ଜୁନାଗଡରେ ପଞ୍ଚାୟତ ସମିତି ବୈଠକ: ନିମ୍ନମାନର ଛତୁଆ ଯୋଗାଣକୁ ନେଇ ଅସନ୍ତୋଷ

ଜୁନାଗଡ,୨୯।୮(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ସଭାଗୃହଠାରେ ଗୁରୁବାର ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା। ବ୍ଲକ ଅଧ୍ୟକ୍ଷା ନୁର୍ଯ୍ୟ ମାଝିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜୁନାଗଡ ବିଡିଓ ଦୁଳାରାମ ମାରାଣ୍ଡି, ବ୍ଲକ ଉପାଧ୍ୟକ୍ଷ ଟଙ୍କଧର ନାଏକ, ଏମ୍‌ପି ପ୍ରତିନିଧି ମୁକେଶ ଅଗ୍ରୱାଲ, ବିଧାୟକ ପ୍ରତିନିଧି ପ୍ରମୋଦ ବେହେରା, ଜିପିଓ ସିର୍ଦ୍ଦେଶ୍ୱର ମେହେର, ଜିଲା ପରିଷଦ ସଭ୍ୟା ଶର୍ମିଷ୍ଟା ମେହେର, ଯାଜ୍ଞସିନୀ ମହାନନ୍ଦ, ସହକାରୀ ଯନ୍ତ୍ରୀ ଗୋବିନ୍ଦ ବଳ୍ଲଭ ମହାରଣା ପ୍ରମୁଖ ମଞ୍ଚସୀନ ଥିଲେ। ଜୁନାଗଡ ବ୍ଲକ କୁଲହାରୀର ଏକ ସଂୟ ସହାୟକ ଗୋଷ୍ଠୀ ନିମ୍ନମାନର ଛତୁଆ ଯୋଗାଣ କରୁଥିବା ନେଇ ବୈଠକରେ ଅଭିଯୋଗ ହୋଇଥିଲା। ଏହି ସ୍ବଂୟ ସହାୟକ ଗୋଷ୍ଠୀ ଜୁନାଗଡ ବ୍ଲକର ବିଭିନ୍ନ ସେକ୍ଟରରେ ଗତ ୨୦୧୧ରୁ ଛତୁଆ ପ୍ରସ୍ତୁତ ଓ ଯୋଗାଣ ଦାୟିତ୍ୱ କରିଆସୁଛି। ଜୁନାଗଡ ବ୍ଲକରେ ୨୦୧୧ଟି ସଂୟ ସହାୟକ ଗୋଷ୍ଠୀ ରହିଥିବାବେଳେ ସେମାନଙ୍କୁ ସୁଯୋଗ ଦିଆ ନ ଯାଇ ଉପରୋକ୍ତ ସ୍ବଂୟ ସହାୟକ ଗୋଷ୍ଠୀକୁ ଗତ ୮ ବର୍ଷ ଧରି କାହଁିକି ଅନୁକମ୍ପା କରାଯାଉଛି ବୋଲି ବୈଠକରେ କ୍ଷୋଭ ପ୍ରକାଶ ପାଇଥିଲା। ପ୍ରଶାସନ ଏ ଦିଗରେ ଶୀଘ୍ର ଦୃଷ୍ଟି ଦେଇ ଟେଣ୍ଡର ଆହ୍ବାନ କରି ଅନ୍ୟ ସ୍ବଂୟ ସହାୟକ ଗୋଷ୍ଠୀକୁ ସୁଯୋଗ ଦିଆଯାଉ ବୋଲି ଦାବି ହୋଇଥିଲା। ସେହିପରି କାଳିଆ ଯୋଜନାରେ ଯୋଗ୍ୟ ହିତାଧିକାରୀ ଟଙ୍କା ପାଇ ନ ଥିବା ବେଳେ ଅଯୋଗ୍ୟ ହିତାଧିକାରୀ ଟଙ୍କା ହାତେଇଥିବା ନେଇ ବୈଠକରେ ଉଦବେଗ୍‌ ପ୍ରକାଶ ପାଇଥିଲା। ଏଥିରେ ବ୍ଲକର ସମସ୍ତ ପଞ୍ଚାୟତ ସରପଞ୍ଚ, ସମିତିସଭ୍ୟ ଓ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦାଦନ ଯାଉନାହାନ୍ତି ୨୦ଶ୍ରମିକ ପରିବାର

ଲାଠୋର,୨ା୧୨(ଡି.ଏନ.ଏ.): ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ କାମ କରୁଛୁ। ଏଥିରୁ ଯାହା ରୋଜଗାର ହେଉଛି ସେଥିରେ ଖୁସିରେ ପରିବାର ଚଳାଉଛୁ। ନିଜ ଭିଟାମାଟିରେ କାମ କରି ଜୀଇଁବାର ଯେଉଁ ଆନନ୍ଦ...

ଭୋଜି ଖାଇ ଫେରୁଥିଲେ, ରାସ୍ତାରେ ଚାହିଁ ବସିଥିଲା ମୃତ୍ୟୁ; ଚାଲିଗଲା ୪ ଜୀବନ

ଫୁଲବାଣୀ ଅଫିସ,୧୩।୨: ଭୋଜି ଖାଇବା ହେଲା କାଳ । ଭୋଜିଖାଇ ଫେରୁ ଥିବା ବେଳେ ଦୁର୍ଘଟଣା ଘଟି ୪ ଜଣଙ୍କର ମୃତ୍ୟୁ ଘଟି ଥିବା ବେଳେ...

ଭତ୍ତା ବୃଦ୍ଧି ନେଇ ବ୍ଲକ ଘେରାଉ

ଲାଞ୍ଜିଗଡ,୧୯।।୧୧(ଡି.ଏନ.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁରଠାରେ ବିଭିନ୍ନ ପଞ୍ଚାୟତର ବୁଢ଼ାବୁଢ଼ୀ ଭିନ୍ନକ୍ଷମ ସଙ୍ଗଠନ ପକ୍ଷରୁ ଭତ୍ତା ବୃଦ୍ଧି ନେଇ ବ୍ଲକ ଅଫିସ ଘେରାଉ...

ସାପ ଧରି ଯୁବକଙ୍କ ଉନ୍ମତ୍ତ କାଣ୍ଡ

ଔପଦା,୧୯।୧୨(ଡି.ଏନ.ଏ.)-ଔପଦା ବ୍ଲକ ସଦର ବଜାରରେ ଥିବା ସିଦ୍ଧେଶ୍ୱର ମହାଦେବ ମନ୍ଦିର ମଧ୍ୟକୁ ଜଣେ ଯୁବକ ହାତରେ ସାପ ଧରି ପଶି ଉନ୍ମତ୍ତ କାଣ୍ଡ ଭିଆଇଥିବା ସ୍ଥାନୀୟ...

ଦୋକାନ କାନ୍ଥ ତାଡ଼ି ଲକ୍ଷାଧିକ ଟଙ୍କାର ମୋବାଇଲ ଲୁଟିନେଲେ ଦୁର୍ବୃତ୍ତ

ପାଟଣା,୪ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପଞ୍ଚାୟତ ମାର୍କେଟ କମ୍ପ୍ଲେକ୍ସର ଅୟସକାନ୍ତ ନାୟକଙ୍କ ମୋବାଇଲ ଦୋକାନର ପଛପଟ କାନ୍ଥ ତାଡ଼ି ରବିବାର...

୪ ଭଉଣୀଭାଇଙ୍କ ସମେତ ୬ ଗିରଫ

ଖୋର୍ଦ୍ଧା ଅଫିସ,୨୨ା୧୦: ବ୍ରାଉନସୁଗାର କାରବାରର ହବ୍‌ ପାଲଟିଛି ଖୋର୍ଦ୍ଧା ସହର। କୋଲକାତା, ବାଲେଶ୍ୱର, ଜଳେଶ୍ୱର ଆଦି ଅଞ୍ଚଳରୁ ବିଭିନ୍ନ ଗଳାବାଟ ଦେଇ ଖୋର୍ଦ୍ଧାକୁ ଆସୁଛି। ଏଠାରୁ...

କେନ୍ଦ୍ର-ରାଜ୍ୟ ବିବାଦ: ଫସିଛନ୍ତି ସ୍ବାସ୍ଥ୍ୟବୀମା କାର୍ଡଧାରୀ

ଜଗତ୍‌ସିଂହପୁର ଅଫିସ, ୯।୩: ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲୋକଙ୍କ ପାଇଁ ଯୋଜନା ପରେ ଯୋଜନା କରୁଛନ୍ତି। ହେଲେ ବାସ୍ତବରେ ଏହି ଯୋଜନା ଦ୍ୱାରା...

ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ

ପାପଡ଼ାହାଣ୍ଡି/ମୈଦଲପୁର,୪।୮(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ସାନବାର୍ଲି ପଞ୍ଚାୟତ ବଡ଼ବାର୍ଲି ଗ୍ରାମରେ ଗୁରୁବାର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରାଯାଇଛି। ତାଙ୍କ ନାମ ମାଲିଙ୍ଗ...

Advertisement
Archives

Model This Week