ଜୁନାଗଡ ସହରରେ ହୋମ୍‌ ଡେଲିଭରି ମାଧ୍ୟମରେ ଲୋକଙ୍କୁ ସାମଗ୍ରୀ ପ୍ରଦାନ

ଜୁନାଗଡ,୭।୪(ଡି.ଏନ୍‌.ଏ): କଳାହାଣ୍ଡି ଜିଲା ଜୁନାଗଡ ସହରରେ କରୋନା ଭୂତାଣୁ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ସ୍ଥାନୀୟ ଏନ୍‌ଏସି ଓ ପୋଲିସ ପ୍ରଶାସନ ପକ୍ଷରୁ ନୂଆ ପଦକ୍ଷେପ ଗ୍ରହଣ କରଯାଇଛି। ସହରର ବିଭିନ୍ନ ତେଜରାତି ଦୋକାନରେ ଲୋକମାନେ ସାମଗ୍ରୀ କିଣିଲା ବେଳେ ସାମୟିକ ଦୂରତା ମାନୁ ନ ଥିଲେ। ଫଳରେ ଜୁନାଗଡ ଏନ୍‌ଏସି ଓ ପୋଲିସ ପ୍ରଶାସନର ନିଷ୍ପତ୍ତି କ୍ରମେ ସାମୟିକ ଦୂରତା ରକ୍ଷା କରିବା ପାଇଁ ମଙ୍ଗଳବାରଠାରୁ ସମସ୍ତ ଦୋକାନ ବଜାର ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ପୂର୍ବରୁ ଏ ବିଷୟରେ ଲୋକଙ୍କୁ ଡାକବାଜି ଯନ୍ତ୍ର(ମାଇକ୍‌) ସାହାଯ୍ୟରେ ସୂଚନା ଦିଆଯାଇଥିଲା। ମଙ୍ଗଳବାରଠାରୁ ଲୋକଙ୍କୁ ହୋମଡେଲିଭରି ମାଧ୍ୟମରେ ସାମଗ୍ରୀ ପ୍ରଦାନ କରାଯାଉଛି। ଏଥିରେ ସ୍ଥାନୀୟ ମହିଳା ସ୍ବଂୟସହାୟକ ଗୋଷ୍ଠୀର ସଦସ୍ୟାମାନେ ଓ ଇଚ୍ଛୁକ ବ୍ୟବସାୟୀମାନେ ଚିହ୍ନଟ ହୋଇ ସହରବାସୀଙ୍କୁ ସାମଗ୍ରୀ ଯୋଗାଉଛନ୍ତି। ସେହିପରି କେହି ଯଦି କିଛି ସାମଗ୍ରୀ ନ ପାଇଲେ ତେବେ ସିଧାସଳଖ ସେମାନେ ଏନ୍‌ଏସିର ଟୋଲଫ୍ରି ନମ୍ବରକୁ ଲଗେଇ ନିଜ ସମସ୍ୟ ବିଷୟରେ ଅଭିଯୋଗ କରିପାରିବେ ବୋଲି ସ୍ଥାନୀୟ ଏନ୍‌ଏସି ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ତଥା ତହସିଲଦାର ଉପେନ୍ଦ୍ର ଲୁହା ପ୍ରକାଶ କରିଛନ୍ତି। ତେବେ ପୂର୍ବପରି ସହରର କେବଳ ଔଷଧ ଦୋକାନଗୁଡିକ ଖୋଲା ରହିବ। କରୋନା ସଂକ୍ରମଣକୁ ରୋକିବା ପାଇଁ ବିଶେଷ କରି ବ୍ୟବସାୟ ପ୍ରତିଷ୍ଠାନଗୁଡିକରେ ସାମାଜିକ ଦୂରତା ନିୟମକୁ କଡା କଡି ଭାବେ ପାଳନ କରିବା ପାଇଁ ସୋସିଆଲ ମିଡିଆରେ ଏକ ଭିଡିଓ ବାର୍ତ୍ତାରେ କଳାହାଣ୍ଡି ଜିଲାପାଳ ଡ.ଗାଭାଲି ପରାଗ ହର୍ଷଦ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପିଲାଙ୍କୁ ଫୁଟ୍‌ବଲ ଖେଳୁଥିବା ଦେଖି ହଠାତ୍‌ ଜଙ୍ଗଲରୁ ଆସିଗଲେ ୨ ଭାଲୁ ଆଉ ତା’ପରେ…

ନବରଙ୍ଗପୁର/ଉମରକୋଟ,୧୨।୯(ବି.ପ୍ର./ସ୍ବ.ପ୍ର): ସର୍କସ୍‌ରେ ହିଂସ୍ର ଜନ୍ତୁମାନେ ପରସ୍ପର ଖେଳୁଥିବାର ସମସ୍ତେ ଦେଖିଥିବେ, ତାହା ପୁଣି ଜଣେ ରିଂ ମାଷ୍ଟରଙ୍କ ନିର୍ଦ୍ଦେଶରେ । ମାତ୍ର ଜଙ୍ଗଲରେ ହିଂସ୍ର ଜନ୍ତୁ...

ଡମ୍ପର ଧକ୍କାରେ ବାଇକ ଆରୋହୀ ମୃତ: ଗାଡି ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ

ରୂପ୍‌ସା/ବସ୍ତା, ୪।୭(ସ୍ବ.ପ୍ର.)-ବାଲେଶ୍ୱର ସଦର ବ୍ଲକ ସାର୍ଥା ଫାଣ୍ଡି ଅନ୍ତର୍ଗତ ସାର୍ଥା ଓଡ଼ିଶାଳ ଶିବ ମନ୍ଦିରଠାରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍‌କୁ...

ଲକ୍‌ ଡାଉନ୍‌ର ପ୍ରଭାବ: ପାଳନ ହେଲାନି ବିଶ୍ୱ ନାଟ୍ୟ ଦିବସ

ବ୍ରହ୍ମପୁର ଅଫିସ,୨୭ା୩-ସମାଜରେ ସଂସ୍କାର ଅଣିବାରେ ସର୍ବଦା ପ୍ରମୁଖ ଭୂମିକା ଗ୍ରହଣ କରିଆସିଥିବା ମଞ୍ଚନାଟକକୁ ପୁର୍ନଜୀବିତ କରିବା ନେଇ ମାର୍ଚ୍ଚ ୨୭କୁ ବିଶ୍ୱ ନାଟ୍ୟ ଦିବସ ଭାବେ...

ସଙ୍ଗରୋଧ କେନ୍ଦ୍ରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିଲେ ଅନ୍ତେବାସୀ

ବୁଗୁଡ଼ା,୨୧ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ତାଳଶାକର ମହାମାୟୀ ଉଚ୍ଚ ବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରରେ ରବିବାର ବିଶ୍ୱ ଯୋଗ ଦିବସ ପାଳିତ ହୋଇଯାଇଛି। ଏହି...

ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଜୀବନ

କୋକସରା,୭ା୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜାତୀୟ ରାଜପଥ ୨ର କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ଆମପାଣି ଘାଟି ଟିର୍ଲିଆମ ଛକ ନିକଟରେ ମଙ୍ଗଳବାର ରାତିରେ କୌଣସି...

ଯୁବକଙ୍କ ସହ ବଟି ମୂଲଚାଲର ଭିଡିଓ ଭାଇରାଲ: ରାତାରାତି ବଦଳିଲେ ବଡ଼ସାହି ଥାନା ଅଧିକାରୀ

ବାରିପଦା ଅଫିସ/ବଡ଼ସାହି,୧୨ା୧୧(ସ୍ବ.ପ୍ର)- ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧିକାରୀ ବିଶ୍ୱଜ କୁମାର ରାଉତରାୟଙ୍କୁ ସୋମବାର ରାତିରେ ବଦଳି କରାଯାଇଛି। ତାଙ୍କୁ ଜିଲା ପୋଲିସ ମୁଖ୍ୟାଳୟରେ ଅବସ୍ଥାପିତ...

ଢିଙ୍କିଆରେ ବୁଥ୍‌ ହେବନି

କୁଜଙ୍ଗ,୧୧ା୨(ଡି.ଏନ୍‌.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମତଦାନ ପାଇଁ ଏରସମା ବ୍ଲକ ଅନ୍ତର୍ଗତ ଢିଙ୍କିଆ ଗାଁରେ କୌଣସି ବୁଥ୍‌ ହେବ ନାହିିଁ। ଏହି ଗାଁର ୬ଟି ବୁଥ୍‌କୁ...

ଟେଷ୍ଟିଂ କିଟ୍‌ ଅଭାବ, ଫେରିଗଲେ ୪୦ ରୋଗୀ

କଟକ ଅଫିସ,୨୬ା୮: କରୋନାକୁ ନିୟନ୍ତ୍ରଣରେ ଆଣିବା ଲାଗି ରାଜ୍ୟ ସରକାର ଟେଷ୍ଟିଂକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। କିନ୍ତୁ ଏହା କେବଳ କଥାରେ ସୀମିତ ବୋଲି ଆଚାର୍ଯ୍ୟ...

Advertisement
Archives

Model This Week