ଜୀବନ ହେଲାଣି ଦୁର୍ବିଷହ, ସଟ୍‌ଡାଉନ୍‌ ହଟାଅ

ବଲାଙ୍ଗୀର ଅଫିସ/ଗୁଡଭେଲା, ୧୪ା୫ (ଡି.ଏନ୍‌.ଏ.)-ଗତ ମେ ୧ ତାରିଖ ଦିନ ବଲାଙ୍ଗୀର ଜିଲା ଗୁଡଭେଲା ବ୍ଳକ୍‌ ରୁଷୁଡା ପଞ୍ଚାୟତର ଲିଖିରିଆ ଗଁାର ଦୁଇଜଣ ପ୍ରବାସୀ ଶ୍ରମିକ କରୋନା ସଂକ୍ରମିତ ବୋଲି ଜଣାପଡିଥିଲା ା ସେହିଦିନରୁ ଲିଖିରିଆ ଗଁା ସହିତ ସଂଲଗ୍ନ ତୁଷରା ସହରାଞ୍ଚଳ, ଗୁଡଭେଲା ଓ ଦେଓଗଁା ବ୍ଳକର ୨୨ଟି ଗଁାକୁ କଣ୍ଟେନମେଣ୍ଟ ଓ ବଫର ଜୋନ୍‌ ଘୋଷଣା କରି ଏହି ଅଞ୍ଚଳରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସଟ୍‌ଡାଉନ୍‌ ଘୋଷଣା କରାଯାଇଥିଲା। ଇତିମଧ୍ୟରେ ଏହି ସଟ୍‌ଡାଉନ୍‌କୁ ୧୪ ଦିନ ବିତିଗଲାଣି ା ଏଥିଯୋଗୁଁ ଏହି ଅଞ୍ଚଳବାସୀ ବିଶେଷକରି ତୁଷରା ସହରାଞ୍ଚଳବାସୀ ନାହିଁ ନ ଥିବା ଅସୁବିଧା ଭୋଗ କରୁଛନ୍ତି ା ଏଠାକାର ବ୍ୟବସାୟୀ ଓ ସାଧାରଣ ଲୋକଙ୍କ ଜୀବନ ଜୀବିକା ଏକପ୍ରକାର ବ୍ୟାହତ ହୋଇଯାଇଛି ା ଲୋକେ ଅତ୍ୟନ୍ତ ଦୁର୍ବିଷହ ଜୀବନ ବିତାଉଥିବା ଅଭିଯୋଗ କରି ଗୁରୁବାର ସନ୍ଧ୍ୟାରେ ତୁଷରା ନାଗରିକ କମିଟି, ବ୍ୟବସାୟୀ ସଂଘ, ୟୁଥ୍‌ ଆକ୍ସନ କମିଟି, ମାରୱାଡି ୟୁବା ମଞ୍ଚ, ତୁଷରା ସାମ୍ବାଦିକ ସଂଘର ସଦସ୍ୟ ଓ ଅନ୍ୟମାନେ ମିଳିତ ଭାବେ ସ୍ଥାନୀୟ ତହସିଲଦାରଙ୍କୁ ଭେଟି ତୁରନ୍ତ ସଟ୍‌ଡାଉନ୍‌ ହଟାଇବାକୁ ନିବେଦନ କରିଥିଲେ ା ତହସିଲଦାର ଚନ୍ଦ୍ରମଣି ନାଗ ଦାବିପତ୍ର ଗ୍ରହଣ କରି ଏନେଇ ଉପଜିଲାପାଳଙ୍କ ସହ ଆଲୋଚନା ପରେ ଯାଇ କିଛି କହି ପାରିବେ ବୋଲି ଜଣାଇଛନ୍ତି ା ଏହି ଆଲୋଚନା ବେଳେ ତୁଷରା ଥାନାଧିକାରୀ ଯଶୋବନ୍ତ ପ୍ରଧାନୀ, ମେଡିକାଲ ଅଫିସର ଡା ଲଲାଟେନ୍ଦୁ ନାଏକ ଉପସ୍ଥିତ ଥିଲେ ା ତୁଷରାର ରୁନୁ ଗୋପାଳ ସାହୁ, ବିଜୟ ବାଗ, ଓମ୍‌ପ୍ରକାଶ ଶର୍ମା, ଶ୍ରୀକାନ୍ତ ବାଗ, ସଞ୍ଜୀବ ପ୍ରଧାନ, ବୀରେନ୍ଦ୍ର ଜୈନ୍‌, ସଞ୍ଜୟ ଗୁପ୍ତା, ଦେବାଶିଷ ମହାପାତ୍ର ଓ ଅନ୍ୟମାନେ ଆଲୋଚନା କରି ଦାବିପତ୍ର ଦେଇଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଚାଲାଣ ବେଳେ ଧରାପଡ଼ିଲେ ଦମ୍ପତି

ଟିଟିଲାଗଡ଼,୧୩ା୬(ଡି.ଏନ୍‌.ଏ.): ଟିଟିଲାଗଡ଼ ଷ୍ଟେଶନ ପରିସରରେ ସନ୍ଦେହଜନକ ଅବସ୍ଥାରେ ବୁଲୁଥିବା ଦମ୍ପତିଙ୍କଠାରୁ ଆରପିଏଫ ୧୧.୦୭କେଜି ଗଞ୍ଜେଇ ଜବତ କରିଛି। ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ମଧ୍ୟପ୍ରଦେଶ ଛିନ୍ଦବାଡା ଅଞ୍ଚଳର...

ପୋଲିସ ବସ୍‌ ଧକ୍କାରେ ଗଲା ପ୍ରିଜାଉଡିଂ ଅଫିସରଙ୍କ ଜୀବନ

ବଲାଙ୍ଗୀର ଅଫିସ, ୨୫ା୨: ଶେଷ ପର୍ଯ୍ୟାୟ ନିର୍ବାଚନ ସାରି ଘରକୁ ଫେରୁଥିବା ପ୍ରିଜାଇଡିଂ ଅଫିସର ଶିକ୍ଷକ ସୁଦାମ ଚରଣ ପୁରୋହିତ(୫୨)ଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି।...

ମାସ୍କ ତିଆରି କରି ଗରିବଙ୍କୁ ବାଣ୍ଟିଲେ

ଟିଟିଲାଗଡ, ୩୦।୩ (ଡି.ଏନ.ଏ.)-ବଲାଙ୍ଗୀର ଜିଲା ଟିଟିଲାଗଡ ବ୍ଲକ ଅନ୍ତର୍ଗତ ପଥର୍ଲା ଗ୍ରାମର ମା’ କୁଦୁରକୁଣୀ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଦ୍ୱାରା ମାସ୍କ ତିଆରି କରି...

ଦିବ୍ୟାଙ୍ଗ ଭତାରୁ ବଁଚିତ୍‌ ଯଶୋଦା

ଲାଠୋର, ୨୬।୨ (ଡି.ଏନ୍‌.ଏ.)- ସରକାର ଦିବ୍ୟାଙ୍ଗମାନକୁ ସମାଜର ମୁଖିଆ ଧାରରେ ସାମିଲ କରବାର ଲାଗି ଭିନେ ଭିନେ ଯୋଜନାରେ ସାମିଲ କରୁଛନ୍‌। ହେଲେ ଅନେକ୍‌ ଜାଗାରେ...

ମହିଳା କର୍ମଚାରୀଙ୍କୁ ଅସଦାଚରଣ ଅଭିଯୋଗ: ବଲାଙ୍ଗୀର ଉପଜିଲାପାଳ ନିଲମ୍ବିତ

ବଲାଙ୍ଗୀର ଅଫିସ, ୪ା୯-ବଲାଙ୍ଗୀର ଉପଜିଲାପାଳ ସଞ୍ଜୟ କୁମାର ମିଶ୍ରଙ୍କ ବିରୋଧରେ ତାଙ୍କ ଅଫିସ୍‌ର ଜଣେ ମହିଳା କର୍ମଚାରୀ ସଙ୍ଗିନ ଅଭିଯୋଗ ଆଣିଛନ୍ତି। ଉପଜିଲାପାଳ ମିଶ୍ର ନିଜ...

ଖରିଫ ଧାନ କିଣା ଆରମ୍ଭ : ଶୁଭାରମ୍ଭ କଲେ ଜିଲାପାଳ

ବଲାଙ୍ଗୀର ଅଫିସ,୨୫।୧୧: ବଲାଙ୍ଗୀର ଜିଲାରେ ୨୦୨୨-୨୩ ବର୍ଷ ପାଇଁ ଶୁକ୍ରବାରଠାରୁ ଖରିଫ ଧାନ କିଣା ଆରମ୍ଭ ହୋଇଛି। ଜିଲା ସ୍ତରୀୟ ଧାନକ୍ରୟ କମିଟିର ନିଷ୍ପତ୍ତି ଅନୁସାରେ...

ସ୍ପେଶାଲ ପ୍ଲାନିଂ ଅଫିସ ଟ୍ରେସରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବଲାଙ୍ଗୀର ଅଫିସ,୨୧ା୧୨-ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ଟିମ୍‌ ବଲାଙ୍ଗୀର ସ୍ପେଶାଲ ପ୍ଳାନିଂ ଅଫିସର ଟ୍ରେସର(ନକ୍ସା ଅଙ୍କନକାରୀ)ଜୀବଦୀଶ ପାତ୍ରଙ୍କ ଘର ଓ ଅଫିସରେ ସୋମବାର ଚଢ଼ାଉ...

ଅସ୍ଥାୟୀ କୋଭିଡ କିଓସ୍କ ଉଦ୍‌ଘାଟିତ

ବଲାଙ୍ଗୀର ଅଫିସ, ୧୮ା୧୧ – ବଲାଙ୍ଗୀର ଭାଗିରଥି ଛକ ନିକଟ ରିଲାଏନ୍ସ ସ୍କାର୍ଟ ସମ୍ମୁଖରେ ଏକ ଅସ୍ଥାୟୀ କୋଭିଡ କିଓସ୍କ ଉଦ୍‌ଘାଟିତ ହୋଇଛି। ଜିଲା ଗ୍ରାମ୍ୟ...

Advertisement
Archives

Model This Week