ଜୁନ୍‌ ଚତୁର୍ଥ ପର୍ଯ୍ୟାୟର ସମୟ; ଜୀବିକାକୁ ରକ୍ଷା କରିବା ବେଳେ ଦେଖାଦେଇଛି ଅନୁଶାସନ କୋହଳର ଭୟ: ବାଗ୍‌ଚୀ

ଭୁବନେଶ୍ୱର,୬।୬(ବ୍ୟୁରୋ): କରୋନା ମୁକାବିଲାର ପ୍ରଥମ ପର୍ଯ୍ୟାୟରେ ବିଦେଶରୁ ଫେରିଥିବା କିଛି ବ୍ୟକ୍ତି ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ଦିଲ୍ଲୀ ନିଜାମୁଦ୍ଦିନ ଫେରନ୍ତା ବ୍ୟକ୍ତି ଏବଂ ତାଙ୍କର ସଂସ୍ପର୍ଶରେ ଆସିଥିବା ଅନ୍ୟାନ୍ୟ ବ୍ୟକ୍ତି ସଂକ୍ରମିତ ହୋଇଥିଲେ। ତୃତୀୟ ପର୍ଯ୍ୟାୟରେ ପ୍ରାୟ ୫ ଲକ୍ଷରୁ ଊର୍ଦ୍ଧ୍ୱ ଓଡ଼ିଆ ଶ୍ରମିକମାନେ ଭାରତର ଅଧିକ ସଂକ୍ରମଣ ହୋଇଥିବା ରାଜ୍ୟମାନଙ୍କରୁ ଫେରିଥିଲେ। ଏମାନଙ୍କୁ ୬୭୯୮ ପଞ୍ଚାୟତରେ ୧୬୭୬୦ଟି ଅସ୍ଥାୟୀ କ୍ୱାରାଣ୍ଟାଇନ୍‌ ସେଣ୍ଟର କରାଯାଇ ରଖାଯାଇଥିଲା। ଗତ ୩ ମାସ ମଧ୍ୟରେ ଓଡ଼ିଶାରେ ୯୫% ସଂକ୍ରମିତ ବ୍ୟକ୍ତିଙ୍କୁ ସଂଗରୋଧରେ ହିଁ ପରୀକ୍ଷା କରାଯାଇ ଚିହ୍ନଟ କରାଯାଇଛି। ଏବେ ଆସୁଛି ଜୁନ୍‌ ମାସ। ଚତୁର୍ଥ ପର୍ଯ୍ୟାୟର ସମୟ। ଏହା ହିଁ ଓଡ଼ିଶାର ଭାଗ୍ୟ ନିର୍ଦ୍ଧାରଣ କରିବ। ଏହି ପର୍ଯ୍ୟାୟଟି ସବୁଠାରୁ ସମ୍ବେଦନଶୀଳ। ଏହି ସମ୍ବେଦନଶୀଳତାର ମୂଳରେ ରହିଛି ଏକ ବିରାଟ ଦ୍ୱନ୍ଦ୍ୱ। ସେଇଟି ହେଲା ଜୀବନ ରହିବ ନା ଜୀବିକା ରହିବ? ଜୀବନକୁ ରକ୍ଷା କରିବାକୁ ହେଲେ ଜୀବିକାକୁ ବଞ୍ଚାଇବାକୁ ପଡ଼ିବ। ଅଥଚ ଜୀବିକାକୁ ସାଧାରଣ ପରିସ୍ଥିତିକୁ ନେଇ ଆସିଲେ ବ୍ୟକ୍ତି ଓ ଗୋଷ୍ଠୀସ୍ତରରେ ଅନୁଶାସନ କୋହଳର ଭୟ ରହିଛି। ଏଭଳି ପରିସ୍ଥିତିରେ କରୋନା ଭୁତାଣୁ ଜଙ୍ଗଲର ମଣିଷଖିଆ ବାଘ ପରି ସନ୍ତର୍ପଣରେ ଆସି ତାର ଶିକାରକୁ ବିସ୍ଫୋରଣର ବଳ ଦେଇ କାବୁ କରିପାରେ। ଏଣୁ ସମସ୍ତଙ୍କୁ ଜୀବନ-ଜୀବିକାର ଦ୍ୱନ୍ଦ୍ୱକୁ ବାସ୍ତବିକତାର ସହ ଗ୍ରହଣ କରିବାକୁ ପଡ଼ିବ। ନିଜକୁ, ନିଜ ପରିବାରକୁ , ନିଜ ସମାଜକୁ ଆସନ୍ନ ବିପଦରୁ ନିରାପଦ ସ୍ଥାନକୁ ନେବାକୁ ହେବ ବୋଲି ଶନିବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସୁବତୋ ବାଗ୍‌ଚୀ ସୂଚନା ଦେଇଛନ୍ତି।

ସେ କହିଛନ୍ତି, କରୋନା ବ୍ୟାପିବାର ପ୍ରଥମ ଦୁଇମାସରେ ଆମେରିକାରେ ୧୩,୮୯୮ଜଣ ଆକ୍ରାନ୍ତ ହୋଇଥିଲେ। ହେଲେ ଏହାର ୧୫ ଦିନ ମଧ୍ୟରେ ଏହି ସଂଖ୍ୟା ୨୦ ଗୁଣ ବୃଦ୍ଧି ପାଇ ୨,୮୩,୪୭୭ ହୋଇଥିଲା।ସେହିଭଳି ଭାରତରେ ପ୍ରଥମ ୬୦ ଦିନରେ ଆକ୍ରାନ୍ତ ସଂଖ୍ୟା ଥିଲା ୧୦୨୪ଜଣ। ଏହାର ୧୫ ଦିନ ପରେ ସଂଖ୍ୟା ୧୦ଗୁଣ ବଢ଼ି କରୋନା ସଂକ୍ରମିତ ୧୦୪୫୩ ହୋଇଥିଲା। ଶନିବାର ଦିନ ୧୨ଟା ସୁଦ୍ଧା ଆମେରିକାରେ ୧୯ ଲକ୍ଷ ୬୫ହଜାର ଲୋକ ଆକ୍ରାନ୍ତ ହୋଇଛନ୍ତି। ସେହିଭଳି ଭାରତରେ ସଂଖ୍ୟା ୨ ଲକ୍ଷ ୩୬ହଜାରରୁ ଅଧିକ ରହିଛି। ବିଶ୍ୱର ସର୍ବାଧିକ ଆକ୍ରାନ୍ତ ଦେଶ ତାଲିକାରେ ଭାରତ ୬ଷ୍ଠ ସ୍ଥାନରେ ପହଞ୍ଚିଲାଣି। ବନ୍ଧ ଭାଙ୍ଗି ବଢ଼ି ପାଣି ମାଡ଼ି ଆସିବା ଭଳି ଅବସ୍ଥାରେ ଭାରତରେ ରହିଛି। ପ୍ରବୀଣମାନଙ୍କ ମତରେ ଜୁନ ମଝିରୁ ଜୁଲାଇ ମଝି ସମୟ ପର୍ଯ୍ୟନ୍ତ କରୋନା ସଂକ୍ରମଣ ଏଠାରେ ବିସ୍ଫୋରଣର ଆକାର ଗ୍ରହଣ କରିବାର ସମ୍ଭାବନା ଅଧିକ। ଭାରତର ୧୦୦ ଜିଲାରେ ୧୦୦% କରୋନା ପ୍ରକୋପ ବଢ଼ୁଥିବା ଦେଖାଯାଉଛି। ପରିବର୍ତ୍ତିତ ପରିସ୍ଥିତିରେ ଓଡ଼ିଶାରେ ଭାରତ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜୀବନ ଏବଂ ଜୀବିକାକୁ ସମନ୍ବିତ କରିବା ପାଇଁ ବିମାନ, ବସ, ରେଳ ଚଳାଚଳ ଆରମ୍ଭ ହୋଇଛି। ଅର୍ଥନୀତିକୁ ସଜାଡ଼ିବାକୁ ଯାଇ ଚାଷ, କଳକାରଖାନାକୁ ପୂର୍ବପରି କରିବାକୁ ହେଲେ ସଚେତନ ରହିବାକୁ ପଡ଼ିବ ବୋଲି ମଧ୍ୟ ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ସହ ଯୁଦ୍ଧବିରତି ଭିତରେ ଟ୍ରମ୍ପଙ୍କ ଟାର୍ଗେଟରେ ଏହି ଦେଶ! ୬୭ ବର୍ଷର ଶତ୍ରୁତାର ନେବେ ପ୍ରତିଶୋଧ

ଓ଼୍ବାଶିଂଟନ,୯।୪: ଇରାନ ସହିତ ଯୁଦ୍ଧବିରତି ପରେ ତୁରନ୍ତ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କର ପରବର୍ତ୍ତୀ ମିଶନର ସଙ୍କେତ ଦେଇଛନ୍ତି। ଟ୍ରମ୍ପ ସ୍ପଷ୍ଟ ଭାବରେ କହିଛନ୍ତି ଯେ…

ଇରାନ ସହ ବଡ଼ ଡିଲ୍‌ କଲେ ଟ୍ରମ୍ପ! ସାରା ବିଶ୍ୱ ଦେଖି କାବା

ଓ଼୍ବାଶିଂଟନ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣାର କିଛି ଘଣ୍ଟା ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ସେ ହର୍ମୁଜ ପ୍ରଣାଳୀକୁ ସୁରକ୍ଷିତ…

ସ୍ମୃତି-ପଲାଶଙ୍କ ମଧ୍ୟରେ ହୋଇଗଲା ପ୍ୟାଚ୍‌ଅପ୍‌! ଖୁବ୍‌ଶୀଘ୍ର ହେବ ବିବାହ, ଏହି VIDEO ବଢାଉଛି ଚର୍ଚ୍ଚା

ମୁମ୍ବାଇ,୯।୪: ସଂଗୀତକାର ପଳାଶ ମୁଛଲ ଏବଂ ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନାଙ୍କ ମଧ୍ୟ ପ୍ୟାଚ୍‌ଅପ୍‌ ହୋଇଯାଇଛି। ଉଭୟ ଖୁବ୍‌ଶୀଘ୍ର ବିବାହ କରିବେ ବୋଲି…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ବନ୍ଧାହେଲେ କୁଖ୍ୟାତ ଗଞ୍ଜେଇ ମାଫିଆ: ବିଦେଶୀ ମଦ ସହ ଗଞ୍ଜେଇ ଜବତ

ପରଜଙ୍ଗ,୯/୪(ନିଗମାନନ୍ଦ ଦଳବେହେରା)ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ବାରିହାପୁର ପଇଁନ୍ତିରିଆ ସାହିରେ ଗୁରୁବାର ଭୋର କୁଖ୍ୟାତ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛି ଅବକାରୀ ଟିମ। ଗିରଫ ଅଭିଯୁକ୍ତ ହେଲେ…

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଆମେରିକା-ଇସ୍ରାଏଲକୁ ଚେତାବନୀ ଦେଲା ଇରାନ: ହର୍ମୁଜ ପ୍ରଣାଳୀ ପୁଣି ବନ୍ଦ

ଓ୍ବାଶିଂଟନ୍‌,୯।୩: ଯଦିଓ ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଅସ୍ତ୍ରବିରତି ସମ୍ପର୍କରେ ଏକ ଚୁକ୍ତି ହୋଇଛି। ତଥାପି ଯୁଦ୍ଧବିରତି ମଧ୍ୟରେ ମଧ୍ୟ ଇସ୍ରାଏଲର ଲେବାନନ ଉପରେ…

ଗାଁ ଗାଁରେ ଚୋରାମଦ, ତାତିଲେ ଲୋକେ: ହାତ ବାନ୍ଧି ବସିଛନ୍ତି ଅବକାରୀ, ପୋଲିସ

ବରଗଡ଼,୯।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ନିଶା କାରବାର ବଢ଼ିଚାଲିଛି। ଗାଁଠୁ ସହର ସବୁଆଡ଼େ ଚୋରାମଦ ସହିତ ଗଞ୍ଜେଇ, କଫ ସିରପ୍‌ ଅବାଧରେ ବିକ୍ରି ହେଉଛି। ସେହିପରି କେତେକ ସ୍ଥାନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri