ଜୁଲାଇ ୨୪ ସୁଦ୍ଧା ସରିବ ସବୁ ପରୀକ୍ଷା

କଟକ ଅଫିସ,୨୭ା୫: ରେଭେନ୍‌ଶା ବିଶ୍ୱବିଦ୍ୟାଳୟର ସମସ୍ତ ପରୀକ୍ଷା ଜୁଲାଇ ୨୪ ସୁଦ୍ଧା ସରିବ। ଜୁନ୍‌ ୧୭ ପରେ ବିଶ୍ୱବିଦ୍ୟାଳୟ ଖୋଲିଲେ ବାକି ଥିବା ସମସ୍ତ ପରୀକ୍ଷା ସାରିବା ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ଲକ୍‌ଡାଉନ୍‌ ପୂର୍ବରୁ କିଛି ବିଭାଗରେ ଇଣ୍ଟରନାଲ ପରୀକ୍ଷା ହୋଇ ନ ଥିଲା। ଏହାକୁ ଅନଲାଇନ ମାଧ୍ୟମରେ କରାଯାଉଛି ବୋଲି କୁଳପତି ପ୍ରଫେସର ଇଶାନ କୁମାର ପାତ୍ର କହିଛନ୍ତି।
ଲକ୍‌ଡାଉନ୍‌ ପାଇଁ ରାଜ୍ୟରେ ସ୍ନାତକ ଦ୍ୱିତୀୟ ଓ ଚତୁର୍ଥ ସେମିଷ୍ଟର ଏବଂ ସ୍ନାତକୋତ୍ତରର ଦ୍ୱିତୀୟ ସେମିଷ୍ଟର ପରୀକ୍ଷା ବାତିଲ କରାଯାଇଛି। ବିଶ୍ୱବିଦ୍ୟାଳୟ ଏଥିପାଇଁ ବିକଳ୍ପ ବ୍ୟବସ୍ଥା କରିବାକୁ ଉଚ୍ଚଶିକ୍ଷା ବିଭାଗ ଘୋଷଣା କରିଛି। ଏହାକୁ ବାଦ୍‌ ଦେଇ ଛାତ୍ରୀଛାତ୍ରଙ୍କୁ ବାକି ଥିବା ସମସ୍ତ ପରୀକ୍ଷା ଦେବାକୁ ପଡ଼ିବ। ଏହି ପରୀକ୍ଷା ସବୁ ଜୁଲାଇ ୨୪ ସୁଦ୍ଧା ସାରିବାକୁ ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ବିଶ୍ୱବିଦ୍ୟାଳୟ ଖୋଲିବା ପରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି କେବେ ପରୀକ୍ଷା ହେବ, ସେ ନେଇ ସୂଚନା ଦିଆଯିବ ବୋଲି କୁଳପତି କହିଛନ୍ତି। କିଛି ବିଭାଗରେ ଲକ୍‌ଡାଉନ୍‌ ପୂର୍ବରୁ ଇଣ୍ଟରନାଲ ହୋଇପାରି ନ ଥିଲା। ଯେଉଁ ବିଭାଗରେ ପରୀକ୍ଷା ହୋଇନାହିଁ, ତାହାର ଛାତ୍ରୀଛାତ୍ରଙ୍କୁ ଅନ୍‌ଲାଇନ୍‌ରେ ପ୍ରଶ୍ନପତ୍ର ଦିଆଯିବ। ପରୀକ୍ଷା ପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ରଖାଯିବା ସହ ଉତ୍ତରଖାତାକୁ ଛାତ୍ରୀଛାତ୍ରମାନେ ନିଜ ବିଭାଗର ମୁଖ୍ୟଙ୍କୁ ହ୍ବାଟ୍ସଆପ୍‌ କିମ୍ବା ମେଲ୍‌କୁ ପଠାଇାବେ। ଯେଉଁମାନେ ପରୀକ୍ଷା ଦେବାରେ ଅସଫଳ ହେବେ, ସେମାନଙ୍କୁ ପୁନଃ ପରୀକ୍ଷା ଦେବା ପାଇଁ ବ୍ୟବସ୍ଥା କରାଯିବ ବୋଲି କୁଳପତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାନସିକ ଅସୁସ୍ଥଙ୍କୁ ଉଦ୍ଧାର କଲେ ବାଲ୍ୟବନ୍ଧୁ

ଜୟପୁର,୨୯ା୮(ଡି.ଏନ୍‌.ଏ.) ଜୟପୁର ସହରର ଜଣେ ମାନସିକ ଅସୁସ୍ଥ ବ୍ୟକ୍ତି ରମେଶ ପୂଜାରୀ (ଟୁଟୁ)ଙ୍କୁ ଉଦ୍ଧାର କରି ନୂଆ ରାହା ଦେଖାଇଛନ୍ତି ବାଲ୍ୟବନ୍ଧୁ ଶିବାଜୀ ପଟ୍ଟନାୟକ। ଏହି ଖବର...

କେନାଲରେ ପଡ଼ି ଚାଲିଗଲା ଜୀବନ

ମୋରଡ଼ା,୧୩।୨(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଅନ୍ତର୍ଗତ ଚିତ୍ରଡ଼ା ଫାଣ୍ଡି ଅଧୀନ ଘାସିଡିହି ସୁବର୍ଣ୍ଣରେଖା କେନାଲରେ ପଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ...

କରୋନା ଭୟ: ବିମାନରେ ଯାତ୍ରୀ ଛିଙ୍କିବାରୁ ଝରକା ଦେଇ ଓହ୍ଲାଇଲେ ପାଇଲଟ

କରୋନା ଭାଇରସ୍‌ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। ଏହାକୁ ନେଇ ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଯଦି କେହି ଛିଙ୍କୁଛନ୍ତି ତେବେ...

ରାସ୍ତାରେ ଯମ, କରୋନା

ଢେଙ୍କାନାଳ ଅଫିସ, ୨୯।୪ – ‘ମୁଁ ହେଉଛି ଯମରାଜ। ଆଜି ମଇଁଷି ଆଣିନି। ମୋ ସାଙ୍ଗରେ କରୋନା ଆଣିଛି। ଟିକେ ଫାଙ୍କା ପାଇଲେ କରୋନା ମାଡ଼ି...

ଭିଜିଲାନ୍ସ ଜାଲରେ ଗୋପ ଥାନା ଅଧିକାରୀ

ଗୋପ, ୨୭।୫(ଡି.ଏନ୍‌.ଏ): ପୁରୀ ଜିଲା ଗୋପ ଥାନା ଅଧିକାରୀ ସୌମ୍ୟଚିତ୍‌ ମିଶ୍ର ଲାଞ୍ଚ ନେବା ଅଭିଯୋଗରେ ସୋମବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ୩ ହଜାର ଟଙ୍କା...

ଚିରକାଳ ଅମର ରହିବେ ମେଲୋଡି କୁଇନ୍‌

ଭୁବନେଶ୍ୱର,୬।୨(ବ୍ୟୁରୋ): ଭାରତରତ୍ନ ଲତା ମଙ୍ଗେସ୍‌କରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକବ୍ୟକ୍ତ କରିଛନ୍ତି । ସେ ଟୁଇଟ କରି କହିଛନ୍ତି, କିମ୍ବଦନ୍ତୀ ଗାୟିକା ତଥା...

ବଳ ଯାହାର ବୁଢ଼ାପଙ୍କ ତାହାର

ବଅଁରପାଳ,୧୫ା୨: ଅନୁଗୋଳ ଇତିହାସରେ ଗଡ଼ ବୁଢ଼ାପଙ୍କର ସ୍ବତନ୍ତ୍ର ପରିଚୟ ରହିଛି। ଏହା ଥିଲା ରାଜା ସୋମନାଥ ସିଂହ ଜଗଦ୍ଦେବଙ୍କ ଅଭେଦ୍ୟ ଦୁର୍ଗ। କିନ୍ତୁ ବ୍ରିଟିଶ୍‌ ଶାସନ ସମୟରେ...

ଏରସମା ଫାଶୀ ଦଣ୍ଡାଦେଶ ମାମଲା: ୨୬ରେ ରାୟ ଦେବେ ହାଇକୋର୍ଟ

କଟକ ଅଫିସ, ୧୪ା୯: ଜଗତସିଂହପୁର ଜିଲା ଏରସମା ଅଞ୍ଚଳର ଜଣେ ନାବାଳିକାଙ୍କୁ ବଳାତ୍କାର ଏବଂ ହତ୍ୟା ଘଟଣାରେ ଅଭିଯୁକ୍ତ ଲବ ମାନ୍ନା ଓରଫ କାଳିଆଙ୍କୁ ଜଗତସିଂହପୁର...

Advertisement
Archives

Model This Week