ଜୀବିକା ଉପରେ କରୋନା ପାହାର: ସଙ୍କଟରେ ପଥର ଶିଳ୍ପୀ

କେନ୍ଦୁଝର, ୧୭ା୫ (ସ୍ବ.ପ୍ର.)-କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ସମଗ୍ର ଦେଶରେ ଏବେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। କାମଧନ୍ଦା ସବୁ ଠପ୍‌ ହୋଇଯିବାରୁ ଶ୍ରମିକ, କାରିଗର ଶ୍ରେଣୀର ଲୋକଙ୍କ ଜୀବିକା ଉପରେ ଏହାର ପ୍ରଭାବ ପଡିଛି। ଦିନକୁ ଦୁଇ ଓଳି ଖାଇବା ମଧ୍ୟ ସେମାନଙ୍କ ପାଇଁ କଷ୍ଟକର ହୋଇପଡିଲାଣି। ଏଭଳି ଦୁର୍ଦ୍ଦିନ ମଧ୍ୟରେ ରହିଛନ୍ତି କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଧକୋଠା ଗ୍ରାମର ପଥରଶିଳ୍ପୀଙ୍କ ପରିବାର। ମୁଣ୍ଡ ଝାଳ ତୁଣ୍ଡରେ ମାରି ନିହାଣ ମୁନରେ ନିର୍ଜୀବ ପଥରକୁ ଜୀବନ୍ତ ରୂପ ଦେଉଥିବା ଏହି ପରିବାର ଉପରେ ପଡିଛି କରୋନା ପାହାର। ମୂର୍ତ୍ତି ତିଆରି କରି ବିକିଲେ ସେମାନଙ୍କ ପରିବାର ଚଳେ। ମୂର୍ତ୍ତି ବିକ୍ରି ବନ୍ଦ ହୋଇଯାଇଥିବାରୁ ଶିଳ୍ପୀମାନଙ୍କ ପାଇଁ ପରିବାର ଚଳାଇବା କଷ୍ଟକର ହୋଇପଡିଛି ।
ବହୁବର୍ଷ ଧରି ଏହି ଗ୍ରାମର ଲୋକମାନେ ପଥର ଖନନ କରି ମୂର୍ତ୍ତି ଗଢି ତାହାକୁ ବିକି ଚଳି ଆସୁଛନ୍ତି। ୧୯୮୦ ମସିହାରେ ଏହି ପଥର କାମକୁ ମାନ୍ୟତା ମିଳିଥିଲା । ସେମାନେ ସୋସାଇଟି କରି ପଥର ମୂର୍ତ୍ତି ଗଢ଼ି ବିକ୍ରି କରି ଗୁଜୁରାଣ ମେଣ୍ଟାଉଥିଲେ। ପରବର୍ତ୍ତୀ ସମୟରେ ପଥର ଅଭାବରୁ ସେମାନଙ୍କ ଜୀବିକା କ୍ଷତିଗ୍ରସ୍ତ ହୋଇଥିଲା । ଖଣି ଲିଜ ସମସ୍ୟା ଓ ପଥର ଉପରେ କଟକଣା ଆଦି କାରଣରୁ ଏଭଳି ସମସ୍ୟା ଦେଖାଦେଇଥିଲେ ହେଁ ସେମାନେ ପୁରୁଣା ବୃତ୍ତିକୁ ଛାଡି ପାରି ନ ଥିଲେ। ପଥରରେ ବିଭିନ୍ନ ଦେବଦେବୀ, ମହାପୁରୁଷଙ୍କ ମୂର୍ତ୍ତି ତଥା ପ୍ରତିମୂର୍ତ୍ତି ଗଢ଼ିବା ସହ ମନ୍ଦିର କାରୁକାର୍ଯ୍ୟ, ତୋରଣ ଆଦି ଗଢିଥାନ୍ତି। ବାହାରକୁ ଯାଇ ଅନେକ ବଡ଼ ବଡ଼ ହୋଟେଲ, ବଙ୍ଗଳା ଆଦିରେ ସୌନ୍ଦର୍ଯ୍ୟପୂର୍ଣ୍ଣ ମୂର୍ତ୍ତି ଓ ସୌଖୀନ ସାମଗ୍ରୀ ନିର୍ମାଣ ମଧ୍ୟ କରିଥାନ୍ତି। ବହୁ ଶିଳ୍ପୀ ବାହାର ରାଜ୍ୟରେ ସେମାନଙ୍କ ପାରଦର୍ଶିତା ଦେଖାଇ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଜିଲାକୁ ଆସୁଥିବା ପର୍ଯ୍ୟଟକମାନେ ଉକ୍ତ ଗ୍ରାମକୁ ଯାଇ ବିଭିନ୍ନ ମୂର୍ତ୍ତିକୁ କିଣି ନେଇଥାନ୍ତି। ଲକ୍‌ଡାଉନ୍‌ ପାଇଁ ଗମନାଗମନ ଉପରେ ରୋକ ଲାଗିଥିବାରୁ ମୂର୍ତ୍ତି ବାହାରକୁ ନେଇ ବିକିବା ସମ୍ଭବ ହୋଇପାରୁନାହିଁ। ଫଳରେ ବହୁ କଷ୍ଟରେ ଚଳିବାକୁ ପଡୁଛି ବୋଲି କୁହନ୍ତି ଶିଳ୍ପୀ ଗଣେଶ୍ୱର ପଲେଇ। ମୂର୍ତ୍ତି ଗଢି ହାତ ବାନ୍ଧି ବସିଛୁ । କିଛି ସରକାରୀ ସହାୟତା ମିଳିଲେ ଉପକୃତ ହୋଇ ପାରନ୍ତୁ ବୋଲି କୁହନ୍ତି ଶିଳ୍ପୀ ସୁବାସ ଖିଲାର। ଏ ସମ୍ପର୍କରେ ଆନନ୍ଦପୁର ଉପଜିଲାପାଳ ରବୀନ୍ଦ୍ର ସାହୁ କହିଛନ୍ତି ଯେ, ସେମାନଙ୍କୁ ଆର୍ଥିକ ସହାୟତା ପାଇଁ କୌଣସି ସରକାରୀ ଘୋଷଣା ହୋଇନାହିଁ । ଆସିଲେ ସେମାନଙ୍କୁ ସହାୟତା ମିଳିବ ।


Enter your email to get our daily news in your inbox.

All Right Reserved By Dharitri.Com

ପାନୀୟ ଜଳ ପାଇଁ ଲୋକେ ହନ୍ତସନ୍ତ

ରଘୁନାଥପୁର,୧୧ା୧(ଡି.ଏନ୍‌.ଏ.): ସରକାର ବିଭିନ୍ନ ପଞ୍ଚାୟତରେ ପାନୀୟଜଳ ପ୍ରକଳ୍ପ କରି ଗ୍ରାମାଞ୍ଚଳରେ ସ୍ବଚ୍ଛ ପିଇବା ପାଣି ଯୋଗାଇ ଦେଉଛନ୍ତି। ମାତ୍ର ଅନେକ ସମୟରେ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତା...

ସଂଶୋଧିତ ମୋଟରଯାନ ଆଇନ ଜରିମାନାକୁ ଭୟ: ଆର୍‌ଟିଓ କ୍ୟାମ୍ପ ଅଫିସ୍‌ରେ ପ୍ରବଳ ଭିଡ଼

ବ୍ରହ୍ମପୁର ଅଫିସ୍‌,୨୫ା୯-ସଂଶୋଧିତ ମୋଟରଯାନ ଆଇନ-୨୦୧୯ରେ ଜରିମାନା ଅର୍ଥ ଅଧିକ ଥିବା ଯୋଗୁ ଗାଡ଼ି ଚାଳକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ଜରିମାନାରୁ ବର୍ତ୍ତିବା ପାଇଁ...

କଂସାମାରି ଗ୍ରାମରୁ ବିରଳ ପ୍ରଜାତିର ବଜ୍ରକାପ୍ତା ଉଦ୍ଧାର

ପାଟପୁର,୧ା୬(ଡି.ଏନ.ଏ.)-ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମର ନନ୍ଦ ଗୌଡ଼ଙ୍କ କୂଅରୁ ସୋମବାର ଏକ ବିରଳ ପ୍ରଜାତିର ବଜ୍ରକାପ୍ତା ଉଦ୍ଧାର କରାଯାଇଛି। ଗ୍ରାମର ଯୁବକ ଗୋଷ୍ଠୀ ବଜ୍ରକାପ୍ତାକୁ ଦେଖି...

୨୦୨୦ ରଥଯାତ୍ରାର ହେବ ଡକ୍ୟୁମେଣ୍ଟେଶନ

ପୁରୀ ଅଫିସ,୮ା୭: ଚଳିତବର୍ଷ ରଥଯାତ୍ରା ଏକ ଐତିହାସିକ ଯାତ୍ରା। ରଥ ନିର୍ମାଣଠାରୁ ଆରମ୍ଭ କରି ରଥଯାତ୍ରା ଶେଷ ନିଷ୍ପତ୍ତିରେ ସମ୍ଭବ ହେବା, ସମସ୍ତେ ଏକଜୁଟ ହୋଇ...

ଟ୍ରକ୍‌କୁ ପଛରୁ ପିଟିଲା ଆମ୍ବୁଲାନ୍ସ: ମହିଳା ରୋଗୀଙ୍କ ସମେତ ୩ଜଣଙ୍କ ଜୀବନ ଗଲା

ଚଣ୍ଡିଖୋଲ, ୧।୫ (ଡି.ଏନ୍‌.ଏ.): ଯାଜପୁର ଜିଲା ବଡଚଣା ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥର ଚଣ୍ଡିଖୋଲ ଓ ବଡଚଣା ମଧ୍ୟସ୍ଥଳୀରେ ଶନିବାର ବିଳମ୍ବିତ ରାତିରେ ଏକ...

ସ୍କୁଲରୁ ସିସିଟିଭି ଚୋରି କରି ଜେଲ୍‌ ଗଲେ ଅଭିଯୁକ୍ତ

ବଡ଼ବିଲ,୨୩ା୨(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ କଳିଙ୍ଗନଗର ହାଇସ୍କୁଲରୁ ସିସି କ୍ୟାମେରା ଚୋରି ଅଭିଯୋଗରେ ପୋଲିସ ବୁଧବାର ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବା ସହ...

ଅଧିକାରୀ ନାହାନ୍ତି, କାର୍ଯ୍ୟ ବାଧାପ୍ରାପ୍ତ

କୁଜଙ୍ଗ, ୨୯ା୧ (ଡି.ଏନ୍‌.ଏ.): ଜଗତ୍‌ସିଂହପୁର ଜିଲାର କୁଜଙ୍ଗ ତହସିଲ କାର୍ଯ୍ୟାଳୟରେ ଆବଶ୍ୟକ ଅନୁସାରେ ଅଧିକାରୀ ନ ଥିବାରୁ ଅନେକ ଗୁରୁତ୍ୱପୂର୍ଣ୍ଣ କାମ ଠିକ୍‌ ସମୟରେ ହୋଇପାରୁନାହିଁ।...

ଭାରସାମ୍ୟ ହରାଇ ୧୦ ଫୁଟ୍‌ ତଳକୁ ଖସିଲା ବାଇକ୍‌

ପୋଲସରା,୨୮।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୋଲସରା ଥାନା ଅଧୀନ ସୁନାରିବୁଗୁଡା ହଜ ନିକଟରେ ଶୁକ୍ରବାର ବାଇକ୍‌ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ...

Advertisement
Archives

Model This Week