ଜେଡ୍‌ଏସ୍‌ଆଇ ସହ ରେଭେନ୍‌ଶା ବିଶ୍ୱବିଦ୍ୟାଳୟର ଏମ୍‌ଓୟୁ: ଉଚ୍ଚଶିକ୍ଷା ପାଇଁ ବାଟ ଫିଟିଲା

କଟକ ଅଫିସ,୧୨ା୧: ଭାରତର ଏକ ପୁରାତନ ତଥା ୧୦୩ ବର୍ଷର ସଂସ୍ଥା ଜୁଲୋଜିକାଲ ସର୍ଭେ ଅଫ ଇଣ୍ଡିଆ(ଜେଡ୍‌ଏସ୍‌ଆଇ)ର ବିଶିଷ୍ଟ ବୈଜ୍ଞାନିକମାନଙ୍କ ନିକଟରୁ ଶିକ୍ଷା ହାସଲ କରିବାର ସୁଯୋଗ ଏବେ ରେଭେନ୍‌ଶା ବିଶ୍ୱବିଦ୍ୟାଳୟର ଛାତ୍ରୀଛାତ୍ର ପାଇବେ। ଏ ନେଇ ଜେଡ୍‌ଏସ୍‌ଆଇ ଓ ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ମଧ୍ୟରେ ଶନିବାର ଏକ ବୁଝାମଣା ପତ୍ର (ଏମ୍‌ଓୟୁ) ସ୍ବାକ୍ଷରିତ ହୋଇଥିଲା। ଜେଡ୍‌ଏସ୍‌ଆଇ ନିର୍ଦ୍ଦେଶକ ଡ. କୈଳାସ ଚନ୍ଦ୍ର ଓ ରେଭେନ୍‌ଶା ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଇଶାନ କୁମାର ପାତ୍ର ଏହି ଚୁକ୍ତିନାମାରେ ସ୍ବାକ୍ଷର କରିଥିଲେ। ରେଭେନ୍‌ଶା ବିଶ୍ୱବିଦ୍ୟାଳୟର ପ୍ରାଣୀ ଓ ଉଦ୍ଭିଦ ବିଜ୍ଞାନ ଛାତ୍ରୀଛାତ୍ରଙ୍କ ସମେତ ବାୟୋ ଟେକ୍ନୋଲୋଜି, ବାୟୋ କେମେଷ୍ଟ୍ରି ବିଭାଗର ବିଦ୍ୟାର୍ଥୀମାନଙ୍କୁ ଏହି ବିଶେଷ ସୁବିଧା ମିଳିବ। ଉକ୍ତ ବିଭାଗଗୁଡ଼ିକରେ ସ୍ନାତକୋତ୍ତର, ଏମ୍‌ଫିଲ୍‌ ଓ ପିଏଚ୍‌ଡି କରୁଥିବା ଛାତ୍ରୀଛାତ୍ରଙ୍କୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ଜେଡ୍‌ଏସ୍‌ଆଇର କଲିକତାସ୍ଥିତ କେନ୍ଦ୍ରକୁ ପଠାଯିବ। ଏପରି କି ଜେଡ୍‌ଏସ୍‌ଆଇର ବୈଜ୍ଞାନିକମାନେ ମଧ୍ୟ ଆଗାମୀ ଦିନରେ ରେଭେନ୍‌ଶା ବିଶ୍ୱବିଦ୍ୟାଳୟକୁ ଅତିଥି ଅଧ୍ୟାପକ ଭାବେ ଆସିବେ ବୋଲି ଏହି ଅବସରରେ କୁହାଯାଇଛି। ଜେଡ୍‌ଏସ୍‌ଆଇ ଓଡ଼ିଶାରେ ପ୍ରଥମଥର ନିମନ୍ତେ ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ସହ ଏପରି ଏମ୍‌ଓୟୁ ସ୍ବାକ୍ଷର କରିଛି ବୋଲି ଏହାର ନିର୍ଦ୍ଦେଶକ ଡ. କୈଳାସ କହିଥିଲେ। ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଉଚ୍ଚଶିକ୍ଷା ହାସଲ ନିମନ୍ତେ ଏହା ଏକ ବିସ୍ତୃତ ପଥ ବୋଲି କୁଳପତି ପାତ୍ର କହିଛନ୍ତି। ଏହି ଅବସରରେ ବରିଷ୍ଠ ଅଧିକାରୀ ପ୍ରଫେସର ପଦନ କୁମାର ଜେନା, ପ୍ରଫେସର ସଙ୍ଗୀତା ରଥ, ଚଣ୍ଡୀ ପ୍ରସାଦ ନନ୍ଦ, କିଶୋର ଦାସ, ଡ. ଜ୍ଞାନରଞ୍ଜନ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୁଶୁଡ଼ିଲା ସ୍କୁଲ ସଭାକକ୍ଷ

କଣିହାଁ, ୮ା୯(ଡି.ଏନ.ଏ.) – ଲଗାଣ ବର୍ଷା ଯୋଗୁ ଅନୁଗୋଳ ଜିଲା କଣିହାଁ ବ୍ଲକର ସର୍ବପୁରାତନ ପବିତ୍ରମୋହନ ହାଇସ୍କୁଲର ସଭାକକ୍ଷ କୋଠା ଶୁକ୍ରବାର ବିଳମ୍ବିତ ରାତିରେ ଭୁଶୁଡି...

ପୂଜା-ପଲ୍ଲିଶ୍ରୀ ମେଳା ସଂଯୋଗ ପ୍ରଶଂସନୀୟ

ଢେଙ୍କାନାଳ ଅଫିସ, ୧୫।୧୦: ଢେଙ୍କାନାଳ ମହିଷାପାଟ ପଡ଼ିଆରେ ଚାଲିଥିବା ପଲ୍ଲିଶ୍ରୀ ମେଳାର ଶୁକ୍ରବାର ଥିଲା ୫ମ ସନ୍ଧ୍ୟା। ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ତରାଞ୍ଚଳ ରାଜସ୍ବ...

ଫଳ ଗୋଦାମ, ଦୋକାନରେ ସିଏମ୍‌ସିର ଚଢାଉ: ଯାଞ୍ଚ ପାଇଁ ଲିଚୁକୋଳିର ନମୁନା ସଂଗ୍ରହ

କଟକ ଅଫିସ,୨୦ା୬: ବିହାରରେ ମସ୍ତିଷ୍କ ଜ୍ୱରରେ ଶତାଧିକ ଶିଶୁଙ୍କ ଜୀବନହାନି ଘଟିଛି। ହେଲେ ଏହା ପଛର କାରଣ ସ୍ପଷ୍ଟ ହୋଇ ନ ଥିଲେ ସୁଦ୍ଧା ଲିଚୁରେ...

କ୍ୱାରାଣ୍ଟାଇନ୍‌ରେ ୯୬୫ ପ୍ରବାସୀ

ବନ୍ତ,୧୯।୫(ଡି.ଏନ୍‌.ଏ.)-ଭଦ୍ରକ ଜିଲା ବନ୍ତ ବ୍ଲକରେ ସୋମବାର ସୁଦ୍ଧା ୯୬୫ ଜଣ ପ୍ରବାସୀ କ୍ୱାରାଣ୍ଟାଇନ୍‌ରେ ରହିଥିବା ଜଣାପଡ଼ିଛି। ବିଭିନ୍ନ ରାଜ୍ୟରୁ ଘରକୁ ଫେରିବା ପାଇଁ ପ୍ରାୟ ୮୪୪୧...

କମାରସାହି ବାସିନ୍ଦାଙ୍କୁ ମିଳୁନି ଘରଡିହ ପଟ୍ଟା

ଅନଗୁଳ ସହର, ୩ା୩ ଅନୁଗୋଳ ସହର ହୁଲୁରିସିଙ୍ଗା ଜେମାଦେଈପୁର କମାରସାହି ବାସିନ୍ଦାଙ୍କୁ ମିଳୁନି ଘରଡିହ ପଟ୍ଟା। ଦୀର୍ଘ ବର୍ଷ ଧରି ଆଦିବାସୀ ସମ୍ପ୍ରଦାୟର ପ୍ରାୟ ୪୦...

୭ ଜିଲାରେ ଅକ୍ସିଜେନ ପ୍ଲାଣ୍ଟ ଭିତ୍ତିପ୍ରସ୍ତର ସ୍ଥାପନ

ଭୁବନେଶ୍ୱର,୧୦ା୬(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ରାଜ୍ୟର ୭ ଜିଲାରେ ତରଳ ମେଡିକାଲ ଅକ୍ସିଜେନ ପ୍ଲାଣ୍ଟ ଏବଂ ୭ଟି ପିଏସ୍‌ଏ ବ୍ୟବସ୍ଥାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।...

ସୁନ୍ଦରଗଡ଼ରେ ଇସ୍ରୋର ସ୍ବତନ୍ତ୍ର ପ୍ରଦର୍ଶନ ଯାନ : ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଲେ ଛାତ୍ରୀଛାତ୍ର

ସୁନ୍ଦରଗଡ଼, ୨୬।୧୦ (ଡି.ଏନ୍‌.ଏ. )-ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)ର ଭ୍ରାମ୍ୟମାଣ ପ୍ରଦର୍ଶନ ଯାନ ଶନିବାର ସୁନ୍ଦରଗଡ ଠାରେ ପହଞ୍ଚିଥିଲା। ସୁନ୍ଦରଗଡରେ ଥିବା ବିଭିନ୍ନ ବିଦ୍ୟାଳୟ,...

ରାସ୍ତା କଡ଼ରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ଝାରସୁଗୁଡା ଅଫିସ୍‌/ଲଖନପୁର,୧୩ା୯(ଡି.ଏନ୍‌.ଏ.):ଝାରସୁଗୁଡା ଜିଲା ଚନ୍ଦନୀମାଲ ଗ୍ରାମର ଜନୈକ ମହିଳା ଗୁରୁବାର କାମରେ ଯାଉଥିବାବେଳେ ଚିଚିନ୍ଦା ଗ୍ରାମ ବ୍ରିଜ୍‌ ନିକଟରେ ଏକ ନବଜାତ ଶିଶୁ କାନ୍ଦୁଥିବା ଶୁଣି...

Advertisement
Archives

Model This Week