ଜେଡି ବାର୍ଷିକ ଡିଜାଇନ୍‌ ପୁରସ୍କାର-୨୦୧୯: ପୋଷାକରେ ସଂସ୍କୃତିର ଫ୍ୟୁଜନ୍‌

ଭୁବନେଶ୍ୱର,୭।୭(ବ୍ୟୁରୋ): ଫ୍ୟାଶନର କୌଣସି ପରିସୀମା ନାହିଁ। ଏହା ସର୍ବଦା ପରିବର୍ତ୍ତନଧର୍ମୀ। ଦେଶ, ରାଷ୍ଟ୍ରର ପ୍ରତିବନ୍ଧକ ନ ମାନି ଏହା ସବୁବେଳେ କିଛି ନୂଆ ରୂପ ଓ ନୂଆ ବାର୍ତ୍ତା ନେଇ ଆମ ନିକଟକୁ ଆସିଥାଏ। କେତେବେଳେ ପାଶ୍ଚାତ୍ୟ ସହ ପାରମ୍ପରିକର ଫ୍ୟୁଜନ୍‌ ତ କେତେବେଳେ ଆଫ୍ରିକା ସହ ଏସିଆର ଯୁଗଳବନ୍ଦୀ। ଡିଜାଇନରଙ୍କ ପ୍ରତି ଡିଜାଇନ୍‌ ପଛରେ ଥିଲା ମିକ୍ସମ୍ୟାଚ୍‌ ଓ ସୁଇଚିଂର କନ୍‌ସେପ୍ଟ। ଗୋଟିଏ ସଂସ୍କୃତିର ପୋଷାକକୁ ଆଉଏକ ସଂସ୍କୃତିର ପୋଷାକ ସହ ଫ୍ୟୁଜନ୍‌ କରି ଯୁବ ଡିଜାଇନରମାନେ ପ୍ରସ୍ତୁତ କରିଥିଲେ ଏକାଧିକ ଆକର୍ଷଣୀୟ ଡିଜାଇନ୍‌, ଯାହାକି ଆଗରୁ କେବେ ଦେଖିବାକୁ ମିଳି ନ ଥିଲା। ର଼୍ୟାମ୍ପରେ ଚାଲୁଥିବା ମଡେଲଙ୍କ ପ୍ରତ୍ୟେକ ପୋଷାକରେ ରହିଥିଲା ଭିନ୍ନତା। ଶନିବାର ଭୁବନେଶ୍ୱର ସହରକୁ ଏଭଳି ଏକ ନିଆରା ଫ୍ୟାଶନ ଶୋ’ର ଭେଟିଦେଇଥିଲେ ଜେଡି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଫ୍ୟାଶନ ଟେକ୍ନୋଲୋଜିର ଛାତ୍ରୀଛାତ୍ର। ଇନ୍‌ଷ୍ଟିଚ୍ୟୁଟ୍‌ ପକ୍ଷରୁ ସ୍ଥାନୀୟ ଏକ ହୋଟେଲରେ ଅୟୋଜିତ ୫ମ ଜେଡି ବାର୍ଷିକ ଡିଜାଇନ୍‌ ପୁରସ୍କାର ପ୍ରଦାନ ଉତ୍ସବ ଏବଂ ଫ୍ୟାଶନ ଶୋ’ରେ ଅଂଶଗ୍ରହଣ କରିଥିବା ଛାତ୍ରୀଛାତ୍ରମାନେ ଏଭଳି ଏକାଧିକ ଆକର୍ଷଣୀୟ ଡିଜାଇନ୍‌ ଲୋକଙ୍କ ସମ୍ମୁଖରେ ପ୍ରଦର୍ଶନ କରି ପ୍ରଶଂସିତ ହୋଇଥିଲେ।

ଉଭୟ ଫ୍ୟାଶନ ଓ ଇଣ୍ଟେରିୟର ଡିଜାଇନ୍‌ କ୍ଷେତ୍ରରେ ଛାତ୍ରୀଛାତ୍ରଙ୍କ ଅନ୍ତର୍ନିହିତ ପ୍ରତିଭା ପ୍ରଦର୍ଶନ ନିମନ୍ତେ ପ୍ରତିବର୍ଷ ଆୟୋଜିତ ହେଉଥିବା ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରୂପଲ ଦଲାଲ୍‌, ଜେଡି ଇନ୍‌ଷ୍ଟିଚ୍ୟୁଟ୍‌ ଭୁବନେଶ୍ୱର ସେଣ୍ଟରର ନିର୍ଦ୍ଦେଶକ ବିଶାଲ ସୁବୁଦ୍ଧି, ଶିବଦତ୍ତ ସୁବୁଦ୍ଧି ଏବଂ କ୍ରୋଏସିଆରୁ ଆସିଥିବା ଅନ୍ତର୍ଜାତୀୟସ୍ତରୀୟ ମଡେଲ ତଥା ଶୋ’ ଷ୍ଟପର୍‌ ଡାରିଆ ଫାର୍କାସ୍‌ ପ୍ରମୁଖ ଉଦ୍‌ଘାଟନ କରିଥିଲେ। ଚଳିତବର୍ଷ ‘ସ୍ବିଚ୍‌’ ଥିମ୍‌କୁ ନେଇ ଆୟୋଜିତ ହୋଇଥିବା ଏହି ଫ୍ୟାଶନ ଶୋ’ରେ ୧୨ଟି ସିକ୍ୟୁଏନ୍ସରେ ମୋଟ ୧୨୫ଟି କଲେକ୍ସନ ପ୍ରଦର୍ଶିତ ହୋଇଥିଲା, ଯାହାକୁ ଜାତୀୟ ଓ ଅନ୍ତର୍ଜାତୀୟସ୍ତରୀୟ ମଡେଲ୍‌ମାନେ ପିନ୍ଧି ର଼୍ୟାମ୍ପ୍‌ରେ ଚାଲିଥିଲେ। ପରିବର୍ତ୍ତନର ବାର୍ତ୍ତା ଦେବାକୁ ଏଥର ସାଧାରଣ ମଡେଲଙ୍କ ସହ ‘ସ୍ବାଭିମାନ’ର ଭିନ୍ନକ୍ଷମ ତଥା ଦିବ୍ୟାଙ୍ଗ ସଦସ୍ୟମାନେ ର଼୍ୟାମ୍ପଓ୍ବାକ୍‌ କରିଥିଲେ। ଆଫ୍ରିକାର ଆଦିମ ଜନଜାତିଙ୍କ ବେଶପୋଷାକ ଓ ଆର୍ଟଫର୍ମକୁ ଏକ ନୂଆରୂପରେ ‘ଟ୍ରାଇବ୍‌-ଓ-ଲୋଜୀ’ ରାଉଣ୍ଡରେ ପ୍ରଦର୍ଶିତ କରାଯାଇଥିଲା। ସେହିଭଳି ‘ବାହାରା’, ‘ବେୟୋଣ୍ଡ୍‌ ଦି କାନ୍‌ଭାସ’, ‘ବି ଡ୍ୟାଜଲ୍‌ଡ’, ‘ଇଷ୍ଟ୍‌ ମିଟ୍‌ ଓ୍ବେଷ୍ଟ୍‌’, ‘ହାଉସ୍‌ ଅଫ୍‌ ରେଟ୍ରୋ’, ‘ଆଣ୍ଟିକୁଇଟି’ ଭଳି ରାଉଣ୍ଡରେ ଆକର୍ଷଣୀୟ ଫ୍ୟୁଜନ୍‌ ଦେଖିବାକୁ ମିଳିଥିଲା। ସେହିଭଳି ଇଣ୍ଟେରିୟର ଡିଜାଇନର ଛାତ୍ରୀଛାତ୍ରଙ୍କ ଦ୍ବାରା ଏଥର ୪ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। କାର୍ଯ୍ୟକ୍ରମରେ ଦେଶବିଦେଶର ବହୁ ପ୍ରସିଦ୍ଧ ଫ୍ୟାଶନ ଡିଜାଇନରଙ୍କ ସହ ଆର୍କିଟେକ୍‌ ଏବଂ ମଡେଲ୍‌ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାନସ ରଞ୍ଜନ ମଙ୍ଗରାଜ,ସୁଲତା ଦେଓଙ୍କୁ ଗୁରୁ ଦାୟିତ୍ୱ ଦେଲେ ନବୀନ

ଭୁବନେଶ୍ୱର,୧୩।୪: ମାନସ ରଞ୍ଜନ ମଙ୍ଗରାଜ ଏବଂ ସୁଲତା ଦେଓଙ୍କୁ ଗୁରୁ ଦାୟିତ୍ୱ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ମାନସଙ୍କୁ ବିଜେଡି ସଂସଦୀୟ ଦଳ ନେତା…

ପ୍ରଚଣ୍ଡ ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି; ୪୧ ଡିଗ୍ରୀ ଟପିଲା ତାତି, ୧୮ ଯାଏ ନିସ୍ତାର ନାହିଁ

ଭୁବନେଶ୍ୱର,୧୩ା୪(ବନ୍ଦନା ସେଠୀ): ରାଜ୍ୟରେ ଏବେ ଗରମ ଓ ଗୁଳୁଗୁଳି ସାଧାରଣ ଜୀବନଯାତ୍ରାକୁ ପ୍ରଭାବିତ କରୁଛି। ତାପମାତ୍ରା ୪୧ ଡିଗ୍ରୀ ଡେଇଁଥିବାବେଳେ ଟିଟିଲାଗଡ଼ ସବୁଠୁ ଉତ୍ତପ୍ତ ସହରରେ ପରିଣତ…

ଆଜି ଭୁବନେଶ୍ୱର ପାଳୁଛି ପ୍ରତିଷ୍ଠା ଦିବସ, ଏହି ଦିନରେ…

ଭୁବନେଶ୍ୱର,୧୩ା୪: ଆଜି ଅର୍ଥାତ୍‌ ସୋମବାର ୭୯ ବର୍ଷରେ ପାଦ ଥାପିଛି ରାଜଧାନୀ ଭୁବନେଶ୍ୱର। ଆଜି ରାଜଧାନୀ ୭୮ ତମ ପ୍ରତିଷ୍ଠା ଦିବସ ପାଳି ୭୯ ବର୍ଷକୁ ଅଗ୍ରସର…

ବିଦ୍ୟୁତ୍‌ ଉପରେ ପଡ଼ୁଛି ଗ୍ୟାସ୍‌ ଚାପ

ଭୁବନେଶ୍ୱର,୧୩।୪(ରବିନାରାୟଣ ଜେନା): ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତିକୁ ନେଇ ରାଜ୍ୟରେ ଘରୋଇ ରନ୍ଧନ ଗ୍ୟାସ୍‌(ଏଲ୍‌ପିଜି)ର ସଙ୍କଟ ସୃଷ୍ଟି ହୋଇଛି। ଗ୍ରାମାଞ୍ଚଳଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ଲୋକେ ଏଲ୍‌ପିଜି…

ଜୁଏଲେରି ବ୍ୟବସାୟ ସବୁଠୁ ନିରାପଦ: ସଞ୍ଜୀବ ହଂସ

ପ୍ରାୟ ୩୦ ବର୍ଷ ପୂର୍ବେ ପ୍ରତିଷ୍ଠିତ ‘ଶୁଭଲାଭ ଜୁଏଲର୍ସ’ ଓଡ଼ିଶାର ଏକ ପ୍ରମୁଖ ଜୁଏଲେରି ବ୍ରାଣ୍ଡ୍‌ ଭାବରେ ପରିଚିତ। ଏକ ଛୋଟ ଦୋକାନରୁ ଆରମ୍ଭ ହୋଇଥିବା ଏହି…

ମହିଳା ସଂରକ୍ଷଣ ବିଲ୍‌କୁ ନେଇ ପ୍ରଭାତୀ ପରିଡ଼ାଙ୍କ ବଡ଼ ଅପଡେଟ୍‌, କହିଲେ ଦେଶକୁ ଏକ ନୂଆ…

ଭୁବନେଶ୍ୱର,୧୨ା୪: ମହିଳା ସଂରକ୍ଷଣ ବିଲ୍‌ ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରବିବାର ଏକ ବଡ଼ ସୂଚନା ଦେଇଛନ୍ତି। ସେ ଏକ ପ୍ରେସ୍‌ମିଟ୍‌ରେ କହିଛନ୍ତି, ୩୩% ମହିଳା ସଂରକ୍ଷଣ…

Dharitri Business Eminence Award 2026: ଶିକ୍ଷା ବ୍ୟବସାୟ ନୁହେଁ, ଭବିଷ୍ୟତ ଗଢ଼ିବାର ମାଧ୍ୟମ

ଶିକ୍ଷା ଶିଳ୍ପରେ ଜଣେ ଆଗଧାଡ଼ିର ଉଦ୍ୟୋଗୀ ଭାବେ ସୋମଦତ୍ତ ବେହୁରା ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଭୁବନେଶ୍ୱରସ୍ଥିତ କେ.ଟି. ଗ୍ଲୋବାଲ୍‌ ସ୍କୁଲର ପ୍ରତିଷ୍ଠାତା ସୋମଦତ୍ତ ବେହୁରା…

ଭୁବନେଶ୍ୱରରେ ପାକିସ୍ତାନ ଆତଙ୍କୀ ଲିଙ୍କ: ପୁଅକୁ ଦିଲ୍ଲୀ ପୋଲିସ ନେବା ପରେ ଏମିତି କହିଲେ ବାପା

ଭୁବନେଶ୍ୱର,୧୧।୪: ମୋ ପୁଅ ନିର୍ଦ୍ଦୋଷ କହିଲେ ଇମ୍ରାନଙ୍କ ବାପା। ପୁଅକୁ ଦିଲ୍ଲୀ ପୋଲିସ ଉଠାଇ ନେବା ପରେ ଏମିତି କହିଲେ ବାପା। ମୋ ପୁଅ ନିର୍ଦ୍ଦୋଷ, ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri