ଜୀବନବିନ୍ଦୁ କାର୍ଯ୍ୟକ୍ରମ, ୩୫ୟୁନିଟ ରକ୍ତ ସଂଗ୍ରହ

ସୁନ୍ଦରଗଡ, ୨୪|୪ (ଡି.ଏନ୍‌.ଏ) – ସୁନ୍ଦରଗଡ ବିଜୁ ଜନତା ଦଳ ପକ୍ଷରୁ ଗୁରୁବାରଠାରୁ ତିନିଦିନିଆ ଜୀବନବିନ୍ଦୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଜିଲା ମୁଖ୍ୟ ଚିକିତ୍ସାଳୟ ରେଡକ୍ରସ ସ୍ବାସ୍ଥ୍ୟ ଭଣ୍ଡାରଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୩୫ୟୁନିଟ ରକ୍ତ ସଂଗୃହୀତ ହୋଇଛି । ବର୍ତ୍ତମାନ କରୋନା ମହାମାରୀ ଜୀବନଯାତ୍ରାକୁ ସ୍ଥାଣୁ କରିଦେଇଥିବା ବେଳେ ଲକ୍‌ଡାଉନ କଟକଣା ମଧ୍ୟରେ ଜିଲା ମୁଖ୍ୟ ଡାକ୍ତରଖାନାରେ ରକ୍ତର ଅଭାବ ଯୋଗୁଁ ରୋଗୀଙ୍କ ଜୀବନ ବିପଦରେ। ଏହି ଡାକ୍ତରଖାନା ଉପରେ ସୁନ୍ଦରଗଡ ସମେତ ପଡୋଶୀ ଜିଲା ଝାରସୁଗୁଡା ପଡୋଶୀ ରାଜ୍ୟ ଛତିଶଗଡ ଓ ଝାଡଖଣ୍ଡର ରୋଗୀମାନେ ନିର୍ଭର କରିଥାଆନ୍ତି। ସେଥିପାଇଁ ଏଠାରେ ମାସିକ ପ୍ରାୟ ୩୭୫ ୟୁନିଟ ରକ୍ତର ଆବଶ୍ୟକତା ପଡିଥାଏ। ଲକଡାଉନ ଯୋଗୁଁ ରୋଗୀଙ୍କ ପରିବାରବର୍ଗ ମଧ୍ୟ ଡାକ୍ତରଖାନା ଆସିବାର ଅସୁବିଧା ହେଉଛି। ଫଳରେ ରୋଗୀଙ୍କୁ ବ୍ଲଡବ୍ୟାଙ୍କ ଉପରେ ନିର୍ଭର କରିବାକୁ ପଡୁଛି । ଏଭଳି ସ୍ଥିତିରେ ବିଜେଡି ଜିଲା ପ୍ରଭାରୀ ବିଧାୟକ ଇଂ.ପ୍ରୀତିରଞ୍ଜନ ଘଡାଇ ଓ ଜୀବନବିନ୍ଦୁର ସୁନ୍ଦଋଗଡ ସଂଯୋଜକ ବିନୟ ଟପ୍ପୋଙ୍କ ସହଯୋଗରେ ସୁନ୍ଦରଗଡ, ତଳସରା ଅଞ୍ଚଳର ଛାତ୍ର ଓ ଯୁବକମାନେ ଅଂଶଗ୍ରହଣ କରିଥିଲେ । ଛାତ୍ର ବିଜୁ ଜନତା ଦଳର ପଶ୍ଚିମାଞ୍ଚଳ ସଭାପତି ବୈକୁଣ୍ଠ ନାଏକଙ୍କ ନେତୃତ୍ୱରେ ଆୟୋଜିତ ଏହି ଜୀବନବିନ୍ଦୁ କାର୍ଯ୍ୟକ୍ରମରେ ହରଜେନ୍ଦ୍ର ସିଂ,ପୂର୍ବତନ ନଗରପାଳ ବେଣୁଧର ତାଣ୍ଡିଆ, ଅଶୋକ ସ୍ବାଇଁ, ଲଲାଟ ପରିଡା ରୋଶନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବ ତୋଟାରେ କ୍ୱାରାଣ୍ଟାଇନ୍‌

ପାତ୍ରପୁର,୧୨ା୪(ଡି.ଏନ୍‌.ଏ.)- ପାତ୍ରପୁର ବ୍ଲକ ବାଦପୁର ପଞ୍ଚାୟତ ଦେଶାରୀ ଗ୍ରାମର ପରିକ୍ଷୀତ ନାଇକ ନେଲୁରରୁ ଚାଲିଚାଲି ଗତ ଶୁକ୍ରବାର ଗ୍ରାମରେ ପହଞ୍ଚତ୍ଥିଲ। ଅଙ୍ଗନଓ୍ବାଡି କର୍ମୀ ତାଙ୍କୁ ନେଇ...

ଅଟୋ ଚଳାଇବେ, ପେଟ୍ରୋଲ ପମ୍ପରେ ରହିବେ ମହିଳା

ଛତ୍ରପୁର,୨୫ା୭(ଡି.ଏନ.ଏ.) – ଗଞ୍ଜାମ ଜିଲାରେ ମିଶନ ଶକ୍ତି କାର୍ଯ୍ୟକ୍ରମକୁ ଆହୁରି କ୍ରିୟାଶୀଳ କରିବା ସହ ମହିଳା ସଂଘ ସଦସ୍ୟାମାନଙ୍କୁ ଆମତ୍ନିର୍ଭରଶୀଳ କରାଯିବ। ବୁଧବାର ଏ ନେଇ...

ସବୁଠି ‘ଓଁ ନମଃ ଶିବାୟ’: ଭୁଷଣ୍ଡେଶ୍ୱର ଓ ଚନ୍ଦନେଶ୍ୱର ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ

ଭୋଗରାଇ,୨୧।୨(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ଏସିଆର ସର୍ବବୃହତ ଶିବ ଲିଙ୍ଗ ଭୁଷଣ୍ଡେଶ୍ୱର ଓ ପ୍ରସିଦ୍ଧ ଶୈବପୀଠ ଚନ୍ଦନେଶ୍ୱର ମହାଦେବଙ୍କଠାରେ ମହାଶିବରାତ୍ରି ଉପଲକ୍ଷେ ଲକ୍ଷାଧିକ...

କୋରାପୁଟ: ସୋମବାର ୧୭୧୮.୬ ମିମି ବର୍ଷା ରେକର୍ଡ, କୋଟପାଡ଼ରେ ସର୍ବାଧିକ

କୋରାପୁଟ,୨୯।୭(ସ୍ବ.ପ୍ର.)- କୋରାପୁଟ ଜିଲାରେ ସୋମବାର ୧୭୨୮.୬ ମିଲିମିଟର ବର୍ଷା ହୋଇଥିବାବେଳେ ଜିଲାର କୋଟପାଡ ବ୍ଲକରେ ସର୍ବାଧିକ ୧୯୩ ମିମି ବର୍ଷା ହୋଇଥିବା ଜିଲା ଜରୁରୀ କାର୍ଯ୍ୟାଳୟ...

ରାଧାମାଧବ ପଡ଼ାକୁ ଅପହଞ୍ଚ ମୌଳିକ ସୁବିଧା, ଜିଲାପାଳଙ୍କୁ ଫେରାଦ ହେଲେ ପଡ଼ାବାସୀ

ବରଗଡ଼ ଅଫିସ,୮।୬: ବରଗଡ଼ ପୌର ପରିଷଦ ଅନ୍ତର୍ଗତ ୱାର୍ଡ ନଂ. ୧୭ ରାଧାମାଧବ ପଡ଼ାକୁ ମୌଳିକ ସୁବିଧା ସୁଯୋଗ ମିଳୁ ନ ଥିବା ଅଭିଯୋଗ ହୋଇଛି।...

ଖୁଣ୍ଟ ପଡ଼ିଛି, ବିଦ୍ୟୁତ୍‌ ସଂଯୋଗ ନାହିଁ

ଦଶପଲ୍ଲା,୧୭ା୮(ଡି.ଏନ.ଏ.): ସମସ୍ତଙ୍କୁ ବିଦ୍ୟୁତ୍‌ ଆଲୋକ ଯୋଗାଣ ନିମନ୍ତେ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ହେଲେ କେତେଜଣ କର୍ମଚାରୀଙ୍କ ଅବହେଳା ଯୋଗୁ ଜନସାଧାରଣ ବିଦ୍ୟୁତ୍‌ ଆଲୋକରୁ...

ଆଇନଗତ ଆଳରେ ଘୁଞ୍ଚି ଚାଲିଛି ନିର୍ବାଚନ

ଯାଜପୁର ଅଫିସ,୧୩ା୮: ପୌର ନିର୍ବାଚନର ସଂରକ୍ଷଣ ବ୍ୟବସ୍ଥାକୁ ନେଇ ଲାଗି ରହିଥିବା ଆଇନଗତ ବିବାଦକୁ ଆଳ କରି ନିର୍ବାଚନର ଦିନ ଗଡ଼ି ଗଡ଼ି ଚାଲିଛି। ହେଲେ...

ଷ୍ଟେଶନ ଲିଭ୍‌ ନ ନେଇ ଜିଲା ଛାଡ଼ିଛନ୍ତି ବହୁ ଅଧିକାରୀ: ବୈଠକରେ ନ ପାଇ ବିରକ୍ତ ହେଲେ ଜିଲାପାଳ

ଅନୁଗୋଳ ଅଫିସ, ୨୮।୭ – ମାସର ଚତୁର୍ଥ ଶନିବାରକୁ ଛୁଟି ଘୋଷଣା କରାଯାଇଥିଲେ ବି ପ୍ରଥମାର୍ଦ୍ଧ ଅର୍ଥାତ୍‌ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ଜିଲାସ୍ତରୀୟ ଅଧିକାରୀମାନେ ସେମାନଙ୍କ...

Coronavirus Update


Archives

Model This Week

Why Dharitri