ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ୭୮ ୟୁନିଟ ରକ୍ତ ସଂଗୃହୀତ

ବାରିପଦା ଅଫିସ, ୧୮ା୪: ପ୍ରବାଦ ପୁରୁଷ ବିଜୁବାବୁଙ୍କ ୨୩ତମ ଶ୍ରାଦ୍ଧ ଦିବସ ଅବସରରେ ବାରିପଦା ମେଡ଼ିକାଲ ପରିସରରେ ଥିବା ରେଡ଼କ୍ରସ ରକ୍ତଭଣ୍ଡାରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ମୟୂରଭଞ୍ଜ ଜିଲା ସଂଯୋଜକ ତଥା ବିଜେଡି ଜିଲା ସଭାପତି ଜିତେନ୍ଦ୍ର ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ମୋଟ ୭୮ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ରକ୍ତଭଣ୍ଡାରର ଭାରପ୍ରାପ୍ତ ଅଧିକାରୀ ଡା. ପ୍ରଶାନ୍ତ କୁମାର ଦାସଙ୍କ ସମେତ ସ୍ବାସ୍ଥ୍ୟ ସେବିକା ରୁଚିକା ଖୁରାନା, କରୁଣାକର ଜେନା, ସ୍ବାଗତିକା ପାଣିଗ୍ରାହୀ, ଶକୁନ୍ତଳା ମହାନ୍ତ ସ୍ବେଚ୍ଛାକୃତ ରକ୍ତଦାତାମାନଙ୍କ ନିକଟରୁ ରକ୍ତ ସଂଗ୍ରହ କରିଥିଲେ ା ଉକ୍ତ କାର୍ଯ୍ୟକ୍ରମରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁଦାମ ମାରାଣ୍ଡି, ରାଜ୍ୟସଭା ସଦସ୍ୟା ମମତା ମହାନ୍ତ, ମୋରଡ଼ା ବିଧାୟକ ରାଜ କିଶୋର ଦାସ, ଓଡ଼ିଶା କୃଷି ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତିି, ବିଜେଡି ଜିଲା କାର୍ଯ୍ୟକାରୀ ସଭାପତି ଦେବାଶିଷ ମାରାଣ୍ଡିି, ମୟୂରଭଞ୍ଜ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ରାଜ କିଶୋର ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇ ଏହି ଶିବିରକୁ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅନାଥ ବାଳିକାଙ୍କୁ ବୁଲେଇବାକୁ ନେଇ ବଳାତ୍କାର ମାମଲା: ଦୋଷୀଙ୍କୁ ୧୨ବର୍ଷ ଜେଲ

ବାରିପଦା ଅଫିସ,୧୭ା୩: ମୟୂରଭଞ୍ଜ ଅତିରିକ୍ତ ଜିଲା ଓ ଦୌରା ଜଜ ତଥା ସ୍ବତନ୍ତ୍ର ପୋକ୍‌ସୋ କୋର୍ଟରେ ଶୁକ୍ରବାର ଏକ ବଳାତ୍କାର ମାମଲାର ରାୟ ପ୍ରକାଶ ପାଇଛି।...

‘ବେକାରି ସମସ୍ୟା ଦୂର ପାଇଁ ଇସ୍ପାତ କାରଖାନା ଜରୁରୀ’

କେନ୍ଦୁଝର,୧୯ା୫(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ବେକାରି ସମସ୍ୟା ଉତ୍କଟ ମହାମାରୀ ସଦୃଶ ହୋଇଗଲାଣି। ଜିଲାରେ ଛୋଟ ଛୋଟ ପ୍ଳାଣ୍ଟ୍‌ ଗୁଡ଼ିକ ବନ୍ଦ ହେଇଗଲାଣି। ଖଣି ଖାଦାନରେ କାମ...

ସରକାରୀ ଯୋଜନାରେ ମିଳୁନି ପକ୍କାଘର: ବ୍ଲକ କାର୍ଯ୍ୟାଳୟ ଘେରିଲେ ଲୋକେ

ସୁକିନ୍ଦା,୧୬ା୧୦(ଡି.ଏନ୍‌.ଏ)- ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ କନ୍ତିରା, ବାହାବଳପୁର, ବର୍ତ୍ତଣ୍ଡା ଗ୍ରାମ ସହ ୨୫ ପଞ୍ଚାୟତର ବହୁ ଲୋକ ସରକାରୀ ଯୋଜନାରେ ପକ୍କାଘର ପାଇବାରୁ...

ପାଣିଘେରରେ ୩୦ ଗ୍ରାମବାସୀ

ନିମାପଡ଼ା,୩୧ା୮(ଡି.ଏନ୍‌.ଏ.): ଧନୁଆଁ ନଦୀରେ ବନ୍ୟାଜଳ ପ୍ରବାହିତ ହେବା ଫଳରେ ନିମାପଡ଼ା ବ୍ଲକର ଧନୁଆଁ, ରେଞ୍ଚ, ଶଗଡ଼ା, ବଡ଼ମାଛପୁର, ଅଲଣ୍ଡା, ଶାଇଁସଶାସନ ପଞ୍ଚାୟତର ୩୦ଗ୍ରାମ ପାଣିଘେରରେ ରହିଛି।...

ଗଞ୍ଜାମ ବ୍ଲକ ସିପିଏମ୍‌ ପକ୍ଷରୁ ଜାତୀୟ ରାଜପଥ ବନ୍ଦ

ଗଞ୍ଜାମ,୨୭।୯(ଡିଏନ୍‌.ଏ.): ଗଞ୍ଜାମରେ ଭାରତ ବନ୍ଦପ୍ରଭାବ ଦେଖିବାକୁ ମିଳିଛି। ସୋମବାର ସକାଳୁ ଗଞ୍ଜାମ ବ୍ଲକ ସିପିଏମ୍‌ ପକ୍ଷରୁ ସରପଞ୍ଚ ଦିଲ୍ଲୀପ କୁମାର ଛୋଟରାୟଙ୍କ ନେତୃତ୍ୱରେ ୧୬ ନମ୍ବର...

ରାସ୍ତାରେ ଯାଉଥିବା ବେଳେ ମାଡ଼ିଗଲା କଣ୍ଟେନର

ପୋଲସରା,୨୪।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୋଲସରା ଥାନା ଅଧୀନ ଷ୍ଟେଟବ୍ୟାଙ୍କ ସମ୍ମୁଖରେ ଶୁକ୍ରବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଛି।...

ବରୁଣେଇ ପୀଠରେ ମିଳୁନି ମୌଳିକ ସୁବିଧା: ପାଣି ଟ୍ୟାପ୍‌ ଅଚଳ, ମନ୍ଦିର ପାହାଚ ଫାଟି ଆଁ

ଖୋର୍ଦ୍ଧା ଅଫିସ, ୨ା୧: ଖୋର୍ଦ୍ଧା ଜିଲାର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ହେଉଛି ବରୁଣେଇ ପୀଠ। ଶୀତଋତୁ ଆସିଗଲେ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଜମେ। ପର୍ଯ୍ୟଟକମାନେ ମା’...

ମୁମୂର୍ଷୁ ଯୁବକଙ୍କୁ ଉଦ୍ଧାର କଲେ ବିଡିଓ

ବିଜେପୁର,୧୮।୨(ଡି.ଏନ୍‌.ଏ.): ବରଗଡ଼ ଜିଲା ବିଜେପୁର ବ୍ଲକ ପରିସରେ ମୁମୂର୍ଷୁ ଅବସ୍ଥାରେ ପଡିଥିବା ଯୁବକଙ୍କୁ ବ୍ଲକ ପ୍ରଶାସନ ମଙ୍ଗଳବାର ଉଦ୍ଧାର କରଛି। ଉକ୍ତ ଯୁବକ ଜଣକ ହେଲେ...

Advertisement
Archives

Model This Week