୍‌ ଆକାଶ ପାଠକଙ୍କ ନାଁରେ ଖାରବେଳନଗର ଥାନାରେ ଠକେଇ ଅଭିଯୋଗ କରିଥିଲେ। ପାଠକ ବାପପୁଅ ଚାର୍ଟର ଫ୍ଲାଇଟ୍‌ରେ ରାଜ୍ୟ ବାହାରକୁ ବାରମ୍ବାର ଯିବା ଆସିବା କରିବା ସହ ପଞ୍ଚତାରକା ହୋଟେଲରେ ରହୁଥିଲେ। ଏହାର ବୁକିଂ କରୁଥିଲା ସ୍କାଏ କିଙ୍ଗ। ଆକାଶ ଏହି ବୁକିଂ କରିଥିବାବେଳେ ୬୫ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଦେଉ ନ ଥିବା ନେଇ ସଂସ୍ଥାର ମ୍ୟାନେଜିଂ ପାର୍ଟନର ପ୍ରଭାସ କୁମାର ଚୌଧୁରୀ ତାଙ୍କ ଏତଲାରେ ଉଲ୍ଲେଖ କରିଥିଲେ। ଏ ସଂକ୍ରାନ୍ତରେ ଆକାଶଙ୍କୁ ରିମାଣ୍ଡରେ ଆଣି କମିଶନରେଟ ପୋଲିସ ଆବଶ୍ୟକ ପ୍ରମାଣ ପାଇଥିବାବେଳେ ପଚରାଉଚରାବେଳେ ଅଭୟକାନ୍ତ ମଧ୍ୟ ବକେୟା ଟଙ୍କା ସମ୍ପର୍କରେ ସ୍ବୀକାର କରିଥିବା ନେଇ ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫେରିବା ପରେ ବି ଗ୍ରହଣ କରାଗଲାନି

ପୁରୀ ଅଫିସ, ୫।୧୨: ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶରେ ଲାଗିଥିବା ଚନ୍ଦ୍ର- ସୂର୍ଯ୍ୟ କେହି ନେଇଯାଇଥିବା ଅଭିଯୋଗ ହୋଇଥିଲା। ନାଗାର୍ଜୁନ ବେଶ ପରଦିନ ଅର୍ଥାତ୍‌ ଗତ...

ହାଇଦର ଫେରାର ପାଇଁ ପୋଲିସ ଦାୟୀ : ଜେଲ ଡିଆଇଜି

ଭୁବନେଶ୍ୱର,୧୩।୪(ବ୍ୟୁରୋ): ଗ୍ୟାଙ୍ଗଷ୍ଟର ସେଖ୍‌ ହାଇଦର ଫେରାର ହେବା ଘଟଣାକୁ ଦୁଇଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପୋଲିସ ତାଙ୍କ ସମ୍ପର୍କରେ କିଛି ବି ସୁରାକ ପାଇପାରୁନାହିଁ। ଏପରିସ୍ଥଳେ...

ରାଜସ୍ବ, ଅବକାରୀ ବିଭାଗର ଖର୍ଚ୍ଚଦାବି ମଞ୍ଜୁର

ଭୁବନେଶ୍ୱର, ୧୬।୭(ବ୍ୟୁରୋ): ଷୋଡଶ ବିଧାନସଭାର ପ୍ରଥମ ଅଧିବେଶନରେ ଗୃହରେ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ହୋଇଯାଇଛି। ସୋମବାର ଗୃହରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା...

ଅଶ୍ଳୀଳ ଭିଡିଓ ଭାଇରାଲ, ଶିକ୍ଷକ ନିଲମ୍ବିତ

ପଦ୍ମପୁର,୨୦।୪(ଡି.ଏନ.ଏ.)-ଅଶ୍ଳୀଳ ଭିଡିଓ ଭାଇରାଲ କରିବା ଓ ସରକାରୀ କାର୍ଯ୍ୟରେ ଅବହେଳା ଅଭିଯୋଗରେ ଭଦ୍ରକ ଜିଲା ସଦର ବ୍ଲକ ଅଞ୍ଚଳର ଏକ ୟୁଜିଏମ୍‌ଇ ସ୍କୁଲର ଏକ୍ସ କ୍ୟାଡ଼ର...

ଫେକ୍‌ ଟିଆର୍‌ପି ସ୍କାମ୍‌ର ପର୍ଦ୍ଦାଫାଶ: ୪ ଗିରଫ, ସ୍କାନରରେ ରିପବ୍ଲିକ୍‌ ଟିଭି

ମୁମ୍ବାଇ, ୮ା୧୦-ମୁମ୍ବାଇ ପୋଲିସ ଗୁରୁବାର ଏକ ବଡ଼ଧରଣର ର଼୍ୟାକେଟର ପର୍ଦ୍ଦାଫାଶ କରିଛି। ଉକ୍ତ ର଼୍ୟାକେଟ ଜାଲିଆତି କରି ରିପବ୍ଲିକ୍‌ ଟିଭି ସମେତ ଆଉ କେତେକ ଟିଭି...

ଭଦ୍ରକରେ ନିର୍ମାଣହେବ କାନ୍ତକବିଙ୍କ ସ୍ମାରକୀ

ଭୁବନେଶ୍ୱର,୧୧ା୬(ବ୍ୟୁରୋ)-ଭଦ୍ରକରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ସ୍ମୃତିରେ ଏକ ସ୍ମାରକୀ ନିର୍ମାଣ କରାଯିବ। ଏହି କାଳଜୟୀ କବିଙ୍କ ରଚନା ‘ବନ୍ଦେ ଉତ୍କଳ ଜନନୀ’ ନିକଟରେ ରାଜ୍ୟ ସଙ୍ଗୀତର...

ସୁରଟରୁ ଗଞ୍ଜାମ ଆସିଛି ୨୯୮ ବସ୍‌ : ଫେରିଛନ୍ତି ୧୬,୫୭୬ ପ୍ରବାସୀ

ଭଞ୍ଜନଗର,୧୨।୫(ଡି.ଏନ.)-ସୁରଟରୁ ଏପ୍ରିଲ ୨୯ ତାରିଖରୁ ଗତ ୮ ତାରିଖ ମଧ୍ୟରେ ମୋଟ ୨୯୮ଟି ବସରେ ପ୍ରବାସୀ ଓଡ଼ିଆମାନେ ଗଞ୍ଜାମ ଜିଲାକୁ ଫେରିଛନ୍ତି। ଅନ୍ୟପକ୍ଷରେ ସୋମବାର ପୂର୍ବାହ୍ନ...

କ୍ୟାଡର ପରିବର୍ତ୍ତନ କରିବେ ଟ୍ରାଫିକ ଡିସିପି

ଭୁବନେଶ୍ୱର,୨୯। ୧୦ (ବ୍ୟୁରୋ): ଓଡିଶା ବଦଳରେ ପଞ୍ଜାବ କ୍ୟାଡରରେ ଯୋଗ ଦେବାକୁ ଚାହୁଁଛନ୍ତି କମିଶନରେଟ୍‌ ପୋଲିସରେ ଟ୍ରାଫିକ ଡିସିପି ଭାବେ କାର୍ଯ୍ୟରତ ସୌମ୍ୟା ମିଶ୍ର। ଏ...

Advertisement


Archives

Model This Week