Posted inଖେଳ

ଜୁଡ୍‌ ଫେଲିକ୍ସଙ୍କୁ ବହିଷ୍କୃତ କଲା ହକି ଇଣ୍ଡିଆ

ନୂଆଦିଲ୍ଲୀ, ୨୦ା୬ (ପି.ଟି.)-ହକି ଇଣ୍ଡିଆ (ଏଚ୍‌ଆଇ) ବୁଧବାର ଜୁନିୟର ପୁରୁଷ ହକି ଟିମ୍‌ କୋଚ୍‌ ଜୁଡ୍‌ ଫେଲିକ୍ସଙ୍କୁ ବହିଷ୍କୃତ କହିଛନ୍ତି। ମାଡ୍ରିଡ୍‌ଠାରେ ନିକଟରେ ଶେଷ ହୋଇଥିବା ୮ ରାଷ୍ଟ୍ରୀୟ ଟୁର୍ନାମେଣ୍ଟରେ ଭାରତ ନୈରାଶ୍ୟଜନକ ୬ଷ୍ଠ ସ୍ଥାନ ସହ ଅଭିଯାନ ଶେଷ କରିଥିଲା। ଫଳ ସ୍ବରୂପ ହକି ଇଣ୍ଡିଆ ଏହି ପଦକ୍ଷେପ ନେଇଛି। ହକି ଇଣ୍ଡିଆ ବୁଧବାର ଏହାର ଓ୍ବେବ୍‌ ସାଇଟ୍‌ରେ କୋଚ୍‌ ପଦବୀ ପାଇଁ ବିଜ୍ଞାପନ ଦେବା ପରେ ଫେଲିକ୍ସଙ୍କୁ ବହିଷ୍କାର କରାଯାଇଥିବା କଥା ପଦାକୁ ଆସିଥିଲା। ଭାରତ ବର୍ତ୍ତମାନର ଜୁନିୟର ବିଶ୍ୱ ଚାମ୍ପିୟନ ଦଳ ହୋଇଥିବା ବେଳେ ମାଡ୍ରିଡ୍‌ଠାରେ ଅନୁଷ୍ଠିତ ୮-ରାଷ୍ଟ୍ରୀୟ ଟୁର୍ନାମେଣ୍ଟରେ ଭାରତର ପ୍ରଦର୍ଶନ ଅତ୍ୟନ୍ତ ନିମ୍ନମାନର ରହିଥିଲା। ତେଣୁ ଏହା ଏକ ସ୍ବାଭାବିକ ପଦକ୍ଷେପ ବୋଲି ହକି ଇଣ୍ଡିଆ ସୂତ୍ରରୁ ଜଣାପଡ଼ିଛି। ଚଳିତ ମାସ ପ୍ରାରମ୍ଭରେ ଅନୁଷ୍ଠିତ ଏହି ଟୁର୍ନାମେଣ୍ଟରେ ଭାରତ ଅଷ୍ଟ୍ରେଲିଆଠାରୁ ୦-୪ ଗୋଲ୍‌ରେ, ନେଦରଲାଣ୍ଡ୍ସଠାରୁ ୨-୩, ସ୍ପେନଠାରୁ ୧-୩ ଏବଂ ଗ୍ରେଟ୍‌ ବ୍ରିଟେନଠାରୁ ୧-୨ ଗୋଲରେ ପରାଜିତ ହୋଇଥିଲା। ଭାରତ କେବଳ ଅଷ୍ଟ୍ରିଆ ବିପକ୍ଷ ମ୍ୟାଚ ୪-୨ ଗୋଲରେ ବିଜୟ ଲାଭ କରିଥିଲା। ସୂଚନାଯୋଗ୍ୟ, ଜୁଡ୍‌ ଅଗଷ୍ଟ ୨୦୧୭ରେ କୋଚ୍‌ ପଦବୀରେ ନିଯୁକ୍ତି ପାଇଥିଲେ। ପୂର୍ବତନ ଭାରତ ଅଧିନାୟକ ଜୁଡ୍‌ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ମାଡ୍ରିଡ ଟୁର୍ନାମେଣ୍ଟ ଉପରେ ତାଭ୍କ ରିପୋର୍ଟ ହକି ଇଣ୍ଡିଆ ନିକଟରେ ଉପସ୍ଥାପନ କରିବେ। ଏହି ଟୁର୍ନାମେଣ୍ଟ ପୂର୍ବରୁ ମଧ୍ୟ ଜୁଡ୍‌ଙ୍କ ଅଧୀନରେ ଭାରତର ପ୍ରଦର୍ଶନ ଉତ୍ସାହଜନକ ନ ଥିଲା। ଗତ ବର୍ଷ ସୁଲ୍‌ତାନ ଅଫ୍‌ ଜୋହର କପ୍‌ ହକି ଟୁର୍ନାମେଣ୍ଟ ଫାଇନାଲରେ ଭାରତ ଗ୍ରେଟ୍‌ ବ୍ରିଟେନଠାରୁ ୨-୩ ଗୋଲରେ ପରାଜିତ ହୋଇଥିଲା। ହକି ଇଣ୍ଡିଆ ଓ୍ବେବ୍‌ ସାଇଟ୍‌ରେ ପ୍ରକାଶିତ ବିଜ୍ଞାପନ ଅନୁସାରେ ନୂଆ କୋଚ୍‌ଙ୍କ ଚୁକ୍ତି ୨୦୨୧ ଡିସେମ୍ବର ୩୧ ଜୁନିୟର ବିଶ୍ୱକପ୍‌ ପର୍ଯ୍ୟନ୍ତ ରହିବ। ହେଲେ ନବ ନିଯୁକ୍ତ କୋଚ୍‌ଙ୍କୁ ୬ ମାସ ପାଇଁ ପ୍ରୋବେଶନରେ ରହିବାକୁ ପଡ଼ିବ। ତାଙ୍କ ପ୍ରଦର୍ଶନ ସନ୍ତୋଷଜନକ ହେବା ମଧ୍ୟ ଦରକାର। କୋଚ୍‌ ଜଣଙ୍କୁ ସିନିୟର ଟିମ୍‌ ମୁଖ୍ୟ କୋଚ୍‌ ଗ୍ରାହମ ରିଡ୍‌ ଏବଂ ହାଇପରଫର୍ମାନ୍ସ ଡାଇରେକ୍ଟର ଡେଭିଡ୍‌ ଜନ୍‌ଙ୍କ ବ୍ୟତୀତ ହକି ଇଣ୍ଡିଆର କାର୍ଯ୍ୟନିର୍ବାହୀ ବୋର୍ଡ ଏବଂ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ)କୁ ରିପୋର୍ଟ କରିବେ। କୋଚ୍‌ ପଦବୀ ପାଇଁ ଆବେଦନର ଶେଷ ତାରିଖ ଜୁଲାଇ ୫ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରଜ୍ଞାନ ଓଝାଙ୍କ ଅବସର

ହାଇଦ୍ରାବାଦ,୨୧।୨(ପି.ଟି.)- ରାଜ୍ୟ ତଥା ଦେଶ ପାଇଁ ବହୁ ସଫଳତା ଆଣିଥିବା ଓଡ଼ିଆ ସ୍ପିନର ପ୍ରଜ୍ଞାନ ଓଝା ଶୁକ୍ରବାର କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି।...

ଚେନ୍ନାଇନ ଏଫ୍‌ସିରେ ରହିବେ ଜର୍ମନପ୍ରୀତ୍‌

ଚେନ୍ନାଇ, ୨୪ା୮ (ପି.ଟି.)-ଭାରତୀୟ ମିଡ୍‌ଫିଲ୍ଡର ଜର୍ମନପ୍ରୀତ୍‌ ସିଂ ଦୁଇ ଥର ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ଚାମ୍ପିୟନ ଚେନ୍ନାଇନ୍‌ ଏଫ୍‌ସି ଦଳରେ ରହିବେ। ଏଥିପାଇଁ କ୍ଲବର ସହିତ...

ଖେଳ ପଡ଼ିଆ ପାଲଟିଲା ମୃତ୍ୟୁର ମଇଦାନ, ୧୭୪ ମୃତ, ୧୮୦ରୁ ଅଧିକ ଆହତ

ଜାକର୍ତ୍ତା,୨ ।୧୦: ଇଣ୍ଡୋନେସିଆରେ ଚାଲିଥିବା ଏକ ଫୁଟବଲ ମ୍ୟାଚ ସମୟରେ ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଛି । ଏଠାରେ ଦୁଇ ଦଳର ସମର୍ଥକଙ୍କ ମଧ୍ୟରେ ହୋଇଥିବା...

ହାମିଲଟନଙ୍କୁ ରେକର୍ଡ ଟାଇଟଲ

ସିଲ୍‌ଭରଷ୍ଟୋନ୍‌, ୧୫ା୭-ମର୍ସିଡିଜର ଲୁଇସ୍‌ ହାମିଲଟନ ରେକର୍ଡ ୬ଷ୍ଠ ଥର ବ୍ରିଟିଶ ଫର୍ମୁଲଓ୍ବାନ ଗ୍ରାଁ ପ୍ରି ଟାଇଟଲ ହାସଲ କରିଛନ୍ତି। ପୂର୍ବରୁ ଏଠାରେ ଜିମ୍‌ କ୍ଲାର୍କ ଏବଂ...

ଭାରତ ପାଇଁ ବିଜୟ ଲକ୍ଷ୍ୟ ୧୬୨ ରନ୍‌…

ହରାରେ, ୨୦।୮ : ଭାରତ ଏବଂ ଜିମ୍ବାୱେ ମଧ୍ୟରେ ଦ୍ୱିତୀୟ ଏକ ଦିବସୀୟ ଅନ୍ତର୍ଜାତୀୟ ମ୍ୟାଚ୍‌ ହାରାରେ ଖେଳାଯାଉଛି। ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେ ଭାରତ...

ବିଜୟ ହଜାରେ ଟ୍ରଫି: କ୍ୱାର୍ଟର ଫାଇନାଲରେ ପୁଡୁଚେରୀ

ଡେରାଡୁନ,୧୭।୧୦(ପି.ଟି.)-ବିଜୟ ହଜାରେ ଟ୍ରଫିରେ ପୁଡୁଚେରୀ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ଗୁରୁବାର ପୁଡୁଚେରୀ ୫ ଉଇକେଟରେ ଆସାମକୁ ପରାସ୍ତ କରି କ୍ୱାର୍ଟରକୁ ଉଠିଛି। ଟସ୍‌ ଜିତି...

୭ ମାସ ପରେ ଘରକୁ ଫେରିଲେ ୟୁନୁସ

ଇସଲାମାବାଦ, ୧୪।୧(ଏପି)- ଦୀର୍ଘ ୭ ମାସ ବିଶ୍ୱର ବିଭିନ୍ନ ସ୍ଥାନରେ ଜୈବ ସୁରକ୍ଷିତ ପରିବେଶରେ କଟାଇବାପରେ ପାକିସ୍ତାନ ବୋଲିଂ କୋଚ୍‌ ଓ୍ବାକର ୟୁନୁସ ଘରକୁ ଫେରିଛନ୍ତି।...

ଇଂଲଣ୍ଡ ଖେଳାଳିଙ୍କୁ ଟ୍ରୋଲ୍‌ କଲେ ବୁମ୍‌ରାଙ୍କ ସ୍ତ୍ରୀ ସଞ୍ଜନା

ଲଣ୍ଡନ,୧୩।୭: ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଭାରତର ବୋଲର୍‌ଙ୍କ ଦବ୍‌ଦବା ଦେଖିବାକୁ ମିଳିଥିଲା। ଫଳସ୍ବରୂପ ଭାରତ ମ୍ୟାଚ୍‌କୁ ସହଜରେ ଜିତି ନେଇଥିଲା। ତେବେ ଏହି ବିଜୟ...

Advertisement
Archives

Model This Week